Archana Sahoo

Horror

4.0  

Archana Sahoo

Horror

କାଉଁରୀ କନ୍ୟା ଓ ଆମ ଡିଟେକ୍ଟଟିଭ ଜେଜେ

କାଉଁରୀ କନ୍ୟା ଓ ଆମ ଡିଟେକ୍ଟଟିଭ ଜେଜେ

9 mins
392


ରାତିର ଘନ ଅନ୍ଧାର ଭିତରେ କିଏ ଜଣେ ଖସ ଖସ ହୋଇ ଚାଲିଗଲା । ଘନ କୁହୁଡି ହେତୁ ଭଲ ଭାବରେ କିଛି ଦେଖା ଯାଉନଥାଏ । ତଥାପି ଜେଜେ ତାଙ୍କ ଚଷମାକୁ ସଜାଡି ଦେଇ,  ନିରେଖି ଦେଖିବାକୁ ଚେଷ୍ଟା କରୁଥା'ନ୍ତି । କେହି ନ ଦେଖା ଯିବାରୁ ସେ ଧୀରେ ଧୀରେ ଘରକୁ ଫେରି ଆସିଲେ । 

      ଜେଜେ ଆମର ଛୋଟ ଚାକିରୀ କରିଥିଲେ ହେଲେ ତାଙ୍କୁ ଭଲ ଲାଗିନଥିଲା । ଜୟ ଯବାନ, ଜୟ କିଷାନ। ଉକ୍ତିଟିରେ ବିଶ୍ୱାସ କରି ସେ ଚାକିରୀ ଛାଡି ଦେଲେ । ଚାଷ ବାସ କରି ପରିବାର ଚଳାନ୍ତି ସେ । ହେଲେ ତାଙ୍କର ଏକ ମାତ୍ର ପୁଅ ଚାକିରୀ କରିବା ଦିନ ଠାରୁ ଜେଜେ ଚୁପ୍ ଚାପ୍ ରିଟାଡ୍ ନେଇଛନ୍ତି ଚାଷରୁ । ନାତି ନାତୁଣୀ ସହ ଗପର ଆସର ଜମେଇ ଦିଅନ୍ତି ସେ । ଜେଜେଙ୍କର ଭାରି ସଉକ ସବୁ ରହସ୍ୟରୁ ପରଦା ହଟେଇବା । ଏଥିରେ ଜେଜେମା' ବହୁତ ରାଗନ୍ତି । କହନ୍ତି,  କିଛି କାମ ତ ନାହିଁ। ଖାଲି କାହାର କ'ଣ କଳି କଜିଆ ହେଲେ କି କାହାର କିଛି ଚୋରି ଚାରି ହେଲେ ତାକୁ କଳେବଳେ କୌଶଳେ କେମିତି ଧରିବେ । ମଲା ଯା..... କ'ଣ ଗୋଟେ ଢଗ କାହନ୍ତିନି କି, ହଁ ହଁ ମନେ ପଡ଼ିଲା । 

     ଘରୁ ଖାଇ, ଘୋଡା ଆଗରେ ନାଚିବା ।

ନିଜ ଘର କଥା ବୁଝ, ଆଉ କାହା ଘର କଥାରେ ମୁଣ୍ଡ ପୁରାଉଛ କାହିଁକି ବା.......

    ଜେଜେ ହସି ଦେଇ କୁହନ୍ତି ଆଲୋ ମୋ ରସବତୀ ଆଉ ମୋ କନକଲତା କାହିଁକି ସେମିତି ଗଜର ଗଜର ହଉଛ। ତମେ ଯାଅ ମୋ ପାଇଁ କିଛି ପାନ ନେଇ ଆସିବ । ଜେଜେ ମା' ମୁହଁଟାକୁ ମୋଡି ଦେଇ କୁହନ୍ତି । ଭାରି ପାନ ଖାଇଲା ବେଲା । ମୁଁ ଆଣି ପାରିବି ନାହିଁ । 

    ନାତି ଟୋକାଟା ଫେଁ କିନା ହସିଦେଇ କୁହେ,  ବୁଝିଲ ଜେଜେ ତମକୁ ଆଚ୍ଛା ସ୍ତ୍ରୀଟାଏ ମିଳିଛି ଏକା। ଜେଜେ ମା' ଚିହିଁକି ଆସନ୍ତି ନାତି ଟୋକା ଉପରକୁ । ହଇରେ ତତେ ତ ଖାଲି ମୁଁ ଦେଖା ଯାଉଛି ନା । ଜେଜେ ନାତି ଦୁହେଁ ହସି ଉଠନ୍ତି ଜେଜିକୁ ଦେଖି। ହାଃ.... ହାଃ...... ହାଃ .....

