ଗଳ୍ପାୟନ ଗଳ୍ପ -୧
ଗଳ୍ପାୟନ ଗଳ୍ପ -୧
ଲିଲି ଆଉ ମିଲି ଦୁହେଁ ଭଲ ବନ୍ଧୁ ଥିଲେ । ଲିଲିର ମାଆ ନଥିଲେ ମିଲିର ବାପା ନଥିଲେ । କଥାରେ ଅଛି ମାଆ ନଥିଲେ ନାଆ ନାହିଁ । ତାହା ପ୍ରକୄୄୄତରେ ସତକଥା । ଦୁହେଁ ମଧ୍ୟବିତ୍ତ ପରିବାରର ଅଟନ୍ତି । ହେଲେ ଦୁହିଁଙ୍କ ଚାଲିଚଳଣି, ଖାଦ୍ୟପେୟ ଭିନ୍ନ ଭିନ୍ନ ॥
ଲିଲିର ବାପା ସବୁବେଳେ ଭଲ ଖାଇବା ଆଉ ପିନ୍ଧିବାରେ ଧ୍ୟାନ ଦିଅନ୍ତି । ହେଲେ ମିଲିର ମାଆ ତା ପାଇଁ ଭବିଷ୍ୟତ ଚିନ୍ତା କରି ସଞ୍ଚୟ ରଖନ୍ତି । ଲିଲି ଆଉ ମିଲି ଦୁହେଁ ବଡ ହୋଇଗଲେଣି । ହେଲେ ଲିଲିର ସୁବିଧା ଅସୁବିଧା ବାପା ବୁଝିଲେ ବି କିଛି କଥା ବୁଝିପାରନ୍ତିନି । ଝିଅମାନଙ୍କର କିଶୋରୀ ବୟସରେ ଯାହା ସେମାନଙ୍କୁ ନିତାନ୍ତ ଆବଶ୍ୟକ ସେ ସବୁ ବୁଝିପାରୁନଥିଲେ ଲିଲିର ବାପା । ମିଲିର ମାଆ କିନ୍ତୁ ଗୋଡେ ଗୋଡେ ଜଗିଥାନ୍ତି । ଝିଅ କଣ ପିନ୍ଧିବ, ଘରୁ ବାହାରକୁ ଗଲାବେଳେ ହାତରେ କି ପାଖରେ କଣ ଥିବା ଦରକାର ଇତ୍ୟାଦି॥
ମିଲିର ମାଆ ଲିଲିକୁ ଦିନେ ପଚାରିଲେ ତୁ ମାଆ ନ ଥାଇ ବି ଭଲ କାମ କରୁଛୁ ତ!ଭଲ ଝିଅଟି ତୁ । ତୁ କେତେ ଭାଗ୍ୟବାନ ଲୋ ସତରେ । ତୋ ପାଇଁ ବାପା, ମାଆର ଅଭିନୟ ନେଲା ଭଳି କାମ କରନ୍ତି । ହେଲେ ୟେ ଗଲା ପର ଠାରୁ ମୁଁ ଏକୁଟିଆ ।ସବୁ ସମ୍ଭାଳିବା କେତେ ଯେ କଷ୍ଟ ସେ କଥା କେବଳ ମୋତେ ହିଁ ଜଣା ।
ଲିଲି କହିଲା ତମେ ହିଁ ଭାଗ୍ୟବାନ ଆଣ୍ଟି । ମିଲି ବହୁତ ଭାଗ୍ୟଶାଳୀ ।
ମିଲି ମା ପଚାରିଲେ ଆରେ ଏମିତି କଣ କହୁଛୁ?
ଲିଲି କହିଲା ଆଣ୍ଟି ମୋ ବାପା ଆଜିଯାଏଁ ମୋତେ ଖାଇବା ପିନ୍ଧିବାରେ ଅଭାବ କରିନାହାନ୍ତି ହେଲେ ମୋ ଅତ୍ୟାବଶ୍ୟକ ଜିନିଷ ଆଣିବାକୁ ପଚାରିନାହାନ୍ତି । ମୋ ସ୍ୱାସ୍ଥ୍ୟ ଖରାପ ବେଳେ ଆଉଁସି ପାରୁନାହାନ୍ତି । କୁହନ୍ତି ତୁ ପରା ବଡ ହୋଇଗଲୁଣି ଅଲଗା ଶୋଉଥା । ମୁଁ ପୁରା ଏକୁଟିଆ ଆଣ୍ଟି ।
ଦୄୄୄୄୄୄୄୄଢ ବିଶ୍ୱାସ ରଖି ବଞ୍ଚିଛି ସିନା ମୋ ମନ ବିଲକୁଲ ଭଲ ନାହିଁ । ମୁଁ ଆପଣଙ୍କ ଠାରୁ ସ୍ନେହ ଟିକେ ପାଇ ଯାହା ମନକୁ ବୁଝାଇଦେଉଛି ।
