STORYMIRROR

Chittaranjan Nanda

Abstract Others Children

3  

Chittaranjan Nanda

Abstract Others Children

କୁନ୍ତଳା କୁମାରୀ ସାବତ

କୁନ୍ତଳା କୁମାରୀ ସାବତ

2 mins
177


    ବିଶ୍ୱରେ ସମାଜକୁ ମଣିଷ ଜନମି ଆସିବେ ମୃତ୍ୟୁରେ ଯିବେ | କିନ୍ତୁ ମାନବ ସେବା ହିଁ ମାଧବ ସେବା, ଏହି ବାର୍ତ୍ତା ମନୁଷ୍ୟକୁ ଯୁଗ ଯୁଗକୁ କାଳ ଜୟୀ କରେ | ଓଡ଼ିଆ ସାହିତ୍ୟ ଜଗତର ଜଣେ ଅନନ୍ୟ ପ୍ରତିଭା, ଓଡ଼ିଆ ଭାଷାକୁ ଉଚ୍ଚ ଆସନରେ ପହଂଚାଇବାରେ ଯାହାର ଅବଦାନ ଅତୁଳନୀୟ, ସେବା ପାଇଁ ଯେ ପରିଚିତ, ଡ଼ାକ୍ତରାଣୀ ହୋଇ ଵି ଲେଖାରେ ଯେ ଥିଲେ ନିପୁଣା, ଓଡ଼ିଆ ସାହିତ୍ୟରେ ଖ୍ୟାତ, ସେ ହେଉଛନ୍ତି କୁନ୍ତଳା କୁମାରୀ ସାବତ | ଓଡ଼ିଆ ସାହିତ୍ୟରେ ସେ ଥିଲେ ଅନନ୍ୟ ପ୍ରତିଭା | ସେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ନାମରେ ବିଦିତ | କୁନ୍ତଳା କୁମାରୀ ସାବତ ଏକା ଧାରରେ ସୁନାମ ଧନ୍ୟ ଲେଖିକା, କବୟିତ୍ରୀ, ଔପନ୍ୟାସିକା, ପ୍ରଥମ ଓଡ଼ିଆ ଡାକ୍ତରାଣୀ, ଜାତୀୟ ଆନ୍ଦୋଳନର ପୁରୋଧା, ସମାଜସେବୀ ଥିଲେ | ସେ ବହୁ ଭାଷା ଓଡିଆ, ହିନ୍ଦୀ, ଇଂରାଜୀ, ବଙ୍ଗଳା ଜାଣି ଥିଲେ |

କୁନ୍ତଳା କୁମାରୀ ସାବତ ଛତିଶ ଗଡ଼ ରାଜ୍ୟରେ ଜଗଦଲପୁର୍ ଗାଁରେ ଉଣେଇଶ ଶହ ଫେବୃୟାରୀ ଆଠ ତାରିଖରେ ପିତା ଡାନିଏଲ୍, ମାତା, ମୋନିକା କୋଳରେ ଜାତ ହୋଇଥିଲେ | ଦେଶ ମାତୃକାର ସେବା ପାଇଁ ସିଏ ଜୀବନ ଉତ୍ସର୍ଗ କଲେ | ବାଲ୍ୟ ବିବାହ ଆଦି କୁସଂସ୍କାର ବିରୁଦ୍ଧରେ ସେ ନିଜକୁ ସମର୍ପି ଦେଲେ |

ପେଷାରେ ଥିଲେ ସେ ଡାକ୍ତରାଣୀ | ଉଣେଇଶ ଏକୋଇଶିରେ ମେଡିକାଲ ବୋର୍ଡ ପରୀକ୍ଷାରେ ପାଶ ହୋଇ ସ୍ଵର୍ଣ୍ଣ ପଦକ ପ୍ରାପ୍ତ କରି ଓଡିଶାର ଗୋୖରବ ବଢାଇ ଥିଲେ |

      ସମାଜ ସଂସ୍କାର କରିବା ଦିଗରେ ତାଂକର ବହୁ ଅବଦାନ ରହିଛି | ସାହିତ୍ୟରେ ତାଂକର ରୁଚି ଥିଲା | ସ୍ବଳ୍ପ ଜୀବନ କାଳ ଭିତରେ ଓଡ଼ିଆ ସାହିତ୍ୟରେ ତାଂକର ରଚନା ପାଇଁ ସେ ସମସ୍ତ ଓଡିଆଙ୍କ ହୃଦୟରେ ସ୍ଥାନ ରଖି ପାରିଛନ୍ତି | ଓଡ଼ିଆ ସାହିତ୍ୟରେ ଅନନ୍ୟ କୃତୀ ଗୁଡିକ ହେଲା ଉଛ୍ବାସ, ଅର୍ଚ୍ଚନା, ସ୍ପୁଲିଙ୍ଗ, ଆହ୍ବାନ, ଅଞ୍ଜଳି, ପ୍ରେମ ଚିନ୍ତାମଣି, କାଳି ବୋହୂ, ନଅ ତୁଣ୍ଡି ପରଶମଣି, ଆଜି ବାପ ତୋତେ କହିବି କଥା, ଭ୍ରାନ୍ତି, ଚିତ୍ରପଟ ଇତ୍ୟାଦି. ପ୍ରତ୍ୟେକ ଓଡିଆ ରଘୁ ଅରକ୍ଷିତ, କାଳିବୋହୂ ଉପନ୍ୟାସ ପାଇଁ ସର୍ବଦା ତାଙ୍କୁ ମନେ ରଖିବ | 'ତାରା ପତି' ତାଙ୍କ ପ୍ରଥମ କବିତା | ଶେଫାଳି ତାଙ୍କ ପ୍ରତି କବିତା ରଚନା ମଧ୍ୟରୁ ଅନ୍ୟତମ | ଗଡଜାତ କୃଷକର ଅବସ୍ଥା ବର୍ଣ୍ନନା କରି ବାସ୍ତବତାକୁ ଖୁବ ସୁନ୍ଦର ଭାବେ ଉପସ୍ଥାପନାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି |

 ଆଜି ବି ମନେ ପଡେ ତାଙ୍କ ଲେଖାର ଗୋଟିଏ ପଦ

ଛୋଟର ଆଦର କରିଥାଏ ଛୋଟ

ବଡ଼ର ଆଦର ବଡ଼

ଫୁଟିଲା ଫୁଲ କି ଫୁଟେ ଆଉ ଥରେ

ଫୁଟେ ସିନା ଫୁଲ କଢ଼


     ଓଡ଼ିଆ ଜାତିର ସେହି ଗରିୟସୀ ମହିୟସୀ ମହିଳାଙ୍କ ଶହେ ବାଇଶ ତମ ତାଙ୍କ ଜନ୍ମ ଦିନରେ ତାଙ୍କୁ ମୁଁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract