STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଜୀଵନ ରଙ୍ଗ

ଜୀଵନ ରଙ୍ଗ

5 mins
3

ପିଲାଦିନର ବୋହୁବୋହୁକା ଖେଳ ବଡ଼ ହେବା ପରେ ପ୍ରେମ ଵନିଯିବ ଏକଥା ନା ପଲ୍ଲବୀ ଜାଣିଥିଲା ନା ପ୍ରଦୀପ. କିନ୍ତୁ ପଲ୍ଲବୀକୁ ଛାଡି ସେ ଆଉ କାହାକୁ ବିବାହ କରିବ ଭାବିପାରୁନଥିଲା ପ୍ରଦୀପ.ଚାକିରୀ କରିଗଲା ପରେ ଅନେକ ବିବାହ ପ୍ରସ୍ତାବ ଆସୁଥିଲା. ବାପା କହୁଥିଲେ ଝିଅଟାକୁ ଥରେ ଦେଖି ଆସିଲେ କଣ ମହାଭାରତ ଅଶୁଦ୍ଧି ହୋଇଯିବ? ତୋରି ଭଳି "ବି ଟେକ "କରିଛି ତ ବାଙ୍ଗାଲୋରରେ ଚାକିରୀ ମିଳିଯିବ. ଦୁଇଜଣ ଚାକିରିଆ ହେଲେ ଆଉ ଆମର କିଛି ଅସୁବିଧା ରହିବ ନାହିଁ. ପ୍ରଦୀପ ଉପରକୁ କିଛି ନକହିଲେ ମଧ୍ୟ ମନେ ମନେ ଖୁବ ବିରକ୍ତ ହୁଏ ବାପାଙ୍କ ଉପରେ. ପଲ୍ଲବୀକୁ ନେଇ ଦେଖିଥିବା ସ୍ବପ୍ନ ସବୁକୁ ପୁରଣ କରିବାରେ ସେ କଣ ଏକା ସମର୍ଥ ନୁହେଁ ଯେ ସେ ଚାକିରିଆ ଝିଅ ଦେଖି ବାହା ହେବ? ବୋଉ କହେ ତାର ତ ମନନାହିଁ ତୁମେ ଏତେ ଜିଦ କାହିଁକି କରୁଛ ମୁଁ ବୁଝି ପାରୁନି ତ ବାପା ସିନା ଚୁପ ରହନ୍ତି କିନ୍ତୁ ସାନଭାଇର ଚାକିରୀ ହୋଇନି, ଏକମାତ୍ର ଭଉଣୀର ବିବାହ ସରିନି ତେଣୁ କହୁଥିଲି କହି ଚୁପ ରହି ଉଦାସ ହୋଇଯାଆନ୍ତି ବାପା. ଏଣିକି ସେଇ ଏକା ଏକା କଥା ଶୁଣିବାକୁ ମିଳିବ ବୋଲି ପ୍ରଦୀପ ଏବେ ଏବେ ଆଉ ଗାଁକୁ ଆସେନା ବେଶୀ. ବୋଉ ସଙ୍ଗେ ପଦେ ଦିପଦ ଫୋନରେ କଥା ହେଲାବେଳକୁ ବାପାଙ୍କ କଥା ଶୁଭୁଥାଏ ତାକୁ ଜଣେଇ ଦିଅ ପ୍ରକାଶର ଚାକିରୀ ହୋଇଯାଇଛି, କେବେ କହନ୍ତି ବିଲରେ ମାଟି ହଣା ହୋଇ ଟ୍ରାକ୍ଟର ପଶିଛି ତ ପୁଣି କେବେ କହୁଥାନ୍ତି ଭଉଣୀ ସୋନିର ବାହାଘର ଠିକ ହୋଇଯାଇଛି, ଆଗୁଆ ଛୁଟି ନେଇ ଘରକୁ ଆସିବାକୁ କହିଦିଅ ପୁଅକୁ ନହେଲେ ମୁଁ ଏକୁଟିଆ ମଣିଷ କୋଉ କୂଳକୁ ହେବି? ପ୍ରଦୀପ ଯେତିକି ଖୁସି ହୁଏ ସେତିକି ଭାରାକ୍ରାନ୍ତ ହୁଏ ମନ. ସୋନିର ବାହାଘର ଠିକ ହୋଇଯାଇଛି ପୁଣି ସରକାରୀ ଚାକିରିଆ ଜୋଇଁ ସେଥିରେ ଦାବୀ ନାହିଁ ତ ଖୁବ ଭଲ କଥା. ଏବେ ପୁଣି ପ୍ରକାଶର ଚାକିରୀ ହେଲାଣି. ବାପା ତାକୁ ସାହାଯ୍ୟ କରିବାକୁ କହିଲେ ହୁଅନ୍ତାନି ନା ସବୁ ଯେମିତି ବଡ଼ପୁଅ ହିସାବରେ ମୁଣ୍ଡକୁ ଠିକା ନେଇଛି ସେ . ପ୍ରକାଶର ପାଠ ପଢ଼ାରେ ତ ତାର ପ୍ରଥମ କେଇମାସର ଦରମା ଯାଇଛି ପୁଣି ବୋଉର ଓଭାରୀ କାଢିବା ପାଇଁ ଅପରେସନରେ ଢେର ପଇସା ତାର ଯାଇଛି. ଏଣିକି ପ୍ରକାଶ ବୁଝୁ. ସେ କାର ଖଣ୍ଡେ କରିବାକୁ ମନସ୍ଥ କରିଛି ଯାହା ପଲ୍ଲବୀକୁ ତା ଜନ୍ମଦିନରେ ସରପ୍ରାଇଜ ଖବର ଦେବ ବୋଲି ଆଉ ହୀରା ହାରଟିଏ କିଣିବାକୁ ଇଛା କରିଛି ପଲ୍ଲବୀକୁ ପ୍ରଥମ ମୁହଁଚାହାଁ ଦେବ ବୋଲି ହେଲେ ବାପା କଣ କିଛି କରେଇ ଦେବେ?

   ଭଉଣୀ ବାହାଘର ଯେତିକି ପାଖେଇ ଆସୁଥିଲା ସେତିକି ଅଥୟ କରୁଥିଲେ ବାପା. ଏଇ କିଛି ଦିନ ହେଲାଣି ପଲ୍ଲବୀଠୁ କିଛି ଉତ୍ତର ନାହିଁ. ତା କଥା ଘରେ କାହାକୁ ପଚାରିବାକୁ ସାହାସ ନାହିଁ ପ୍ରଦୀପର କିନ୍ତୁ ସେଦିନ ସାନଭାଉଣୀ ସୋନି ଯେବେ ଫୋନ କଲା ଭାଇ ତୁ କଣ ମୋ ବାହାଘର ପରେ ଆସିବୁ ନା କଣ ସେତେବେଳେ ବାଧ୍ୟ ହୋଇ ଟିକେଟ କାଟିଲା ଫ୍ଲାଇଟରେ ପ୍ରଦୀପ. ଗାଁରେ ପହଞ୍ଚି ଆଗ ପଲ୍ଲବୀକୁ ଦେଖିବାକୁ ଚାହିଁଥିଲା ସେ ହେଲେ ପଲ୍ଲବୀ ଦିଶୁନଥିଲା କୋଉଠି. ଘରେ ପହଞ୍ଚି ତଟସ୍ଥ ହୋଇଯାଇଥିଲା ପ୍ରଦୀପ.ପଲ୍ଲବୀ ବୋହୁ ସାଜି ଭଉଣୀ ସୋନି ବାହାଘର ପାଇଁ ସବୁ ଯୋଗାଡ଼ ଯନ୍ତ୍ରରେ ଲାଗିପଡ଼ିଥିଲା ବୋଉ ସଙ୍ଗେ. ବାପା ଶୁଣେଇ ଶୁଣେଇ କହିଥିଲେ ଟିକେ ଆଗରୁ ଆସିଥିଲେ ହୋଇନଥାନ୍ତା? ସୋନିର ପଲ୍ଲବୀର ସାଙ୍ଗ ହୋଇ ସେଦିନ ଗହଣା କିଣି ଫେରିଲା ବେଳେ ଡକାୟତମାନଙ୍କ ହାବୁଡ଼ରେ ପଡିଲେ. ସୋନିକୁ ରକ୍ଷା କରିବାକୁ ଯାଇ ଗହଣା ସବୁ ସହିତ ସୋନିକୁ ଆଗୁଆ ଘରକୁ ପଠେଇ ଝିଅଟା ଗଣଧର୍ଷଣର ଶୀକାର ହୋଇ ଜୀଵନ ହାରିଦେବାକୁ ବସିଥିଲା. କେମିତି ସହିଥାଆନ୍ତି ମୁଁ?