Prabhas Kumar mohapatra

Inspirational

3  

Prabhas Kumar mohapatra

Inspirational

ଗୁପଚୁପ ବାଲା

ଗୁପଚୁପ ବାଲା

3 mins
289



ଏ କାହାଣୀଟି ଜଣେ ଗୁପଚୁପ ବଲା ଉପରେ ଆଧାରିତ ।

   ଅତୀତରୁ ଏ ଯାବତ୍ ସର୍ବଦା ଗରିବକୁ କିଛି ବଡ଼ ବଡୁଆ ପ୍ରଭାବଶାଳୀ ଲୋକ ସର୍ବଦା ଶୋଷଣ, କଷଣ, କରି ଆସିଛନ୍ତି। ମାତ୍ର ଗରିବ ବା କଣ ଉତ୍ତର ଦେଇ ପାରିବ । ନା ତା ପାଖରେ ଅଛି ଧନ ବଳ, ନା ଜନ ବଳ ନା ଅଛି କ୍ଷମତା । ଯେ ସେ ସ୍ବର ଉତ୍ତୋଳନ କରି ପାରିବ ନିଜର ନ୍ୟାୟ ପାଇଁ । କାରଣ ଦିନରାତି ଖଟିଲେ ଯାଇ ଚୂଲି ରେ ନିଆଁ ଜଳିବ ଆଉ ଭୋକିଲା ମୁହଁରେ ଦାନା ଗୋଣ୍ଡେ ଯିବ । ତେଣୁ ସେ ପରିବାର ମୁହଁକୁ ଚାହିଁ ଆଖିର ଲୁହ ଓଠରେ ପିଇ ସବୁ ସାହି ଯାଏ । ମାତ୍ର କିଛି କଳୁଷିତ ଲୋକ କେବେବି ବଦଳନ୍ତି ନାହିଁ । କି ତାଙ୍କ ନିକଟରେ ମାନବିକତା ହିଁ ନାହିଁ । ତାହାରି ଉପରେ ଆଧାରିତ ସତ୍ୟ ଗଳ୍ପ ଗୁପଚୁପ ବଲା ।

 


