STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଝିଅ ଘରର ଲଷ୍ମୀ

ଝିଅ ଘରର ଲଷ୍ମୀ

3 mins
14

ବୋଉକୁ ଆକାଶ ଟା ଆଜି ବହୁତ ସୁନ୍ଦର ଦିଶୁଥିଲା କାରଣ ବର୍ଣ୍ଣବୋଧ ପଢି ବୋଉ ବୁଝିଥିଲା କି ଆକାଶ ଦିଶଇ ସୁନ୍ଦର... ତାହାକୁ ରଚିଲେ ଇଶ୍ୱର. ତା ପରେ ସେଇ ଆକାଶରୁ ଉଡି ଆସି କାଉଟି ଆଜି ଖାଇଛି ଚାଉଳ ଓ ପାଣି ପିଇ ଉଡିଯାଇଛି. ବୋଉ ର ବିଶ୍ୱାସ ଆଜି ନିଶ୍ଚୟ କିଛି ଶୁଭ ଖବର ଆସିବ. ମିନି କିନ୍ତୁ ବୋଉର ବିଶ୍ୱାସ ଭାଙ୍ଗି ଭାଇ ପାଖରୁ ଆସିଥିବା ଖବର ବୋଉକୁ ଦେଇ ପାରୁନି. ଚିଠି ତ ନୁଁହଁ, ଫୋନ ବି ନୁଁହଁ ବରଂ ମେସେଜ କରିଛି ଭାଇ. ଏ ବର୍ଷ ଦଶହରାକୁ ଗାଁକୁ ଆସିପାରିବନି ତା ଛଡା ମାସିକ ଘରକୁ ପଠାଉଥିବା ପଇସା ମଧ୍ୟ ଏମାସରେ ପଠେଇବା ଡେରି ହେବ. ଏଠି ରହୁଥିବା ପଡାରେ ଦଶହରା ଓ ଆସୁଥିବା କୁମାର ପୂର୍ଣ୍ଣମୀ ପାଇଁ ବସୁଥିବା ଦୁର୍ଗା ମେଢ଼ ଓ ଗଜଲଷ୍ମୀଙ୍କ ପାଇଁ ମେଢ଼ ବାବଦ ଦେଢ଼ ହଜାର ଲେଖାଏଁ  ଗୋଟେ ମାସରେ ଦୁଇ ଥର କରି ତିନିହଜାର ଟଙ୍କା ଚାନ୍ଦା ଭେଦା ଦେଲାବେଳକୁ ଭାରି ବାଧା କିନ୍ତୁ ଉପାୟ ନାହିଁ. ବୋଉକୁ କହିବୁ ଆମ କଥା ନଭାବି ଏବର୍ଷ ଦଶହରା ଚଳେଇ ନେବ. ମୁନି ବୋଉର ଖୁସି ଭରା ମୁହଁକୁ ଚାହିଁ କହିପାରୁନଥିଲା ଭାଇ ପଠାଇଥିବା କଥାର ବାର୍ତ୍ତା. ବୋଉ କିନ୍ତୁ କହିଚାଲିଥିଲା କାଉ ଆଜି ଆଧାର ଖାଇଛି ମାନେ ଶୁଭ ଖବର ନିଶ୍ଚୟ ମିଳିବ. କେହି ନଆସୁ, ଚିଠି ନମିଳୁ କି ଫୋନ୍ କେହି ନକରୁ ତଥାପି ବୋଉ ଖୁସି ଥିଲା. ତା ଖୁସିର ବିଶ୍ୱାସକୁ ନିଶ୍ୱାସ ଦେଇ ସତକୁ ସତ ମନୋଜ ଘରୁ ତା ବୁଢ଼ୀ ମାଆ ମିନି ପାଇଁ ନିଜ ପୁଅ ମନୋଜର ପ୍ରସ୍ତାବ ନେଇ ଆସିଥିଲେ. ବୋଉ ଖୁସି ନହେଲେ ବି ଦୁଃଖୀ ହୋଇନଥିଲା. ଝିଅଟାର ବାପ ନାହିଁ. ଭାଇ ହାତ ଟେକାରେ ଘର ଖର୍ଚ୍ଚରୁ କାଟି ବିଇଡି କରି ଚାକିରୀ ଆଶାରେ ବସିଛି ଯେ ଚାକିରୀ ନାହିଁ. ଏବେ ପଇସା ପତ୍ର ଅଭାବ ଯୋଗୁଁ ଡ୍ରେସ ଛାଡ଼ି ଶାଢ଼ୀ ପିନ୍ଧିବାରୁ ବୁଢ଼ୀ ବୁଢ଼ୀ ଲାଗୁଛି. ବରଂ ମନୋଜକୁ ବାହା ଦେଇ ଏଇ ଗାଁରେ ରହିଲେ ଝିଅଟା ମୁହଁ ଟିକେ ଦେଖିହେବ. ବୋଉ ରାଜି କିନ୍ତୁ ମିନି ରାଜି ହେବ କି ନାହିଁ!ଦେଖାଯାଉ କାଉ ଆଧାର ଖାଇଛି ମାନେ ଯାହା ହେବ ଶୁଭ ହିଁ ହେବ.ମିନି ରାଜି ହୋଇଯିବ ବୋଉର ବିଶ୍ୱାସ ବାହାରେ ଥିଲା କିନ୍ତୁ ମନୋଜ ଗରୀବ ହେଲେ ବି ନିଶା ପାଣିଠାରୁ ଦୂରରେ ଓ ଜୁଆଡ଼ି ନଥିଲା. ପାଠର ମହତ୍ତ୍ୱ ରଖି ବିବେକି ଥିବ ନିଶ୍ଚୟ ବୋଲି ମିନିର ଗୋଟେ ଧାରଣା ଥିଲା ତ ବାହାଘର ହୋଇଗଲା. ଭାଇ ଖୁସି, ମାଆ ଭାଉଜ, ଝିଆରୀ, ପୁତୁରା ମଧ୍ୟ ଖୁସି.ବୋଉ କହୁଥିଲା ପୂରୁବପୁରୁଷ କଣ ମିଛରେ ଲେଖିଛି ଯିଏ ଯାହା ହାଣ୍ଡିରେ ଚାଉଳ ପକେଇଥିବ ତା ଘରକୁ ଯିବ.
    ମିନି ଖାଲି ମନୋଜ ହାଣ୍ଡିରେ ଚାଉଳ ପକେଇ ନଥିଲା ବରଂ ସୁଗୃହିଣୀ ସାଜି ଲଷ୍ମୀ ଵନିଯାଇଥିଲା କାରଣ ମନୋଜର ଚାକିରୀ ହେବା ସହ ତା ନିଜର ମଧ୍ୟ ଚାକିରୀ ଲାଗିଯାଇଥିଲା. ସେଦିନ ଅଫିସରୁ ଫେରି ମିନିକୁ ହସ୍ପିଟାଲ ଯିବା ପାଇଁ ଡେରି କରୁଥିବା ଦେଖି ମନୋଜ ରାଗି ଯାଇଥିଲା. ମିନି କିନ୍ତୁ ତା ନିଷ୍ପତ୍ତିରେ ଆଜି ଅଟଳ ଥିଲା. ଏଇ କେଇମାସ ଧରି ସେ ଯେଉଁ ଶାରୀରିକ ଓ ମାନସିକ ସନ୍ତୁଳନ ନେଇ ଚାଲିଥିଲା ତାହା କହି ବୋଉକୁ ଦୁଃଖୀ କରିବାକୁ ଚାହୁଁ ନଥିଲା. ବୋଉ ମଧ୍ୟ ଏବେ ବୁଝିଗଲାଣି ଯେ ଝିଅ ପାଖେ ମାଂସ ଭାତ ଖାଇବା ଅପେକ୍ଷା ପୁଅ ପାଖେ ଶାଗ ଭାତ ଖାଇ ନାତି ନାତୁଣୀଙ୍କ ସହ ସମୟ କାଟିଲେ ସୁନ୍ଦର. ମନୋଜ ଡେରି ହେଉଛି ଶୀଘ୍ର ବାହାର କହିବାରୁ ମିନି କହିଥିଲା ମୋ ପେଟରେ ଥିବା କନ୍ୟାଭୃଣ ହେଉଛନ୍ତି ମାଆ ଦେବୀ ଦୁର୍ଗା. ଝିଅ ବା କନ୍ୟା ଶକ୍ତି ସ୍ୱରୂପା. ତାକୁ ନଷ୍ଟ କରି ମୁଁ ହତ୍ୟାକାରିଣୀ ମାଆ ସାଜି ବଞ୍ଚିବାକୁ ଚାହେଁନା. ଯଦି ଏଥିରେ ମତେ ଭୁଲ ବୁଝୁଥାଅ ତେବେ ମତେ ଡିଭୋର୍ସ ଦେଇପାର. ତମେ ଜାଣ ମୁଁ ଗୋଟିଏ ଝିଅ. ତୁମ ମାଆ ମଧ୍ୟ ଜଣେ ଝିଅ. ଝିଅ ହୋଇ ଆଉ ଗୋଟେ ଝିଅର ଜନନୀ ହେବା ଭାଗ୍ୟରୁ ମତେ ମୋ ଅଧିକାର ଛଡେଇ ନିଅନା. ଗାନ୍ଧି କହିଥିଲେ women are very dynamic. ମୋ ବାଟରେ ମତେ ଛାଡିଦିଅ କହି ଆଗେଇ ଯାଉ ଯାଉ ମିନି ଦେଖିଲା ତା ଶାଶୁ ମଧ୍ୟ ତା ପଛେ ପଛେ ଚାଲିଛନ୍ତି. ହାତରେ ଧରିଛନ୍ତି ଗାନ୍ଧିଜୀଙ୍କର ତିନିମାଙ୍କଡ଼ ମୂର୍ତ୍ତି. ଗୋଟିଏ ଆଖି ମୁଜି ଖରାପ କଥା ନଦେଖିବାକୁ, ଗୋଟିଏ ପାଟି ବୁଜି ଖରାପ କଥା ନକହିବାକୁ ଓ ଶେଷଟି କାନ ବୁଜି ଖରାପ କଥା ନାଶୁଣିବାକୁ ନିର୍ଦ୍ଦେଶ ଦେଇଚାଲିଥିଲେ. ପୁଅ ମନୋଜ ଯେବେ ସଫେଇ ଦେଇ ଖରାପ କଥା ଦେଖିବାକୁ, ଶୁଣିବାକୁ କି କହିବାକୁ ମୁଁ କହୁନି ବୋଉ ଖାଲି ଯୁଗ ଉପଯୋଗୀ ହୋଇ କନ୍ୟାଭୃଣ ନଷ୍ଟ କରି କୂଳ ରକ୍ଷକ ପୁତ୍ର ସନ୍ତାନ ଚାଁହୁଛି. ମିନିର ଶାଶୁ କହୁଥିଲେ ଆରେ କନ୍ୟା ହିଁ ଜନନୀ, ଜାୟା, ଭଗିନୀ ଓ ଦୁର୍ଗା. କୋଉଠି ସେ ଲଷ୍ମୀ, କୋଉଠି କାଳୀ, କୋଉଠି ବିମଳା କୋଉଠି ଶୀତଳା. କନ୍ୟା ହିଁ ପୁତ୍ରର ପରିପୂରକ. ତୁ ଯଦି କନ୍ୟା ଚାହୁଁନୁ ତେବେ ମୁଁ କେମିତି ତୋ ପାଖେ ରହିବି!ମୁଁ ମୋ ବୋହୁ ସଙ୍ଗେ ଯାଉଛି.ଯଦି ଚାହିଁବୁ ନାତୁଣୀ ସହିତ ଫେରିଆସିବି.ସେମାନେ ଯିବା ପରେ ମନୋକୁ ଖୁବ ଏକା ଏକା ଲାଗୁଥିଲା. ଏବେ ନିଜ ଭୁଲ ବୁଝି ମିନି ମତେ କ୍ଷମା କର କହି ମାଆ ଓ ମିନି ସହ ମନୋଜ ଏବେ କନ୍ୟାକୁ ଧରି ଗାଁକୁ ଫେରିଥିଲା ତ ମିନି ବୋଉ ପହଁଞ୍ଚି କହୁଥିଲେ ଆଲୋ ପ୍ରଥମ ସନ୍ତାନ ଝିଅ ହେଲେ ଘରକୁ ଲଷ୍ମୀ ଆସିଛନ୍ତି ବୋଲି ଜାଣେ.ଯେତେ ପୁଅ ଥାଉ ଝିଅଟିଏ ନଥିଲେ ସବୁ ଖାଲି ଖାଲି. ରଜ, କୁମାର ପୂର୍ଣ୍ଣମୀ ଭଳି ଅନେକ ପର୍ବ ଯେମିତି ଅସାର ସେମିତି ଘର ବାହାର ଖାଲି ଏକା ଏକା ଲାଗିବ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics