ଗୁରୁ ଦିବସ ସ୍ମରଣେହେ ପୂଜ୍ୟଗୁରୁ
ଗୁରୁ ଦିବସ ସ୍ମରଣେହେ ପୂଜ୍ୟଗୁରୁ
ଶ୍ରୀ ଗୁରବେ ନମଃ.
ନମଃ ପୂଜ୍ୟ ଗୁରୁଦେବ..
ଗୁରୁ ହିଁ ସାକ୍ଷାତ ଗୋବିନ୍ଦ
ଗୁରୁ ହିଁ ସାକ୍ଷାତ ଈଶ୍ୱର
ବନ୍ଦଇ ତାଂକ ଶ୍ରୀ ପଦାରବିନ
୧୯୬୨ ମସିହାରୁ ଆମେ ସ୍ୱତନ୍ତ୍ର ଭାରତରେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ରାଧାକ୍ରିଷ୍ଣନ୍ ଙ୍କ ଜନ୍ମ ଦିନକୁ ଆମେ ଗୁରୁ ଦିବସ ହିସାବରେ ପାଳନ କରୁଛେ ସିନା, କିନ୍ତୁ ଗୁରୁଙ୍କ ମହିମାକୁ ଭାରତୀୟ ସଂସ୍କୃତିରେ ଉଚ୍ଚ ସ୍ଥାନ ଦେଇ ଆସିଛି. ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମବ୍ରହ୍ମ ବୋଲି ତୁଳନା କରାଯାଇଛି. ପ୍ରଥମରେ ମାତା, ଦ୍ବିତୀୟରେ ପିତା, ତୃତୀୟରେ ବିଦ୍ଯାଗୁରୁ, ଚତୁର୍ଥରେ କର୍ଣ୍ଣଗୁରୁ. ଉଦ୍ଧବ କେତେ ତୁ ପଚାରୁ, ମୋହର ଛବିଶ ଗୁରୁ. ଗୁରୁ ଗରୀୟସୀ ଗୁରୁ ତତ୍ତ୍ୱମସି.
କର୍ମ ମୋହର ନିଜ ଗୁରୁ..
ଉଦ୍ଧଵ କେତେ ତୁ ପଚାରୁ..
କାହିଁ ଆନ ମନେ ବିଚାରୁ...
ଭାଗ୍ୟ ନିୟନ୍ତା ଶ୍ରେଷ୍ଠ ଗୁରୁ...
ଗୁରୁ, ତାଂକର ଦକ୍ଷତା, ପାରଦର୍ଶିତା ଓ ବିଶେଷତାରେ ସେ ଅଜ୍ଞାନର ଅନ୍ଧକାରରୁ ଜ୍ଞାନର ଆଲୋକକୁ ପଥ ପ୍ରଦର୍ଶନ କରନ୍ତି. ମଣିଷର ପ୍ରଥମ ଗୁରୁ ପିତା ମାତା. ଗୁରୁ ଏକ ସତ୍ତା ଓ ଅନୁଭବ. ଶିଷ୍ୟ ମାନଙ୍କ ମନରୁ ଅଜ୍ଞାନର ଅନ୍ଧକାରକୁ ଦୁରେଇ ଦିଅନ୍ତି ଗୁରୁ. ତେଣୁ ଗୁରୁ ହିଁ ଈଶ୍ୱର. ତେଣୁ ଭାଗବତରେ କୁହାଯାଇଛି, -
" ଗୁରୁ ନଥାଇ ତୁ ଅର୍ଜୁନ
କାହୁଁ ପାଇବୁ ସଦଜ୍ଞାନ।"
ଭାରତର ଦ୍ଵିତୀୟ ରାଷ୍ଟ୍ରପତି ରାଧାକ୍ରିଷ୍ଣନ୍ ଭାରତରେ ବିଶେଷ ଜଣାଶୁଣା. ୧୮୮୮ ମସିହା ସେପ୍ଟେମ୍ବର ମାସ ୫ ତାରିଖରେ ତାଙ୍କ ଜନ୍ମ ତାମିଲନାଡୁ ର ଥିରୁତ୍ ଥାନି ରେ ହୋଇଥିଲା । ବାସସ୍ଥାନ ର ନାମ ଅନୁସାରେ ତାଙ୍କନାମ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ନାମରେ ନାମିତ କରାଗଲା. ତାଙ୍କର ପିତା ଙ୍କ ନାମ ବୀର ସ୍ୱ।ମୀ ଓ ମାତା ଙ୍କ ନାମ ଶୀତମ୍ମା. ରାଧାକ୍ରିଷ୍ଣନ୍ ଛାତ୍ରାବସ୍ଥାରୁ ବିଦ୍ୟାଳୟରେ ପ୍ରଥମ ହେଉଥିଲେ.
