STORYMIRROR

Manoj Behera

Fantasy

3  

Manoj Behera

Fantasy

ଇତିହାସ ରେ ଆମ ରେଳଗାଡି

ଇତିହାସ ରେ ଆମ ରେଳଗାଡି

3 mins
367

ମୟୂରଭଞ୍ଜ ମାଟିର ଗୌରବମୟ ଇତିହାସ ଆମ ପାଇଁ ଏକ ପୁଲକପ୍ରଦ ପ୍ରେରଣା। ଯୋଡିହେଲା ସଂସ୍କୃତିର ସାଇତା ଦସ୍ତାବିଜ ବାରିପଦା ରେଳ ସଂଗ୍ରହାଳୟରେ । ଆଉ ଆଜିର ଓଡ଼ିଶାରେ, ନିଶ୍ଚୟ ଜଣେ ସ୍ଵାଭିମାନୀ ମୟୂରଭଞ୍ଜିଆଟିଏ ଗର୍ବ କରିବ ତା'ର ସମ୍ଭ୍ରାନ୍ତ ଅତୀତର ରେଳ ଇତିହାସର

ଅସରନ୍ତି ଗାଥା । ଆପେ ଆପେ ଆଙ୍କିହୋଇଯାଏ ମାନସ ପଟରେ ରୂପସା ରୁ ବାଙ୍ଗିରିପୋଷିର ଟ୍ରେନ ଲାଇନ୍।

ଓ ତହିଁରେ ରେଳ ଚଳାଚଳ । ନେରୋଗଜ୍ ରେଳଲାଇନ ଚାଲୁଥିଲା କୋଇଲା ଇଞ୍ଜନ୍ ।ପରେ ଯୋଡିହେଲା ଡିଜେଲ୍ ଇଞ୍ଜିନ । ପୁଣି ନିର୍ମାଣ ହେଲା ବ୍ରଡଗଜ ରେଳଲାଇନ୍।

ଚାଲିଲା ଦୃତଗାମୀ ରେଳଗାଡି ।ବାଙ୍ଗିରିପୋଷି ରୁ ଭୂବନେଶ୍ବର ସୁପରଫାଷ୍ଟ ଏବଂ ଭଞ୍ଜପୁରରୁ କୋଲକତାର ଶାଲିମାର୍ ।ଶିମିଳିପାଳ ଏକ୍ସପ୍ରେସ୍ ନାମରେ।ତା’ ସହ ଡିଏମୟୁ,ମେମୁ ଇତ୍ୟାଦି। ପିଲାବେଳେ ମୋତେ କିଏ କହିଥିଲା କହିପାରିବିନି ? କିନ୍ତୁ ଏହି ରେଳଗାଡିକୁ ଆମେ ମା' କାଳୀ ବୋଲି ଭାବି ମୁଣ୍ଡ ନଇଁ ପ୍ରଣାମ କରୁଥିଲୁ ବିଦ୍ୟାଳୟ ଗଲାବେଳେ ରେଳଧାରଣା ପାର ହେଲେ ।ରେଳଗାଡି ଛିଡା ହୋଇଥାଏ ଭଞ୍ଜପୁର ଷ୍ଟେସନରେ । ସମୟ ପାଖପାଖି ୯.୪୦ -୯.୪୫ରେ । 

ବାରିପଦା ର ବୁଢିଖମାରୀ ମଇ ବିଦ୍ୟାଳୟକୁ ଭୁଗୁଡାକଟା ରୁ ଯାଉ। ସବୁଦିନ ପରି ଭଞ୍ଜପୁର ଷ୍ଟେସନରୁ ଟ୍ରେନ ହୁଇସିଲ ମାରେ।ମସିହା ୧୯୮୬,୧୯୮୭ । ସେତେବଳେ ଭଞ୍ଜପୁର ରେଳ ଷ୍ଟେସନ ଟି ଆମ ପିଲାମାନଙ୍କ ପାଇଁ ବହୁତ୍ ଗୁରୁତ୍ବପୂର୍ଣ୍ଣ ଥିଲା । କାରଣ ସେଠାରେ ଥିଲା ବାହାରେ ଏକ ବସିବା ଘର କି ? ପାଣି ଘର ? ଅବା ପୁରାତନ ରାଜାସମୟର ଟିକଟ ଘର ମନେପଡୁନି । କିନ୍ତୁ ମନେ ଅଛି ସେଠାରେ ଥିଲା ଏକ ଲୁହାର କବାଟ। ପୁରା ସମୂର୍ଣ୍ଣ ଲୁହା ରେ ତିଆରି ସେ କବାଟ।

 ଆମେ ଆସୁ ସେହି କବାଟରେ ନଟୁ କଣ୍ଟା ଖୋଲିବା ପାଇଁ । ନଟୁ କଣ୍ଟା ବଦାଳାଇବା ପାଇଁ। କେମିତି ପ୍ରସେସ୍ ବୁଝିଲେ ତ ? ନଟୁର କଣ୍ଟାଟିକୁ ଲୁହାର କବାଟ ରେ ରଖି କବାଟଟିକୁ ଜୋର ରେ ଜାକି ଧରି କଣ୍ଟାକୁ ବୀପରିତ ଦିଗରେ ଘୁରାଇଲେ କଣ୍ଟାଟି ବେଶ୍ ଆପଣା ଛାଏଁ ବାହାରି ଆସିବ। ତା'ପରେ ପୁଣି ବୀପରିତ ଦିଗରେ ଘୁରାଇଲେ ପୁଣି ନୂଆ କଣ୍ଟା ବସିଯିବ। ବାସ୍ କଣ୍ଟା ବଦଳା କାମ ସରିଲା । ପୁଣି ଏହି ରେଳଗାଡି ମନେପକାଇ ଦିଏ ବାରିପଦା ମାଟିର ସୁପରହିଟ ଓଡିଆ ଚଳଚ୍ଚିତ୍ର "ଫୁଲଚନ୍ଦନ " ସିନେମା। ଏହି ରେଳଗାଡିରେ ଚଳଚ୍ଚିତ୍ରର ନାୟକ ଆମ କୁନିଆ ଭାଇ ଓହ୍ଲେଇବାରର ଦୃଶ୍ୟ । ଭଞ୍ଜପୁର ରୁ ଜାତୀୟ ରାଜପଥର ବାଙ୍କ ମଧ୍ୟରେ ଅନେକ ଫୋଟ ସୁଟ ହୋଇଛି । ଭଞ୍ଜପୁର ଷ୍ଟେସନର ସେହି ବରଗଛ ଏବେ ମଧ୍ୟ ରହିଛି। ସେଠାରେ କାମ ସନ୍ଧାନରେ ଆସନ୍ତି ଅନେକ ଶ୍ରମିକ । 

ସେଠାରେ ଜମାହୁଅନ୍ତି ଅନେକ ଶ୍ରମିକ,କୁଶଳୀ ରାଜ ବା ଅଣ କୁସଳୀ ରାଜମିସ୍ରୀ ,ରେଜା ଇତ୍ୟାଦି । ସେହିଠାରୁ ସେମାନେ ନୂଆ କାମ ର ନିଯୁକ୍ତି ପାଇଥାନ୍ତି ।ସେହିପରି ''ବାଙ୍ଗିରିପୋଷି ରେଳ ଷ୍ଟେସନ'' । ସେଠାରେ ମୋ ମାମୁଁ ଘର ।ଆମେ ମାମୁଁ ଘରକୁ ଯାଇଥିଲେ ଷ୍ଟେସନ ଆସୁ ଇଞ୍ଜିନ ର ବୁଲାଣି ଦେଖିବାକୁ । ରେଳଗାଡି ର ପାଣିପିଆ ଦେଖୁ ।ଏକ ବଡ କୂଅ ଭଳି ଦେଖାଯାଉଥିବା ପାଣି ସଂରକ୍ଷଣ ଭଣ୍ଡାରରୁ ପାଣି ଯାଇ ପଶେ ଛୁକ୍ ଛୁକ୍ ଗର୍ଜନ କରୁଥିବା ରେଳ ଇଞ୍ଜିନ ରେ । ବାଙ୍ଗିରିପୋଷି ରେଳ ଷ୍ଟେସନ ରେ ଥିବା କ୍ଵାର୍ଟର ଗୁଡିକରେ ଅନେକ ରେଳ କର୍ମଚାରି ସେତେବଳେ ରହୁଥିଲେ। ମାମୁଁ ଘରୁ ଏକ କି.ମି ରେଳ ଷ୍ଟେସନ। ସେମାନେ ଆମ ପିଲା ମାନଙ୍କୁ ସେଠାରେ ଦେଖିଲେ ପାଠ ପଚାରନ୍ତି । କହିବାକୁ ଗଲେ ଆମର କ୍ଲାସ ନିଅନ୍ତି । ସବୁ ଠିକ କହିଲେ ବହୁତ ଖୁସି ହୁଅନ୍ତି । ବେଳେ ବେଳେ ଖୁସିରେ ଚୋକଲେଟ ଦିଅନ୍ତି । ପରେ ଜାଣିଲି ସେମାନଙ୍କୁ ଗେଙ୍ଗକୁଲି କହନ୍ତି। ଧନ୍ୟ ସେମାନେ । ସେମାନଙ୍କ ଚିନ୍ତାଧାରା ପାଠପଢା ପ୍ରତି । ଆଜି ସେମାନେ ମନେ ପଡନ୍ତି । 

ସେତେବେଳେ ବାଙ୍ଗିରିପୋଷିରୁ ଟ୍ରେନରେ କାଠ ସୁବିଧାରେ ନେଇ ଆସୁଥିଲେ । ଭଞ୍ଜପୁର ପହଞ୍ଚିବା ମଧ୍ୟରେ ସେଗୁଡିକୁ ତଳକୁ ପକାଇ ଦିଆଯାଏ । ରୂପସାରୁ ବାଙ୍ଗିରିପୋଷି ଏହି ରେଳପଥ,ରେଳଗାଡି । ରେଳଷ୍ଟେସନ । ପ୍ରତ୍ୟକଟି ରେଳଡବା ଆମ ପାଇଁ କେବଳ ରେଳଗାଡିରେ ବ୍ୟବହୃତ ବସ୍ତୁ ମାତ୍ର ନୁହଁ ବରଂ ଆମ ଇତିହାସର ପ୍ରେକ୍ଷାପଟରେ ଜୀବନ ଜୀବିକା ,ଅଭୂଲା ,ଅନନ୍ୟ ବାଲ୍ୟକାଳ ,କହିବାକୁ ଗଲେ ଏକ ନିଛକ ସମ୍ପର୍କର ସେତୁବନ୍ଧର ଅନନ୍ୟ ସୁତ୍ରଟିଏ।ବେଶ୍ ବନ୍ଧୁ ସହ ବନ୍ଧୁତାର ଯୁଗଳବନ୍ଦୀ ରେଳଗାଡି ବୁଢାମରା ଷ୍ଟେସନ ପାର ହେଲେ ବୁଢାମର ଗାଁ ପଡେ । ଝିଏ ଟିଏ ଟିଫିନ କେରିୟର ଧରି ଅପେକ୍ଷା କରିଥାଏ । ତା’ ବାପା ଏହି ରେଳଗାଡି ର ଡ୍ରାଇଭର ବୋଲି ଶୁଣିଥିଲି । କ୍ରମଶ ରେଳଗାଡି ଧୀରହୁଏ। 

ଝିଅ ହାତରୁ ବାପା ଟିଫିନ କେରିୟର ନେଇଥାନ୍ତି। ଏହା ଦିନବେଳର ଲଞ୍ଚ । ଏହି ରେଳଗାଡି କୁ ଦେଖି ଖୁସି ହୋଇଯାଏ ନିଜ ବାପଘର ଛାଡି ଆସିଥିବା ଝିଅ ଟିଏ । ଘର ପାଖ ଦେଇ ରେଳଗାଡି ଯିବାର ଶବ୍ଦ ଶୁଣିଲେ କିମ୍ବା ରେଳଗାଡି ଦେଖି ବାପ ଘର ପାଖରୁ କିଏ ଆସିଲା ପରି ତାକୁ ଲାଗେ ।ମନରେ ପୁଣି ଉନ୍ମାଦନା ଆସେ । କୋହଭରା ମନରେ ପୁଣି ଆନନ୍ଦ ଖେଳିଯାଏ । ରେଳଲାଇନ୍ ରେ କୋକାକୋଲା ,ଥମ୍ସଅଫ୍ ,ଇତ୍ୟାଦି ମୃଦୁ ପାନୀୟର ଠିପିକୁ ରେଳଧାରଣାରେ ଦେଇ ଚେପା କରିବା । ଚେପା ହେଲା ପରେ ଚକ୍ରୀ ଆକାର ପରି ହୋଇଯିବାପରେ ସୂତା ରେ ବାନ୍ଧି ଘୂରାଇବା। ଏସବୁ ଥିଲା ଆମ ପାଇଁ ସେତେବେଳ ର ନିତିଦିନିଆ ଘଟଣା ରେଳଯାଇଥିବ ବାଙ୍ଗିରିପୋଷି। ଫେରିବ ଠିକ୍ ପାଖାପଖି ଦିନତିନିଟା ରେ। କ୍ରମେ ବାରିପଦା ସହରକୁ ରେଳଗାଡିର ପ୍ରବେଶ । ଭୁଗୁଡାକଟା ନଦୀ ପୋଲ ଉପରେ ରେଳଗାଡି । 

ତଳେ ରାମବୁଢା ନେଇଥିବା ଗାଇଗୋଠ ଘରକୁ ଫେରିବାର ସମୟ ହୋଇଗଲା । ବାସ୍ ଗାଇଗୁଡିକ ମଧ୍ ରେଳଗାଡିର ହର୍ଣ୍ଣ ଶବ୍ଦ ଶୁଣିଲେ ଆପେ ଆପେ ଘରମୁହାଁ ହୋଇଥାନ୍ତି। ସେହି ନଦୀ ପୋଲ ଉପରେ । ଦିନ ୧୦ ଟା ବେଳକୁ ରେଳଗାଡି ବାଙ୍ଗିରିପୋଷି ଯିବାର ସମୟ। ରେଳଗାଡି ଗଲେ ଆମେ କେବେ କେମିତି ନଦୀ ରେ ଗାଧୋଉଥାଉ। ରେଳରେ ଯାଉଥିବା ଯାତ୍ରୀମାନଙ୍କୁ ଟାଟା ବାଇ -ବାଇ କରୁ। ସତେ ଯେମିତି ? ସେମାନେ ଆମର ବନ୍ଧୁ -ପରିଜନ।

ମାତ୍ର ସତକଥାଟି ହେଲା ସେମାନେ ଆମର କେହି ନୁହନ୍ତି ।କେବଳ ରେଳଯାତ୍ରୀ ।ରେଳଗାଡି ସହ ଆତ୍ମିୟତାର ସମ୍ପର୍କ ରେ ସେମାନେ ମଧ୍ୟ ନିଜର ପରି ମନେ ହୁଅନ୍ତି । ଅନେକ ସ୍ମୃତିମୟ ସମୟର ଅଲେଖ୍ୟ । ଅନେକ ଇତିହାସକୁ ଜାବୋଡି ଧରିଛି ଏହି ରେଳଗାଡି ।  ଏଇ ମାଟି ,ଏଇ ମାଟି ଦେଖିଛି ସେ ସମୟରୁ ଏ ସମୟ ପର୍ଯ୍ୟନ୍ତ ଆମ ରେଳଗାଡି । 

ମଥା ନାଇଁ ଯାଏ ମାଟି ମା’ ପାଦ ତଳେ ।



Rate this content
Log in

Similar oriya story from Fantasy