Pramod Kumar Jena

Inspirational

3  

Pramod Kumar Jena

Inspirational

ଗଜ ଉଦ୍ଧାରଣ

ଗଜ ଉଦ୍ଧାରଣ

2 mins
14.1K


ଗଜ ଉଦ୍ଧାରଣ

        କିଛି ବର୍ଷ ତଳର କଥା l ରଥ ଯାତ୍ରା ଚାଲିଥାଏ l ଚହଳ ପଡିଲା, ଲକ୍ଷ୍ମୀ ମରିଗଲା l ଏତେ ପୂଜା, ଏତେ ହୋମ, ଏତେ ଯଜ୍ଞ ସବୁ ବୃଥା ହେଲା l ଶେଷରେ ଜଗନ୍ନାଥ ଏୟା କଲେ ??? ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା l ଖବର କାଗଜ, ଟିlଭିl ଚ୍ୟାନେଲ୍ ସବୁଆଡେ ସେଇ ଗୋଟେ ଖବର l ମୋ ପାଖେ ମୋର ଛୋଟ ଝିଅ ଠିଆ ହୋଇଥାଏ l ଆମମାନଙ୍କର ଏପରି ଅସହାୟ ଅବସ୍ଥା ଦେଖି, ଧିରେ ଧିରେ ମୋ କାନ ପାଖରେ ମୁହଁ ରଖି ପଚାରିଲା, ବାବା କିଏ ମରିଗଲା ?

          : ଲକ୍ଷ୍ମୀ l

          : ସେ କିଏ ?

        : ଗୋଟେ ହାତୀ l ଜଗନ୍ନାଥଙ୍କର ରଥ ଟାଣିବାକୁ ଉତ୍ତରପ୍ରଦେଶରୁ ଆସିଥିଲା l ତାଦେହ ଭୀଷଣ ଖରାପ ହୋଇଗଲା l ବୟସ ଏତେ ହୋଇ ଯାଇଥିଲା ଯେ ଆଉ ଔଷଧ ବି କାମ
କଲାନି
l ଲୋକମାନେ ତା ପାଇଁ କେତେ ପୂଜା ପ୍ରାର୍ଥନା କଲେ l ହେଲେ ଜଗନ୍ନାଥ କାହା ଡାକ ଶୁଣିଲେନି l

        : ସେ ଭଲ ହୋଇ ଯାଇଥିଲେ କଣ ହୋଇଥାନ୍ତା ?

        : ଉତ୍ତର ପ୍ରଦେଶ ଫେରି ଯାଇଥାନ୍ତା l

        : କେତେ ବାଟ ?

        : ହଜାରେ କିଲୋମିଟରରୁ ବେଶି l

        : କେମିତି ଯାଇଥାନ୍ତା ? ଟ୍ରେନରେ, ବସରେ ନା ଉଡାଜାହାଜରେ ?

        : ଆରେ ନା l ସେ କଣ ମଣିଷ ହେଇଛି ? ସେ ଚାଲି ଚାଲି ଯାଇଥାନ୍ତା l

        : ସେଠି ଯାଇ କଣ କରିଥାନ୍ତା ?

        : ତା ମାହୁନ୍ତ ତାକୁ ଯେଉଁ କାମରେ ଲଗେଇବ, ସେଇ କାମ କରିଥାନ୍ତା l ଏଇ ଯେମିତି କାଠ ଟାଣିବା, ମାଲ ବୋହିବା, ରଥ ଟାଣିବା..........

        : ଏତେ କଷ୍ଟ କାମ l ପୁଣି ଏ ବୟସରେ ? ତା ହେଲେ ତ ଠାକୁର ତାକୁ ଆଗରୁ ନେଇଗଲେ l ଏଣିକି ତାକୁ ଆଉ ଏତେ କଷ୍ଟ କରିବାକୁ ପଡିବ ନାହିଁ l

        ଅବାକ୍ ହୋଇ ମୁଁ ମୋ ଝିଅର ମୁହଁକୁ ଚାହିଁ ରହିଲି l ଭାବିଲି ଯଦି ଏଇ ଛୋଟ ପିଲାଟା ବୁଝିଗଲା, ଆମେ କାହିଁକି ବୁଝି ପାରିଲୁ ନାହିଁ ? ? ?

ପ୍ରମୋଦ କୁମାର ଜେନା ©

 

 

 


Rate this content
Log in

Similar oriya story from Inspirational