ଉମା ଶଙ୍କର ମାଝୀ

Inspirational

3  

ଉମା ଶଙ୍କର ମାଝୀ

Inspirational

କାହିଁକି ଏତେ ଈର୍ଷା

କାହିଁକି ଏତେ ଈର୍ଷା

3 mins
522


ମନୁଷ୍ୟ ବେଳେ ବେଳେ ଅନ୍ୟ ପ୍ରତି ଈର୍ଷାଳୁ ହୁଏ ତାହାର କାରଣ ଅନେକ ହୋଇଥାଇ ପାରେ l ମୋ ଜୀବନରେ ବି ବିଦ୍ୟାଳୟ ସମୟରେ ପାଠ ପଢ଼ିଲା ବେଳେ ସାଙ୍ଗ ସାଥୀଙ୍କ ସଫଳତା ନେଇ ଈର୍ଷା ହେଉଥିଲା l କିନ୍ତୁ ଦିନେ ଆମ ସ୍କୁଲର ଶିକ୍ଷକ ସୁନ୍ଦର ଗପଟେ କହି ଆମ ସମସ୍ତ ଛାତ୍ର ଛାତ୍ରୀ ମଧ୍ୟେ ଭଲ ପାଠ ପଢ଼ିବା ଓ ଅନ୍ୟ ମାନଙ୍କୁ ସହଯୋଗର ହାତ ବଢ଼େଇବାକୁ ପ୍ରେରଣା ସାଜି ଥିଲେ l


ବହୁଦିନ ତଳେ ଶୁଣିଥିବା ଗପକୁ ନିଜ ଭାଷା ଦେଇ ବର୍ଣ୍ଣିବା ପାଇଁ ଚେଷ୍ଟା କରୁଛି ଆଶା ଭଲ ଲାଗିବ l


ଗୋଟିଏ ବିଦ୍ୟାଳୟରେ ତିନି ଜଣ ଛାତ୍ର ଛାତ୍ରୀ ସବୁ ବେଳେ ପରୀକ୍ଷାରେ ତାଙ୍କ ଶ୍ରେଣୀରେ କ୍ରମାନୁସାରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ହୁଅନ୍ତି l


ପ୍ରଥମ ହେଉଥିବା ପିଲାର ନାମ ରାମ ,ଦ୍ଵିତୀୟ ହେଉଥିବା ଝିଅର ନାମ ସୁନିତା ଓ ତୃତୀୟ ହେଉଥିବା ପିଲାର ନାମ ଗୋବିନ୍ଦ l ତାଙ୍କ ଶ୍ରେଣୀ ଶିକ୍ଷକ ସର୍ବଦା ଏ ତିନିଙ୍କର ପ୍ରଶଂସା କରନ୍ତି l ଅନ୍ୟ ପିଲା ମାନଙ୍କୁ ବି ସେମିତି ଭଲ ପଢିବା ପାଇଁ ଉତ୍ସାହିତ କରନ୍ତି l କିନ୍ତୁ କେଜାଣି କାହିଁକି ଶିକ୍ଷକ ରାମକୁ ଟିକିଏ ଅଧିକ ଭଲପାନ୍ତି l 



ଦିନେ ଏ ସମ୍ପର୍କରେ ସୁନିତା ଓ ଗୋବିନ୍ଦ କହିଲେ ସାର ! କାହିଁକି ଆପଣ ଆମ ମାନଙ୍କ ଠାରୁ ରାମ ବେଶୀ ଭଲପାନ୍ତି ,ଆମେ ବି ତ ଭଲ ପଢ଼ୁଛୁ କଣ ରାମ ଶ୍ରେଣୀରେ ପ୍ରଥମ ହେଉଛିେଠି ପାଇଁ ?



ଶିକ୍ଷକ ହସିଲେ କହିଲେ ପିଲା ମାନେ ତୁମେ ଭାବୁଛ ମୁଁ ରାମକୁ ତୁମ ଠାରୁ ବେଶୀ ଭଲ ପାଉଛି ନା ?

ନା ରେ ପିଲାମାନେ ତୁମେ ମାନେ ସମସ୍ତେ ମୋ ପାଇଁ ସମାନ କିନ୍ତୁ ରାମର ଗୋଟିଏ ଭଲ ଗୁଣ ଅଛି ତାହା ମୋତେ ଭଲ ଲଗେ ,କିନ୍ତୁ ସମସ୍ତଙ୍କୁ ସମାନ ଭାବେ ଦେଖେ ଭଲ ପାଏ l 

 ପିଲାମାନେ କହିଲେ ସାର ! କେଉଁ ଭଲ ଗୁଣ ଅଛି କୁହନ୍ତୁ ଆମେ ବି ସେପରି ହେବୁ l 


ଶିକ୍ଷକ କହିଲେ ଠିକ ଅଛି ଏହାର ଉତ୍ତର କାଲି କହିବି ଆମେ ଆସନ୍ତାକାଲି ଆମେ ପାଖ ସ୍କୁଲକୁ ବିଜ୍ଞାନ ମେଳା ଦେଖିବାକୁ ଯିବା l ପିଲାମାନେ ଖୁସିହେଲେ l 


ପରଦିନ ସ୍କୁଲର ସବୁ ପିଲାମିଶି ଶିକ୍ଷକଙ୍କ ସହ ବିଜ୍ଞାନ ମେଳା ଦେଖିବାକୁ ଗଲେ l ସମସ୍ତେ ଖୁସିରେ ବୁଲି ବିଭିନ୍ନ ପ୍ରକଳ୍ପ ଗୁଡିକ ଦେଖିଲେ l 


ବୁଲି ବୁଲି ସେମାନେ ଯାଇ ପହଞ୍ଚିଲେ ଗୋଟିଏ ସ୍ଥାନରେ ଯେଉଁଠି ଜଣେ ବ୍ୟକ୍ତି ଅତି ସୁନ୍ଦର ଭାବରେ ପେନସିଲ ରେ ଚିତ୍ର ଅଙ୍କନ କରୁଛି ,ଏହା ପରେ ସେ ଚିତ୍ରରେ ରଙ୍ଗ ଦେଲା ଚିତ୍ରଟି ଅତି ସୁନ୍ଦର ଦେଖାଦେଲା l 

ଏହାପରେ ଶିକ୍ଷକ ଗୋବିନ୍ଦକୁ ପଚାରିଲେ :- ଗୋବିନ୍ଦ ତୁ ଏ ଚିତ୍ରକରରୁ କଣ ଶିଖିଲୁ ?


ଗୋବିନ୍ଦ କହିଲା :- ସାର,ମୁଁ ଦେଖିଲି ଲୋକଟି ଅତି ପରିଶ୍ରମ କରି ଚିତ୍ର କରୁଛି ,ତେଣୁ ମୁଁ ଶିଖିଲି ଏମିତି ଯଦି କଠିନ ପରିଶ୍ରମ କରିବା ତେବେ କିଏ ସଫଳ ହୁଅନ୍ତୁ କି ନ ହୁଅନ୍ତୁ ଆମ କିଛି ଯାଏଆସେ ନାହିଁ କିନ୍ତୁ ମୁଁ କିନ୍ତୁ ସଫଳ ହେବି l"

ଏହା ପରେ ଶିକ୍ଷକ ପଚାରିଲେ :- ଝିଅ ସୀତା ,ତୁ କଣ ଏ ଚିତ୍ରକାର ଠୁ ଶିଖିଲୁ ?

ସୀତା କହିଲା :- ସାର,ମୁଁ ଦେଖୁଥିଲି ସେ ଲୋକଟି ଚିତ୍ର କରିବା ବେଳେ ଏମିତି ମଗ୍ନ ଯେ ସେ ଆଖପାଖରେ କଣ ହେଉଛି ତାହା ବି ଜାଣିପାରୁନି ! ରାସ୍ତା ଆଡେ ଲୋକମାନେ ବାଜାବଜେଇ ଯାଉଥିଲେ ସେ ଆଡେ ଟିକେ ଧ୍ୟାନ ନାହିଁ ,ଆମେ ଏ ଲୋକ ପରି କୌଣସି କାମକୁ ଖାଲି ପରିଶ୍ରମ ନୁହେଁ ମନ ଧ୍ୟାନ ଲଗେଇ ପରିଶ୍ରମ କଲେ ଯେଉଁ କାମରେ ବି ସଫଳ ହେବା l


ଏହା ପରେ ଶିକ୍ଷକ ରାମକୁ ଡାକିଲେ ଓ ତାଙ୍କୁ କଣ ଶିଖିବାକୁ ମିଳିଲା ପଚାରିଲେ l 

ସବୁପିଲା ରାମକୁ ଦେଖୁଛନ୍ତି ରାମ କଣ କହିବ ?


ରାମ କହିଲା :- ଆଜ୍ଞା,ମୁଁ ଦେଖିଲି ଲୋକଟି ଚିତ୍ର କରିବା ପୂର୍ବରୁ ପେନସିଲରେ ଚିହ୍ନ ଦେଇ ଅଙ୍କନ କରୁଛି ,ଏହାପରେ ସେ ଖରାପ ଅଂଶକୁ ପେନସିଲର ଲିଭେଇ ଦେଉଛି ଓ ଶେଷରେ ରଙ୍ଗ ଦେଉଛି ଫଳରେ ଚିତ୍ରଟି ସୁନ୍ଦର ହୋଇପାରୁଛି l

 

ମୁଁ ଏଥିରୁ ଶିଖିଲି ଆମେ ଏ ଚିତ୍ରକାର ପରି ଆମ ହୃଦୟ ବା ମନରୁ ଖରାପ ଗୁଣ ଗୁଡିକୁ ଲିଭେଇଦେବା ତେବେ ସତରେ ଆମେ ବି ବହୁତ ଭଲ ହୋଇପାରିବା ଏହା ସହ ଭୁଲ ର ମାତ୍ରା କମିଯିବ l

ଏହା ସହ ସେ ଯେମିତି ପେନସିଲ,ସୀସାଲିଭା,ରଙ୍ଗ,କାଗଜ ଓ ନିଜ ପରିଶ୍ରମ ଯୋଗୁ ସୁନ୍ଦର କରିପାରୁଛି ଠିକ ଆମେ କେବଳ ନିଜ କଥା ନ ଭାବି ସାହାଯ୍ୟ ସହଯୋଗରେ ଯେ କୌଣସି କାମରେ ହାତ ଦେବା ନିଶ୍ଚୟ ସଫଳ ଦେବା l


ଶିକ୍ଷକ କହିଲେ ବୁଝିଲ ତ ପିଲେ ରାମର କେଉଁ ଗୁଣ ମତେ ଭଲ ଲାଗେ l 


ଏହା ଶୁଣି ଗୋବିନ୍ଦ ,ସୁନିତା ଓ ଅନ୍ୟ ପିଲାମାନେ ମୁଣ୍ଡପୋତି ଠିଆ ହୋଇଥିଲେ l 


ସେଠୁ ଶିକ୍ଷକ କହିଲେ :- କୁହ ଆମେ ବି ଭଲ ପିଲା ହେବୁ l

ସମସ୍ତେ ଗୋଟିଏ ସ୍ୱରରେ କହିଲେ :- ସାର,ଆମେ ବି ଭଲ ପିଲା ହେବୁ l




Rate this content
Log in

Similar oriya story from Inspirational