Parameswar Ojha

Tragedy

2  

Parameswar Ojha

Tragedy

ହିସାବ

ହିସାବ

1 min
220


ଦଶ ପୁରୁଷ ରୁ ଏକାଠି ଥିବା ପରିବାର ରୁ ଗୋଟେ ଅଂଶ ଆଜି ଭିନ୍ନ ହେଲେ ।


ଚୌକି , ଖଟ , ଆଲଣା ,ଆସବାବ ପତ୍ର ସବୁ ଭାଗ ଭାଗ ହୋଇ ବାଣ୍ଟ ହୋଇଗଲା ।


କିଏ କୋଉ ବାବଦରେ ଟିକିନିଖି କରିଥିବା ଖର୍ଚ୍ଚ ହିସାବ ହୋଇ ପ୍ରତ୍ୟେକ ଜିନିଷ ବାବଦ ବଣ୍ଟା ହୋଇଗଲା ।


ସବୁ ପରେ ଚୁପ୍ ହୋଇ ବସିଥିବା ରବି ହଠାତ୍ ବଡ ଭାଇର ମୁହଁ କୁ ନ ଚାହିଁ ତାଙ୍କ ଉଦ୍ଦେଶ୍ୟରେ ହାଲ୍ଲା କରି କହିଲା 


- " ତମେ ଯୋଉ କୋରାପୁଟ ରେ ରହିଲ ଦି'ବର୍ଷ ସେତିକି ଦିନ ବାପା ଖାଲି ଆମ ଘରେ ହିଁ ଖାଇଥିଲେ କାଇଁ ତା' ହିସାବ ତ ହେଲାନି ? " 


ବଡ ଭାଇ ଆଶ୍ଚର୍ଯ୍ୟ ହୋଇ ପଚାରିଲେ 


- " ବାପା ତୋ ପାଖରେ ଖାଉଥିଲେ ବୋଲି ତା' ପଇସା ନବୁ ତୁ ?" 


ମୁହଁ କୁ କେମିତି ଗୋଟେ ଖିଙ୍କାରି କି କହିଲା ରବି 


-" କାଇଁ ? ମାସକୁ ମାସ କ'ଣ ସେ ବାବଦରେ ଟଙ୍କା ପଠଉଥିଲ କି ? " 


ବଡ ଭାଇ ଗମ୍ଭୀର ହୋଇ ପଚାରିଲେ 

- " ତା' ହେଲେ କହ କେତେ ଟଙ୍କା ତୁ ନବୁ ?"


ପତ୍ନୀ ସହିତ କିଛି ସମୟ ବିଚାର ବିମର୍ଶ ପରେ ରବି କହିଲା

 - " ଦିନ କୁ ଶହେ କୋଡ଼ିଏ ଟଙ୍କା ହିସାବ ରେ ହିସାବ କରି ଦିଅ " 


ବାପା ଭଙ୍ଗା ଚେୟାର ଉପରେ ବସି ଚାହିଁଥିଲେ ବୋଉ ମୁହଁ କୁ ଆଉ ବୋଉ ଚାହିଁଥିଲେ ବାପା ଙ୍କୁ ଆଉ ଭାବୁଥିଲେ 


- ଏ ସେଇ ଘର ତ ? ଯୋଉଠି ଗୋଟେ କଂସା ରେ ଦୁଇ ଭାଇ ସାଙ୍ଗ ହୋଇ ଭାତ ଖାଉଥିଲେ ଆଉ ସୁଖରେ ଦୁଃଖରେ କାନ୍ଧରେ କାନ୍ଧ ମିଶେଇ ଚାଲୁଥିଲେ । ହେଲେ ଆଜି ହଠାତ୍ କ'ଣ ସବୁ ହେଇଗଲା !  ଚାହୁଁ ଚାହୁଁ ଗୋଟେ ଘରେ ଗୋଟେ ଛାତ ତଳେ ଏକାଠି ଥିବା ପରିବାର ଆଜି ବିନା ପାଚେରୀରେ ଦୁଇ ଭାଗ ହେଇଯାଉଛି ।



Rate this content
Log in

Similar oriya story from Tragedy