STORYMIRROR

Jyotirmayee Panda

Abstract Drama Classics

4  

Jyotirmayee Panda

Abstract Drama Classics

କେମିତି ଏ ବନ୍ଧନ (ଭାଗ -୨)

କେମିତି ଏ ବନ୍ଧନ (ଭାଗ -୨)

2 mins
218

ଗୀତାର ବିବାହକୁ ନେଇକି ତାର ଜେଜେମା ତାକୁ ବୁଝେଇବାକୁ ଲାଗିଲେ ,ତାର ସ୍ଵାଧୀନତାକୁ ତାଠୁ କେହିବି ଛଡେଇ ନେବେନି ବୋଲି ତାକୁ ଜ୍ଞାତ କରେଇଥିଲେ,ଯାହାକୁ ନେଇ ଗୀତା ଧୀରେ ଧିରେ ବିବାହକୁ ନେଇକି ସ୍ବପ୍ନ ଦେଖିବାକୁ ଲାଗିଲେ । ପରେ ପରେ ତାଙ୍କୁ ସମସ୍ତେ ବିବାହକୁ ନେଇ ଚିଡେଇବାକୁ ଲାଗିଲେ ବିବାହ କଥା କହିବା ମାତ୍ରେ କି ଉଠିବା ମାତ୍ରେ ଗୀତା ଦୌଡିବାକୁ ଲାଗିଲେ ଏବଂ ସେଠାରୁ ସେଇ ସ୍ଥାନରୁ ଚୁପ୍ ଚାପ୍ ଉଠି ପଳାଇବାକୁ ବସୁଥିଲେ । କିନ୍ତୁ ଗୀତାଙ୍କ ପରି ଜଣେ ସର୍ବଗୁଣ ସମ୍ପନ୍ନ ଝିଅଟି ପାଇଁ ଏକ ଭଲ ଘରର ପ୍ରସ୍ତାବ ଆସିଥିବାରୁ ପରିବାର ସଦସ୍ୟ ଖୁସି ହୋଇଥିଲେ।

ଠିକ୍, ସେହି ସମୟରେ ଏହା ଘଟିବା ସୁନିଶ୍ଚିନ୍ତ ଥିଲା ଯେ ଜଣେ 15 ବର୍ଷର ଝିଅକୁ ବିବାହ ପରେ ନିଜ ଘର ଛାଡି ଅନ୍ୟ କାହା ସହିତ ଜୀବନ ବିତାଇବାକୁ ପଡିବ, ସେହି ଦିନଗୁଡ଼ିକରେ ଏହା ନିଚ୍ଛକ୍ ସତ୍ୟ ଥିଲା । ଖାଲି ସେଦିନ ଗୁଡିକରେ କାହିଁକି ଆଜି ବି ଯାହା ଚାଲିଛି। ହେଲେ ଫରକ୍ ଏତିକି ଯେ ଆଜିକାଲି ବିବାହ ପରେ କିଛି କିଛି ଦମ୍ପତି ଶାଶୁ ଶଶୁର ଘରକୁ ଛାଡ଼ି ଅନ୍ୟତ୍ର ଏକା ରହୁଛନ୍ତି , ବିଶେଷକରି ଚାକିରୀର କଥାକୁ ନେଇକି । କିନ୍ତୁ ସେତେବେଳେ ସେସବୁ ନଥିଲା । ସେତେବେଳେ ବିବାହ ପରେ ଶାଶୁଘର ହିଁ ଝିଅ ପାଇଁ ତାର ନିଜ ଘର ଥିଲା । ଆଉ ସେଇ 50 ବର୍ଷ ପୂର୍ବର ବିବାହ ସମୟରେ ପୁଅ ଝିଅଙ୍କ ଦେଖା ଚାହାଁ କି କଥା ବାର୍ତ୍ତା ନଥିଲା , ଯାହାଫଳରେ ଗୀତା ଏସବୁ କଥାକୁ ନେଇକି କିଛି ମାତ୍ରାରେ ଚିନ୍ତାରେ ରହୁଥିଲେ , ତାଙ୍କୁ ଲାଗୁଥିଲା , ଜେଜେମା ହୁଏତ ମତେ ବୁଝେଇ ସୁଝେଇ ବିବାହ ପାଇଁ ମନେଇବା କଥାକୁ ନେଇକି କିଛି ମିଛ କହିଥିବେ , ଏମିତି ହେଇଥିବ ଯେ ବିବାହ ପରେ ମତେ ମୋର ପଢାଠୁ ନେଇକି ମୁଁ ଚାହୁଁଥିବା ମୋର ସମସ୍ତ କାର୍ଯ୍ୟରେ ମତେ ଧୀରେ ଧୀରେ ଅଙ୍କୁସ ଲଗାଇ ଦିଆଯିବ । ଆଉ ସେତେବେଳେ ମୋ ପାଖରେ ଆଉ କିଛି ବି ରାସ୍ତା ନଥିବ। ମତେ ବାଧ୍ୟ ହେଇ ସବୁକିଛିକୁ ନିଜର ଇଚ୍ଛା ନଥାଇ ମଧ୍ୟ ସ୍ବୀକାର କରିବାକୁ ପଡ଼ିବ।

ଏମିତି ଅନେକ କିଛି ଯାହାକି ସେତେବେଳେ ଗୀତାଙ୍କ ମନରେ ଚାଲିଥାଏ । ଯାହାକି ସ୍ଵାଭାବିକ ମଧ୍ୟ ଥାଏ ,କାରଣ ଆଜି କାଲିର ବିବାହରେ , ବିବାହ ପୂର୍ବରୁ ପୁଅ ଝିଅ ଏକାଠି ନିଜର ସମୟ ବିତେଇ ସବୁ ବିଷୟରେ ନିଜର ମତ ପ୍ରଦାନ୍ କରନ୍ତି । ମତ ଯଦି ମିଶେ , ତେବେ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି , ନଚେତ୍ ଅନ୍ୟତ୍ର ବିବାହ ପାଇଁ ଦେଖନ୍ତି। କିନ୍ତୁ ସେଇ 50 ବର୍ଷ ପୂର୍ବର ସମୟରେ ସେମିତି କିଛି ନଥିଲା । ଯାହାକି ଗୀତାର ପ୍ରଶ୍ନକୁ ବଢେଇବା ସହିତ ତାକୁ ଅସ୍ତବ୍ୟସ୍ତ କରିଦେଇଥିଲା । ଏମିତି କଥା ନୁହେଁ କି ସେ ବିବାହକୁ ନେଇକି ଅସନ୍ତୋଷ ଥିଲା । ବରଂ ସେଇ ସମୟରେ ତ ଝିଅମାନେ ସବୁ ଶୀଘ୍ର ବିବାହ କରୁଥିଲେ , ସେଥିପାଇଁ ସେକଥା ତାକୁ କିଛି ଫରକ୍ ପକାଉ ନଥିଲା । ଖାଲି ତାର ଚିନ୍ତା ତା ଭବିଷ୍ୟତ, ତାର ଲକ୍ଷ୍ୟକୁ ପୂରା କରିବାକୁ ନେଇକି ଥିଲା । ପରେ ସେ ସବୁକିଛି ଭଗବାନ୍ ଙ୍କ ଉପରେ ଛାଡ଼ିଦେଇ ବିବାହକୁ ନିଜର ହୃଦୟ ସହିତ ସ୍ବୀକାର କରିଥିଲା ।

ଶେଷରେ ସେଦିନ ଉପସ୍ଥିତ ଥିଲା ,ଯେତେବେଳେ କି ଗୀତା ତାଙ୍କ ସ୍ଵାମୀକୁ ବେଦୀରେ ଦେଖିଥିଲେ ଆଉ ବିବାହ ବନ୍ଧନରେ ଆବଦ୍ଧ ହେଇଥିଲେ , ତା’ପରେ ଦେଖାଯାଏ ଯେ ତାଙ୍କ ଶାଶୁ ଏବଂ ଶଶୁରଙ୍କ ଆଦେଶକୁ ନେଇ ସେ ଚଳୁଥିଲେ ସତ ହେଲେ ସେ ତାଙ୍କ ସ୍ୱାମୀଙ୍କ ସହ ବହୁତ ଯୁଦ୍ଧ କରୁଥିଲେ । ଗୀତାଙ୍କ ସ୍ୱାମୀ ନା କିଛି ବୁଝୁଥିଲେ ନା ଗୀତା ନିଜେ କିଛି ବୁଝୁଥିଲେ । ଦୁହେଁ ଛୋଟ ଛୋଟ ଜିନିଷ ଉପରେ ପିଲାମାନଙ୍କ ପରି ଯୁଦ୍ଧ ଜାରି ରଖିଥିଲେ ।

କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in

Similar oriya story from Abstract