Swayamsiddhadas Das

Romance Tragedy

4.2  

Swayamsiddhadas Das

Romance Tragedy

ଇତି

ଇତି

5 mins
361


ବର୍ଷାର ଟୋପା ଗୁଡିକ ଯେବେ ଝିପଝିପ ଶବ୍ଦ କରି ମୋ ଝରକା ଦେଇ ବାରଣ୍ଡାରେ ପଡ଼ନ୍ତି ମନେ ପଡେ ମୋର ତୁମ ପାଉଁଜିର ରୁଣୁଝୁଣୁ ଶବ୍ଦ । ମନେ ଶିହରଣ ଖେଳିଯାଏ ଆଉ ବଢିଯାଏ ଛାତିର ସ୍ପନ୍ଦନ, ଫେରିଯାଏ ମୁଁ ମୋର ସେ ଚିରସ୍ମରଣୀୟ ଅତୀତକୁ ଆଉ ଭାବିବସେ ଅନେକ କିଛି.... ଯଦି ସେ ଅତୀତ ନହେ । ଇ ହୋଇଥାନ୍ତ । ମୋ ବର୍ତ୍ତିମାନ ତେବେ ମୁ ସେ ଅତୀତର ନିଆଁରେ ବାରମ୍ବାର ଏମିତି ନଜଳି ମୋ ଅଶାନ୍ତ ମନ ଓ ଶରୀରକୁ ଶାନ୍ତ କରିଥାନ୍ତି ତୁମରି ସ୍ପର୍ଶରେ ।


      କେତେ ମିଠା ଥିଲା ସତରେ ସେ ମୁହୂର୍ତ୍ତ ଗୁଡିକ ମୋ ସ୍ୱପ୍ନର ଦିନ ଗୁଡିକ । ଆଜି ଯେମିତି ବର୍ଷା ଟୋପା ପୃଥିବୀର ବୁକୁକୁ ଚୁମି ନାଚିଉଠୁଛି ମତୁଆଲା ହୋଇ ଠିକ ସେହିପରି ଆନନ୍ଦର ତରଙ୍ଗ ମୁଁ ଦେଖିଥିଲି ତୁମରି ଓଠରେ ଯେବେ ମୁଁ ପ୍ରଥମ କରି ପାଇଥିବା ଦରମାରେ ତୁମ ପାଇଁ ଉପହାର ସ୍ୱରୂପ ନେଇଯାଇଥିଲି ତୁମ ମନ ପସନ୍ଦର ପାଉଁଜି । ଦେଖିବା ମାତ୍ରେ ତାକୁ ପିନ୍ଧି ରୁଣୁଝୁଣୁ ଶବଦ କରି ବୁଲିଆସିଥିଲ ଆମେ ବସିଥିବା ନଦୀକୂଳର ସେ ପ୍ରଶସ୍ତ ପ୍ରସ୍ତର ଉପରେ । ତୁମ ଖୁସି ଦେଖି ସେଦିନ ଭାବିଥିଲି ସେଇ ଓଠ ର ହସ ପାଇଁ ମୁଁ ସବୁ କିଛି କରିପାରିବି, ନିଜ ଜୀବନକୁ ବଳି ଦେଇ ସେ ହସର କାରଣ ସାଜିବି କିନ୍ତୁ ବିଧାତା ବୋଧହୁଏ ଆଉ କିଛି ଭାବି ରଖିଥିଲା ମୋ ଜୀବନରେ, ଆଉ ସେଦିନ ମୋର କଳ୍ପନା ଦେଖି ସେ ବି ମୁରୁକି ହସିଥିବ ନିଶ୍ଚୟ ଆଉ ଭାବିଥିବ ସ୍ୱପ୍ନ ଆଶ୍ରାରେ ବଞ୍ଚିବା ସତେ କେଡେ ବୋକାମୀ ।  


         ମୁଁ ତ ସେଇ ସ୍ୱପ୍ନ ସହ ଚାଲିଯାଇଥିଲି ମୋ କର୍ମ କ୍ଷେତ୍ରକୁ, ମୋ ଚୁକ୍ତିଭିତ୍ତିକ ଚାକିରିର ସେ ଥିଲା ଶେଷ ତାଲିମ । କେତେ ଆଶା କେତେ ସ୍ୱପ୍ନ ନେଇ ବହୁ କଷ୍ଟରେ ତାଲିମର ଦିନଗୁଡ଼ିକ କାଟିଦେଲି, ମନରେ ରଖିଥିଲି ତୁମକୁ ସାକ୍ଷାତ କରିବାର ସେ ଖୁସିର ମୁହୂର୍ତ୍ତିକୁ..... କିନ୍ତୁ ମନରେ ଗୋଟେ କଥା ବାରମ୍ବାର ଉଙ୍କି ମାରୁଥିଲା, ତୁମେ ଏତେଦିନ ଯାଏଁ ଚିଠିଟିଏ ବି ଦେଉନଥିଲ କାହିଁକି? ମୁଁ କଣ ତୁମର ମନେ ପଡୁନଥିଲି ନାଁ ମୋ ଅଜ । ନତରେ କରିବସିଥିଲି ଏମିତି କିଛି ଭୁଲ ଯାହା ପାଇଁ ତୁମେ ଅଭିମାନ କରିବସିଚ......

ଏସବୁ କଥା ମନରେ ଧରି ବହୁ ଉତ୍ସାହ ର ସହ ତାଲିମ ସରିବା କ୍ଷଣି ଜିନିଷ ସବୁ ବାନ୍ଧି ଘରକୁ ନଯାଇ ପ୍ରଥମେ ଚାଲିଲି ମୋ ଅଭିମାନୀ ପ୍ରିୟା ପାଖକୁ କାରଣ ମୁଁ ଜାଣେ ସେ ଭାରି ଅଭିମାନୀ, ମୁଁ ପହଂଚି ତାକୁ ନବୁଝାଇବା ଯାଏଁ ସେ ସେମିତି ବସିଥିବ ଅଭିମାନ କରି । ବସ ସାରା ଏସବୁ କଥା ଭାବି ଭାବି ମୁରୁକି ହସୁଥାଏ ଆଉ ହୃଦୟରେ ଅମାପ ଭଲପାଇବା ରଖି ଚାଲୁଥାଏ ମୋ ଲକ୍ଷସ୍ଥଳକୁ.... 

ଗାଁରେ ପହଂଚି ବିଲ ମଝିରେ ଦେଖିବାକୁ ପାଇଲି "ଇତି "(ମୋ ପ୍ରେମିକା ର ନାଁ )ର କାକା ପୁଅ ଭାଇକୁ । ତାକୁ ଇତି ବାବଦରେ ପଚାରିବାରୁ ସେ କହିଲା ବଡ଼ମା ତୁମକୁ ଅପେକ୍ଷା କରି ବସିଛି । ମନରେ ଆସିଲା ସତରେ ବୋଧେ ମୋ ଭାବନା ଠିକ ଇତି ବୋଧେ ଅଭିମାନ କରି ବସିଛି, ଏବେ ମୋତେ ମାଙ୍କ ଠାରୁ ଅସରାଏ ସ୍ନେହ ବୋଳା ଗାଳି ଶୁଣିବାକୁ ପଡିବ । ଏକଥା ଭାବି ଭାବି ଆଗକୁ ବଢିଚାଲିଲି ଯାଇ ପହଂଚିଲି ଇତିର ଘର ଦ୍ୱାରମୁଂହ ପାଖରେ ।


ତା ଘର ସହ ମୋର ବହୁ ସ୍ମୃତି ଯୋଡ଼ା, ପିଲାବେଳର ସେ କଣ୍ଢେଇ ଖେଳଠୁ ଆରମ୍ଭ କରି ସେଇ ବାରଣ୍ଡାରେ ବସି ଦେଖିଥିବା ଆମ ବାହାଘର ଆଉ ଭବିଷ୍ୟତ ଜୀବନର ସ୍ୱପ୍ନ ସବୁ ମୋ ଆଖି ଆଗରେ ନାଚିଗଲା, ପୁଣି ସଂଯତ ହୋଇ ଡାକିଲି ଇତିର ମାଙ୍କୁ.... ଇତିକୁ ଡାକିଲେ ଟିକେ ଅଲ । ଜୁକ ଭଳି ଲାଗିବି ତେଣୁ ଭଦ୍ରଭ । ବରେ ଇତିର ମାଙ୍କୁ ଡାକିଲି କିନ୍ତୁ ମନ ଖୋଜୁଥାଏ ମୋର ପିଲାବେଳର ସାଥି ତଥା ମୋର ପ୍ରିୟତମା ର ଉପସ୍ଥିତି । ସବୁଆଡେ ନିଶବ୍ଦ ନିର୍ଜନ, ଘରେ କେହି ଦିଶୁନାହାନ୍ତି । ମୋ ପିଲାବେଳୁ ତ ଏମିତି କେବେ ଦେଖିନି କାରଣ ଇତି ଘରକୁ କମ୍ପାଇବା ସହ ଘର ବାରଣ୍ଡା ରେ ସୀମା ମାଉସୀ, ବବି ଅପା ସହ ଅଡ୍ଡା ଜମାଇଥାଏ । ଆଜି କଣ ସେସବୁ କିଛି ଦିଶୁନି । ଇତି ବୋଧେ ଘରେ ନାହିଁ । ଏତେ ସମୟ ଯାଏଁ କେହି କବାଟ ପାଖକୁ ନଆସିବାରୁ ମୁଁ ବାଧ୍ୟ ହୋଇ ଘରକୁ ପଶିଲି ଦେଖିଲି ମାଉସୀ ବାଡ଼ିପଟ କବାଟ ପାଖରେ ଏକା ବସିଛନ୍ତି । ମୋର ପାଦଶବ୍ଦ ଶୁଣି ବୁଲିଚାହିଁଲେ ଆଉ ସ୍ମିତ ହାସ୍ୟ ଦେଇ ପାଛୋଟିନେଲେ ଘର ଭିତରକୁ... ସେ ହସୁଥିଲେ କିନ୍ତୁ ତାଙ୍କ ଭିତରେ ନଥିଲା ଆଗ ଭଳି ଉତ୍ସାହ ଆଉ ଆନନ୍ଦ ।


କିଛି କ୍ଷଣ ପରେ ପଚାରିଲି ଇତି କୁଆଡେ ଗଲା? ଇତିର ନାଁ ଶୁଣିବା କ୍ଷଣି ସେ ଜୋର ରେ କାନ୍ଦିବାକୁ ଲାଗିଲେ । ସେତିକିବେଳେ ଇତିର ବାପା ବାହାର କାମସାରି ଫେରୁଥାନ୍ତି ମାଉସୀଙ୍କର ଏପରି କାନ୍ଦ ଶୁଣି ତାଙ୍କୁ ନେଇ ଆର କୋଠରୀକୁ ଗଲେ । ମୁଁ କିଛି ବୁଝିପାରୁନଥାଏ କଣ ବା ହୋଇଥିବ ଯାହା ପାଇଁ ମାଉସୀ ଏତେ ଚିନ୍ତିତ ଏତେ କଷ୍ଟ ତାଙ୍କ ମନରେ, ଇତି ଆଉ କଣ ଏମିତି କଲା କି? ବାପା କିଛକ୍ଷଣ ପରେ ଆସି ମୋତେ ଅନ୍ୟ କୋଠରୀକୁ ଡ଼ାକିନେଇ ଇତିର ଫୋଟ ଆଡକୁ ହାତ ବଢ଼େଇ ଦେଖେଇଲେ । ସେ ଫଟୋକୁ ଦେଖି ଅବାକ ହେଇ ଚାହିଁରହିଲି କିନ୍ତୁ କିଛି କ୍ଷଣ ପରେ କହିଲି ବାପା ଏ କଣ ଇତିର ପିଲାଳିଆମୀ ଆଜି ବି ଯାଇନି.. ନିଜ ଫଟୋରେ ଫୁଲମାଳ ଦେଇ ତୁମ ଦୁହିଁଙ୍କୁ ଆଘାତ କରୁଛି । ଆଜି ମୁଁ ତା ସହ କଥା ହେଉଛି ଆପଣ ବ୍ୟସ୍ତ ହୁଅନ୍ତୁନି । ମୋ ପାଟିରୁ ଏତିକି କଥା ସରିଛି କି ନାଇଁ ବାପା ଭୋ ଭୋ ହୋଇ କାନ୍ଦି ଉଠିଲେ । ବାପା ଙ୍କ କାନ୍ଦ ଦେଖି ଛାତିରେ ଅଜଣା କଷ୍ଟ ହବାକୁ ଲାଗିଲା ପାଦତଳ ମାଟି ଖସିଯିବା ଭଳି ଲାଗିଲା ଜାଣିନି କଣ ପାଇଁ କିନ୍ତୁ ଅଜଣା ଭୟ ମନକୁ ଘେରିରଖିଲା କାରଣ ମନ ସ୍ୱୀକାର କରୁନଥିବା କଥାଟି ବୋଧହୁଏ ହୃଦୟ ସ୍ୱୀକାର କରିସାରିଥିଲା ।


ବାପା ମୁଂହ ଖୋଲି କହିଲେ...." ତୁ ଯିବାର କିଛି ଦିନ ପରେ ଇତି ତ ଜନ୍ମଦିନ ରେ ତ ପାଇଁ କିଛି ଉପହାର ସହ ଚିଠି ଧରି ପୋଷ୍ଟଅଫିସ କୁ ଯିବା ସମୟରେ ଏକ ଆକସ୍ମିକ ସଡ଼କ ଦୁର୍ଘଟଣାରେ ଆମକୁ ସବୁଦିନ ପାଇଁ ଛାଡି ଚାଲିଯାଇଛି " ବାସ, ସେଇ ସବୁଦିନ ଛାଡି ଚାଲିଯିବାର କଥା କାନରେ ବାଜିବ । ପରେ ମୋତେ ଆଉ କୌଣସି କଥା ଶୁଭିନି, ବାପା ବୋଧେ ଆହୁରି କିଛି କହୁଥିଲେ କିନ୍ତୁ ସେତେବେଳେ ମୁଁ ମୃତ ପ୍ରାୟ ହୋଇଯାଇଥିଲି ଇତିର ଫୋଟକୁ ଚାହିଁ ଅନବରତ ଅଶ୍ରୁ ବୋହୁଥିଲା ଆଉ ତାପରେ କିଛି ମନେ ନାହିଁ ମୋର । ଏବେ ବହୁଦିନ ପରେ ପ୍ରାୟ 10 ବର୍ଷ ପରେ ମୋ ପରିବାର ଲୋକଙ୍କ ଠୁ ଶୁଣିବାକୁ ପାଇଛି ମୁଁ କାଳେ ବାପାଙ୍କର ସେଇ କଥା ପରେ ମୁର୍ଚ୍ଛା ପ୍ରାୟ ହୋଇ କୋମା କୁ ଚାଲିଯାଇଥିଲି । ସେସବୁତ କିଛି ମନେନାହିଁ ମୋର କିନ୍ତୁ ଏତିକି ଭାବୁଛି ଯଦି ମୁଁ ମୃତପ୍ରାୟ ହୋଇଯାଇଥିଲି ତେବେ ପୁଣି ବଞ୍ଚିଲି କାହିଁକି? କଣ ବିଧାତା ଦେଖିବାକୁ ଚାଁହୁଛି ତୁମ ବିରହରେ ମୋର ଯନ୍ତ୍ରଣା, ରାତି ଅଂଧକାରେ ମୋ ହୃଦୟର ଆର୍ତ୍ତଚିତ୍କାର ।


ଇତି ତୁମେ ଭଲକି ଜାଣିଥିଲ ତୁମ ବିନା ମୋର ଅସ୍ଥିତ୍ୱ ନାହିଁ ତେବେ କାଇଁ ଛାଡ଼ିଗଲ ମୋତେ ଏମିତି ଏକା କରି, ତୁମ ବିରର ଯନ୍ତ୍ରଣା ସତରେ ବହୁ କଷ୍ଟ ଦାୟକ । ଏମିତି କଷ୍ଟ ଦାୟକ ଯେ ମୁଁ ଜାଣିପାରୁନି ଶରୀରର କୋଉଠି ହୋଉଛି ସେ କଷ୍ଟ , କେବଳ ପାଗଳ ପ୍ରାୟ ହୋଇ ଖୋଜିବୁଲେ ଆଉ କିଛି କ୍ଷଣ ପରେ ଭୁଲିଯାଏ ମୋ ନିଜର ଅସ୍ଥିତ୍ୱ । ନେଇ ଯାଅ ମୋତେ ତୁମ ପାଖକୁ ଯୋଉଠି ଥିଲେବି ମୁଁ ଗଢିଦେବି ତୁମ ପାଇଁ ଏକ ସୁନ୍ଦର ନଅର ଯୋଉଠି ଥିବା ତୁମେ ମୁଁ ଆଉ ଆମ ସୁନ୍ଦର ସଂସାର । ମୁଁ କିଛିଦିନ ପାଇଁ ତୁମକୁ ଏକା କରି ଚାଲିଯାଇଥିଲି ଚାକିରୀକୁ ବୋଲି ତୁମେ ଅଭିମାନ କରି ମୋତେ ଛାଡି ଚାଲିଗଲ । କିନ୍ତୁ ମୁଁ ଜାଣିଛି ତୁମ ଅଭିମାନ ଦିନେ କମିଯିବ ଆଉ ତୁମେ ମୋ ପାଖକୁ ନଆସିଲେ ବି ମୋତେ ଡାକିନଵ ତୁମ ପାଖକୁ । ସେଇ ଅପେକ୍ଷାରେ ବଞ୍ଚିଛି ମୁଁ କେବେ ତୁମ ଅଭିମାନ କମିବ ଆଉ ମୁଁ ପୁଣି ଥରେ ଦେଖିପାରିବି ମୋ ପିଲାବେଳର ସାଥି ତଥା ପ୍ରଥମ ପ୍ରୀତିକୁ ।


Rate this content
Log in

More oriya story from Swayamsiddhadas Das

Similar oriya story from Romance