    ଏକ ହଜାର ବର୍ଷର ପୁରାତନ ସହର କଟକ ଯାହାକି ଓଡ଼ିଶାର ଅନେକ ଇତିହାସ , ସଂସ୍କୃତି, ପରମ୍ପରା କୁ ବହନ କରିଛି ନିଜ କୋଳରେ । ଯେଉଁ ସହର ଭାଇଚାରା ପାଇଁ ସର୍ବଦା ସୁନାମ ଅର୍ଜନ କରିଥାଏ । ଏଠି ଭିନ୍ନ ଭିନ୍ନ ଅଞ୍ଚଳ ର ଲୋକ ବିଭିନ୍ନ ବୃତ୍ତି କରି ଥାନ୍ତି । ଠିକ୍ ସେହି ପରି ଜଣେ ଗରିବ ଲୋକ ଗୁପଚୁପ ବେପାର କୁ ନିଜର ବୃତ୍ତି କରିଥାନ୍ତି । ସକାଳୁ ହେଲେ ବଡି ଭୋରରୁ ଉଠି ଅଟା ଚକଟି ଗୁପଚୁପ ବନାଏ । ସେଥିରେ ସାଥ ଦିଅନ୍ତି ପରିବାର ର ସମସ୍ତ ସଦସ୍ୟ ସ୍ତ୍ରୀ ଟିଏ ଘରକାମ ଛାଡ଼ି ଗୁପଚୁପ ବେଲିବାରେ ବେସ୍ତ ତୋ ଛୋଟ ପିଲାଟି ପାଠ ପଢା ଛାଡ଼ି ଗୁପଚୁପ ଗୋଟାଏ ପୁରେଇ ବାରେ ବେସ୍ତ । ସେପଟେ ବୁଢ଼ୀ ମାଆ ଟା ଆଳୁ ସିଝାଇ ବାରେ ବେସ୍ତ କାରଣ ଗୁପଚୁପ ଟି ସିନା ଭଲ ହେଲେ ଲୋକ ଖାଇବେ । ଆଉ ଲୋକ ଖାଇଲେ ସିନା ଚାରି ପ୍ରାଣୀ ପେଟକୁ ଦାନ ଗଣ୍ଡେ ଯିବ । ସେଥି ପାଇଁ ସମସ୍ତେ କାର୍ଯ୍ୟରେ ଲାଗି ଥାନ୍ତି । ତାପରେ ସେ ଆଣି ଝାଞ୍ଜିରୀ ମଙ୍ଗଳା ମନ୍ଦିରର କିଛି ଦୂରରେ ଗୁପଚୁପ ବାଲଟି ଗୁପଚୁପ ଲଗାଏ ଆଉ ଛିଡା ହୋଇ ଥିବ ଯେ ରାତି ପର୍ଯ୍ୟନ୍ତ। ସରିଲେ ସିନା ଘରକୁ ଯିବ । କଉ ଦିନ ବିକ୍ରି ହବତ ପୁଣି କଉ ଦିନ ନାହିଁ । ତଥାପି ଛିଡ଼ା ହୋଇ ରହି ଥାଏ ଗରାଖ କୁ ଚାହିଁ । ଏପଟେ ମନେ ପଡ଼ି ଯାଏ ସ୍ତ୍ରୀ ର ଘର ସଉଦା କଥା, ଏପଟେ ପୁଅର ପେନ୍ ଖାତା ସାରି ଯାଇଛି, ଆଉ ବୁଢ଼ୀ ମାଆ ଟା କହିଛି ବାବୁରେ ମୋ ପାଇଁ ଔଷଧ ଆଣିବୁ ଆଜି ସରି ଗଲା ଔଷଧ ନ ଖାଇଲେ ମୁଁ ମରିଯିବି ରେ। ଆଉ ମାସ ଶେଷରେ ପୁଣି ଘର ଭଡ଼ା । ମାତ୍ର ଗୁପଚୁପ ବାଲଟି ଚାହିଁ ରହିଥାଏ କେତେବେଳେ ଗୁପଚୁପ ତକ ସରିବ । ମାତ୍ର ଗୁପଚୁପ ତାର ଶହେ ଟଙ୍କା ବେପାର ହେଉ କି ନହେଉ ପଚାଶ ଟଙ୍କାର ଗୁପଚୁପ ତାର ଚାଲି ଯାଏ ପ୍ରଭାବଶାଳୀ ର ପେଟରେ । କିଏ ବାଇକ୍ ଅଟକେଇ କହେ ବେ ଗୁପଚୁପ ବଲା ଗୋଟେ ଗୁପଚୁପ ଦେଲୁ । ଆଉ କିଏ ମାତାଲି ଆସି କହେ ଏ ଟୋକା ଟିକେ ଭଲକି ଲଙ୍କା ପକେଇ ଗୁପଚୁପ ଦେଲୁ । ଆଉ କିଏ ପୁଣି କହେ ଖଟା ପାଣି ଦେଇକି ପୁରା ଝକାସ କରି ଦବୁ ନହେଲେ କାଲିଠୁ ଏଠି ଛିଡା ହେଇ ପାରିବୁନି । ମାତ୍ର ଗୁପଚୁପ ବାଲା ଖାଲି ଗୁପଚୁପ ଦେଇ ଚାଲି ଥାଏ । ମାତ୍ର ତାକୁ ତା ପ୍ରତି ବଦଳରେ ଟଙ୍କାଟେବି ମିଳେନା ମିଳେ କେବଳ ଗାଳି , ଧମକ , ଆରେ ତୁ ଆମ ଇଲାକାରେ ଆମଠୁ ପଇସା ନବୁ , ତୋତେ ଆମେ ଏଠି ଛିଡ଼ା କରାଇ ଦବୁନି ବୁଝିଲୁ। ତର ସବୁ ଗୁପଚୁପ ଫପାଡ଼ି ଚୁନା କରି ଦବୁ , ତ ପିଠିରେ କଉ ବୋପା ବି ପଡ଼ିବେନି ଏମିତି ଅନେକ ଅଶ୍ଳିଳ କଥା । ସେଥି ପାଇଁ ଗୁପଚୁପ ବଲା ସର୍ବଦା ଚୁପ୍ । କାରଣ କିଛି କହିଲେ ତା ସଂସାର ଭାସିଲା । ତେଣୁ ଚୁପ୍ ହୋଇଥାଏ । ତାକୁ ପଚାରିଲେ କହେ ବଡ଼ ବଡୁଆ, ଅଫିସର, ହାକିମ କୁ କଣ କହିବି ସେମାନେ ବଡ଼ ଲୋକ ମୁଁ ତୋ ସାଧାରଣ ଗୁପଚୁପ ବାଲା ଟା ।

ମୋର ପ୍ରତିଦିନ ଶହେ ଟଙ୍କା ର ବିକ୍ରି ହେଉ କି ନ ହେଉ । ପଚାଶ ଟଙ୍କା ର ମୋର ନିତି ଏମାନେ ଖାନ୍ତି । ତେଣୁ କିଛି ନ କହି ମୁଁ ଚୁପ୍ ହୋଇ ରହିଥାଏ । କେବଳ ମୁଁ ନୁହେଁ ମୋ ପରି ଏମିତି ଅନେକ ଗୁପଚୁପ ବଲା । ଚୁପ୍ ହୋଇ ରହି ଥାନ୍ତି ।

   

  ପରିଶେଷରେ ଏତିକି କହିବାକୁ ଚାହିଁ ବି ଯେଉଁ ଧନୀ, ପ୍ରଭାବଶାଳୀ ଲୋକ ମାନେ ଏମିତି ଆଚରଣ କରନ୍ତି । କଣ ତାଙ୍କ ନିକଟରେ ଟିକିଏ ବୋଲି ମାନବିକତା ନାହିଁ । ତାଙ୍କର କଣ ଟା ଅଭାବ ଅଛି ଯେ ସେମାନେ ଏପରି ଅନୈତିକ କାର୍ଯ୍ୟ କରୁଛନ୍ତି । ତେଣୁ ସୁଧୁରି ଯାଆନ୍ତୁ । କାରଣ 

କୁ କର୍ମ ଯେବେ ବଢ଼ଇ ।

ବିନାଶ କାଳ ଆସଇ ।।


Rate this content
Log in

Similar oriya story from Inspirational