    ଜେଜେ ଗୋଟେ ଗପ କୁହ ନା । ଜେଜେ ଗପ ଆରମ୍ଭ କଲେ । ଅଗନା ଅଗନି ବନସ୍ତ । ସେଠି ଅଛି ପରୀ ରାଇଜ । ନାତି ଟୋକା ବୁଝିଲୁ । ସେଇଠୁ ମୁଁ ତୋ ପାଇଁ କନିଆଁ ଆଣିବି । ଓହୋ ଜେଜେ ସବୁଦିନ ଖାଲି ପରୀ ଗପ କହୁଛ । ଆଜି କିଛି ନୂଆ ଗପ କୁହନା । ସେପଟୁ ପାଟି ଶୁଣା ଗଲା ମିକୁ.... ମିକୁ ଆ ପଢ଼ିବୁ । ତୋ ପଢା ପଢି ସରିଲା ପରେ,  ତୁ ଯାଇ ଜେଜେଙ୍କ ପାଖରେ ଗପ ଶୁଣିବୁ । ଜେଜେ କହିଲେ ଯା' ମିକୁ ମୁଁ ତତେ କାଲି ଗପ କହିବି । 

    ହଁ କହି ଚାଲି ଗଲା ମିକୁ ପଢିବାକୁ । ମିକୁର ଭାରି ଇଚ୍ଛା ସେ ନୂଆ ଗପ ଶୁଣିବ । ହେଲେ ପଢୁପଢୁ କେବେ ତାକୁ ନିଦ ହେଇ ଯାଇଛି ତାକୁ ଜଣା ନାହିଁ । ସେ ରାତିରେ ଶୋଇଛି ତାକୁ ହଠାତ୍ କାହା ପାଟି ଶୁଣାଗଲା । ସେ ଉଠିପଡ଼ି ଦେଖେ ତ ଘରର ସବୁ ସଦସ୍ୟ ପାଟି କରୁଛନ୍ତି । ଖାଲି ଶୁଣା ଯାଉଛି ଭୂତ ଭୂତ ଆଉ ଭୂତ । 

   ମିକୁ ଭାବୁ ଥିଲା ଏଇ ମହାରୁଦ୍ର ପ୍ରତାପ ଦେବ ସେନାପତି ମାନେ ମୋ ଜେଜେଙ୍କ ଘରେ ପୁଣି ଭୂତ ! ଏ କଥା ତ ସମ୍ଭବ ନୁହେଁ । ମିକୁ ବାହାରକୁ ଯାଇ ଦେଖେ ତ ସମସ୍ତେ ଗୋଟା ପଣେ ଥରୁଛନ୍ତି । ସମସ୍ତଙ୍କ ମଥାରେ ଝାଳ । ମିକୁ ଧୀରେ ଧୀରେ ତା ଜେଜେକୁ ପଚାରିଲା । କିହୋ ଜେଜେ ତମେ ଥାଉ ଥାଉ ଆମ ଛାତ ଉପରକୁ ଆଉ ବାରିଆଡକୁ ଭୂତ କେମିତି ଆସିଲା ? ଜେଜେ କିଛି ନକହି ଚୁପ କିନା ସୋଫା ଉପରେ ବସିଥିଲେ । ଆଉ ଭାବୁ ଥିଲେ ଏ ଭୂତର ରହସ୍ୟଟା କ'ଣ ? 

      ସକାଳ ହେଉ ହେଉ ଆରମ୍ଭ ହେଇ ଯାଇଥିଲା ହୋମ ଯଜ୍ଞ । ଜେଜେ ମାଆ କହୁଥିଲେ । ଭଲ କରି ମନ୍ତ୍ର ପଢ ପୁରୋହିତେ । ଯେମିତି ସେ ଭୂତୁଣୀ ଆଉ ଆମ ଘରର ମାଟି ମାଡି ପାରିବ ନାହିଁ । 

    ସଞ୍ଜ ହେଲା ସମସ୍ତେ ଶାନ୍ତିରେ ବସିଥିଲେ । କହୁଥିଲେ ଯାହା ହେଉ ଆମ ଘରୁ ଭୂତ ସବୁଦିନ ପାଇଁ ବିଦା ହେଇ ଯାଇଛି। ହୋମର ନିଆଁରେ ସେ ଜଳି ଯାଇ ଥିବ ଏକା ବେଳେକେ । ବିନତି(ମିକୁର ମାଆ) କହୁଥିଲା ହଁ ଲୋ ମାଆ ସେ ଭୂତୁଣୀଟା ସତରେ ଖୁବ ସୁନ୍ଦର । ତା ଦେହରେ ଯୋଉ ଧଳା ଲୁଗାଟି  ପିନ୍ଧିଥିଲା ତାକୁ ଭାରି ମାନୁଥିଲା । ଆଉ ତା'ର ଯୋଉ ଲମ୍ବା ଘନ କେଶ ଛାଡି ଥିଲା ନା ....। ଓ ସତରେ ଭାରି ସୁନ୍ଦର ଦେଖା ଯାଉଥିଲା । ହଠାତ୍ ଜେଜି କହିଲେ ଆଲୋ ବିନତି ତୁ ସେ ଭୂତର ଚୁଟିକୁ ଦେଖୁଥିଲୁ କି । ବିନତି କହିଲା, ହଁ ମାଆ ମୁଁ ପରା ତା'ର ଲମ୍ବା ଖୋଲା କେଶକୁ ଦେଖୁଥିଲି । ଜେଜି କହିଲେ, ତତେ ମରଣ ହେଉନି ଲୋ ବିନତି । ସମସ୍ତେ ଏକା ସ୍ୱରରେ ହସି ଉଠିଲେ । 

       ଖାଇ ପିଇ ସମସ୍ତେ ଆରାମରେ ଶୋଇ ପଡିଲେ । ପୁଣି ଥରେ ବିକାଶ (ମିକୁର ବାପା ) ଭୂତକୁ ଦେଖି,  ପାଟି କରି ଉଠିଲେ । ସମସ୍ତେ ପୁଣି ଚିନ୍ତାରେ ପଡିଲେ । ଜେଜେ ଦୃଢ଼ କଣ୍ଠରେ କହିଲେ, "ସମସ୍ତେ ଯାଅ ନିଜ ନିଜ କକ୍ଷକୁ । ମୁଁ ସେ ଭୂତକୁ ଜଗିଛି । " ଜେଜି କହଲେ ଯାଅ ତମେ ବି ଶୋଇ ପଡ । ଭାରି ଆସିଲେ କାଢୁଆ ଲୋକଟା । ପୁରୋହିତେ ପାରିଲେନି ଭୂତକୁ । ଏ ଆସିଲେ ଭୂତ ଧରିବାକୁ । 

     ଜେଜେ ଖାଲି ଭାବିଲେ ସେଇ ଭୂତ କଥା । ତା'ପର ଦିନର ଘଟଣା । ରାତି ୧୨ ଟାରେ ଜେଜେ ବାହାରିଲେ କାଉଁରୀ କନ୍ୟାକୁ ଧରିବାକୁ । କଳା କୋର୍ଟ ସାଙ୍ଗକୁ ଡିଟେକ୍ଟଟିଭ ଜେଜେର ସବୁ ଆଭୂଷଣ ପିନ୍ଧି, ଗୋଡ ଚିପି ଚିପି ଜେଜେ ଘର ବାହାରକୁ ଚାଲି ଗଲେ । ଆଉ ବାହାର ବଗିଚାରେ ଜଗି ରହିଲେ ଭୂତକୁ । ରାତି ବଢି ଚାଲିଲା । ଜେଜେଙ୍କ ଆଖି ବୁଜି ହେଇ ଯାଉଥାଏ, ତଥାପି ସେ ଜଗି ବସିଥାଆନ୍ତି ଭୂତୁଣୀକୁ । ଆଜି କାଉଁରୀ କନ୍ୟା ସହ ମୋର କଥା ବାର୍ତ୍ତା । ଏହା କହି ଜେଜେ ଟିକେ ଢୁଳେଇ ପଡିଛନ୍ତି । ସେପଟୁ କିଏ ମାଡ଼ି ଆସିଲା ଭଳି ଲାଗିଲା। ଜେଜେ ସେ ଭୂତୁଣୀକୁ ଦେଖି ଡରିଗଲେ । ଆରେ ଏ କ'ଣ ? ସେ ଭୂତ ଯେ ଜେଜେ ଆଡକୁ ମାଡି ମାଡି ଯାଉଛି । ଜେଜେ ଡରି ମରି, ଝାଳ ନାଳରେ ଆଣ୍ଠିଏ। ଆଖି ବୁଜି ପକେଇଲେ ଜେଜେ। ତଥାପି ଜେଜେ ବସି ଥାଆନ୍ତି ନିରବରେ । ଭୂତୁଣୀଟି ବଗିଚାଟି ଟପି ଯାଇ ବାରିପଟ ଆକାଶିଆ ବଣ ଆଡେ ଯିବାକୁ ଲାଗିଲା।ଜେଜେ ଭୁତୁଣୀର ପଛ ପଟକୁ ଖାଲି ଦେଖି ପାରୁଥାନ୍ତି । ଜେଜେ କ'ଣ କରିବେ ?କ'ଣ ନ କରିବେ ? କିଛି ନବୁଝି ପାରି ସେଇ ଭୂତୁଣୀ ପଛରେ ଯିବାକୁ ଲାଗିଲେ । ମଝିରେ ମଝିରେ କୁକୁର ଗୁଡା ଭୁକି ହେଉଥାନ୍ତି । ବାଦୁଡି ମୁହଁରେ ପିଟି ହେଇ ଦୂରକୁ ଉଡିଯାଉଥାନ୍ତି । ଜେଜେ କିନ୍ତୁ ଚାଲିଥାନ୍ତି । ରାତିର ଶୂନ୍ ଶାନ୍ ପ୍ରହରରେ ଜେଜେ ନିଜ ଜୀବନକୁ ପାଣି ଛଡେଇ ଚାଲି ଥାଆନ୍ତି ଭୂତୁଣୀ ପଛରେ । ଭୂତୁଣୀ ଯୋଉଠି ରହିଲା ସେଠିଥିଲା ଏକାନ୍ତ ନିଶୂନ ଜାଗା । ସମସ୍ତ ପ୍ରକାରର ଭୟାନକ ସାମଗ୍ରୀ ସେଠାରେ ଉପସ୍ଥିତ ଥିଲେ ।ପେଚାଟା କ'ଣ କେଜାଣି ବୁଝିବା ଭଳି, ଜେଜେ ଆଡେ ଖାଲି ଚାହିଁ ରହିଥିଲା। ଝିପି ଝିପି ବର୍ଷା ସାଙ୍ଗକୁ ସୁଲୁ ସୁଲିଆ ପବନଟା ମନକୁ ଦୋହଲେଇ ଦଉଥିଲା ଯେପରି । 

     ଭୂତୁଣୀଟି  କ'ଣ କରୁଥିଲା କିଛି ଦେଖା ଯାଉ ନାହିଁ । ଘନ କୁହୁଡି ଯୋଗୁଁ ଜେଜେଙ୍କୁ  ବେଶି କିଛି ଦେଖା ଯାଉ ନଥାଏ। ଖାଲି ଏତିକି ଜାଣୁଥାଆନ୍ତି, ଯେ ଭୂତୁଣୀଟି  କାହା ସହ କଥା ହେଉଛି । ଜେଜେ ବହୁତ ସାହାସ କରି ଆଉ ଟିକେ ପାଖକୁ ଯିବାକୁ ଚେଷ୍ଟା କଲେ । ଆଉ ଯାହା ଦେଖିଲେ ସେଥିରେ ତାଙ୍କର ହୋସ୍ ଉଡ଼ିଗଲା । ଭୂତୁଣୀଟି  ଭୂତ ସହିତ ହିଁ କଥା ହେଉଛି। 

    ଜେଜେ ଥିଲେ ଅତି ନିକଟରେ । ତାଙ୍କ ହୃଦୟର ସ୍ପନ୍ଦନ ବଢିବାକୁ ଲାଗିଲା । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ। ଭଗବାନଙ୍କ ଦୟାରୁ ଜେଜେ ସେଠାରେ ଥିବା ଲତା ଆଢୁଆଳରେ ଶୋଇପଡିଲେ । 

       ସକାଳ ହେଲା ପରେ ପକ୍ଷୀମାନଙ୍କ କୋଳାହଳରେ ନିଦ ଭାଙ୍ଗିଲା ଜେଜେଙ୍କର । ସୂର୍ଯ୍ୟ ଙ୍କର ସୁନେଲି କିରଣଟା ଏକ ନୂଆ ଆଶା ପରି ଦେଖା ଯାଉଥିଲା ଜେଜେଙ୍କୁ । ଜେଜେ ଚୁପ୍ ଚାପ୍ ହାତରେ ବାଡ଼ି ଖଣ୍ଡେ ଧରି ଚାଲିଲେ ଘରକୁ । 

    ଘରେ ପହଞ୍ଚି ସାରି,  ନିଜର ନିତ୍ୟ କର୍ମ ସାରି ଭଗବାନଙ୍କୁ ପୂଜା କଲେ । ସାରା ପରିବାରକୁ ପ୍ରସାଦ ଦେଲେ । ସମସ୍ତଙ୍କୁ ଜେଜେ କହିଲେ,  ଆମ ଘରେ ଆଉ ଭୂତ ଉତ୍ପାତ ହେବେନି । କାଲି ଗୋଟିଏ ସ୍ୱପ୍ନ ଦେଖିଲି ମୁଁ। 

       ଭଗବାନ୍ ମତେ କହୁଥିଲେ ତୋ ଘରେ କୋଉ ଦିନଠୁ କିଛି ଶୁଭ କାର୍ଯ୍ୟ ହେଇନି । ତେଣୁ ଏପରି ଅଶୁଭ ଘଟଣାକୁ ତମେ ମାନେ ଦେଖିବାକୁ ପାଉଛ। ତେଣୁ ଅତି ଶୀଘ୍ର ଗୋଟେ ଶୁଭ କାର୍ଯ୍ୟର ଆୟୋଜନ କର ତମେ ମାନେ । 

  ଜେଜେ ଏତିକି କହି ଗୋଟିଏ ବଡ ନିଃଶ୍ୱାସଟିଏ ମାରିଲେ । 

 ଜେଜି - ହଁ ଆମ ଘରେ କୋଉ ଦିନ ଠାରୁ ଶୁଭ କାର୍ଯ୍ୟ ହେଇନି । ହେବା ଉଚିତ୍ । ଆମ ମିକି ବଡ ହେଇଗଲାଣି, ତାକୁ ବାହା କରିଦେଲେ ହେବ । 

ସମସ୍ତେ ଏକା ସ୍ୱରରେ ହଁ ହଁ କହିଲେ । 

ବିନତି - କିନ୍ତୁ ବାପା ମୋ ମିକିର ବାହାଘର ହେଇଗଲେ ଆଉ କ'ଣ ସେ କାଉଁରୀ କନ୍ୟା ଆମ ଘରକୁ ଆସିବନି ?,  ତା'ର ଆତ୍ମା କ'ଣ ଶାନ୍ତି ପାଇଯିବ ? କୁହନା ବାପା। 

ଜେଜେ -ହଁ ଲୋ ମୋ ବୋହୂ । ସେ ଭୂତୁଣୀକୁ ଆମେ ସମସ୍ତେ ମିଶି ବାରିଆଡ଼େ ଖାଇବାକୁ ଦେଇଦେବା। ସେ ଶୁଭ କାର୍ଯ୍ୟରେ ଖୁସି ହୋଇ କେତେ ଭଲ ମିଠା ଆଉ ଅଭଡ଼ା ଖାଇ ଚାଲିଯିବ ନିଜ ରାଇଜକୁ । 

    ସମସ୍ତେ ଏକ ଆଶ୍ୱସ୍ତିର ନିଃଶ୍ୱାସ ମାରି ଅଳ୍ପ ହସିବାକୁ ଲାଗିଲେ । ଏହି ସମୟରେ ମିକି ପଢ଼ା ଘର ଭିତରେ ଏମାନଙ୍କ କଥା ଶୁଣୁଥିଲା। ଦିନ ଯାଇ ରାତି ହେଲା ପରେ ମିକି ତା ଜେଜେ ପାଖକୁ ଆସି ବସିଲା । କହିଲା ଜେଜେ ମୁଁ ତମ ଗୋଡ ଧରୁଛି । ତମେ ଏ ବାହାଘରଟା ଭାଙ୍ଗିଦିଅ। ଜେଜେ କିଛି କହିବା ଆଗରୁ । ମିକି ପୁଣି ଆରମ୍ଭ କଲା । କାହିଁକିନା ମୁଁ ଆଉ ଗୋଟେ ପୁଅକୁ.....

ଜେଜେ-  ଭଲପାଉଛୁ, ଏଇଆ ତ ।

ମିକି- ହଁ ଜେଜେ।

ଜେଜେ-ମିକି ତୁ ଆମକୁ କେମିତି ଏତେ ବଡ ଧୋକା ଦେଇ ପରିଲୁ । 

ମିକି- ଆଉ କ'ଣ କରିବି ଜେଜେ ? କିଛି ଉପାୟ ନପାଇ ମୁଁ ଏପରି ଏକ ଅଭିନବ ଉପାୟ ଆପଣେଇଥିଲି । 

ଜେଜେ- ତା ବୋଲି କ'ଣ ଏମିତି ଉପାୟ ?

ମିକି - ହଁ ଜେଜେ, ମୁଁ ଭଲ ପାଉଛି ଜାଣିଲେ ଘର ଲୋକ ବାଡେଇବେ ଜାଣି ମୁଁ ଏପରି ଅଭିନବ କୌଶଳ ଆପଣେଇଥିଲି। ମତେ କ୍ଷମା କରିଦିଅ ଜେଜେ। ଜେଜେ ! ସେ ଦିନ ମୁଁ ଛାତ ଉପରେ ପରୀକ୍ଷା ପାଇଁ ପଢୁଥାଏ । ହଠାତ ବାରିପଟୁ କାହାର ପାଟି ଶୁଣି ଯାଇ ଦେଖେ ତ,  ସେ ଆଉ କେହି ନୁହଁ ବାପାଙ୍କ ସାଙ୍ଗର ପୁଅ ମାନସ୍ ଥିଲେ । ମୁଁ ଯାଇ ତାଙ୍କ ସହ ଅନେକ କଥା ହେଲି । କିନ୍ତୁ ସେଇ ସମୟରେ ବାପା ମାଆ ଛାତ ଉପରେ କଥା ହେଉଥିଲେ । ଆଉ ମତେ ଦେଖିନେଲେ । ମୁଁ ମୋ ଧଳା ଓଢଣୀକୁ ପିନ୍ଧି, କେଶକୁ ଖୋଲି ଦେଇଥିଲି ସେ ଦିନ । ମୋ ମାଆ ଆଉ ବାପା ଡରିକି ପଳେଇ ଥିଲେ ସେଠାରୁ । ବାସ୍ ସେଇଠୁ ମତେ ମିଳି ଗଲା ନୂଆ ବହାନା । ମୁଁ ସବୁଦିନ ଗୋଟେ ଧଳା ଲୁଗା ପିନ୍ଧି ସେଇ ବଣରେ ମାନସ ସହ ଦେଖା କରୁଥିଲି । ହଁ ମୁଁ ସେଇ ଜୀବନ୍ତ କାଉଁରୀ କନ୍ୟା । ଜେଜେ ! ତମେ ଜାଣିଲ କେମିତି ଏସବୁ ବିଷୟରେ ?

ଜେଜେ- ମୁଁ କୋଉଠି ଜାଣିଲି । ତୁ ପରା ସବୁ କହିଲୁ ମତେ ।

ମିକି - କେତେବେଳେ ?

ଜେଜେ- ବର୍ତ୍ତମାନ ।

ମିକି- କୁହ ନା ଜେଜେ, ତମେ ମୋ ବିଷୟରେ କିପରି ଜାଣିଲ ? 

ଜେଜେ- ମିକି ତୁ ଯାହା କରୁଛୁ କ'ଣ ଠିକ୍ କରୁଛୁ ?

ମିକି- ହଁ ଜେଜେ,  ମୁଁ ଠିକ୍ କରୁଛି । ପ୍ରେମ କରିବା କ'ଣ ପାପ ?

ଜେଜେ- ନା

ମିକି- ତାହେଲେ

ଜେଜେ- ପ୍ରେମ କର ମନା ନାହିଁ । ତା ବୋଲି କ'ଣ ତୁ ଭୂତଟାକୁ ପ୍ରେମ କରିବୁ । 

ମିକି- ଜେଜେ ! ମୁଁ ଭୂତୁଣୀ ବେଶ ଧରିଛି । କିନ୍ତୁ ମୁଁ ଭୂତୁଣୀ ନୁହେଁ। 

ଏହା କହି ହସି ହସି ଗଡି ଗଲା ସେ। 

ଜେଜେ - ମିକି ! ତୁ ତୋର ହସ ବନ୍ଦ କର। ତୁ ପ୍ରେମରେ ପୁରା ଅନ୍ଧ ହେଇଗଲୁଣି । ତେଣୁ ଭୂତ କୋଉଟା ମଣିଷ କୋଉଟା ତୁ ଚିହ୍ନି ପାରୁନୁ । 

  ଜେଜେ ଦୁଇ ବର୍ଷ ପୁରୁଣା ଖବର କାଗଜ ବାହାର କଲେ । କହିଲେ ଦେଖେ ମିକି ତୋ ମାନସକୁ । କେମିତି ଗାଡି ଦୁର୍ଘଟଣାରେ ପଡି ମରିଯାଇଛି । ଆଉ ଏଇଟା ବି ଦେଖି ନେ ତା'ର ଅନ୍ତିମ ସଂସ୍କାରର ଫୋଟ । 

   ମିକି କିଛି ନକହି ବାରି ପଟକୁ ଯିବାକୁ ଉଦ୍ୟମ କଲା। ଆଖିରେ ଥାଏ ଅସୁମାରୀ ଲୁହ । ଜେଜେ ମିକିକୁ ରୋକିଲେ କହିଲେ ରହିଯାଆ । ତୁ ମାନସ ପାଖକୁ ଆଉ ଯାଆନା । ସେ ଭୂତଟେ । ତତେ ମାରିଦେଇ ପାରେ । ମିକି କହିଲା,  ମାରିଦେଉ ସେ ମତେ । ମୁଁ କିନ୍ତୁ ତା ବିନା ବଂଚି ପରିବିନି । ଜେଜେ ମିକି ହାତରେ ଗୋଟିଏ ଡେଉଁରିଆ ବାନ୍ଧିଦେଲେ । ଆଉ ତା' ସହ ବି ଗଲେ ବଣକୁ । 

   ଜେଜେକୁ ଏକା ଛାଡି ଦେଇ ମିକି ଆଗକୁ ଆଗକୁ ମାଡି ଚାଲିଲା । ସେତେବେଳକୁ ରାତି ୩ଟା ହେଲାଣି । ହଟାତ୍ ମିକିର ପାଦ ଥମିଗଲା । ସେ ଦେଖିଲା ମାନସର ରୂପକୁ । ମାନସ ଗୋଟିଏ ପଥର ଉପରେ ବସି ରହିଛି । ତା' ଦେହ ସାରା ଖାଲି ଖଣ୍ଡିଆ ଖାବରା। ସାର୍ଟଟି  ରକ୍ତରେ ଭିଜି ଯାଇଛି। ଜହ୍ନ ଆଲୋକରେ ମାନସର ମୁହଁଟା ଅଳ୍ପ ଦେଖା ଯାଉଥିଲା। ମିକି ଆଶ୍ଚର୍ଯ୍ୟ ହେଇଗଲା ମାନସକୁ ଦେଖି । ଆରେ ଏ କ'ଣ ମାନସ ତ ଏପରି ଦେଖା ଯାଉନଥିଲା । ଆଜି ସେ ଏମିତି ଦେଖା ଯାଉଛି କିପରି ? ମାନସର ମୁହଁକୁ ଚାହିଁ ପାରୁନଥିଲା ମିକି। ମୁହଁରୁ ରକ୍ତ ବାହାରୁଥିଲା ସେମିତି । ହାତ ଗୋଡରୁ ଅଧା ମାଂସ ଛିଣ୍ଡି ଯାଇ ଓହଳି ରହିଥିଲା । ଆଖି ଦୁଇଟିରୁ ଗୋଟିଏ ଆଖି ବାହାରି ଯାଇ ଲଟକି ରହିଥିଲା ଗାଲ ମଝିରେ । ମାନସର ଏପରି ରୂପ ଦେଖି ଡରିଗଲା ମିକି । କିନ୍ତୁ ସେ ମାନସର ଅତି ନିକଟରେ ହେଇଯାଇଥିଲା । ମାନସ ବି ଦେଖିନେଲା ମିକିକୁ । ସେଇ ରକ୍ତାକ୍ତ ହାତ ମେଲେଇ ମାନସ କହିଲା ଆସ ମିକି ମୋ ପାଖକୁ ଆସ । ମତେ ଟିକେ ଆପଣେଇ ନିଅ । ମୁଁ ଯେ ତମକୁ ଖୁବ ଭଲ ପାଏ । ଏହା କହି ମାନସ ବିକଟାଳ ଭାବରେ ହସିବାକୁ ଲାଗିଲା। ଓ.... ହ ଖୁବ ବିକଟାଳ ଥିଲା ସେ ହସ । ଖୁବ କଦର୍ଯ୍ୟ ଥିଲା ତାର ଦାନ୍ତ ସମୂହ । ସତେ ଯେପରି ସେ ରାତିର ରାଜା । ସେମିତି ଦେଖା ଯାଉଥିଲା ସେ । ମାନସ ବାହୁ ବିସ୍ତାରି ମିକିକୁ ବାର ବାର ତା ପାଖକୁ ଡାକୁଥିଲା। କିନ୍ତୁ ମିକି ଯାଇନଥିଲା ମାନସ ପାଖକୁ । ସେ ପଥର ପରି ଛିଡା ହେଇଥିଲା । ତା'ର ମିଛି ମିଛି କା ଭୁତୁଣୀ କେଶ ଆଉ ଧଳା ଓଢଣୀ ପବନରେ ଉଡ଼ି ତାକୁ ଉପହାସ କରୁଥିଲା ବୋଧହୁଏ । ମାନସ ଧୀରେ ଧୀରେ ମାଡି ଆସିଲା ମିକି ପାଖକୁ । ମିକି ପଛକୁ ପଛକୁ ଯିବାକୁ ଲାଗୁଥାଏ । ଏତିକି ବେଳେ ଜେଜେ ଆସି ମାନସକୁ ବନ୍ଦୀ କରିଦେଲେ । ଆଉ କିଛି ମନ୍ତ୍ର ଦ୍ୱାରା କାଳୀ ମାଆଙ୍କ ପାଖରେ ଆତ୍ମାଟିକୁ ସମର୍ପିତ କରିଦେଲେ ସେ । ମିକିକୁ ନେଇ ଘରକୁ ଆସିଲେ ଜେଜେ। ମିକି ଗୋଟା ପଣେ ଥରୁଥାଏ। 