ସେଦିନ ତୋ ସାନଭାଇ ପ୍ରକାଶ ସହ ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍ସ ଜିନିଷ ପତ୍ର କିଣିବାକୁ ଆମେ ଦୁହେଁ ଖୁବ ଡେରିରେ ଫେରିଲା ବେଳେ ବାଟରେ ପଲ୍ଲବୀକୁ ଭରା ନଈ ସୁଅ ମୁହଁରୁ ଉଦ୍ଧାର କରି ଆଣିଛୁ. ତୁ ରାଜି ହେଲେ ସୋନି ବହାଘର ସହିତ ତୋ ବାହାଘର ସାରିଦେଇଥାନ୍ତି. ପ୍ରକାଶ ତ ସବୁ ଖରଚ କରୁଛି ଓ କରିବ କହିଛି. ତୁ ଯାହା ନିଷ୍ପତ୍ତି ନେବୁ. ସାନଭଉଣୀ ଦଉଡି ଆସି କହୁଥିଲା ମୋ ଟ୍ୟୁସନ ପଇସାରେ ଏ ହୀରାମୁଦି କିଣିଛି ଭାଇ ଭାଉଜଙ୍କୁ ମୁହଁଚାହାଁ ଦେଇ କଥା ହେବୁ ଯା. ତୋ ନିଷ୍ପତ୍ତିକୁ ଆମେ ସମସ୍ତେ ମାନିନେବୁ. ପ୍ରଦୀପ କଣ କହିବ ତା ପାଖରେ ଭାଷା ନଥିଲା. ବାପାଙ୍କୁ ନିଜ ଏଟିଏମ କାର୍ଡ ଦେଇ ଖର୍ଚ୍ଚ କରିବାକୁ କହୁଥିଲା ବେଳେ ବାପା ଓ ସମସ୍ତେ କହୁଥିଲେ ପଇସା ରଖିଥା ଯଦି ପଲ୍ଲବୀ ବୋହୁ ନହେଲା ତାକୁ ନ୍ୟାୟ ଦେବା ପାଇଁ ଏ ପଇସା ଖର୍ଚ୍ଚ କରିବୁ.ବାପା ପୁଣି ଯୋଡି ଦେଉଥିଲେ କଥାରେ ନଥା. ଆରେ ଇଏ ସେଇ ପଲ୍ଲବୀ ଯିଏ ତା ଟିଫିନରୁ ଅଧା ତତେ ନଦେଲେ ଖାଏନି. ତା ବାପାଙ୍କ ଭଙ୍ଗା ପାନରୁ ଅଧା ନଦେଲେ ମତେ ତା ମନ ବୁଝେନି. ବୋଉର ଅପରେସନ ପରଠୁ ଘରର ଯାବତୀୟ କାମ କରେ ବୋହୁ ହୋଇ ନୁହଁ ଝିଅ ହୋଇ. ସୋନିର ଜୀଵନ ଓ ସମ୍ପତ୍ତି ସମ୍ଭାଳି ଆଜି ତାର ଏ ଅବସ୍ଥା. ନିଷ୍ପତ୍ତି ତୋ ହାତରେ. ପ୍ରକାଶ କହୁଥିଲା ଏଥିରେ ତାଙ୍କର ଦୋଷ କଣ ଆଉ ବୋଉ ଘିଅ ଦୀପ, ଦୁବ ବରକୋଳି ପତ୍ର ସହ କୁଲା ଧରି ଆସି ଅଗଣାରେ ଠିଆ ତ ପ୍ରଦୀପ କହୁଥିଲା କିଏ ମନା କରୁଛି ଟିକେ ଫ୍ରେସ ହେବାକୁ ସମୟ ଦିଅ. ଏକା ସଙ୍ଗେ ପ୍ରଦୀପ ଓ ସୋନିର ବିବାହ ହେଇଗଲାବେଳେ ପଦେ ବି କିଛି କହିନଥିବା ପଲ୍ଲବୀକୁ ପ୍ରଦୀପ କହିଥିଲା ଧୂଳିଖେଳକୁ ଭୁଲିଗଲା ପରି ସେହି ଦୁଃସ୍ବପ୍ନ ତୁମକୁ ଭୁଲିଯିବାକୁ ପଡିବ. ପ୍ରକାଶ ଜନ୍ମଦିନରେ ବଡଭାଇ ପ୍ରଦୀପ ଭାଉଜ ପଲ୍ଲବୀ କଥାରେ ପ୍ରକାଶକୁ କାରଟି ଉପହାର ଦେବା ସହ ହୀରାହାରଟିକୁ ସୋନିକୁ ତାର ବିବାହବାର୍ଷିକୀରେ ଉପହାର ଦେଇଥିଲେ ବଡ଼ଭାଇ ପ୍ରଦୀପ ଓ ଭାଉଜ ପଲ୍ଲବୀ .ଜୀବନର ସାତରଙ୍ଗ ମାଖି ସଂସାର କରିବାକୁ ହୁଏ ବୋଲି ପତ୍ନୀ ପଲ୍ଲବୀଠୁ ହିଁ ବୁଝିଥିଲା ପ୍ରଦୀପ.

     ଭାଉଜ ପଲ୍ଲବୀ ଓ ନଣନ୍ଦ ସୋନି ଭିତରେ ସମ୍ପର୍କ ଥିଲା ଦୁଇଭଉଣୀଙ୍କଠୁ ଅଧିକା. ବାପଘର ଗେଲ୍ହା ପାଇ ବିଗିଡି ଯାଇଥିଲା ସୋନି. ପଲ୍ଲବୀ ସବୁ ଜାଣୁଥିଲେ ବି କିଛି କହିପାରେନା ସୋନିକୁ. ଘରକୁ ଆସିଲେ ଆଉ ଶାଶୁ ଘରକୁ ଯିବାକୁ ନାଁ ଧରେନି ସୋନି. ଶାଶୁ ଶାଶୁରଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ସୋନିର ଯେ ଦାଇତ୍ୱ ଓ କିଛି କର୍ତ୍ତବ୍ୟ ରହିଛି ସେକଥା ଭୁଲିଯାଏ ସୋନି. ଏଣେ ପଲ୍ଲବୀର ସାନଯାଆ ଆସିସାରିଥାଏ କିନ୍ତୁ ଦିଅର ପ୍ରକାଶର ବଦଳି ହୋଇଯିବାରୁ ଘରେ ରହୁନଥାଏ. ନିଜର ବାପା ମାଆଙ୍କର ମଧ୍ୟ ସ୍ବର୍ଗବାସ ହୋଇଯାଇଥାଏ. ସେଥର ସୋନି ଯେବେ ଆସିଥାଏ ଭାଉଜକୁ ପଚାରୁଥାଏ ତୁମର କଣ କେବେ ଭାଇ ପାଖରେ ଯାଇ ରହିବାକୁ ଇଛା ହୁଏନି ଭାଉଜ?ତ ପଲ୍ଲବୀ ବୁଝାଇ କହେ ବାପା ମାଆଙ୍କର ବୟସ ହେଲାଣି, ଏ ସମୟରେ ଯଦି ମୁଁ ତାଙ୍କର ସେବା ଯତ୍ନ ନକରେ ତେବେ ଋଣୀ ତ ରହିବି ପୁଣି କର୍ତ୍ତବ୍ୟରେ ଅବହେଳା କଲେ ମଧ୍ୟ ନର୍କ ଦଣ୍ଡ ପାଇବି. ଏକଥା କହି ପରୋକ୍ଷରେ ନଣନ୍ଦ ସୋନିର ମୁଣ୍ଡ ଓ୍ୱାସ କରିବାକୁ ଭାବିଥିବା ପଲ୍ଲବୀ ଫେଲ ମାରିବା ପରେ ତା ପ୍ଳାନ ବଦଳେଇଥିଲା. ଏଥର ଯେବେ ପୁଣି ରାଗି ରୁଷି ଅଭିମାନକରି ସୋନି ଶାଶୁଘରୁ ଫେରିଥିଲା ଦେଖିଥିଲା ବଡ଼ଭାଉଜଙ୍କ ଅସଲ ରୂପ. ଚା ସମସ୍ତଙ୍କୁ ଦେଇ ସାରିବା ପରେ ପାଣି ମିଶାଇ ଶାଶୁ ଓ ଶଶୁରଙ୍କୁ ଦେବା, ମାଛର ମୁଣ୍ଡ ଓ ପେଟି ନିଜେ ଖାଇ ଶାଶୁ ଶାଶୁରଙ୍କୁ କଣ୍ଟା ଥିବା ମାଛ ଦେଇ ଭାଉଜ ଯେବେ କହୁଥିଲେ ଆସ ସୋନି ତୁମର ମୋର ପେଟି ମାଛ ଖାଇବା. ବୁଢା ବୁଢ଼ୀ ଦିଟା ଆଉ କେତେଦିନ ବଞ୍ଚିବେ ଯେ ତାଙ୍କୁ ସବୁ ଭଲ ଭଲ ଜିନିଷ ଦେବା!ସୋନି ନିଜ ଆଖିରେ ବାପା ମାଆଙ୍କ କଷ୍ଟ ଦେଖି କହିଥିଲା ତୁମେ ତ ଏତେ ପ୍ରବଚନ ଦିଅ ଯେ କର୍ତ୍ତବ୍ୟ ଠିକ ଠିକ ନକଲେ ଜମଦଣ୍ଡ ମିଳେ ଏବେ ଏପରି କରୁଛ ଯେ ଭାଉଜ?ହଁ କହୁଥିଲି ଯେ ହେଲେ ତୁମଠୁ ଶିଖି ବୁଝିଗଲି ଜମଦଣ୍ଡ ଅଛି କି ନାହିଁ ସଠିକ ନଜାଣି ଏ ବୁଢା ବୁଢ଼ୀ ଦିଇଟାଙ୍କୁ କାହିଁ ଭଲ ଭଲ ଜିନିଷ ଦେବି ବରଂ ମୋ ନଣନ୍ଦ ସୋନିକୁ ଦେଲେ ଲାଭ ଅଛି. ତାଠୁ ତ ଅନେକ କଥା ମୁଁ ଶିଖିଗଲିଣି ନା. ସେଦିନ ସୋନିକୁ ଖୁବ ଖରାପ ଲାଗିଲେ ମଧ୍ୟ ସେ ସ୍ୱାମୀସହ କଳି କରି ଆସିଥିବାରୁ ଆଉ ଫେରିପାରୁନଥିଲା.ଅନୁତାପ ନିଆଁରେ କୁହୁଳୁଥିଲା.

   ଏହା ଉପଯୁକ୍ତ ସମୟ ଭାବି ବଡ଼ଭାଉଜ ପଲ୍ଲବୀ ଫୋନ କରି ସୋନିର ସ୍ୱାମୀ ଆଦିତ୍ୟଙ୍କୁ ଡକାଇଥିଲେ. ଆଦିତ୍ୟ କିଛି ନଜାଣିଲା ପରି ଆସି କହିଥିଲେ ମୋ ବାପା ମାଆଙ୍କ ଦେହ ଖରାପ ହେବାରୁ ଜଣେଇବାକୁ ଆସିଲି. ବୋହୁ ହିସାବରେ କର୍ତ୍ତବ୍ୟ କରିବାର ଅଛି ତ ଘରକୁ ଆସ ନଚେତ ଖୁବ ଶୀଘ୍ର ଡିଭୋର୍ସ ପେପେର ମିଳିଯିବ. ଏହା କହି ଆଦିତ୍ୟ ଆଗେ ଆଗେ ବର୍ଷାରେ ଓଦା ହୋଇ ଯିବାକୁ ବାହାରିଲେ ତ ସୋନି ଆଦିତ୍ୟଙ୍କ ମୁଣ୍ଡ ଉପରେ ଛତା ଦେଖାଇ ଚାଲୁଥିଲେ ରାଗ ରୁଷା ଭୁଲି. ସେ ଯିବା ପରେ ଶାଶୁ ଶାଶୁରଙ୍କ ପାଦ ତଳେ ପଡି କ୍ଷମା ଭିକ୍ଷା କରୁଥିଲେ ପଲ୍ଲବୀ. ସେପଟେ ଘରେ ପହଞ୍ଚି ସୋନି ଶାଶୁ ଶଶୁରଙ୍କୁ ଠିକଠାକ ଦେଖି ସବୁ ଭାଉଜଙ୍କ ଚାଲ ବୁଝିଲା ବେଳକୁ ଭାଉଜ ପଲ୍ଲବୀ ଶାଶୁ ଶାଶୁରଙ୍କ ସହ ପ୍ରଦୀପଙ୍କ ପାଖକୁ ଯିବାକୁ ବାହାରିଥିଲେ. ଗାଁ ଛାଡି ଯିବାକୁ ମନ ନଥିଲେ ମଧ୍ୟ ବୋହୁ ପଲ୍ଲବୀ ପାଇଁ ପୁଅ ପାଖକୁ ଯିବାରେ ଆପତ୍ତି ନଥିଲା ବାପା ମାଆଙ୍କର.ଗଲାବେଳେ ରଥଯାତ୍ରାକୁ ଫେରିଆସିବୁ ଭାବୁଥିବା ଶାଶୁ ଶଶୁର ଏଥର ବାଙ୍ଗାଲୋର ଓଡିଆ ସମାଜ ସହିତ ମିଶି ଜଗନ୍ନାଥଙ୍କ ରଥ ଟାଣିଲା ବେଳେ ସମସ୍ତେ ଏକାକାର ହୋଇ ଏକାଶ୍ୱରରେ କହୁଥିଲେ ଜୟ ଜଗନ୍ନାଥ ତ ପଲ୍ଲବୀଙ୍କ ଶାଶୁ ଶଶୁର କହୁଥିଲେ କି ରଙ୍ଗ ଲେଗେଇଛୁ ପ୍ରଭୁ ଏ ମଣିଷ ଜୀବନରେ !



Rate this content
Log in

Similar oriya story from Classics