ଓଡ଼ିଆ ଗଳ୍ପ ଓ କବିତା - ୧

Abstract

1  

ଓଡ଼ିଆ ଗଳ୍ପ ଓ କବିତା - ୧

Abstract

ଜୀବନର ମୂଲ୍ୟ

ଜୀବନର ମୂଲ୍ୟ

3 mins
385


ଜଙ୍ଗଲଟିଏ ସେଠାରେ ବାଘ, ସିଂହ, ହାତୀ ଭଳି ବଳବାନ ଜନ୍ତୁଠାରୁ ଆରମ୍ଭ କରି ଛୋଟ ଛୋଟ ନିରିହ ପ୍ରାଣୀମାନେ ମଧ୍ୟ ବାସ କରନ୍ତି

ନିଜର ମିଜ ବୁଦ୍ଧି ବଳଖଟାଇ ପ୍ରତ୍ୟେକ ପ୍ରାଣୀ ନିଜର ଆହାର ସଂଗ୍ରହ କରିବା ସଂଗେ ସଂଗେ ଶତ୍ରୁ ମାନଙ୍କ ଠାରୁ ନିଜକୁ ରକ୍ଷାକରି

ଚଳିଥାଆନ୍ତି l ଜଙ୍ଗଲରେ ଗଧଟିଏ ଥାଏ l ଭାରି ନିରୀହ ପ୍ରାଣୀଟିଏ l ଜଙ୍ଗଲରୁ ଘାସ, ପତ୍ର ଖାଇ ନିଜର ଜୀବନ ବଞ୍ଚାଇଥାଏ l କାହାର କେବେହେଲେ କିଛି କ୍ଷତି କରି ନଥାଏ l ହେଲେ ବଡ ବଡ ଜନ୍ତୁମାନଙ୍କୁ ସବୁବେଳେ ଡରିମରି ଚଳୁଥାଏ l ଅନ୍ୟ ପଶୁମାନଙ୍କ ଭଳି ତାର ବଡ ବଡ ଶିଙ୍ଗ ନାହିଁ କି ବାଘ ସିଂହ ଭଳି ତୀକ୍ଷ୍ମ ଦାନ୍ତ, ନଖ ନାହିଁ l ବିପଦ ସମୟରେ ଅନ୍ୟମାନଙ୍କ ସହିତ ମୁକାବିଲା କରିବାର ଶକ୍ତି ମଧ୍ୟ ନାହିଁ l ବିଚରା ଭାରି ମନଦୁଃଖ କରେ l ସାରା ଜୀବନ ସମସ୍ତଙ୍କୁ ଡରି ମରି ଚଳିବ l ସେ ମନେ ମନେ ସବୁବେଳେ ଭାବେ ଏମିତି ନିଉଛୁଣିଆ ଜୀବନ କାହିଁକି ପାଇଲା ଯେ ! ବିଲୁଆ ଛୋଟ ଜନ୍ତୁ ହେଲେ କ’ଣ ହେଲା ସେ ବଡ ଚତୁର l ତାର ବୁଦ୍ଧିବଳରେ ସେ ସମସ୍ତଙ୍କୁ ବୋକା ବନେଇ ଦିଏ l ହେଲେ ଦରକାର ବେଳେ ଗଧର ବୁଦ୍ଧି ହଜିଯାଏ l ସେଥିପାଇଁ ତାକୁ ସମସ୍ତେ ବୋକା ବୋଲି କହନ୍ତି l ଗଧ ଆଖିରୁ ଲୁହ ବୋହି ପଡିଲା l ସେ ମନେ ମନେ ଭାବିଲା ଏମିତିଆ ହୀନମାନିଆ ଜୀବନ ରଖିବାରେ ଲାଭ କଣ ? ସେ ନିଜର କିଛି କରି ପାରୁଛି ନା ଅନ୍ୟ ମାନଙ୍କର କିଛି କରି ପାରିବ l ଏମିତି ଅନେକ କଥା ଭାବି ଭାବି ଗଧ ଚାଲିଥାଏ l ସେ ଯାଇ ଗୋଟିଏ ନଈ ପାଖରେ ପହଞ୍ଚିଲା l ନଈ କୂଳ ପାଖରେ ଥିବା ପଥର ଉପରେ ବସି ହହୁତ କାନ୍ଦିଲା l ସେ ଭାବିଲା ଏମିତିଆ ଜୀବନ ନେଇ ବଞ୍ଚିବା ଅପେକ୍ଷା ପ୍ରାଣ ବିସର୍ଦନ କରିଦେବା ଭଲ l

     ସେହି ସମୟରେ ଲୋକଟିଏ ଗଣ୍ଠଲିଏ ଲୁଗା କାନ୍ଧରେ ବୋହି ବୋହି ଆସିବାର ଗଧ ଦେଖିଲା, ଲୋକଟି ଗଧ କାନ୍ଦୁ ଥିବାର ଦେଖି ତାକୁ ତା’ ର କାରଣ ପଚାରିଲା l

     ଗଧ କହିଲା “ଭାଇ ମୁଁ ବଡ ଦୁଃଖୀ l ମୁଁ ଆଉ ବଞ୍ଟିବାକୁ ଚାହୁଁନି l” ଲୋକଟି କହିଲା “ଜୀବନ ହାରିବାର ଅଧିକାର ତୁମର ନାହିଁ l ଭଗବାନ ତୁମକୁ ଜନ୍ମ ଦେଇଛନ୍ତି l ତୁମେ କାହାର କିଛିନା କିଛି କାମରେ ଲାଗିବ l କିନ୍ତୁ ଏମିତି କଣ ଭୀରୁ ଭଳି ମରିବା ଉଚିତ୍ ?”

     ଗଧ ଆଖିରୁ ଲୁହ ପୋଛି କହିଲା “ଭାଇ ମୁ ନିଜର ସୁରକ୍ଷା ନିଜେ କରି ପାରୁନି l ତେବେ ଅନ୍ୟର କି ଉପକାର କରି ପାରିବି ?”

     ଲୋକଟି କହିଲା “ଦେଖ ମୁଁ ବୁଢା ହେଲିଣି, ମୋର ମଧ୍ୟ କେହିଁ ନାହାନ୍ତି, ହେଲେ ମୁଁ ବଞ୍ଚିବା ପାଇଁ ସଂଗ୍ରାମ କରୁଛି l ଅନ୍ୟର ଉପକାରରେ ଲାଗିପାରୁଛି l ଲୋକଙ୍କର ମଇଈଳା ଲୁଗାର ବୋଝ କାନ୍ଧରେ ବୋହି ଆଣି ସଫାସୁତୁରା କରି ପୁଣି କାନ୍ଧରେ ବୋହି ନେଇ ଦେଇ ଆସୁଛି l ଅନ୍ୟର ସେବା କରି ସୁଖ ଓ ଶାନ୍ତି ପାଉଛି l କାହିଁ ମୁଁ ନିଜକୁ ନିଃସହାୟ ମନେକରି ମରିବାକୁ ଚାହୁଁନି l”

     ଗଧ ସତେଜ ହୋଇ ଉଠିଲା l ଖୁସିରେ ସା କହିଉଠିଲା l “ଭାଇ ତୁମ କଥା ଶୁଣି ସାରିବା ପରେ ବଞ୍ଚିବାର ମୋହ ମୋ ମନରେ ଜାଗି ଉଠିଛି l ଜୀବନର ମୂଲ୍ୟ କେତେ ତାହା ମୁଁ ବୁଝିପାରୁଛି l ଆମେ କେବଳ ଆମପାଇଁ ବଞ୍ଚୁନୁ l ଆମେ ଅନ୍ୟମାନଙ୍କ ପାଇଁ ବଞ୍ଚିଛୁ l” ଗଧ ଲୋକଟିର l ଗଧ ଲୋକଟିକୁ ହାତ ଯୋଡି କହିଲା “ଭାଇ ତୁମେ ବହୁତ ଭଲ ମୋତେ ତୁମର ସାଥିଟିଏ କରି ପାଖରେ ରଖ l ମୁଁ ତୁମର ଲୁଗା ଗଣ୍ଠିଲିର ବୋଝକୁ ମୋର ପିଠିରେ ବୋହି ନେବି l ତୁମକୁ ସାହାଯ୍ୟ କରିବି l ଲୋକଙ୍କର ସେବା ଓ ଉପକାରରେ ଲାଗିପାରିବି l”

     ଲୋକଟି ଖୁସିରେ ଗଧର ପିଠିକୁ ଆଉଁସି ଦେଲା l ସେହି ଦିନଠାରୁ ଗଧ ଲୁଗା ଗଣ୍ଠିଲିର ବୋଝବୋହି ଚାଲିଛି l ତଥାପି ତା’ ମନରେ ଦୁଢଖ କିମ୍ବା ଅନୁଶୋଚନା ନାହିଁ l କାରଣ ସେ ଜୀବନର ମୂଲ୍ୟ ବୁଝିପାରିଛି l



Rate this content
Log in

Similar oriya story from Abstract