STORYMIRROR

Akshayakumar Dash

Fantasy

3  

Akshayakumar Dash

Fantasy

କାହାଣୀ ଜୀବନର

କାହାଣୀ ଜୀବନର

2 mins
264

ଅଲୋଡ଼ା ତୁକୁଡ଼ା ବାଲିଗରଡା ଟି ଜଳଧାରରେ ଧକା ଖାଇ ପଡିରହିଛି ବାଲୁକା ଶଯ୍ୟାରେ।ତାର ପରିଚୟ ତାକୁ ବି ଅଜଣା।ଜନ୍ମ ମୃତୁ ର ବ୍ୟବଧାନ ଭିତରେ ନିଜର ବୋଲି ମାଟି ଟିକକ ବାଲି ରେ ରୂପାନ୍ତର ବାଲିଗରଡା।କିଏ ପାଦରେ ଅଡେଇଦେଉଛି ତ କିଏ ଗୋଟେଇ ନେଇ ଚନ୍ଦନ ଧୂପ ଦେଇ ପୂଜା କରୁଛି।କେବଳ ଭାବରେ ନୁହେଁ ବିଶ୍ୱାସରେ। ଜାଣିବାକୁ ବାକି ଅଛି ନିଜକୁ, କାହିଁକି କେଉଁଥିପାଇ କେଉଁକାମରେ ଲାଗିବାକୁ ବାକିଅଛି ବିଶ୍ୱକର୍ମ।କଂର। ଅନୁଭବ କରିବା ଅପେକ୍ଷା ଅନୁଭୂତି କୁ ନେଇ ଜୀବନ। କୌଣସି ବ୍ୟକ୍ତି ଶିଶୁ ଅବସ୍ଥାରୁ ଅହଂକାର ଗର୍ବ ଅଭିମାନ ହିଂସା ସ୍ୱାର୍ଥପର ହୋଇ ଜନ୍ମ ନେଇନଥାଏ।ଜନ୍ମ ବେଳୁ ଦିବ୍ୟ ମାନବ ର ଚେତନା ତାଭିତରେ ଥାଏ। ସମସ୍ତଙ୍କୁ ଭଲପାଏ ଶିଶୁଟି। ସରୀସୃପ ଠାରୁ ସିଂହ ସମସ୍ତେ ତାର ମିତ୍ର। କ୍ରମେ ବୟସ ଅତିକ୍ରମ କରିଲା ପରେ ଠକିବା, ମିଛ କହିବା, ଭୟକରିବା, ଲାଜ, ଅଭିମାନ, ଇର୍ଷା କ୍ରୋଧ ଯେତେକ ମଳିଆ ଭିତର ଦେଇ ଜୀବନର ପ୍ରକୃତ ସ୍ଵାଦୁକୁ ହରେଇ ମରୀଚିକା ପଥରେ ଧାଇଁ କେବଳ ଦୁଃଖ ମୁଠାଏ। ଯଦି ନିଦାନ କୁ ଖୋଜିବା ତେବେ ପରିବାର ସମାଜ ପରିବେଶ କେତେକାଂଶରେ ଦାୟୀ। ଏମିତି ବି ପିତାମାତା ଭାଇ ଭଉଣୀ ଓ ସାରା ପରିବାର ର ପରିବେଶ ଶିଶୁ ରୁ ବ୍ୟକ୍ତି ଜୀବନ ଗଠନ ରେ ଦାୟୀ।


ଏମିତି ଏକ ଅବହେଳିତ ନିମ୍ନ ମଧ୍ୟବିତ୍ତ ପରିବାର ରେ ଜନ୍ମ।ଯେଉଁ ପରିବାରରେ ସ୍ୱାର୍ଥ ହାସଲ କରୁଥିବା କେତେକ ଧର୍ମ ଯାଜକ ମାନଙ୍କ ଅହଂକାର ରେ କାଟୁଥିବା ଜୀବନ। ପିତା ଓ ମାତା କେବଳ ଦିନରାତି ଅର୍ଥ ଚିନ୍ତା କାହିଁକିନା ଛଅ ଭାଇ ଓ ଦୁଇଭଉଣୀ କୁଁ ବଞ୍ଚେଇ ଖାଇବା ପିନ୍ଧିବା ଓ ଶିକ୍ଷାଦେବା ପାଇଁ ଅର୍ଥ ପ୍ରତିବନ୍ଧକ।ଏଣୁ ପିତା କଠିନରୁ କଠିନ ତର ପରିଶ୍ରମ କରିବାକୁ ବାଧ୍ୟ ହୁଅନ୍ତି । ମାତାବି ସଂତାନଙ୍କ ପାଇଁ ଜଞ୍ଜାଳ ଭିତରେ ଜୀବନ। ଭାଇମାନେ କ୍ରମେ ଶିକ୍ଷା ଲାଭ କରି ସରକାରୀ ଚାକିରୀ କରିରହିଲା ପରେ ସ୍ୱାର୍ଥ ହାସଲ କରିବା ଗୁଣକୁ ଆହରଣ କରିବା ବଂଶ ରୁ ସଂଗୃହିତ ଯୋଗୁ ପରଷ୍ପର ଭିତରେ ସହଯୋଗର ହାତ ବଢ଼େଇବା ପରିବର୍ତେ ନିଜକୁ ସୁରକ୍ଷା ଦେବାରେ ସୁପ୍ତ ଲାଳସା ଆଉକେତେକ ଭାଇ କଂ ଜୀବନକୁ ପ୍ରଭାଭିତ କରେ।ବିଶେଷ କରି ବଡ ଭାଇ ମାନେ ଅଲକ୍ଷରେ ବିଶ୍ୱାସ ରୁ ଓହରିଆସି ସ୍ୱାର୍ଥ ହାସଲ କରିବାରେ ବ୍ୟସ୍ତ।ପିତାଙ୍କ ସରଳ ବିଶ୍ୱାସର ଫାଇଦା ନେଇ ଜମିବାଡ଼ି ସମସ୍ତ ନିଜ ଅକ୍ତିଆର ରେ ରଖି କେବଳ ଦୋଷ ଦେଇବସିଲେ ପିତାକୁ।ଚଲନା କପଟତା ବଳରେ ଜିତିବାକୁ ଗଲେ। ବଂଶର ଅଭିଜାତ୍ୟ କୁ ଧକାଦେଇ ନିଜକୁ ଶକ୍ତିଶାଳୀ କଲେ।ଏହିପରି କପଟତା ର ଶିକାର ହୋଇ ହାତଗୋଡ଼କୁ ବିଶ୍ଵାସ କରି ସ୍ୱାଭିମାନରେ କାଳ କାଟୁଥିବା ଅଲୋଡ଼ା ମଣିଷ ନିଜେ।ପରିବାରରେ ବଡଭାଇ କଂ ଚକ୍ରାନ୍ତର ଶିକାର ହୋଇ କଠିନ ପରିସ୍ଥିତି ରେ ପରିବାର ସହଯୋଗ ବିନା ହାତଟେକି ବାଟ ଚାଲୁଥିବା ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy