Manoj Behera

Fantasy Inspirational Others

3  

Manoj Behera

Fantasy Inspirational Others

ଜଣେ ବାନର ସେନା ସଂପର୍କରେ...

ଜଣେ ବାନର ସେନା ସଂପର୍କରେ...

1 min
187



ସ୍ୱର୍ଣ୍ଣିମ ଅତୀତ ।

ଭାରତର ସ୍ବାଧୀନତାର 

ସୁବର୍ଣ୍ଣ ସେତୁ ନିର୍ମାଣ କ୍ଷେତ୍ରରେ

ପ୍ରାଣପୂତ ଉଦ୍ୟମ କରି ଯାଇଥିବା

ଅନେକ ବାନରସେନା ମାନଙ୍କ ମଧ୍ୟରୁ ଆଜିର ଏହି ଆଲେଖ୍ୟରେ ମୟୂରଭଞ୍ଜ ମାଟିର ଜଣେ ବାନରସେନା ବିଷୟରେ କଥା କିଞ୍ଚିତ ।

ଆଲୋଚନା ର ପ୍ରସଙ୍ଗ ଏଇଠୁ ଆରମ୍ଭ ମୟୂରଭଞ୍ଜ ଜିଲ୍ଲାର ଶ୍ରୀ ଚିନ୍ତାମଣୀ ବ୍ରହ୍ମ,

ପିତା -ସପନି ବ୍ରହ୍ମ, ଗ୍ରାମ-ନଣକୁଆ, ଭାୟା-ମାଣତ୍ରୀ ,ଜିଲ୍ଲା- ମୟୁରଭଞ୍ଜ ବାସ୍ତବରେ ସ୍ୱାଧୀନତା

ସଂଗ୍ରାମର ଇତିହାସରେ ଜଣେ ବାନରସେନା ହିସାବରେ ଏହି ସଂଗ୍ରାମୀ ପୁରୁଷଙ୍କର ତ୍ୟାଗ ଅବିସ୍ମରଣୀୟ । ବ୍ରିଟିଶ୍ ଉପନିବେଶର ଯନ୍ତ୍ରଣାସିକ୍ତ ଜୀବନ

ଧାରା ଭିତରେ ସ୍ବାଧୀନତାର ମହାମନ୍ତ୍ର ଉଚ୍ଚାରଣ କରି ସ୍ବାଧୀନତାର ବାର୍ତ୍ତା କୁ

ଗାଁ -ଗାଁରେ ବୁଲି ସ୍ଲୋଗାନ୍‌ ଦେଇ ପତାକା

ଧରି ବୁଲୁଥିବା ସମୟରେ ପୁଲିସ ବାହିନୀ ଦ୍ବାରା ତା.୯.୯.୧୯୪୨ରେ ଗିରଫ ହୋଇ ଦୁଇ ମାସ କାରାଦଣ୍ଡ ଭୋଗ କରି ଖଲାସ ହୋଇ ଫେରିବା ପରେ ପୁଣି ପୁଲିସ୍

ବାହିନୀର ପ୍ରତିବାଦ ଓ ବାଧାକୁ ଖାତିର ନକରି ପତାକା ଧରି ଆନ୍ଦୋଳନରେ ଯୋଗ ଦେଲେ । 

ଗାଁ ଗାଁ ବୁଲି ବିଦେଶୀ

ସରକାରଙ୍କ ବିରୁଦ୍ଧରେ ପ୍ରଚାରମାନ କରୁଥିବା ସମୟରେ

ତା. ୨.୬, ୧୯୪୫ ମସିହାରୁ ଗିରଫ ହୋଇ

ତା.୩. ୧୦. ୧୯୪୫ ମସିହା ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିଥିଲେ । 

ଦୁଃଖ-ଦୈନ୍ୟ ସହ ଦେଶମାତୃକାର ସଂଗ୍ରାମ ଆଜିର ପିଢ଼ୀ ପାଇଁ ପ୍ରେରଣା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଏଇ ସଂଗ୍ରାମୀ ପୁରୁଷଙ୍କ ସ୍ବଦେଶ ପ୍ରେମ ବାସ୍ତବିକ ଉଲ୍ଲେଖନୀୟ ଇତିହାସର ଉପେକ୍ଷିତ ଇଲାକା ଭିତରେ

ରହିଯାଇଥିବା ଏହି ସଂଗ୍ରାମୀ ପୁରୁଷ ନିଜେ ଏକ ଇତିହାସ ।


Rate this content
Log in

Similar oriya story from Fantasy