Ranjit Sahu

Crime Thriller

3.7  

Ranjit Sahu

Crime Thriller

କେସ ଫାଇଲ-2 ଜୋକରର ନାକ

କେସ ଫାଇଲ-2 ଜୋକରର ନାକ

6 mins
12.2K


ଇନ୍ସପେକ୍ଟର ସାହୁ ଦେଖିଲେ ଆଉ ଥରେ ତଳେ ପଡ଼ିଥିବା ନାଲି ବଲଟିକୁ ! ଡଗ ସ୍କ୍ୱାଡର ଟିଙ୍କୁ ବହୁତ ଥର ତାକୁ ଚିହ୍ନଟ କରିଛି ! ବଲ ପାଖରେ ଅଟକିକି ଲାଙ୍ଗୁଡ଼ ହଲେଇଛି I ସମୁଦ୍ର କୂଳରେ ସନ୍ଧ୍ୟା ଭ୍ରମଣର ସମୟରେ ମିଳିଥିଲା ନାଲି ବଲଟି I ଟିଙ୍କୁ ବାରମ୍ବାର ବଲଟି ଆଡ଼କୁ ଇଙ୍ଗିତ କରିଥିଲା I କିଛି ଭାବି ନିଜର ପକେଟରେ ଥିବା ସେଫଟି ପାଉଚଟିଏ ବାହାର କରି ସେଥିରେ ଭର୍ତ୍ତି କରିଦେଲେ ବଲଟିକୁ I ଛୋଟିଆ ପଶମର ବଲଟି, ଯେମିତି ସର୍କସ ରେ ଜୋକର ଲଗେଇଥାଏ, ତାହାର ନାକ ଉପରେ ଦର୍ଶକଙ୍କର ମନୋରଞ୍ଜନ କଲା ବେଳେ I ଥାନାରେ ଟିଙ୍କୁ ପୁଣି ସେହି ଏକା ଇଙ୍ଗିତ ଦେଲା ବଲକୁ ଦେଖିକି I କିଛି ଭାବି ନିଜର ସହକର୍ମୀଙ୍କୁ ଡାକି ଦେଇଦେଲେ ବଲଟିକୁ ଆଉ କହିଲେ ତାହାକୁ ରାସାୟନିକ ପରୀକ୍ଷା ପାଇଁ ପଠେଇବା ଲାଗି I ମନେ ମନେ ଭାବିବାକୁ ଲାଗିଥିଲେ, ଟିଙ୍କୁ ର ହାବ ଭାବ ବିଷୟରେ I ଟିଙ୍କୁ ବିଭିନ୍ନ ପ୍ରକାରର ଡ୍ରଗ୍ସ ଚିହ୍ନିବାରେ ପାରଙ୍ଗମ ଏବଂ ସବୁ ପ୍ରକାର ଡ୍ରଗ୍ସ ଅପରାଧରେ ତାହାର ସାହାଯ୍ୟ ନିଆ ଯାଏ I କିନ୍ତୁ ସମୁଦ୍ର ତଟରେ ସନ୍ଧ୍ୟା ଭ୍ରମଣରେ ବୁଲୁଥିବା ବେଳେ ଏମିତି ଟିଙ୍କୁ କାହିଁକି ଅଟକିଗଲା ସେ ବଲଟିକୁ ଦେଖିକି, କିଛି ବୁଝି ପାରିଲେ ନାହିଁ ଇନ୍ସପେକ୍ଟର ସାହୁ I ଟିଙ୍କୁ ଉପରେ ତାଙ୍କର ପ୍ରଗାଢ଼ ବିଶ୍ଵାସ I "ଲେଟ୍ ଆସ ଗୋ ଟିଙ୍କୁ," ଇନ୍ସ୍ପେକଟର ସାହୁ ଚାଲିଗଲେ ଟିଂକୁକୁ ନେଇକି ତାହାର ରୁମ ଭିତରକୁ I ପାଟ୍ରୋଲିଂ ଡ଼ିଉଟିରେ ପୁଣି ଯିବାର ଅଛି ଏବଂ ଆଉ ଗୋଟିଏ ମର୍ଡର କେସ ଅଛି କ୍ଲୋଜ କରିବାକୁ I 


XXXXX

"ସାର ପୋଜିଟିଭ ଫୋର କୋକେଇନ," ସହକର୍ମୀ ହରି କହିଲା I 

"କେଉଁ କେସ ? ଏବେ ତ ଡ୍ରଗ୍ସ ସମ୍ବନ୍ଧୀୟ କୌଣସି କେସ ରିପୋର୍ଟ ହେଇନି କି ଚାଲୁ ନାହିଁ ମୋର ଯେତେ ଦୂର ମନେ ପଡୁଛି I ଦୁଇ ଦିନ ହେଲା ମୁଁ ଆଉଟ ଅଫଁ ଷ୍ଟେସନ ଥିଲି I ଅଧା ଘଣ୍ଟା ହେଲା ଫେରିଛି ଆଉ ଜରୁରୀ ଫାଇଲ ଗୁଡାକ ଦେଖୁଛି ପ୍ରଥମେ ଯେଉଁଥିରେ ସେ ମର୍ଡର କେସଟା ଅଛି, ସୋମନାଥର ," ଇନ୍ସପେକ୍ଟର ସାହୁ କହିଲେ I 

"ସାର ଆପଣ ଯେଉଁ ବଲ ଦେଇଥିଲେ ଟେଷ୍ଟ ଲାଗି," ହରି ଉତ୍ତର ଦେଲା I

 "ଓଃ , ଯେଉଁଟା ମୁଁ ସମୁଦ୍ର ତଟରୁ ପାଇଥିଲି? ଆଶ୍ଚର୍ଯ୍ୟ କଥା ! ଏହାର ଅର୍ଥ ଯିଏ ଏହି ବଲକୁ ଉପଯୋଗ କରିଥିଲା ବହୁତ ପରିମାଣରେ ବ୍ୟବହାର କରିଥିଲା କୋକେଇନ !କିନ୍ତୁ କିଏ ହେଇପାରେ, ଏମିତି ବଲ ସବୁ କେବଳ ଜୋକର ମାନେ ଲଗେଇ ଥାଆନ୍ତି I ଆଉ ମୋର ଯେତେ ଦୂର ମନେ ପଡୁଛି ମୁଁ ୱାଲକ ରେ ଗଲା ବେଳେ କୌଣସି ଜୋକରକୁ ଦେଖି ନଥିଲି, ପୁରା ଶୂନଶାନ ଥିଲା ସମୁଦ୍ର ତଟ," ଇନ୍ସପେକ୍ଟର ସାହୁ କହିଲେ I 

"ସାର ଆପଣ ଯିବା ଭିତରେ ସୋମନାଥ ବିଷୟରେ ଆଉ କିଛି ତଥ୍ୟ ମିଳିଛି I ସିଏ ଜୋକର ହୋଇ ସମୁଦ୍ର କୂଳରେ ପିଲାଙ୍କୁ ହସେଇ କିମ୍ବା ସେମାନଙ୍କ ସହ ଫୋଟୋ ଉଠେଇ ନିଜର ଜୀବିକା ଅର୍ଜନ କରେ," ହରି କହିଲା I

 "ଓଃ ତାହା ହେଲେ ହେଇ ପାରେ, ଏହା ସୋମନାଥର ନାକରୁ ଖସି ପଡିଥିବା, ଯେତେ ବେଳେ ସିଏ ନିଜର ଜୀବନ ବିକଳରେ, ଆତତାୟୀ ଠାରୁ ଦୌଡ଼ି ପଳେଇବାକୁ ଚେଷ୍ଠା କରିଥିବ," ଇନ୍ସପେକ୍ଟର ସାହୁ କହିଲେ," ମନେ ପଡ଼ିଲା ତୁମେ ଏହି କଥା କହିଥିଲ କାଲି ଫୋନରେ ଆମର ଆଲୋଚନା ବେଳେ ଆଉ ମୁଁ ତୁମକୁ କହିଥିଲି, ଯଦି ସମ୍ଭବ ଯେଉଁ ମାନେ ତା ସହ ଫୋଟୋ ଉଠେଇଛନ୍ତି ଯଦି ହେବ ସେମାନଙ୍କର ଷ୍ଟେଟମେଣ୍ଟ ରେକର୍ଡ କରିବାକୁ I”

“ହଁ ସାର ନେଇଛି ବହୁତ ଷ୍ଟେଟମେଣ୍ଟ ଆଉ ବହୁତ ଲୋକ ସେଲ୍ଫି ମଧ୍ୟ ନେଇଥିଲେ, ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଠାରୁ ହ୍ୱାଟ୍ସ ଅପରେ ବି ପାଇଛି I ସବୁ ରଖିଛି ସାର I ସାର ଯେଉଁଠି ସୋମନାଥର ଡେଡ ବଡି ମିଳିଥିଲା ସେଠି ଦୌଡ଼ିବାର କୌଣସି ସୂଚନା ନଥିଲା I ସିଏ ବସିଥିବା ଅବସ୍ଥାରେ ତାକୁ ପଛପଟରୁ କିଏ ଜଣେ ଦବେଇକି ହତ୍ୟା କରିଛି I ପୋଷ୍ଟମର୍ଟମ ରିପୋର୍ଟରେ ନିଶା ଦ୍ରବ୍ୟର ଇଙ୍ଗିତ ନାହିଁ ସାର I ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା , ତାହାର ନାକରେ ଲାଗିଥିଲା ଠିକ ଏମିତି ବଲ ଟିଏ I ତାକୁ ମଧ୍ୟ ପଠେଇଦେଇ ଥିଲି କାଲି ମ୍ୟାଡମ୍ କହିବାରୁ I ଆପଣଙ୍କ ଟେବୁଲ ଉପରେ ବଲଟି ଦେଖି ମ୍ୟାଡ଼ାମ ପଚାରିଥିଲେ ତାହା ବିଷୟରେ I ମ୍ୟାଡ଼ାମ କହିଥିଲେ ଆପଣ ଫେରିଲେ ଏହି ସମ୍ପର୍କରେ ଥିବା ସବୁ ସୂଚନା ଆପଣଙ୍କୁ ଦେବାକୁ," ହରି କହିଲା I 

"ହରି ଓଡ଼ିଆରେ ଗୋଟିଏ ପ୍ରବାଦ ଅଛି, ମାଛ ଖାଇବ ଇଲିଶି ଚାକିରୀ କରିବ ପୁଲିସି, ଏହାର ଅର୍ଥ ଜାଣିଛ?" ଇନ୍ସ୍ପେକଟର ସାହୁ ପଚାରିଲେ I 

"ଶୁଣିଛି ସାର, କଉଁଟା କାହିଁକି କୁହନ୍ତି ?" ହରି ପଚାରିଲେ I 

"ଓକିଲ ଜୀବନରେ ଯେମିତି ତାରିଖ ପରେ ତାରିକ, ଶିକ୍ଷକ ଜୀବନରେ ଯେମିତି ପରୀକ୍ଷା ଖାତା ପରେ ପରୀକ୍ଷା ଖାତା ଆଉ ଡାକ୍ତର ଜୀବନରେ ଯେମିତି ରୋଗୀ ପରେ ରୋଗୀ, ସେମିତି ପୋଲିସ ଜୀବନରେ କେସ୍ ପରେ କେସ୍ ଆଉ ଗୋଟିଏ କେସ୍ ନ ସରିବା ଯାଏଁ, ଇଲିଶିରେ କଣ୍ଟା ଭଳି କଣ୍ଟା ପରେ କଣ୍ଟା!" ଇସ୍ପେକଟର ସାହୁ କହିଲେ," ବହୁତ ବଢିଆ କରିଛ ଫାଇଲ, ଠିକ ମୁଁ ଚାହିଁଲା ଭଳି ପ୍ରତ୍ୟେକ ଫୋଟର ତାରିଖ, ସମୟ ଆଉ ସ୍ଥାନ ଲେଖିଛ I ଆଜି ରା଼ତିରେ ଏଇଟାକୁ ସାରିଦେବା ଯେତେ ଦୂର ସମ୍ଭବ, ତୁମର ବି ତ ନାଇଟ ଡିଉଟି ଆଜି I ଗୋଟିଏ ଚାହା ମଗେଇ ଦିଅ ମୋ ପାଇଁ ମୁଁ ଫାଇଲଟିକୁ ଦେଖେ I”


xxxx 

"ଏଣ୍ଟ୍ରିରେ ଭୁଲ କରିଛ ହରି, ତୁମକୁ କେତେ ଥର କହିଛି ଏଣ୍ଟ୍ରି କରିବା ସମୟରେ ସବୁ ସଠିକ ରହିବା ଦରକାର?" ଇନ୍ସପେକ୍ଟର ସାହୁ କହିଲେ, ଫାଇଲରୁ ନିଜର ମୁଣ୍ଡ ଉଠେଇକି, ଚାହା କପ ନେଉ ନେଉ I 

" ସାର ଏଣ୍ଟ୍ରି?"ହରି ପଚାରିଲେ I 

"ସମୟ, ସନ୍ଧ୍ୟା ଛଅଟା କେମିତି ସମ୍ଭବ?" ସନ୍ଧ୍ୟା ସାଢେ ସାତଟାରେ ତ ସୋମନାଥର ମୃତ ଦେହ ଉଦ୍ଧାର ହେଇଥିଲା ସେହି ଗଛ ମୂଳରୁ ଯେଉଁଠାରେ ତୁମେ ଲେଖିଥିବା ବିବରଣୀ ଅନୁସାରେ ସିଏ ତାହାର ମଧ୍ୟାହ୍ନ ଭୋଜନ କରେ ଏବଂ ସନ୍ଧ୍ୟା ଚାରିଟା ବେଳେ କିଛି ଜଳଖିଆ ଆଉ ପାନ ଖଣ୍ଡିଏ ଖାଏ ଆଉ ଫେରିଯାଏ ପୁଣି ତାହାର କାମରେ I ଆଉ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଚାରିଟା ବେଳେ ତାହାର ହତ୍ୟା ହେଇଛି ! ଅଥଚ ମୃତ ସୋମନାଥ କଣ ବଂଚି ଯାଇଥିଲା?" ହରି ଆଡକୁ ଚାହିଁ ପଚାରିଲେ ଇନ୍ସପେକ୍ଟର ସାହୁ I

 "ସାର ତାରିଖ ଆଉ ସମୟ ଚେକ କରିଛି ସାର," ହରି କହିଲେ I 

"ଏହାର ଏକ ମାତ୍ର ଅର୍ଥ ହେଲା, ଆଉ ଜଣେ କେହି ଜୋକର ସାଜିକି ଫୋଟୋ ଉଠେଇଛି, କିନ୍ତୁ କାହିଁକି ? ହତ୍ୟା କରିବା ପରେ ଫେରାର ନ ହେଇ ମାତ୍ର ପାଞ୍ଚ ସହ ମିଟର ଦୂରରେ ଜୋକର ସାଜିବାର ଅଭିପ୍ରାୟ କଣ?" ପଚାରିଲେ ଇନ୍ସପେକ୍ଟର ସାହୁ I “ଗୋଟିଏ କାମ କର, ସେଦିନ ବେଳା ଭୂମିରେ ଅନ୍ୟ କିଛି ଅଘଟଣ ହୋଇଥିଲକି ଆମ ଫାଇଲ ଦେଖ I

 "ନା ସାର, କେବଳ ଆମର ଦୁଇ ତିନିଟା ସର୍ଭେ ହେଇଥିଲେ ଯେହେତୁ ଖବର ମିଳିଥିଲା ସେଠି କିଛି ଡ୍ରଗ୍ସ ଆଦାନ ପ୍ରଦାନ ହେବାର ଥିଲା I କିନ୍ତୁ କେହି ଧରା ପଡି ନଥିଲେ ଯଦିଓ ସୂଚନା ଅନୁସାରେ କିଛିଟା ଡ୍ରଗ୍ସ ମିଳିଥିଲା ଜଣେ ନିଶାଖୋର ପାଖରୁ ଆଉ ସିଏ କହିଥିଲା, ସିଏ କୋକେଇନ ଆଉ ଏଲ. ଏସ. ଡି. କିଣିଥିଲେ ପ୍ରାୟଃ ସାଢେ ତିନିଟା ଚାରିଟାରେ ଜଣେ ପୁରୁଣା ବିକ୍ରେତା ପାଖରୁ I ଆଉ ଅଧିକ କିଛି କହି ନଥିଲା," ହରି ଉତ୍ତର ଦେଲେ I 