ଉତ୍ତମ ଶିକ୍ଷକ ହେବାପାଇଁ ତାଙ୍କର ଆଗ୍ରହ ଥିଲା. ସେ ଅଧ୍ୟାପକ ରୂପେ ନିଯୁକ୍ତି ପାଇଲେ. ଦର୍ଶନ - ଶାସ୍ତ୍ର ରେ ସେ ଡକ୍ଟରେଟ୍ ଉପାଧି ଲାଭ କରିଥିଲେ. ହିନ୍ଦୁ ଧର୍ମ ଉପରେ Thesis ଲେଖିଥିଲେ ,"The Ethics of Vedanta and it's Metaphysical presupposition".
1916 ମାଡ୍ରାସ ପ୍ରେସିଡେନ୍ସି କଲେଜରେ ଆଶିଷ୍ଟାଣ୍ଡ professor ଭାବେ ନିଯୁକ୍ତ ହେଲେ. ୧୯୧୮ ରେ Mysor University ରେ ଦର୍ଶନ ଶାସ୍ତ୍ର ରେ professor ରୂପେ ଥିବା ବେଳେ" The philosophy of Rabindra nath Tagore". ଲେଖିଥିଲେ ।୧୯୨୦ ମସିହାରେ ସେ ଲେଖିଥିଲେ "The Reign of Religion Contemporary philosophy ". ସୋଭିଏତ୍ ସଂଘ ସହ ରାଜନୈତିକ କାର୍ଯ୍ୟ ଆରମ୍ଭ କରିଥିଲେ. ପଣ୍ଡିତ ଜବାହରଲାଲ ନେହେରୁଙ୍କ କଥାନୁସାରେ ସେ ୧୯୪୭ ରୁ ୧୯୪୯ ପର୍ଯ୍ୟନ୍ତ ସମ୍ବିଧାନ ନିର୍ମାତା ସଭାର ସଦସ୍ୟ ରୂପେ କାର୍ଯ୍ୟ କଲେ. ୧୩ ମେ ୧୯୫୨ ରୁ ୧୩ ମେ ୧୯୬୨ ପର୍ଯ୍ୟନ୍ତ ରାଧା କ୍ରିଷ୍ଣନ୍ ଭାରତର ଉପରାଷ୍ଟ୍ରପତି ଥିଲେ. ତାପରେ ରାଷ୍ଟ୍ରପତି ହେଲେ. ଶିକ୍ଷା ଓ ରାଜନୀତି ପାଇଁ ୧୯୫୪ ରେ ରାଧାକ୍ରିଷ୍ଣନ୍ ଙ୍କୁ "ଭାରତରତ୍ନ" ଦ୍ଵାରା ସମ୍ମାନିତ କରା ହୋଇଥିଲା. "Unity in Diversity "କୁ ଆପଣେଇଥିଲେ. ୧୯୬୨ ସେପ୍ଟେମ୍ବର ମାସ ୫ ତାରିଖ କୁ ତାଙ୍କ ସମ୍ମାନ ପାଇଁ"ଗୁରୁଦିବସ" ଭାବେ ପାଳନ କରିବା ପାଇଁ ସ୍ଥିର କରାଯାଇଥିଲା. ୧୯୬୨ ରେ ବ୍ରିଟିଶ ଏକାଡେମୀ ର ସଦସ୍ୟ ରୂପେ ନିଯୁକ୍ତି ହେଲେ । ଇଂଲଣ୍ଡ ସରକାର ତାଙ୍କୁ "order of Mariant' ର ସମ୍ମାନ ରେ ସମ୍ମାନିତ କରିଥିଲେ. philosophy and Religion ଉପରେ ପୁସ୍ତକ ଲେଖିଥିଲେ. "ଗୈ।ତମ ବୁଦ୍ଧ ଙ୍କ ଜୀବନ ଓ ଦର୍ଶନ ",
" ଧର୍ମ ଓ ସମାଜ"," ଭାରତ ଓ ବିଶ୍ଵ" ପୁସ୍ତକ ରଚନା କରିଛନ୍ତି. ରାଧାକ୍ରିଷ୍ଣନ୍ ଋଷ୍ ରେ ଭାରତର ରାଷ୍ଟ୍ରଦୂତ ହୋଇ ରହିଲେ. ୧୯୭୫ ମସିହା ଏପ୍ରିଲ ୧୭ ତାରିଖ ରେ ଦୀର୍ଘ ୮୬ ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରସେବା କରି ଚିରଦିନ ପାଇଁ ଆଖି ବୁଜି ଦେଇଥିଲେ. ଚେନ୍ନାଇର ମଇଲାପୁର ଶ୍ମଶାନରେ ତାଙ୍କର ଅନ୍ତିମ କ୍ରିୟା ସମାପନ କରା ଯାଇଥିଲା.
ଅଜ୍ଞାନ ଅନ୍ଧାର ହୋଇଥାଏ ଦୂର
ତାଙ୍କରି ଆଶିଷ ପାଇ
ଗୁରୁ ଦେଇ ଦିବ୍ୟଜ୍ଞାନ ସତପଥଦାତା
ମୋହର ପାଇଁ
ଜ୍ଞାନ ବିତରଣେ ନୁହଁନ୍ତି କୃପଣ ସେ ପରା
ବଦାନ୍ୟତାର ଶ୍ରାବଣ
ଗୁରୁ ଜ୍ଞାନ ଅମୃତର ସୁଧାବାଣୀ ଆତ୍ମବିଶ୍ୱାସର
ମୂଳଖମ୍ବ ସମାଜର ସେ ଦର୍ପଣ
ଗୁରୁ ଅନ୍ତଃକରଣର ଶକ୍ତିରେ ପଙ୍ଗୁ ଲଂଘି
ପାରେ ଉତ୍ତୁଙ୍ଗ ଶଇଳ ଶିଖ
ଗୁରୁ ଆଶିର୍ବାଦେ ଜ୍ଞାନୀ ହୁଏ ଶିଷ୍ୟ ମିଳଇ
ଶାନ୍ତ ଶାଶ୍ବତ ସୁଖ
ଗୁରୁ ପରମ ପୁରୁଷ ଗୁରୁ ଗରୀୟାନ ଗୁରୁ
ଈଶ୍ବର ଅଟଇ
ତାଙ୍କରି କଲ୍ୟାଣ ବିନା ମଣିଷର ଭଲ
କେବେ ହୋଇ ନାହିଁ
ଜୀବନର ପଥ ପ୍ରଦର୍ଶକ ହୋଇ ବୋଲାନ୍ତି
ଜ୍ଞାନର ସର୍ବମୟ
ତାଙ୍କ ପାଇଁ ଶିଷ୍ୟ ଭବିଷ୍ୟେ ଉଜ୍ଜ୍ବଳ ହୁଅନ୍ତି
ସେ ତ ମଙ୍ଗଳମୟ
ହେ ମୋର ଗୁରୁବୃନ୍ଦ, ଅନ୍ଧାରରେ ଥିଲି ଆଲୋକ
ଦେଖିଲି, ପାଇଲି ମୁଁ ଦିବ୍ୟଜ୍ଞାନ
ତୁମେ ମୋର ଗୁରୁ ମୋ ପରମ ପୂଜ୍ୟ, ରହିଛ ସର୍ବଦା
ତୁମେ ସବୁ ମୋର ଭଗବାନ
ହେ ମୋର ଗୁରୁବୃନ୍ଦ, ଜୀବନ ଧାରଣର ମାର୍ଗ,
ମାନ ସମ୍ମାନ, ସବୁ ଦେଇଅଛ
ହେ ଗୁରୁବୃନ୍ଦ ତୁମ ଶିକ୍ଷାଦାନେ, ମୋତେ ସର୍ବ
ଶ୍ରେଷ୍ଠ ମଣିଷଟିଏ ତ ଗଢି ଅଛ
ମୋ ଜୀବନେ ଗୁରୁ ତୁମେ ବ୍ରହ୍ମା ଗୁରୁ ତୁମେ ବିଷ୍ଣୁ
ଗୁରୁ ତୁମେ ମହେଶ୍ୱର
ପବିତ୍ର ଗୁରୁ ଦିବସ ଉପଲକ୍ଷେ ହେ ଗୁରୁବୃନ୍ଦ ତୁମେ
ଘେନ ମୋର ନମସ୍କାର ।
