Mamatamanjari Das

Classics

3  

Mamatamanjari Das

Classics

ଝଡ଼ରେ ମିଳାଇଗଲା କେଦାରନାଥ ଦର୍ଶନର ସ୍ୱପ୍ନ

ଝଡ଼ରେ ମିଳାଇଗଲା କେଦାରନାଥ ଦର୍ଶନର ସ୍ୱପ୍ନ

3 mins
126


ଜୁନ୍ ମାସ । ସକାଳୁ ସକାଳୁ ଆଦିତ୍ୟ ବାବୁ ବୁଲା ବୁଲି କରିବା ପାଇଁ ଯାଇଥିଲେ। ଫେରିବା ବାଟରେ ଭେଟ ହୋଇଗଲା ପୁରୁଣା ବନ୍ଧୁ ଅତନୁଙ୍କ ସହ । ପିଲା ବେଳରୁ କିଶୋର ପର୍ଯ୍ୟନ୍ତ ସେ ଏକା ସ୍କୁଲ ଓ କଲେଜରେ ସାଙ୍ଗ ହୋଇ ପାଠ ପଢ଼ା ଶେଷ କରିଛନ୍ତି । ତେଣୁ ଦୁହେଁ ଦୁହିଁଙ୍କୁ ନିବିଡ ଭାବରେ ଭଲ ପାଉଥିଲେ । କଲେଜ ସରିବା ପରେ ସେମାନଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା । ଆଦିତ୍ୟ ସରକାରୀ କଲେଜରେ ଅଧ୍ୟାପକ ଓ ଅତନୁ ସରକାରୀ ସ୍କୁଲରେ ଶିକ୍ଷକ ହୋଇ ଯୋଗ ଦେଇଥିଲେ ।କିନ୍ତୁ ଦୁଇଜଣଙ୍କ ପାରିବାରିକ ସମ୍ପର୍କ ଅତୁଟ ରହିଥିଲା । ଏତେ ଦିନ ପରେ ଦୁଇ ବନ୍ଧୁ ମିଳିଥିବାରୁ ନିସ୍ପତି ନେଲେ ସପରିବାରେ ଭ୍ରମଣରେ ଯିବେ । ସହଜରେ ଖରା ଛୁଟି ବି ଅଛି । ଆଦିତ୍ୟ ସେଦିନ ଅତନୁଙ୍କୁ ଘରକୁ ନିମନ୍ତ୍ରଣ କଲେ ମଧ୍ୟାହ୍ନ ଭୋଜନ ପାଇଁ । ମଧ୍ୟାହ୍ନରେ ଦୁଇ ବନ୍ଧୁ ସାଙ୍ଗ ହୋଇ ଖାଉ ଥାଆନ୍ତି ଖୁବ୍ ଖୁସିରେ , ଏହି ସମୟରେ ଆଦିତ୍ୟଙ୍କ ପତ୍ନୀ କହିଲେ ଛୁଟି ତ ଅଛି ଦୁଇ ପରିବାର ସାଙ୍ଗ ହୋଇ କେଦାରନାଥ ଗଲେ ହୁଅନ୍ତା ନାହିଁ ? ଅତନୁ ସାଙ୍ଗେ ସାଙ୍ଗେ କହି ପକାଇଲେ " ଆରେ ଭାଉଜ ଆମେ ବି ସେହି କଥା ଭାବୁଥିଲୁ । କିନ୍ତୁ କେଙଠିକୁ ଯିବୁ ଭାବି ନଥିଲୁ । ଠିକ୍ ଅଛି ଆମେ କେଦାର ନାଥ ଯିବା "। ଖୁସିରେ ଯେପରି ଅଳକାଙ୍କର ପାଦ ତଳେ ଲାଗୁ ନଥିଲା । ସାଙ୍ଗେ ସାଙ୍ଗେ ସେ ଫୋନ୍ କରି ଅତନୁଙ୍କ ସ୍ତ୍ରୀ ଅନିତା ଙ୍କୁ ବି ଏହି ଖୁସି ଖବର ଜଣାଇ ଦେଲେ ।

ଟିକେଟ ହୋଇଗଲା । ଦିନ ବି ସ୍ଥିର ହୋଇଗଲା । ପିଲାମାନଙ୍କୁ ଧରି ବାହାରି ପଡିଲେ ଦମ୍ପତି ଦ୍ୱୟ କେଦାରନାଥ ଅଭିମୁଖେ । ପିଲାମାନେ ବି ଖୁସିରେ ଅଧିର ହୋଇ ପଡୁଥାନ୍ତି । ସେମାନେ ଯାଇ ପହଞ୍ଚିଲେ । କେଦାରନାଥ ଦର୍ଶନ ପୂର୍ବରୁ ସେଠାରେ ଥିବା କ୍ୟାମ୍ପରେ ରହିଲେ । ମନରେ ଅନେକ ଉତ୍ସାହ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ । ପିଲାମାନେ କ୍ୟାମ୍ପରେ ଖେଳରେ ମସଗୁଲ୍ । ଦୁଇ ବନ୍ଧୁ ବାହାରେ ଛିଡାହୋଇ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥାନ୍ତି । ହଠାତ୍ ଆକାଶ ମେଘାଚ୍ଛନ୍ନ ହୋଇଗଲା । ହୁ ହୁ ହୋଇ ବଢିଲା ପବନର ବେଗ । ଯେପରିକି ଯୁଗ ଯୁଗାନ୍ତରୁ ବନ୍ଦୀ ହୋଇ ରହି ଥିଲା ପାତାଳ ପୁରିର କେଙ ସିନ୍ଦୁକରେ । ହଠାତ୍ ବନ୍ଦୀରୁ ମୁକୁଳି ସେ ଯେପରି ସବୁକିଛି ଉଡାଇ ନେବାକୁ ଚାହୁଁଛି । ଅନ୍ଧାର କ୍ରମେ ବହଳ ହୋଇ ଆସୁଥିଲା । ଦୂର ଦୀଗନ୍ତ ବ୍ୟାପି ଘନ କୃଷ୍ଣ ମେଘରେ ଆବୃତ୍ତ । ମେଘରେ ଆବୃତ୍ତ ବର୍ଷା ବିନ୍ଦୁ କୁଢେଇ ପଡିଲା ପୃଥିବୀ ପୃଷ୍ଠରେ । ଚାରିଆଡେ ଅନ୍ଧକାରର ରାଜୁତି । ଯେପରି କିଛି ସମୟ ଭିତରେ ସେ ଗିଳିଦେବ ଏ ଚରା ଚର ଭୂମି ଠାରୁ ଭୂମା ଯାଏ । ଏପରି ଘଡି ସନ୍ଧି ମୁହୂର୍ତ୍ତରେ ଆତଙ୍କିତ ହୋଇ ଉଠୁଥିଲା ହୃଦୟ ।ହଠାତ୍ ଦୁଲ୍ ଦୁଲ୍ ହୋଇ ବର୍ଷିଗଲା ବାଦଲ ଫଟାଇ ବର୍ଷାର ଅସରା । ପ୍ରକୃତିଟା ଯେପରି ଦୋହଲି ଗଲା ଏହି ଉଦ୍ଦାମ ବର୍ଷାର ତାଣ୍ଡବରେ । ଅନତି ଦୂରରୁ ଭାସି ଆସୁଥିଲା ଲୋକ ମାନଙ୍କର କରୁଣ ଚିତ୍କାର । ବରଫ ଅତଡା ଧସି ଧୋଇ ନେଇଥିଲା କିଛି ଭ୍ରମଣକାରି ଙ୍କ କ୍ୟାମ୍ପ୍ । କମିଗଲା ବର୍ଷାର ପ୍ରକୋପ । ଫାଙ୍କା ହୋଇ ଆସୁଥିଲା ଆକାଶରୁ କଳା ବାଦଲ । ହେଲେ ମିଳାଇ ଯାଇଥିଲା କେଦାରନାଥ ଦର୍ଶନର ସ୍ୱପ୍ନ । ବଉଦ ଫାଙ୍କରୁ ଦେଖା ଯାଉଥିଲା ରକ୍ତିମ ସୂର୍ଯ୍ୟଙ୍କର ଲାଲିମା ଆଭା । କିଛି ସମୟର ତାଣ୍ଡବ ପରେ ଝଡର ପ୍ରକୋପ ମିଳେଇ ଯାଇଥିଲା । କରୁଣ ବିଳାପରେ ଥରୁଥିଲା ପରିବେଶ । ଆତ୍ମୀୟ ସ୍ୱଜନଙ୍କୁ ହରାଇ ବିଳାପ କରୁଥିଲେ ପରିବାର ଲୋକ । ଅପରାହ୍ନର ଅବଶେଷ ଆଉ କିଛି ସମୟ ବାକି ଥିଲା ବୋଧେ । ପିଲାମାନେ ବହୁମାତ୍ରାରେ ଡରି ଯାଇ ଥିଲେ । ବନ୍ଧୁ ବାନ୍ଧବଙ୍କ ପାଖରୁ ଫୋନ୍ ଆସିବାରେ ଲାଗିଥିଲା । ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଯାଇଥିଲା ।କେଦାରନାଥ ଙ୍କ ଦର୍ଶନ ସାମୟିକ ବନ୍ଦ ହୋଇ ଯାଇଥିଲା ।

ଅଳକା କହିଲେ "ଆମେ ଚାଲ ଘରକୁ ଫେରିଯିବା । ପ୍ରଭୁଙ୍କର ଇଚ୍ଛା ବୋଧହୁଏ ନାହିଁ ତାଙ୍କୁ ଦର୍ଶନ କରିବା ପାଇଁ " । ଘରକୁ ବାହୁଡିବାର ପ୍ରୟାସରେ ଥିଲେ ଦୁଇ ବନ୍ଧୁ । କେଦାରନାଥ ଦର୍ଶନର ସ୍ୱପ୍ନ ସ୍ୱପ୍ନରେ ରହିଗଲା । ହେଲେ ସେଦିନର ଛାତି ଥରା ଝଡର ଦୃଶ୍ୟ ହୃଦୟରେ ସ୍ମୃତିଟିଏ ହୋଇ ରହିଗଲା ସବୁବେଳ ପାଇଁ । ଅଳକା ଭାବୁଥିଲେ ସତରେ ପ୍ରଭୁଙ୍କ ଇଚ୍ଛାବିନା ତାଙ୍କୁ ଦର୍ଶନ କରିବା ସମ୍ଭବ ନୁହେଁ ।



Rate this content
Log in

Similar oriya story from Classics