ଇଟଲି
ଇଟଲି
ଗୋଟେ ରାମ ଟିଫିନ ଷ୍ଟଲ ର ବାହାରେ ଟିଫିନ ନେବା ପାଇଁ ଭିଡ଼ ଲାଗିଥାଏ | ଅନେକ ଲୋକ ଲାଇନରେ ଥାନ୍ତି, ଜଣେ ବୁଢା ଲୋକ ଗୋଟେ ଟିଫିନ ଡବା ଧରି ଆସିଲେ | ଦୋକାନ ର ମାଲିକ ତାଙ୍କୁଦେଖି ତାଙ୍କ ପାଦ ଛୁଇଁଲେ ଓ କହିଲା ସାର ଆପଣ ଫୋନ କରି ଦେଇଥାନ୍ତେ କାହିଁକି ଆସୁଥିଲେ ? ସେ ଧୀରେ କହିଲେ ବାପରେ, ତୋ ମାଉସିକୁ ଭୋକ ଲାଗିଲା ତ ବାହାରି ଆସିଲି, ଟିକେ ଇଟଲି ସମ୍ବର ଦେଇଦେ | ଇଟଲି ସମ୍ବର ଦେଲା ପରେ ସେ ଆଉ ଗୋଟେ ପାକେଟ ରେ ସମ୍ବର ବରା ଦେଲା ଓ ତାଙ୍କ ଠାରୁ କିଛିବି ନେଲାନି ହେଲେ ସେବୁଢା ମଉସା ୫୦ ଟଙ୍କା ରଖି ଦେଇଗଲେ | ଲାଇନ ରେ ଥିବା ଲୋକ ପଚାରିଲେ ସେ ବାବୁ କିଏ କି? ଟିଫିନ ଷ୍ଟଲ ର ମାଲିକ କହିଲେ ମୁଁ ଗାଁରୁ ସହର ଆସିଲା ପରେ ମୋ ପାଖରେ କିଛିନଥିଲା | ମୁଁ ଏ ସାରଙ୍କ ଘର ଆଗରେ ଥିବା ଗଛ ମୂଳେ ବସି କାନ୍ଦୁଥିଲି | ସେ ଓ ମାଉସୀ ମତେ ତାଙ୍କ ଘରକୁ ନେଲେ ଓ ତାଙ୍କ ଘରେ ରଖିଲେ | ମୁଁ ତାଙ୍କ ଘରେ କାମ କରୁଥାଏ, ସାର୍ ଙ୍କ ପାଖରେ ବସି ପାଠ ବି ପଢ଼ୁଥିଲି | ମୁଁ ମାଟ୍ରିକ ପାସ କଲା ପରେ| ସାର କହିଲେ ତୁକଣ ବିଜନେସ କରେ ମୋ ହାତରେ କିଛି ହେଲାନି | ଗାଁରେ ବାପା ଚାଲିଗଲେ ମା' କୁ ଆଣି ଆସିଲି | ସେ ଇଟଲି କରେ ମୁଁ ବିକେ | ଏ ଦୋକାନ ପାଇଁ ବି ଟଙ୍କା ସାର ଦେଇଛନ୍ତି | ମଝିରେ ସେମାନେ ବିଦେଶ ଚାଲି ଯାଇଥିଲେ ସେଠୁ ଆସିଲାପରେ ତାଙ୍କ ଦେହ ଠିକ ରହୁନି | ପିଲା ମାନେ ସବୁ ବାହାରେ, ଘରେ ଗୋଟେ ପିଲା ଅଛି, ମୁଁ ମଝିରେ ମଝିରେ ଯାଏ ଓ ସବୁ ବୁଝିଆସେ | ବାକି ଲୋକ ଚୁପ ହୋଇଗଲେ |
ସନ୍ଧ୍ୟାରେ ରାମ ସାରଙ୍କ ଘରକୁ ଗଲା, ମାଉସୀ କହିଲେ ତୋ ସମ୍ବର ବରା ବହୁତ ଭଲ ଲାଗିଲା | ଆଉ ଥରେ କେବେ ପଠାଇବୁ ତୋ ମା ଙ୍କୁ କେବେ ଆଣି ଆସିବୁ |
