Priyadarshini Mishra

Inspirational

2  

Priyadarshini Mishra

Inspirational

ଜେଜେମା'

ଜେଜେମା'

2 mins
7.5K


                                                                                 

 "ଯଦି ବ୍ରେକଅପ ହୋଇଗଲା ତା'ହେଲେ ପ୍ରେମ ନୁହେଁ ତାହା ଆକର୍ଷଣ ଥିଲ।। "ଜେଜେମା'ର ଏଇ କେତେ ପଦ କଥା ସିମିର କାନ୍ଦ ବନ୍ଦ ହେବା ପାଇଁ ଯଥେଷ୍ଟ ଥିଲା। ସିମି, ଆଇ.ଏ.ଏସ ଜଗନ୍ନାଥ ମିଶ୍ରଙ୍କ ଏକମାତ୍ର ଅଲିଅଳି କନ୍ୟା। ଉଗ୍ର ଆଧୁନିକା ଝିଅ। ସୁନ୍ଦରୀ ,ବୁଦ୍ଧିମତୀ, ପାଠପଢ଼ାରେ ମଧ୍ୟ ବିଚକ୍ଷଣ।। ସିମି ତା' ଜେଜେମା'ର ଭାରି ନିକଟତର। ସେ ମମି ପାପାଙ୍କ କଥା ଶୁଣି ନ ପାରେ ହେଲେ ଜେଜେମା'ର କଥା ତା' ପାଇଁ ବେଦର ଗାର। ସେ ଯେତେବେଳେ ଜେଜେମା'କୁ ସେ ସମୀରକୁ ଭଲପାଏ ବୋଲି କହିଥିଲା ଜେଜେମା' କହିଥିଲ। "ଦେଖ ସିମି ପ୍ରେମ ଏତେ ଦୁର୍ବଳ ନୁହେଁ ଯେ ମରିଯିବ କି ହୃଦୟ ବି ଭଙ୍ଗୁର ନୁହେଁ ଯେ ଭାଙ୍ଗିଯିବ"। ଆଜି ସମୀର ଆଉ ଜଣେ ଝିଅ ପାଇଁ ତା'ସହ ବ୍ରେକଅପ କରିନେଲେ।ସେଥିପାଇଁ ସିମି ଧୈର୍ଯ୍ୟହରା ହୋଇ କାନ୍ଦୁ ଥିଲା। କିନ୍ତୁ ଜେଜେମା' କଥା ଶୁଣି ଚିନ୍ତା କଲା-ସତରେ ସେ ସମୀରକୁ ଭଲ ପାଉଥିଲା! ଭଲ ପାଇବା କଣ ତାହା ଜେଜେମା' ଠାରୁ ଶିଖିବା କଥା।

ସିମି ତା'ପାପାଙ୍କ ଠାରୁ ଶୁଣିଥିଲା ଜେଜେମା'ର ବାଲ୍ୟବିବାହ ହୋଇଥିଲ।।ଜେଜେଙ୍କୁ ସତର ବର୍ଷ ଓ ଜେଜେମାକୁ ଦଶ ବର୍ଷ ବୟସରେ ସେମାନଙ୍କ ବିବାହ ହୋଇଥିଲା।ଜେଜେମା'ର ବାପା ସେ ସମୟରେ ଏ କ୍ଲ।ସ କଣ୍ଟ୍ରାକର ଥିଲେ। ଝିଅ ପାଇଁ ଉପଯୁକ୍ତ ବର ପାତ୍ରଟିଏ ଖୋଜି ପାଇଥିବାରୁ ସେ ଗର୍ବ ଅନୁଭବ କରୁଥିଲେ। ତେର ବର୍ଷ ବୟସରେ ଜେଜେମା' ଶାଶୁ ଘରକୁ ଆସିଥିଲା। ସେହିବର୍ଷ ଜେଜେଙ୍କୁ ସରକାରୀ ଚାକିରୀଟିଏ ମିଳିଯାଇଥିଲା। କିନ୍ତୁ ବିଧିର ବିଧାନ ଅଲଗା ଥିଲା। ଜେଜେଙ୍କର ମାନସିକ ବିକୃତି ଦେଖାଦେଲା। ଯେତେ ଡାକ୍ତର ଯେତେ ଔଷଧ କଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ।ବାଧ୍ୟ ହୋଇ ଜେଜେଙ୍କୁ ଚିକିତ୍ସା ପାଇଁ ସୁଦୂର ରାଞ୍ଚି ପଠେଇଦିଅଗଲା। ଗମନାଗମନର ସେତେଟା ସୁବିଧା ନଥିବାରୁ ସେତେବେଳେ ରାଞ୍ଚି ସୁଦୂର ରାଞ୍ଚି ନାମରେ ଖ୍ୟାତ ଥିଲା ।ସେତେବେଳକୁ ଜେଜେମା ତିନି ମାସର ଗର୍ଭବତୀ ଥିଲା। ହଠାତ ଚାରି ମାସ ପରେ ଖବର ପହଞ୍ଚିଲା ଜେଜେଙ୍କର ମୃତ୍ୟୁ ହୋଇଯାଇଛି। ପାପାଙ୍କ ଅଜା ରାଞ୍ଚି ଯାଇ ସେଠାରେ ଜେଜେଙ୍କ ଶୁଦ୍ଧି କ୍ରିୟା ସାରି ଫେରି ଆସିଲେ। ଜେଜେମା' ଶେଷ ଥର ଜେଜେଙ୍କୁ ଦେଖି ପାରିନଥିଲା। ତା'ପରେ ପାପା ଜନ୍ମଗ୍ରହଣ କରିଥିଲେ। ପାପାଙ୍କ ଜନ୍ମ ପରେ ତାଙ୍କ ଅଜା ଜେଜେମା'ର ପୁଣି ଥରେ ବିବାହ କରେଇ ଦେବା ପାଇଁ ଚାହିଁଲେ। କିନ୍ତୁ ସେତେବେଳେ ଜେଜେମା' ଆଦୌ ରାଜି ହୋଇନଥିଲା। ତ।'ର ଅକାଟ୍ୟ ଯୁକ୍ତି ଥିଲା ତା'ଜୀବନରେ ଜେଜେଙ୍କ ସ୍ଥାନ ଆଉ କେହି ନେଇ ପାରିବେ ନାହିଁ।

ପ୍ରକୃତରେ ଜେଜେ ଓ ଜେଜେମା'ର ପ୍ରେମ ଥିଲା ଶାଶ୍ୱତ, ଚିରନ୍ତନ। ତେଣୁ ଜେଜେଙ୍କ ମୃତ୍ୟୁ ପରେ ମଧ୍ୟ ସେମାନେ ପରସ୍ପରର ହୋଇ ରହିଥିଲେ।ଜୀବନ କଣ ଜାଣିବା ପୂର୍ବରୁ ସଂସାର,ପ୍ରେମ,ସମ୍ପର୍କ ସମ୍ବନ୍ଧରେ ଜେଜେମା'ର ପରିପକ୍ଵ ବୁଦ୍ଧି ତା'ବାପାଙ୍କୁ ବିସ୍ମିତ କରିଥିଲା। ସେ ଜେଜେମା'ର ଦ୍ଵିତୀୟ ବିବାହ କଥା ମନରୁ ପାଶୋରି ଦେଲେ। ଜେଜେମା', ଜେଜେଙ୍କ ଶେଷ ସନ୍ତକ ତା' ପୁଅକୁ ନେଇ ଜୀବନ କାଟିବାକୁ ଲାଗିଲା। ଜେଜେ ଓ ଜେଜେମା'ର ପ୍ରେମ ସ୍ୱର୍ଗୀୟ ଅଟେ। ଭାବନା ରାଜ୍ୟରୁ ଫେରି ସିମି ଚିନ୍ତା କଲା ସମୀର ସହ ତା' ପ୍ରେମ କ'ଣ ସେପରି ଥିଲା? ହଠାତ୍, ସିମିର ମୁହଁ ଉଜ୍ଜ୍ବଳ ଦେଖାଗଲା। ତା'କୁ ହାଲୁକା ଅନୁଭୂତ ହେଉଥିଲା। ସକାଳୁ କାନ୍ଦୁଥିବା ସିମି ବର୍ତ୍ତମାନ ସ୍ୱାଭାବିକ ହୋଇସାରିଥିଲା।

                                                           

Priyadarsini Mishra  (priyadarsinim8@gmail.com )


Rate this content
Log in

Similar oriya story from Inspirational