STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଗୁରୁ ପୁର୍ଣ୍ଣିମା

ଗୁରୁ ପୁର୍ଣ୍ଣିମା

2 mins
114

ଜଗତ ଭିତରେ ଗୁରୁ ଙ୍କ ଠାରୁ ଆଉ କେହି ବଡ଼ ନୁହେଁ।ଗୁରୁ ହିଁ ଆମକୁ ମୁକ୍ତି ର ମାର୍ଗ କୁ ନେଇ ଯାଆନ୍ତି।ସେ ଆମ ଜୀବନ ରେ ଥିବା ସବୁ ବିକାର କୁ ଦୁରେଇ ଦିଅନ୍ତି।ଗୁରୁ ଆମକୁ ସୁଦ୍ଧ

ସୁବର୍ଣ କରି ଦିଅନ୍ତି।

  ଆମ ଜୀବନ ରେ ଗୁରୁ ଙ୍କ ସ୍ଥାନ ସବୁ ଠାରୁ ଆଗରେ ଅଛି।ଆମ ଜୀବନ ରେ ଅନେକ ଗୁରୁ ଆସନ୍ତି।ପ୍ରଥମ ଗୁରୁ ମାତା,ତା ପରେ ପିତା,ତା ପରେ ଶିକ୍ଷା ଗୁରୁ ,ତା ପରେ କର୍ଣ୍ଣ ଗୁରୁ ,ତା ପରେ ସଦ୍ ଗୁରୁ।

  ଯିଏ ଆମକୁ ଈଶ୍ୱର ତତ୍ୱ କୁହନ୍ତି ସେ ଆମ ସଦ୍ ଗୁରୁ।ଗୁରୁ ହେଉଛନ୍ତି ବ୍ରହ୍ମା,ବିଷ୍ଣୁ,ପୁଣି ମହେଶ୍ୱର।

ଗୁରୁ ଙ୍କୁ ପରମ ବ୍ରହ୍ମ କୁହା ଯାଏ।ସେ ଆମ ଜୀବନ ରେ ଥିବା ଅଜ୍ଞାନ ଅନ୍ଧକାର ରୁ ଆମକୁ ଦୁରେଇ ଆମ କୁ ଆଲୋକ ର ପଥ କୁ ନେଇ ଯାଆନ୍ତି।

   ଗୁରୁ ବିନା ଆମର କେହି ମଙ୍ଗଳ କରି ପାରିବେ ନାହିଁ।ସେ ଆମ ଜୀବନ ରେ ଶାନ୍ତି ,ଗତି ,ମୁକ୍ତି ,ପ୍ରଗତି ଆଣି ଦିଅନ୍ତି।ଗୁରୁ ଆମ ପିତା ମାତା ଭଳି ଆମକୁ ନୂଆଁ ଜୀବନ ଦିଅନ୍ତି।

ଗୁରୁ ଆମର ମାର୍ଗଦର୍ଶକ. ହୋଇ ସବୁ ବେଳେ ରୁହନ୍ତି।ତେଣୁ ଆମେ ସମସ୍ତେ ଗୁରୁ ଙ୍କୁ ମାନିବା ତାଙ୍କୁ ସମ୍ମାନ୍ ଦେବା ଆମର ପରମ କର୍ତ୍ତବ୍ୟ।

   ଦେବତା ମାନଙ୍କ ଗୁରୁ ବୃହଷ୍ପତି ।ଅସୁର ମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ।ସେହି ଭଳି ଆମ ମଣିଷ ମାନଙ୍କ ଜଗତ ଗୁରୁ ହେଉଛନ୍ତି ଶଙ୍କରାଚାର୍ଯ୍ଯ।

ସେ ଆମ ପାଇଁ ଅନେକ ଗ୍ରନ୍ଥ ଓ ଅନେକ ଶ୍ଳୋକ ଲେଖି ଛନ୍ତି ।ଯାହା କୁ ଆମେ ପାଠ କରିବା ଉଚିତ୍ ।

   ଆମେ ଗୁରୁଙ୍କୁ ସନ୍ତୁଷ୍ଟ କଲେ ଈଶ୍ୱର ମିଳନ୍ତି।କାରଣ ସେ ସ୍ୱୟଂ ଈଶ୍ୱର।

 ଭାଗବତ୍ ରେ ଅଛି

"ଗୁରୁ ଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର"


ରାମ ଚରିତ୍ ମାନସ୍ ରେ ଅଛି

"ବନ୍ଦଉ ଗୁରୁ ପଦ ପଦମ ପରାଗା

ସୁରୁଚି ସୁବାସ ସରସ ଅନୁରାଗା"


ତେଣୁ ଆମେ ଗୁରୁଙ୍କୁ ନିଜ ଆଦର୍ଶ ମାନିବା।ଗୁରୁ ଙ୍କ ପାଦକୁ ସ୍ଵର୍ସ କରିବା।

ଆମେ କେବେ ଗୁରୁ ଙ୍କୁ ନିନ୍ଦା କରିବା ନାହିଁ , ତାଙ୍କୁ ଅପମାନ କରିବା ନାହିଁ।

ଯେତେ ବଡ଼ ବଡ଼ ଭକ୍ତ ଅଛନ୍ତି ସମସ୍ତେ ଗୁରୁ ଙ୍କ ସେବା କରି ଈଶ୍ୱର ପାଇଛନ୍ତି।ଆମେ ବି ଗୁରୁ ଙ୍କ ସେବା କରିବା।

ଆମେ ଗୁରୁ ଙ୍କୁ ଏହି ପୁର୍ଣିମା ରେ ପୂଜା କରୁ କାରଣ ଗୁରୁ ହେଉଛନ୍ତି ସବୁଥିରେ ପରିପୁର୍ଣ।

ଗୁରୁ ସବୁ ଗୁଣ ରୁ ମୁକ୍ତ ।ସେ ଗୁଣାତିତ ।


ଆସନ୍ତୁ ଆମେ ସମସ୍ତେ ଗୁରୁ ଙ୍କୁ ମାନିବା।ଗୁରୁ ଙ୍କ ପ୍ରାପ୍ତି ହେଲେ ଜଗନ୍ନାଥ ଙ୍କୁ ଆମେ ପାଇବା।


ଓଁ ଶ୍ରୀ ସଦ୍ ଗୁରୁ ଦେବାୟ ନମଃ


Rate this content
Log in

Similar oriya story from Classics