STORYMIRROR

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ଆତ୍ମଗର୍ଵ ଅହଂକାର

ଆତ୍ମଗର୍ଵ ଅହଂକାର

2 mins
179


କାଳିଦାସ:-ମା ମୋତେ ପାଣି ଟୋପେ ପିଇବାକୁ ଦିଅ ବହୁତ ଧର୍ମ ହେବ।

ବୃଦ୍ଧା -ପୁଅ ମୁଁ ତୋତେ ଜାଣିନାହିଁ। ତୋର ପରିଚୟ ଦେ।

କାଳିଦାସ -ମୁଁ ଏକ ପଥିକ। ଦୟା କରି ମୋତେ ପାଣି ଟୋପେ ଦିଅ ମା। ମୁଁ ବହୁତ ତୁଷାର୍ଥ।

ବୃଦ୍ଧା :-ତୁ ପଥିକ କେମିତି ହୋଇପାରିବୁ!!! 

ପଥିକ ତ କେବଳ ଦୁଇଜଣ ଅଟନ୍ତି। ଜଣେ ସୂର୍ଯ୍ୟ ଓ ଆଉ ଜଣେ ଚନ୍ଦ୍ର।ତାଙ୍କର ଗନ୍ତ୍ୟଵ୍ୟ ପଥରେ ସବୁବେଳେ ଗତି କରିଥାନ୍ତି। ତୁ ୟାଙ୍କ ଭିତରୁ କିଏ ସତ କହ ?

କାଳିଦାସ-ମୁଁ ଅତିଥି, ଦୟା କରି ମୋତେ ପାଣି ଟୋପେ ଦିଅ।

ବୃଦ୍ଧା:-ତୁ ଅତିଥି କେମିତି ହୋଇପାରିବୁ ?

 ଏ ସଂସାରରେ ଦୁଇ ଜଣ ଅତିଥି ଅଟନ୍ତି। 

ଜଣେ ଧନ ଓ ଆଉ ଜଣେ ଯୌବନ।ତାଙ୍କୁ ଯିବାକୁ ସମୟ ଲାଗେନି। 

ସତ୍ୟ କରି କହ ତୁ କିଏ ?

କାଳିଦାସ :-ମୁଁ ସହନଶୀଳ ଅଟେ। ଏବେ ତ ପାଣି ଟୋପେ ଦିଅ।

ବୃଦ୍ଧା-ନା ସହନଶୀଳତା ଦୁଇ ଜଣ ଅଟନ୍ତି। 

ଜଣେ ପୃଥିବୀ ଯିଏ କି ପାପି ଓ ପୁଣ୍ୟାତ୍ମା ମାନଂକର ବୋଝ ସହି ଆସିଛନ୍ତି। ତାର ଛାତି ଚିରି କରି ବୀଜ ରୋପଣ କରି ସମାଜକୁ ଶସ୍ୟର ଭଣ୍ଡାର ଯୋଗାଇ ଥାଏ, 

ଅନ୍ୟଟି ହେଉଛି ବୃକ୍ଷ, ଯାହାକୁ କି ପଥର ମାରିଲେ ବି ସେ ମିଠା ଫଳ ଦେଇଥାଏ।ତୁ ସତ କହ କିଏ ତୁ?

କାଳିଦାସ :-ମୁଁ ହଠୀ ଅଟେ।

ବୃଦ୍ଧା :-ପୁଣି ଅସତ୍ୟ । ହଠୀ ଦୁଇ ଜଣ ଅଟନ୍ତି। 

ପ୍ରଥମ ନଖ ଓ ଅନ୍ୟଟି ବାଳ। 

ଯେତେ କାଟିଲେ ବି ତାକୁ ବଢ଼ିବାରେ କେହି ରୋକି ପାରନ୍ତି ନାହିଁ। 

ସତ୍ୟ କୁହ ବ୍ରାହ୍ମଣ ତମେ କିଏ ?

କାଳିଦାସ :-ତାହାହେଲେ ମୁଁ ମୁର୍ଖ।

ବୃଦ୍ଧା-ନା ତୁ ମୁର୍ଖ କିପରି ହୋଇପାରିବୁ ?

ମୁର୍ଖ ତ ଦୁଇଜଣ ଅଟନ୍ତି। 

ଜଣେ ରାଜା, ଯିଏ ବିନା ଯୋଗ୍ୟତାରେ ବି ସମସ୍ତଙ୍କ ଉପରେ ଶାସନ କରିଥାଏ। 

ଆଉ ଜଣେ ହେଉଛି ରାଜ ଦରବାରରେ ପଣ୍ଡିତ ଯିଏ କି ରାଜାଙ୍କୁ ଖୁସି କରିବାକୁ ଯାଇ ଭୁଲ୍ କଥାକୁ ତର୍କ ମାଧ୍ୟମରେ ଠିକ୍ କଥାରେ ପରିଣତ କରିଥାଏ।

 କିଛି ଆଉ କହିବା ଅବସ୍ଥାରେ ନଥିଲେ କାଳିଦାସ, ସେ ବୃଦ୍ଧାଙ୍କ ଗୋଡ ତଳେ ପଡିଗଲେ ଓ ପାଣି ପାଣି ବୋଲି କହି ଚାଲିଲେ।

 ବୃଦ୍ଧା :-ଉଠ ବତ୍ସ । 

ଏ ସ୍ୱର ଶୁଣି କାଳିଦାସ ଉପରକୁ ଦେଖନ୍ତି ତ ସାକ୍ଷାତ ମା ସରସ୍ଵତୀ ତାଙ୍କ ସାମନାରେ ଅଭିର୍ଭୁତା।

କାଳିଦାସ ତାଙ୍କ ପାଦ ଧରି କାନ୍ଦି ବାକୁ ଲାଗିଲେ।

ମା ସରସ୍ୱତୀ :-ଶିକ୍ଷାରେ ଜ୍ଞାନ ଉତ୍ପନ ହୁଏ, ଅହଂକାର ନୁହେଁ। ତୁ ଶିକ୍ଷା ଦ୍ୱାରା ପ୍ରାପ୍ତ ମାନ ଓ ପ୍ରତିଷ୍ଠାକୁ ନିଜର ଉପଲବ୍ଧି ବୋଲି ମାନି ନେଲୁ ଓ ନିଜକୁ ବହୁତ ଅହଙ୍କାରୀ ବୋଲି ମାନି ନେଲୁ। ଏଥିପାଇଁ ତୋର ଆଖି ଖୋଲିବା ପାଇଁ ମୁଁ ତୋତେ ପରୀକ୍ଷା କରୁଥିଲି।

କାଳିଦାସ ନିଜର ଭୁଲ୍ ନିଜେ ବୁଝି ପାରିଲେ ଓ ପେଟ ପୁରା ପାଣି ପିଇ ଆଗକୁ ଚାଲିଲେ।

ତେଣୁ ବିଦ୍ୟା ଉପରେ କେବେ ବି ଆତ୍ମଗର୍ଵ କରନ୍ତୁ ନାହିଁ। 

ଏ ଆତ୍ମଗର୍ଵ ବିଦ୍ୟାକୁ ନଷ୍ଟ କରି ଦିଏ।ଦୁଇଟି ଜିନିଷକୁ କେବେ ଵ୍ୟର୍ଥ ହେବାକୁ ଦିଅନ୍ତୁ ନାହିଁ। ଗୋଟେ ଅନ୍ନ ଓ ଆରଟି ଆନନ୍ଦ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational