Lokanath Rath

Inspirational

3  

Lokanath Rath

Inspirational

ଜୀବନ ଧର୍ମ

ଜୀବନ ଧର୍ମ

4 mins
180


ଦିଲୀପ ନିଜର ଆତ୍ମୀୟ ଜଣେ ବୟସ୍କଙ୍କୁ ନେଇ ସହରରେ ଥିବା ସବୁଠାରୁ ବଡ ଡାଇଗ୍ନୋଷ୍ଟିକ କେନ୍ଦ୍ରକୁ ଯାଇଥିଲା l ସମସ୍ତଙ୍କର ସେଠାରେ ଭିଡ l ସହରରେ ବହୁତ କଟକଣା ସତ୍ୱେ ବହୁତ କଷ୍ଟରେ ସେଠାରେ ପହଞ୍ଚିଗଲା l ସାଙ୍ଗରେ ଥିବା ବୟସ୍କ ବ୍ୟକ୍ତି ଜଣେ ଡାକ୍ତର, ଯାହାଙ୍କୁ ବୟସ ୮୦ ପାଖା ପାଖି l ସେ ବହୁତ ରୋଗୀଙ୍କର ମାଗଣାରେ ଚିକିତ୍ସା ବି କରନ୍ତି l ଏବେ ଦୁଇ ମାସ ହେବ ଶରୀର ବହୁତ ଅସୁସ୍ଥ ରହିବାରୁ ଠିକ ଭାବରେ ଚାଲି ପାରୁ ନାହାନ୍ତି କିମ୍ବା ଠିକ ଭାବରେ କଥା କହି ପାରୁ ନାହାନ୍ତି l ନିଜେ ପେଟରେ ବହୁତ ଯନ୍ତ୍ରଣା ଅନୁଭବ କରୁଛନ୍ତି l ଜାଣି ପାରୁଛନ୍ତି ପିତ୍ତକୋଷରେ ପଥର ହେଇଚି l ତାହାର ଅପେରସନ ହେବ ଓ ସେଥିପାଇଁ ଏଠାରେ ସ୍କାନ କରିବାକୁ ଆସିଛନ୍ତି l ସେ ଦିଲୀପର ସାନ ଭାଇର ନିଜ ଶ୍ୱଶୁର l ସାନଭାଇ ଗତ କାଲି ରାତି ଅନିଦ୍ରା ହୋଇ ତାଙ୍କ ପାଖରେ ଥିଲା, ଏବେ ତାକୁ ବିଶ୍ରାମ କରିବାକୁ ପଠାଇ ଦିଲୀପ ନିଜେ ତାଙ୍କୁ ସାଙ୍ଗରେ ଧରି ଆସିଛି l ଏଠାରେ ଚାରି ଘଣ୍ଟା ସମୟ ଲାଗିବ l ଆତ୍ମୀୟଙ୍କ ନାମ ଡାକ୍ତର ମହେଶ ମିଶ୍ର l ତାଙ୍କୁ ଗାଡ଼ିରୁ ଓଲ୍ହାଇ ଧରି ଧରି ନେଇ ପଡିଥିବା ଚୌକିରେ ଦିଲୀପ ବସାଇ ଦେଲା l କାଗଜ ପତ୍ର ଠିକ କରି ସବୁର ଯାଞ୍ଚ ପାଇଁ ଅନୁସନ୍ଧାନ କାଉଣ୍ଟରକୁ ଯାଇ ଠିକ ଠକ ବୁଝିଲା ଓ ଫେରି ଆସି ମହେଶ ବାବୁଙ୍କ ପାଖରେ ବସିଲା l କିଛି ସମୟ ପରେ ମହେଶ ବାବୁଙ୍କୁ ପରିସ୍ରା ଲାଗିଲା l ଦିଲୀପ ଦେଖିଲା ପରିସ୍ରାଗାର ଟିକେ ଦୂରରେ ଅଛି l ସେ ଭିଡ ଭିତରେ ବଡ ଆକୁଳରେ ଗୋଟିଏ ଚକାଲଗା ଗାଡି ଖୋଜିଲା l ସେତିକିବେଳେ ଦେଖିଲା ଜଣେ ମଧ୍ୟ ବୟସ୍କ କର୍ମଚାରୀ ନିଜେ ସେ ଗାଡିକୁ ନେଇ ଆସି ପଚାରିଲେ, ''ଆଜ୍ଞା ଆପଣଙ୍କ ରୋଗୀ କେଉଁଠି ? ଚାଲନ୍ତୁ ମୁଁ ଏଥିରେ ତାଙ୍କୁ ନେଇଯିବି l ସେ କେଉଁଠିକୁ ଯିବେ?'' ଦିଲୀପ କହିଲା ତାଙ୍କୁ ପରିସ୍ରାଗାର ଯିବାର ଅଛି l ସେ ହସି ହସି ମହେଶ ବାବୁଙ୍କ ପାଖରେ ପହଞ୍ଚି ତାଙ୍କୁ ସେଥିରେ ବସାଇ ପରିସ୍ରାଗାରକୁ ନେଇଗଲା ଓ ଆଣି କହିଲା, ''ଆଜ୍ଞା ସାର ଏଇଥିରେ ବସିଥାନ୍ତୁ, ଦରକାର ହେଲେ ମୁଁ ନେଇଯିବି l '' ମନେମନେ ଦିଲୀପ ବହୁତ ଖୁସି ହେଲା l ମହେଶ ବାବୁଙ୍କୁ ଦିଆଯାଇଥିବା ତରଳ ପାନୀୟକୁ ପ୍ରତ୍ୟେକ ପନ୍ଦର ମିନିଟରେ ଦିଲୀପ ଦେଉଥାଏ l ଏମିତି ଦେଖୁ ଦେଖୁ ସେ ପାନୀୟ ଦୁଇ ଘଣ୍ଟାରେ ସରିଗଲା l ଦିଲୀପ ଯାଇ ସେ ବିଷୟରେ ନର୍ସଙ୍କୁ ଜଣାଇଲା ଓ ସେ କହିଲେ ପାଞ୍ଚ ମିନିଟରେ ମହେଶ ବାବୁଙ୍କର ସ୍କାନ ଆରମ୍ଭ ହେବ l ମହେଶ ବାବୁଙ୍କର ନାମ ଡକା ହେଲା l ଦିଲୀପ ଆଖି ବୁଲାଇ ଦେଖିଲା, ସେ କର୍ମଚାରୀ ଦେଖାଗଲେ ନାହିଁ, ତେଣୁ ନିଜେ ମହେଶ ବାବୁଙ୍କୁ ନେଇ ସ୍କାନ ହେବାକୁ ଥିବା ସ୍ଥାନକୁ ଚାଲିଲା l ଦେଖିଲା ହଠାତ ସେ କର୍ମଚାରୀ ଆସି କହିଲେ, ''ଆଜ୍ଞା ଦିଅନ୍ତୁ ମୁଁ ସାରଙ୍କୁ ନେଇଯିବି l ଆପଣ ବି ସାଙ୍ଗରେ ଆସନ୍ତୁ l ମହେଶ ବାବୁ ସ୍କାନ ଘର ବିତରକୁ ଗଲେ l ସେଠାରେ ଦିଲୀପ ନିଜେ ଏକ ମହେଶ ବାବୁଙ୍କୁ ଉଠାଇ ରହିଥିବା ଶଯ୍ୟାରେ ଶୁଆଇ ଦେବାକୁ ଲାଗିଲେ,ଦେଖିଲେ ସେହି କର୍ମଚାରୀ ଟିକେ ସହଜ ହେବ ପାଇଁ ମହେଶ ବାବୁଙ୍କର ଗୋଡ ଧରି ସୁବିଧାରେ ସେ ଶଯ୍ୟାରେ ଶୁଆଇଦେଲେ l ସ୍କାନ ଶେଷ ହେଲା, ଏବେ ତାର ରିପୋର୍ଟ ନେଲେ ଦିଲୀପ ମହେଶ ବାବୁଙ୍କୁ ନେଇ ହସ୍ପିଟାଲ ଯିବ l ରିପୋର୍ଟ ଆସିବାରେ ଟିକେ ବିଳମ୍ବ ହେବ ବୋଲି ଅନୁସନ୍ଧାନ କରିବାରୁ ଜଣାଗଲା l ତା ଭିତରେ ପୁଣି ଦିଲୀପଙ୍କୁ କୁହାଗଲା ସେଠିକାର ଡାକ୍ତର ମହେଶ ବାବୁଙ୍କର ଅଲଟ୍ରା ସାଉଣ୍ଡ କରି ଦେଖିବା ପରେ ରିପୋର୍ଟ ଦେବେ l ଠିକ ସେତିକିବେଳେ ପୁଣି ସେଇ କର୍ମଚାରୀ ଆସି ମହେଶ ବାବୁଙ୍କୁ ନେଇ ଅଲଗା କକ୍ଷକୁ ଗଲେ l ଦିଲୀପ ବି ସାଙ୍ଗରେ ଥିଲେ l ସେଇ ଘର ଭିତରେ ସେ କର୍ମଚାରୀ ଜାଣିବାକୁ ପାଇଲେ ଯେ ମହେଶ ବାବୁ ଜଣେ ଡାକ୍ତର l ସେ ମହେଶ ବାବୁଙ୍କର ପାଦ ସ୍ପର୍ଶ କରି କହିଲେ, ''ଆଜି ମୋର ବଡ ଭାଗ୍ୟ l ଜଣେ ସେବକଙ୍କର ସେବା କରିବାର ସୌଭାଗ୍ୟ ମିଳିଲା l ଅଜାଣତରେ ମହେଶ ବାବୁ ତା ମୁଣ୍ଡରେ ହାତ ବୁଲାଇଦେଲେ l ସବୁ ପ୍ରକାରର ତନଖି 

ସରିଗଲା l ରିପୋର୍ଟ ବି ଆଣି ଦେଇଗଲେ l ତା ଭିତରେ ଦିଲୀପ ସେଇ ଦୀର୍ଘ ଚାରି ଘଣ୍ଟା ଭିତରେ ଦେଖଲେ ଯେ ସେ କର୍ମଚାରୀ ଜଣକ ସବୁବେଳେ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ l ଏମିତି ବି ସେ ବେଳେ ବେଳେ ଦୌଡ଼ି ଦୌଡ଼ି କିଛି ଜରୁରୀ ଜିନିଷ ନେଇ ବିଭିନ୍ନ କକ୍ଷକୁ ଯାଉଥିଲେ l ସେଠାରେ ତାଙ୍କ ପରି ବହୁତ କର୍ମଚାରୀ ଥିଲେ, କିନ୍ତୁ ଏକ ସେହି ଜଣକ କାମରେ ବ୍ୟସ୍ତ ଥିଲେ ଓ ଅନ୍ୟମାନେ ଦୂରରେ ଠିଆ ହୋଇ ଗପ ମାରୁଥିଲେ l କେହି କେହି ତ ରୋଗୀଙ୍କ ଠାରୁ ଗଲାବେଳେ ବକ୍ସିସ ନେଉଥିଲେ l ଦିଲୀପ ବଡ଼ କଷ୍ଟରେ ସେ କର୍ମଚାରୀଙ୍କ ନାମ ଜାଣିଲେ l ତାଙ୍କ ନାମ ସୁଦାମ l ଯାହା ହେଉ ଗାଡ଼ିରେ ବସାଇ ମହେଶ ବାବୁଙ୍କୁ ନେବାକୁ ହେବ l ଦିଲୀପ ମହେଶ ବାବୁଙ୍କୁ ନେବାକୁ ଗଲାବେଳକୁ ସୁଦାମ ଆସି ନିଜେ ନେଇଗଲେ ଓ ଗାଡ଼ିରେ ମହେଶ ବାବୁଙ୍କୁ ବସାଇବାରେ ସାହାର୍ଯ୍ୟ କଲେ l ଦିଲୀପ ବହୁତ ଖୁସି ହେଇଯାଇଥଲେ ସୁଦାମର କାମରେ ଓ ସେ ନିଜ ପକେଟରୁ ବକ୍ସିସ ବାହାର କରି ସୁଦାମକୁ ଦେବାକୁ ଗଲାବେଳେ ସୁଦାମ ହାତ ଯୋଡି କହିଲେ, ''ନାହିଁ ସାର l ଏଇଟା ମୋର କର୍ମ l ମାନବ ସେବା ହିଁ ମାଧବ ସେବା l ଏ ତ ଆମର ଜୀବନ ଧର୍ମ l ମୋର ବକ୍ସିସ ନେବାର ନାହିଁ l କ୍ଷମା କରିଦେବେ l '' ଏତିକି କହି ସୁଦାମ ସେଠାରୁ ଚାଲିଗଲେ ଓ ଦିଲୀପ ମହେଶ ବାବୁଙ୍କୁ ନେଇ ହସ୍ପିଟାଲ ମୁଖେ ବାହାରିଲେ l ମନେମନେ ଦିଲୀପ ଭାବିଲେ ଏବେ ବି ଏ ଦୁନିଆରେ ସତ୍ୟ ଓ ଧର୍ମ ଅଛି l ହେଇପାରେ ମହେଶ ବାବୁ ଯେପରି ବହୁତ ରୋଗୀଙ୍କୁ ନିଃସ୍ଵାର୍ଥପର ଭାବରେ ସେବା କରି ଆସିଛନ୍ତି,ବୋଧହୁଏ ତାଙ୍କ ପାଇଁ ଆଜି ଏଠାରେ ସୁଦାମ ନିଃସ୍ଵାର୍ଥପର ସେବା ଭାବ ବ୍ୟକ୍ତ କରିଦେଲେ l ପ୍ରକୃତ ଜୀବନ ଧର୍ମ ଭିଡ ଭିତରେ ବି ଲୁଚି ରହେନା, ସେ ଫୁଲ ପରି ସମସ୍ତଙ୍କୁ ଆକୃଷ୍ଟ କରେ l ହସ୍ପିଟାଲ ଆସିଗଲା, ଦିଲୀପ ଭବନରୁ ଫେରିଆସି ମହେଶ ବାବୁଙ୍କୁ ଭିତରକୁ ନେବାର ବ୍ୟବସ୍ଥା କଲେl l 



Rate this content
Log in

Similar oriya story from Inspirational