Sucharita Sena

Inspirational

3  

Sucharita Sena

Inspirational

ଗର୍ବ

ଗର୍ବ

3 mins
280



ସକାଳୁ ସକାଳୁ ଦିପୁ ବାଇକ ଟା ଧରି ଚଟ କରି ଘରୁ ବାହାରି ଗଲା । ଆଜି ମାତୃ ଦିବସ , କେକ୍ ଟିଏ ଆଣିଲେ ରାତିରେ ମାମା ତାର କାଟିବେ । ଆଗରୁ ଏପରି ସବୁ ନଥିଲା...... ହେଲେ ଆଜିକାଲି ର ପିଲାମାନେ ଏସବୁ ଆୟୋଜନ ରେ ଢ଼େରେ ଆଗୁଆ । ସମୟ ବଦଳିବା ସହିତ ସବୁ କିଛି ବଦଳି ଯାଉଛି ଆଖି ଆଗରେ ଯେପରି । ଆଜି ଦିନଟି ପାଇଁ ଦିପୁର କେତେ କଣ ଆୟୋଜନ, ତା ମାମାଙ୍କ ପାଇଁ । 


      ପୁଅର ଏସବୁ କାମ ଦେଖି ସୁମାଦେଵୀ ଙ୍କର ଖୁସିର ଠିକଣା ନଥିଲା  । ଛାତିଟା ତାଙ୍କର ଗର୍ବରେ ଫାଟି ପଡୁଛି । ଦିପୁ ଭଳି ପୁଅ ଟିଏ ପାଇଁ ସେ ଅନେକ ଖୁସି, ତାକୁ ନେଇ ଗର୍ବ ବା କରିବେନି କିପରି ।

  

        ଦିପୁ ଆଜି ତା ବାପାଙ୍କ ଗାଡିଟି ନେଇ ବଜାର ଯାଇଛି । କାହିଁ କେତେବେଳୁ ଗଲାଣି ଏ ପର୍ଯନ୍ତ ଫେରିନି । ଖରାଟା ଯେପରି ମାଡି ଆସିଲାଣି । ଏତେ ଖରାରେ ବାହାରେ ରହିବା ଅଭ୍ୟାସ ବି ନାହିଁ । ଏବର୍ଷ ନବମଶ୍ରେଣୀ ହେବ । ବାପାଙ୍କୁ ନ ଜଣେଇ ଗାଡି ନେଇଯାଇଛି । କେତେବେଳେ ଆସିବ ଯେ ???? ସୁମା ଦେବୀ ଘରୁ ବାହାର, ବାହାରୁ ଘର ହେବାରେ ବ୍ୟସ୍ତ । ଓ ମନରେ ଏପରି ଅନାମନା ଭାବନା ବସା ବାନ୍ଧୁଛି । 

 

        ରବୀନ୍ଦ୍ର ବାବୁ ଘରୁ ବାହାରି ଆସିଲେ, ପଚାରି ବସିଲେ ଦିପୁ କଥା । ସୁମା ଦେବୀ ତିଳେ ମାତ୍ର ଡେରି ନକରି ବଖାଣି ବସିଲେ ପୁଅ ର ଆୟୋଜନ ବିଷୟରେ । ରବୀନ୍ଦ୍ର ବାବୁ ସ୍ପଷ୍ଟ ଦେଖି ପାରୁଥିଲି ସୁମା ଦେବୀଙ୍କ ମନ ତଳର ଖୁସିକୁ, ... ପୁଅ ଗାଡି ନେଇ ଯାଇଛି ଜାଣି ମଧ୍ୟ ସେ କିଛି କହି ପାରିଲେନି । ସେ ଚାହୁଁ ନଥିଲେ ସୁମା ଦେବୀ ଙ୍କ ମନ କୁ ଆଘାତ ଲାଗୁ । "ସେ ଆସିଯିବ ତୁମେ ଯାଇ ରୋଷେଇ କର " କହିଲେ ରବୀନ୍ଦ୍ର ବାବୁ । ସୁମା ଦେବୀ ଚାଲି ଗଲେ ରୋଷେଇ କରିବାକୁ । ରବୀନ୍ଦ୍ର ବାବୁ ଖବର କାଗଜ ଟିକୁ ଉଠାଇ ଆଣିଲେ । ଆଖିରେ ପଡିଲା ବଡବଡ ଵିଜ୍ଞାପନ ମାତୃ ଦିବସ ଅବସରରେ । 

ଦେହ ଭିତରେ କିପରି ଗୋଟେ ହଲଚଲ ହେଇଗଲା । ମନ ଭିତରକୁ ଆସିଗଲା ତାଙ୍କ ବୋଉର ମୁହଁ । ବିଗତ ଦିନର ସମୟ ନାଚି ଉଠିଲା ମାନସ ପଟରେ । 


       ବାପା ଛୋଟ ବେଳୁ ଆମକୁ ଛାଡି ଆରପାରିକୁ ଚାଲିଯାଇଥିଲେ । ବୋଉ କେତେ କଷ୍ଟ କରି ବଡ କରିଛି ତାହା କେବେ ଭୁଲି ପାରିବୁନି । ଓଳିଏ ଖାଇ ଓଳିଏ ଓପାସ ରହିଛି ସତ ହେଲେ କେବେ ଆମକୁ ଭୋକରେ ରଖିନି । ଖାଇସାରି ବୋଉର ଶାଢ଼ୀ କାନିରେ ହାତ ନ ପୋଛିଲେ ଶାନ୍ତି ଲାଗେନି ମତେ । ଦିନ ଗଡ଼ିବା ସହିତ ଅମେବି ବଡ ହେଲୁ । ପାଠ ପଢା, ଚାକିରୀ ଭିତରେ ବୋଉ ଠାରୁ ବହୁତ ଦୂରରେ ମୁଁ । ବୋଉହିଁ କେବଳ ସେଇ ଗାଁରେ, ତାକୁ ଛାଡି ସବୁ ଭାଇ ଭଉଣୀ ମାନେ ବାହାରେ । କେବଳ ମାସ ଶେଷରେ ଟଙ୍କା ଦେଵା ଛଡା ଆଉ କିଛି ନାହିଁ । ଗୋଟେ ବର୍ଷ ତଳେ ଗାଁ କୁ ଯାଇଥିଲି,  ବୋଉ ବହୁତ ଖୁସି ଥିଲା । ଆଗଭଳି ଆଉ ବଳ ତା ଠାରେ ନାହିଁ, ବୁଢ଼ୀ ହୋଇ ଗଲାଣି । କାମକୁ ପାରୁନି । କାମ କରିବା ପାଇଁ ଗୋଟେ ଲୋକ ରଖ ବୋଲି କହିବାରୁ ହସି ଦେଲା । ଆଜି ଭାରି ମାନେ ପଡୁଛି ବୋଉ କଥା । ବୋଉ କୁ ପାଖରେ ଆଣି ରଖିବାରେ ବହୁତ ଇଛା, ହେଲେ..... ସୁମା ଦେବୀ ଙ୍କର ଗୋଟେ ଜିଦି ବୋଉ ଆସିଲେ ବହୁତ ଅସୁବିଧା , ଯାଗା କମ,.... ସେ ଏଠି ଖାପଖାଇ ଚଳି ପାରିବେନି । ରବୀନ୍ଦ୍ର ବାବୁ ଚାହିଁକି ବି ନିରୁପାୟ । ଅଶାନ୍ତି ଠାରୁ ବୋଉ ଗାଁ ରେ ରହିବା ଉତ୍ତମ । 

    ବାହୁଡା଼ ଗାଡିର ଶବ୍ଦ ରେ ରବୀନ୍ଦ୍ର ବାବୁ ନିଜକୁ ପକୃତିସ୍ଥ ପାଇଲେ । ସୁମା ଦେବୀ ପୁଅ ର ଆସିବା ଖୁସିରେ ଝରକା ରେ ଚାହିଁ ରହିଥାନ୍ତି ।  

      ପଡୋଶୀ ଘର ଲୁବୁନୁ ଜୋର ରେ ଡାକ ଛାଡିଲା............

         "ଆରେ ଦିପୁ ଆଜି କଣ ସ୍ପେସିଆଲ,? ବହୁତ ବ୍ୟସ୍ତ ଅଛୁ, ଆଣ୍ଟି କୁ ବୋଧେ ବହୁତ ବଡ ସରପ୍ରାଇଜ ଦେବାର ପ୍ଲାନ" । ଦିପୁ ହସି ଦେଲା ଆଉ ଜୋରରେ ଲୁବୁନୁ କୁ ଶୁଣାଯିବା ଭଳି ଉତ୍ତର ଦେଲା......

       " ଆରେ ମୁଁ ଏବେ ମାମାଙ୍କ ପାଖରେ ଅଛି ସେ ପାଇଁ ସବୁ, ତାପରେ ମୁଁ କେଉଁଟି ଓ ମା' ମଧ୍ୟ । କେବେ ଦେଖା ହେବକି ନାଇଁ । ତେଣୁ ଯେତିକି ଦିନି ମାମା ପାଖରେ ଅଛି ଧୂମଧାମରେ ସେଲିବ୍ରେଟ କରିବା କଥା " । 

   

    ଦିପୁ ର ଉତ୍ତର ଲୁବୁନୁ ପାଖରେ ପହଂଚିବା ପୂର୍ବରୁ ସୁମା ଦେବୀ ଙ୍କ କାନରେ ପହଂଚି ହୃଦୟ କୁ ଧଂସି ସାରିଥିଲା । ଆଖିରୁ ଧାର ଧାର ଅମାନିଆ ଲୁହ ବୋହି ଯାଉଥାଏ । ଲୁଚି ଲୁଚି କାନ୍ଦି ପଣତ ଭିଜେଇ ସାରିଥିଲେ ।

 

     ରବୀନ୍ଦ୍ର ବାବୁ ଖାଇସାରି ବିଶ୍ରାମ ନିମନ୍ତେ ଆସନ୍ତେ....... ସୁମା ଦେବୀ ପହଂଚି ଗଲେ, "ଆରେ ଶୋଉଛ କଣ ଯାଅ ଗାଁ କୁ, ଯାହାବି ହୋଇଯାଉ ବୋଉ ଙ୍କୁ ବୁଝେଇକି ନେଇ ଆସିବ । ଆଜି ଠାରୁ ବୋଉ ଆମ ପାଖରେ ରହିବେ. ତମେ ଜଲ୍ଦି ଯାଅ । 


  ରବୀନ୍ଦ୍ର ବାବୁ ଙ୍କ ଖୁସିର ଠିକଣା ନଥିଲା, ଜଲ୍ଦି ବାହାରି ପଡିଲେ ଗାଁକୁ । ସୁମାଦେବିଙ୍କୁ କହିଗଲେ ମୁଁ ଆସିଲେ ବୋଉ ଓ ତୁମେ ଦୁହେଁ ମିଶି କେକ୍ କାଟିବ । ସୁମା ଦେବୀ ଙ୍କ ଓଠରେ ଥିଲା ଆତ୍ମତୃପ୍ତି ର ହସ । ସେ ନିଜର ଭୁଲୁ ବୁଝିସାରିଥିଲେ । ତାଙ୍କ ମନରେ ଆଉ ଗର୍ବନଥିଲା । 


      


Rate this content
Log in

Similar oriya story from Inspirational