The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kalyani Nanda

Inspirational

3  

Kalyani Nanda

Inspirational

ଜିନୁ ର ସଂସାର

ଜିନୁ ର ସଂସାର

4 mins
331


.... ଜିନୁର ସଂସାର....


ସକାଳଟା ବହୁତ ବେଳରୁ ଆସିଥିଲେ ବି ଜିନୁକୁ ଆଜି ବିଛଣା ଛାଡିବାକୁ ଇଚ୍ଛା ହେଉ ନ ଥାଏ । ଏମିତି ବି ରବିବାର ବା ଅନ୍ଯ ଛୁଟି ଦିନ ଗୁଡିକରେ ସେ ବହୁ ସମୟ ଯାଏ ଗଡପଡ ହୁଏ । କିନ୍ତୁ ଆଜି ତା ମନ, ଶରୀର ସବୁ ଯେମିତି ଅବଶିଷ୍ଟ ଲାଗୁଥାଏ । କିଛି କରିବାକୁ ତାକୁ ଇଚ୍ଛା ହେଉ ନ ଥାଏ । ଆଜି କାହିଁକି ତା ବାବା, ମା ,ସ୍ୱାମୀ ସ୍ୱରୂପ ,ସମସ୍ତଙ୍କ କଥା ମନେ ପଡୁଥାଏ । ତା ବିବାହ ତିନି ବର୍ଷ ହେବାକୁ ଯାଉଛି । ବିବାହର ଦେଢ ବର୍ଷ ବି ହୋଇ ନ ଥାଏ, ସେ ଶାଶୁ ଘର ଛାଡି ତା ବାବା, ମା ପାଖକୁ ଚାଲି ଆସିଥିଲା । 

ବିବାହ ପରେ ଶାଶୁ, ଶ୍ୱଶୁର ଓ ତା ସ୍ୱାମୀକୁ ନେଇ ତା ସଂସାର ଥିଲା । ବିବାହର କିଛି ଦିନ ପରେ ଜିନୁ ତା ମନ ଇଚ୍ଛା ତା ସାଂଗ ସାଥୀ ସହ ମଜା, ମଜଲିସ୍ରେ ମାରିବା, ବଜାର ଯାଇ ମନ ଇଚ୍ଛା ତା ପସନ୍ଦ ମୁତାବକ ଜିନିଷ କିଣିବା ଇତ୍ୟାଦି କାମରେ ପ୍ରାୟ ଘରୁ ବାହାରି ଯାଉଥିଲା । ସ୍ୱାମୀ ତାକୁ ଏ ସବୁ କରିବାକୁ ବାରଣ କରୁ ନ ଥିଲେ କିନ୍ତୁ କିଛିଟା ଘର କାମ କରି ତାଙ୍କ ମାଁ ଙ୍କୁ ସାହାଯ୍ଯ କରିବାକୁ କହିଥିଲେ । ଜିନୁର ଶାଶୁ ପ୍ରାୟତଃ ଘରର ସବୁ କାମ କରୁଥିଲେ । ସେ ବି ଜାଣିଥିଲେ ଯେ, ଜିନୁ ତା ବାପା, ମାଁର ଏକ ମାତ୍ର ସନ୍ତାନ । ଘର, ସଂସାରର ଦାୟିତ୍ୱ କଣ, ସେ ହୁଏତ ଏତେଟା ବୁଝିନି । ଧିରେ ଧିରେ ଶିଖିଯିବ । କିନ୍ତୁ ତା ଶାଶୁ ଘରର ସବୁ ଦାୟିତ୍ୱ ତୁଲାଇବା ଦେଖି ଜିନୁ ତା ବାହା ଆଗରୁ ଯେମିତି ସ୍ୱଛନ୍ଦ ଭାବରେ, ନିଜ ଇଚ୍ଛା ମୁତାବକ କାମ କରିବାକୁ ଲାଗିଲା । ଦିନେ ଶାଶୁଙ୍କୁ ତାର ଖୁବ୍ ଜ୍ବର ହୋଇଥାଏ । ଜିନୁର କିନ୍ତୁ ସିଆଡେ ଟିକେ ବି ନଜର ନ ଥାଏ । ସବୁଦିନ ଦିନ ପରି ସେ ଘରୁ ବାହାରି ଗଲା, ସାଂଗ ମାନଙ୍କ ସହ ମଉଜ, ମଜଲିସ କରି ଫେରୁ ଫେରୁ ତାକୁ ରାତି ଅଧିକ ହେଇଗଲା । ସେଦିନ ତା ସ୍ୱାମୀ ଓ ଶ୍ୱଶୁର ତା ପ୍ରତି ବିରକ୍ତ ହୋଇଥିଲେ । ତାର ଏମିତି ଦାୟିତ୍ୱହୀନ, ବେପରୁଆ ହାବଭାବ ତାଙ୍କର ପସନ୍ଦ ହେଇ ନ ଥିଲା । ଘର, ସଂସାରର ଦାୟିତ୍ୱ ନେବାକୁ ବୁଝାଇ ଥିଲେ । ହେଲେ ଜିନୁ ସେ ସବୁ କିଛି ଶୁଣି ନ ଥିଲା । ବରଂ ତା ସ୍ୱାଧୀନତାରେ ବାଧା ପଡିବାର ଦେଖି ଆଉ ଆଗ ପଛ କିଛି ନ ଭାବି ସକାଳ ହେବା କ୍ଷଣି, କାହା କଥା ନ ଶୁଣି ତା ବାବା, ମାଁ ଙ୍କ ପାଖକୁ ଚାଲି ଯାଇଥିଲା । ତା ବାପା, ମାଁ ଝିଅର ଏଇ ଗୁଣ ଜାଣିଥିଲେ। ଅତିମାତ୍ରାରେ ତାଙ୍କର ସ୍ନେହ, ଆଦର ଝିଅକୁ ଏମିତି ଖାମଖିଆଲି ସ୍ୱଭାବର କରିଛି ସେ କଥା ଜାଣିଥିଲେ କିନ୍ତୁ ଘର ସଂସାର କଲା ପରେ ଝିଅ ତାଙ୍କର ସୁଧୁରି ଯିବ ବୋଲି ଭାବିଥିଲେ । ଝିଅକୁ ଶାଶୁ ଘରୁ ଏମିତି ଚାଲି ଆସିବା ଦେଖି ସେମାନଙ୍କୁ ବି ପସନ୍ଦ ହେଇ ନ ଥିଲା । ବହୁତ ବୁଝାଇବା ପରେ ବି ଜିନୁ ଫେରି ନ ଥିଲା ତା ଶ୍ୱଶୁର ଘରକୁ । ବରଂ ଚାକିରୀ ଟିଏ ଖୋଜି ନିଜ ମନ ମର୍ଜିରେ ଦିନ କାଟୁଥାଏ । ଗୋଟିଏ ବୋଲି ଝିଅର ଏମିତି ଉଜୁଡି ଯାଉଥିବା ସଂସାର ଦେଖି ତା ବାପା, ମାଁ ଙ୍କୁ ଖୁବ୍ ଆଘାତ ଲାଗିଥିଲା । ଜିନୁ ନିଜ ବାପା, ମାଁ ଙ୍କ ପାଖକୁ ଆସିବାର ବର୍ଷେ ଭିତରେ ଦୁଇଜଣ ଡକା ବକି ହୋଇ ଆର ପାରିକୁ ଚାଲି ଯାଇଥିଲେ । ବାପା, ମାଁ ଙ୍କ ଦେହାନ୍ତ ପରେ ଜିନୁ ଏକଦମ ଏକୁଟିଆ ହେଇଗଲା । ଅଫିସରୁ ଫେରିବା ପରେ ତାକୁ ଆଉ ବାହାରକୁ ଯିବା ପାଇଁ ଭଲ ଲାଗୁ ନ ଥାଏ । ସାଂଗ ସାଥୀ ମଧ୍ୟ ନିଜ ନିଜ ଘର ସଂସାରରେ ବ୍ୟସ୍ତ ରହି ତାକୁ ସମୟ ଦେଇ ପାରୁ ନଥିଲେ । ଘର ଭିତରେ ଏକା ଏକା ରହିବା, ନିରବ, ନିଶ୍ଚଳ ଜୀବନ ଟେ ଜୀଇଁବା ଯେ କେତେ କଷ୍ଟ ସେ କଥା ସେ ଏବେ ବୁଝି ପାରୁଥାଏ । ବହୁଦିନ ପରେ ତା ସ୍ୱାମୀ ସ୍ୱରୂପ ଆସିଥିଲେ । ତାକୁ ଘରକୁ ଫେରିଯିବାକୁ କହିଲେ । କଣ ବା କହିଥାନ୍ତା ସେ ? ଚୁପଚାପ ତାଙ୍କ କଥା ଶୁଣୁଥାଏ। ସ୍ୱରୂପ ଶେଷରେ ଗଲାବେଳେ ତାକୁ କହିଲେ, " ଜିନୁ, ଥରେ ଭାବି ଦେଖ । ଏ ଚାରି କାନ୍ଥ ଘେରା ଛାତ ତଳେ ଯାହାକୁ ଘର ଭାବି ରହିଛ, ସତରେ କଣ ସେଇଟା ହିଁ ତୁମ ପାଇଁ ଘର ? ସତରେ କଣ ତୁମେ ଏକା ଏକା ଏଇ ଇଟା, ସିମେଣ୍ଟର ,କିଛିଟା ସୌଖୀନ ଭୌତିକ ସାମାନ୍ଯ ଥିବା ଘର ଭିତରେ ରହି ସୁଖୀ ? ତୁମ ପାଇଁ ମୁଁ ଏତେ ଦିନ ଅପେକ୍ଷା କରି ରହିଥିଲେ, କାଳେ ତୁମେ ତୁମ ଭୁଲ ବୁଝିପାରି ଫେରି ଆସିବ ବୋଲି । କିନ୍ତୁ........? ମାଁ ଆଉ ପାରୁନି ଘର କାମ କରି । ତୁମେ ଯଦି ଆସିବନି ତା ହେଲେ ଶୀଘ୍ର ଜଣାଇବ । ମୁଁ ତୁମକୁ ଡିଭୋର୍ସ୍ ଦେଇ ମୋ ମାଁ, ବାବାଙ୍କ ପାଇଁ ଆଉ ଗୋଟିଏ ବୋହୁ ଆଣିବି । " ସ୍ୱରୂପ ଙ୍କ ଏଇ କଥା ଶୁଣି ଜିନୁ ହତବାକ୍ ହୋଇ ତାଙ୍କୁ ଚାହିଁଥାଏ । ସ୍ୱରୂପ ଆଉ ତା ଆଡେ ନ ଦେଖି ଚାଲିଥାଏ ଯାଇ ଥିଲେ । ତାଙ୍କ ଏଇ ଦିନ ପଦ କଥା ଜିନୁକୁ ବ୍ୟତିବ୍ୟସ୍ତ କରିଛି କାଲି ଠୁ । ରାତି ସାରା ଶୋଇ ପାରିନି । ନିଜକୁ ନିଜେ ପଚାରିଛି, ସେ ଯାହା କରିଛି କଣ ଠିକ କରିଛି । କ୍ଷଣିକ ସୁଖର ଆଶାରେ ସେ ତା ସତ ସତ୍କାର ସୁଖର ନୀକୁ ଉଜାଡି ଦେଇଛି । ବାରମ୍ବାର ତା ମନ ଭିତରେ ଗୋଟିଏ ଉତ୍ତର ଉଙ୍କି ମାଗୁଥାଏ ଯେ ସେ ଯାହା କରିଛି, ଠିକ କରିନି । ସେ ବହୁତ ବଡ ଭୁଲ କରିଛି । ସେ ସତରେ ଭୁଲ କରିଛି । ଦିନ ସାରା ଏଇ କଥା ଭାବି ଭାବି ଶେଷରେ ସେ ଏକ ଦୃଢ ନିଷ୍ପତ୍ତି ନେଇଛି।ସକାଳ ନ ହେଉଣୁ ଶ୍ୱଶୁର ଘରେ ପହଞ୍ଚି କଲିଂ ବେଲ ମାରିଲା ଜିନୁ।ସ୍ୱରୂପ ହିଁ ଦରଜା ଖୋଲିଲେ । ଜିନୁକୁ ଦେଖି ସେ ଆଶ୍ଚର୍ଯ୍ଯ ହେଲେନି କାରଣ ସେ ଜାଣି ଥିଲେ ସେ ଯାହା ତାକୁ କହି ଆସିଥିଲେ, ଜିନୁକୁ ବ୍ୟାକୁଳ ଓ ବ୍ୟତିବ୍ୟସ୍ତ କରିବାକୁ ଯଥେଷ୍ଟ ଥିଲା । " ତା ହେଲେ ଜିନୁ ନିଜ ଘରକୁ ଶେଷରେ ସଂପୂର୍ଣ୍ଣ ଭାବରେ ନିଜ ଘର ଭାବି ଆସିଛ ତ ?" ଜିନୁ ନିଜ ଭିତରେ ସଂକୁଚିତ ହୋଇ ଯାଉଥାଏ । ଶାଶୁ, ଶ୍ୱଶୁର ଆସି ସ୍ୱରୂପ ପାଖରେ ଛିଡା ହୋଇଥାନ୍ତି । ଜିନୁ ଯାଇ ସେମାନଙ୍କୁ ଜୁହାର ହେଲା ଓ ନିଜ ଭୁଲ ସ୍ୱୀକାର କରି କ୍ଷମା ମାଗିଲା । ଶାଶୁ ତା ହାତ ଧରି ଘରକୁ ଡାକିଲେ, " ଆମ ମାଁ, ଇଏ ତୋ ଘର । ତୋ ସଂସାର । ତୁୁ ଯେମିତି ଗଢିବୁ ସେମିତି ହେବ । ଇଟା, ବାଲି, ମାଟି, ସିମେଣ୍ଟରେ ଘରଟିଏ ତିଆରି ସିନା ହୁଏ ହେଲେ ସ୍ନେହ, ମମତା, ଧୈର୍ଯ୍ୟ, ଶ୍ରଦ୍ଧାର ଦ୍ବାରା ଏଇ ଇଟା, ସିମେଣ୍ଟର ଘର ଦେହରେ ଜୀବନ ଆସେ । ଘର, ସଂସାର ମହକି ଉଠେ । ଆଜିଠୁ ଏ ଘରକୁ ସୁନ୍ଦର କରିବା ତୋ ଦାୟିତ୍ୱ । ଇଏ ତ ତୋ ଘରରେ ମାଁ । ସମ୍ଭାଳିବା କାମ ତୋର।" ଜିନୁ ଆଖିରେ ଲୁହ ଟଳମଳ କରୁଥାଏ । ସ୍ୱରୂପ ତା ଆଡେ ଚାହିଁ ମୁଚୁକି ମୁଚୁକି ହସୁଥାନ୍ତି। ସକାଳର ସୂରୁଜ କିରଣ ଜିନୁର ଘର ଅଗଣାରେ ସତେ ଯେମିତି ମୁରୁଜ ବୁଣି ଦେଉ ଥାଏ । 




Rate this content
Log in

More oriya story from Kalyani Nanda

Similar oriya story from Inspirational