"ତିନିଟାରୁ ଚାରିଟା ସାଢେ ଚାରିଟା ଯାଏଁ, ସୋମନାଥ ଜୋକର ବେଶରେ ନଥାଏ I ସେହି ସମୟରେ ଆଉ ଡ୍ରଗ୍ସ ବେପାର କରୁଛି କି?ଆଉ କିଛି ସୂଚନ ସେହି ବିକ୍ରେତା ବିଷୟରେ?" ଇନ୍ସପେକ୍ଟର ସାହୁ ପଚାରିଲେ ପୁଣି କହିଲେ ,'"ପୋଷ୍ଟମର୍ଟମରେ ସୋମନାଥର ଉଚ୍ଚତା ତ ପାଞ୍ଚ ଫୁଟ ଚାରି ଇଞ୍ଚ ! ସୋମନାଥ କଣ ଆଉ ଅଲଗା କିଛି କରୁଥିଲା କି?" I 

" ନା ସାର ଆରେଷ୍ଟ ହେଇଥିବା ନିଶାଖୋର ଜଣକ କହିଲା, ସିଏ ବିକ୍ରେତାର ନାମ ନୁହେଁ କେବଳ ଚେହେରାରୁ ଜାଣେ ଆଉ ବିକ୍ରେତା ମଧ୍ୟ ନିଶାଖୋର ଜଣେ I ଉଚ୍ଚତା ପ୍ରାୟ ପାଞ୍ଚ ଫୁଟ ଚାରି ଇଞ୍ଚ ହେବ ବିକ୍ରେତାର ବୋଲି କହିଛି," ହରି ଉତ୍ତର ଦେଲେ," ହାଜତରେ ଅଛି ସାର ସେହି ନସାହର ଜଣକ ଆଉ କିଛି ପଚାରିବାର ଅଛି ଯଦି I” 

"ଆର୍ଟିଷ୍ଟକୁ ନେଇକି ସେହି ବିକ୍ରେତାର ସ୍କେଟଚଟିଏ ତିଆରି କର," ମୁଁ ବାହାରୁ ଡିନର କରି ଫେରୁଛି," ଇନ୍ସପେକ୍ଟର ସାହୁ କହିଲେ," ଆଉ ଯଦି ସେ ସ୍କେଟଚ ଆମର ଫଆଇଲରେ ଥିବା କୌଣସି ଅପରାଧୀ ସହ ମ୍ୟାଚ କରେ ତାକୁ ଠାବ କରିବାକୁ ପଡ଼ିବ I ସିଏ ହେଲା ଆମର ପ୍ରଥମ ସନ୍ଦେହରେ ପାତ୍ର I"

xxxxx 

xxxxx 

"ସାର ହୁଏତ ଆପଣ ଠିକ କହୁଥିଲେ, ଆର୍ଟିଷ୍ଟ ସ୍କେଟଚ ଆଉ ନିଶାଖୋର ବ୍ୟକ୍ତିର ପୁଷ୍ଟିକରଣରୁ ଲାଗୁଛି, ଆମେ ଆସାମୀ କୁ ଜାଣି ପାରିଛେ", ହରି କହିଲେ ଇନ୍ସପେକ୍ଟର ସାହୁଙ୍କୁ ଫେରିବା ସଙ୍ଗେ ସଙ୍ଗେ I "କିଏ ସିଏ?" ଇନ୍ସପେକ୍ଟର ସାହୁ ପଚାରିଲେ I "ସାର ସୋମନାଥ ଗାଆଁର ଟୋକାଟିଏ, ଡାକ ନାଆଁ ବିକଳ I ତିନି ଥର ଧାରା ପଡିଛି ଡ୍ରଗ୍ସ ସମ୍ପୃକ୍ତ ଅପରାଧରେI କିନ୍ତୁ କେବେ କୌଣସି ହତ୍ୟା କିମ୍ବା ଅନ୍ୟ ଅପରାଧରେ ନୁହେଁ ସାର," ହରି କହିଲେ I "ଟିକିଏ ଅଲଗା କରି କହିବା ଏହି ବାକ୍ୟଟିକୁ, କେବେ ଧରା ପଡ଼ିନାହିଁ କୌଣସି ହତ୍ୟା ଅପରାଧରେ I ମୁଁ ରାତ୍ରି ଭୋଜନ ସମୟରେ ଭାବୁଥିଲି ଘଟଣାଟି କିପରି ଘଟିଥାଇ ପାରେ I ବିକଳ ହୁଏତ ଡ୍ରଗ୍ସ ପାଇକି କିଛି ଡିସଟ୍ରିବ୍ୟୁଟ କରିବାକୁ ଚାହିଁଥିଲା କିନ୍ତୁ ପୋଲିସକୁ ଦେଖି ଅନ୍ୟ ଉପାୟ ନ ପାଇ ସୋମନାଥର ଜାଗାକୁ ଯାଇ ତାହାର ହତ୍ୟା କରିଥିଲା I ଯେହେତୁ ପୋଲିସ ତାକୁ ସନ୍ଦେହ କରିପାରେ ସେଥି ଲାଗି କିଛି ସମୟ ଜୋକର ସାଜି ଅଟକିଥିଲା ଆଉ ସୁଯୋଗ ପାଇବ ମାତ୍ରେ ଫରାର ହୋଇ ଥିଲା I ସୋମନାଥର କାର୍ଯ୍ୟକଳାପ ସହିତ ଭଲ ଭାବରେ ପରିଚିତ ଥିଲା ବିକଳ ଆଉ ଜାଣିଥିଲା ସେହି ଗଛ ପାଖକୁ କେହି ଯାଆନ୍ତି ନାହିଁ ସାଧାରଣତଃ I ତଥାପି ଡେଡ଼ ବଡ଼ିକି ଅଖା ଭିତରେ ବାନ୍ଧି ରଖି ଦେଇଥିଲା ସହଜରେ କେହି ନ ଖୋଲିଲା ଭଳି I ପରେ ଯେତେବେଳେ କୁକୁର ଗୁଡାକ ଅଖାକୁ ଟାଣିଥିଲେ, ସେ ପାଖରେ ଯାଉଥିବା ପର୍ଯ୍ୟଟକ ଜଣେ ପୋଳିସ କୁ ସୂଚନା ଦେଇଥିଲେ," କହିଲେ ଇନ୍ସପେକ୍ଟର ସାହୁ I "ଆପଣଙ୍କ ଥିଓରୀ ବଢିଆ ଅଛି ସାର, କିନ୍ତୁ ଆଉ କିଛି ପ୍ରମାଣ ଅଛି କି?" ହରି ପଚାରିଲେ I "ହଁ, ସେଦିନ ଟିକିଏ ଦୂରରେ ଥିବା ଗଳି ଭିତରୁ ଜୋକର ପୋଷାକଟି ମିଳିଥିଲା I ସେଇଟା ସୋମନାଥର ଯାହାକୁ ବିକଳ ପିନ୍ଧିକି ପୋଲିସକୁ ଚକମା ଦେଇଥିଲା I କିନ୍ତୁ ନିଜେ ଧୁମ୍ରପାନରେ କୋକେଇନ ସେବନ କରୁଥିବାରୁ, ସେଥିରୁ କିଛି, ହୂଏତ ଲାଗି ଯାଇଥିଲା ଜୋକରର ନାକରେ I କିନ୍ତୁ ତରତରରେ ଲଗେଇଥିବାରୁ ନାକଟି ଖସିପଡିଥିଲା ସିଏ ଫେରାର ହେଲା ବେଳକୁ I ଯଦିଓ ମୁଖାଟି ତାହାର ମୁଁହ ଉପରେ ବଜାୟ ଥିଲା ," ଇନ୍ସପେକ୍ଟର ସାହୁ କହିଲେ I "କିନ୍ତୁ ସାର ପ୍ରମାଣ କେମିତି କରିବେ," ହରି ପଚାରିଲେ I "ଡ଼ି. ଏନ. ଏ. ଲାଗି କହିଦିଅ ଦୁଇଟି ଯାକ ଜୋକରର ନାକର I ଆମେ ଗିରଫ କରିବା ପ୍ରଥମେ ବିକଳକୁ I ଯେମିତି ହେଲେ ମଧ୍ୟ ସିଏ ସେଦିନ ଡ୍ରଗ୍ସ ସପ୍ଲାଇ କରିଛି I ସେହି କେସ ତ ହୋଇ ପାରିବ I ମୁଁ ଆଉ କିଛି କାଗଜ ପତ୍ର ଧରେ, ରାସ୍ତାରେ ଆଖି ବୁଲେଇ ଦେବି ବାହାରିବା ଆଉ ଦଶ ମିନିଟରେ, "ଇନ୍ସପେକ୍ଟର ସାହୁ କହିଲେ I 


Rate this content
Log in

Similar oriya story from Crime