    ଜେଜେ କହିଲେ ମିକି ତୋର ଏଇ କାଉଁରୀ କନ୍ୟାର ଭୂମିକା ସରିଗଲା । ଏବେ ତୁ ନୂଆ ଜୀବନ ବଞ୍ଚିବାକୁ ଚେଷ୍ଟା କର । ହଁ ଏଇ କଥା ଯେମିତି କାନକୁ ଦି କାନ ନହୁଏ। ବୁଝିଲୁ ଲୋ ମିକି । ସେତେବେଳକୁ ସକାଳ ପ୍ରାୟ ହେବା ଉପରେ । ମିକି ଚୁପ୍ କିନା ଯାଇ ଶୋଇ ପଡିଥିଲା ଖଟ ଉପରେ । ତା' ମାଆ ବିନତି ଝିଅକୁ ଦେଖି କହିଲେ, " ଆହା ମୋ ଝିଅଟା ପଢିପଢି ପୁରା ଥକି ଯାଇଛି । ସେ ଶୋଉ ।" ଏହା କହି ଚାଲି ଗଲେ ରୋଷେଇ ଘରକୁ । ସେପଟେ ଜେଜି କୋଉ ଗୋଟେ ଗୁଣିଆକୁ ଡାକି ଘରର ବାସ୍ତୁ ଦୋଷର ନିରାକରଣରେ ଲାଗିପଡିଥିଲେ। 

ଜେଜେ ଏସବୁ ଦେଖି କହୁଥିଲେ ଆଉ ସେ କାଉଁରୀ କନ୍ୟା ଆସିବନି ଆମ ଘରକୁ। ତାକୁ ବା ମୁଁ କାଲି ରାତିରେ ଘଉଡେଇ ଦେଇଛି । ଜେଜି ରାଗିକି କହି ଉଠିଲେ, ଓ ରଖ ମ ତମର ସେଇ ରସିକିଆ କଥା । ଆଇଲେ ଏଠି ଚଟୁ ଚଳେଇବାକୁ। ଘର ବୁଡି ପାଣି ଆଣ୍ଠିଏ ହେଲାଣି । ବାବୁଙ୍କୁ ଜଣା ପଡୁନି। ଖାଲି ତ ମଜା ମଜାରେ ଆଙ୍କ ଦିନ ଗଲା ଆଉ । 

    ଜେଜେ ପାନ ପଗୁଳେଇ ମୁରୁକି ମୁରୁକି ହସୁଥିଲେ। ମିକି ତା' ବାହାଘର ପାଇଁ ଗହଣା ବାଛୁଥିଲା ଅତି ଆନନ୍ଦ ମନରେ । ଆଉ ମିକୁ ତା ଜେଜେ ଠାରୁ ମାନସ ଗପ ଶୁଣୁଥିଲା ।



Rate this content
Log in

Similar oriya story from Horror