STORYMIRROR

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

କିଏ କହିବ

କିଏ କହିବ

1 min
220

     ମୁନା ସ୍ତ୍ରୀ ନଇଁ ପଡି ଖୁଡ଼ୀ ଶାଶୁଙ୍କୁ ପ୍ରଣାମ ଜଣେଇବା ସହ କହୁଥିଲା ଖୁଡ଼ୀ ଭାରି ଲଷ୍ମୀବନ୍ତ, ତୁମେ ନିଶ୍ଚୟ ସଧବା ସିନ୍ଦୁର ରେ ଯିବ, ଖୁଡ଼ୀ ଅର୍ଥାତ ମୋ ସାନମାଇଂ ମତେ ଚାହିଁ ଟିକେ ହସିଦେଲେ କହିଲେ ଆଲୋ ଏ ବୋହୂଟା ସବୁବେଳେ ଏମିତି କହିଲା, ଅପା ନାହାଁନ୍ତି କି ସେ ଶୁଣିଲେ କଣ ଭାବିବେ, ବୋହୁ କହୁଥିଲା ସେ କେବେ ରୁହନ୍ତି କି ଏଠି, ପିଲାଟାକୁ ଧରି ଏତେ ହଇରାଣ ହେଉଛି ମୁଁ,ଟିକେ ରହିଲେ ହୁଅନ୍ତା ନାହିଁ???, ସବୁବେଳେ ବାପଘରେ l

      ସେ ଦୁଇଜଣଙ୍କ କଥାବାର୍ତ୍ତା ଶୁଣି ମୁଁ ଥରେ ସାନମାଇଂ ଙ୍କୁ ଥରେ ମୁନା ସ୍ତ୍ରୀ କୁ ଚାଁହୁଥିଲି, ଅପା ବସ ବସ କହି ହାତ ଧରି ବସାଉଥିଲା ମତେ, ନାଇଁ ନାଇଁ ବଡମାଇଂ ଙ୍କୁ ଦେଖିବାକୁ ଆସିଛି ଦେଖି ଫେରିଯିବି 

 ହଁ ଯିଵତ ବସୁନା କହି ହାତଧରି ଟାଣି ବସାଇଦେଇ କେତେ କୁଆଡୁ ଅଭିଯୋଗ କାଢୁଥିଲା ମୋ ମଝିଆଁ ମାଇଁ ବା ତା ଶାଶୁ ନାମରେ, ତ ମୁଁ କହିଲି ତୁମ ବାପା ଚାଲିଗଲାପରେ ତୁମ ବୋଉଙ୍କୁ ଯଦି କେହି ଏମିତି ଦୋଷ ଗୁଣ ବିଚାର କରି କହେ ବା ବାହୁନେ ତୁମେ ସାହିପାରିବ ତ??? ଅପାଙ୍କର ଯୋଉ କଥା, କହି ଉଠୁଥିଲା, ମୁଁ କହିଲି ନାହିଁ ମାଆ କିଏ କାହା ଭାଗ୍ୟଫଳ ଦିଖିଛି??? ବଡମାମୁଁ ଗଲା ପରେ ବଡମାଇଂ ପଡିଛନ୍ତି, ମଝିଆଁ ମାମୁଁ ଗଲାପରେ ତୁମ ଶାଶୁ ମୋ ମଝିଆଁ ମାଇଁ ଯଦି ମନ ପରିବର୍ତ୍ତନ ପାଇଁ ପାଖରେ ଥିବା ବାପଘର ଯାଉଛନ୍ତି ଯାଆନ୍ତୁ, ମନ ଖୁସି ଥିଲେ ଯେତେ ଦୁଃଖ ସୁଖ ଆସିଲେ ସହିହେବ ନଚେତ ଭାବି ଭାବି ଆଲଯାଇମର ରୋଗୀ କି କିଏ କେଉଁ ରୋଗର ଶୀକାର ନହେବ କିଏ କହିବ !!

  ସେପଟ ଖଂଜାରୁ ବଡ ମାଇଁ ଙ୍କ କଷ୍ଟର ଆର୍ତ୍ତନାଦ ଶୁଭୁଥିଲା ବୋହୂଟା ଚୁପ ହୋଇଗଲା, ସାନମାଇଂ ବି କହୁଥିଲେ ବୁଢା ବୁଢ଼ୀ ହେଲା ପରେ ଯିଏ ହେଲେ ତ ଜଣେ ଯିବ ମାଆ, କିଏ ଆଗ ଯିବ କିଏ କହିବ??? ଚା କରିବାକୁ ତରତର ହୋଇ ଚାଲିଗଲା ମୁନା ସ୍ତ୍ରୀ. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics