Amrita Dash

Fantasy

4  

Amrita Dash

Fantasy

ଘାସ ଫୁଲ

ଘାସ ଫୁଲ

3 mins
856


   ଶୀତୁଆ ସକାଳର ପହିଲି ସୂର୍ଯ୍ୟ କିରଣରେ ଖିଲିଖିଲି ହସି ଉଠୁଥିବା ଘାସ ଫୁଲଟି ଆଜି ମନ ମାରି ବସିଛି।ଉଦାସୀ ହସ ତାର ଅନ୍ତର ର ଦୁଃଖ କୁ ପ୍ରକାଶିତ କରୁଛି। କାକର ଛୁଆଁ ରେ ସଦା ଝଲସୁ ଥିବା ଚିକମିକ୍ ରୂପ ତାର ଆଜି କେଜାଣି କଣ ପାଇଁ ଝାଉଁଳି ଯାଇଛି। ଦୁଃଖର କଳା ବାଦଲ ଢାଙ୍କି ରହିଛି ନିରୀମାଖୀ ଘାସ ଫୁଲ ଦେହରେ।ସେ ତ ସଭିଙ୍କ ପାଖେ ହତାଦର।କିଏ ବା କାହଁକି ବୁଝିବ ତା ଅକୁହା ଦୁଃଖ କୁ କିଏ ବା କାହିଁକି ନିଜ ସମୟ ଅପଚୟ କରିବ ତା ଅନ୍ତରର ବେଦନା ଶୁଣିବାକୁ ସେ ତ ଗୋଟେ ଅଦରକାରୀ ଅଲୋଡ଼ା ସଭିଙ୍କ ପାଇଁ।ସାମାନ୍ୟ ପାଦ ସ୍ପର୍ଶ ରେ ଦଳିମକଚି ହୋଇ ଯାଉଥିବା ଘାସଫୁଲ ର କଷ୍ଟ କଣ୍ କେବେ ଆତଯାତ ପଥିକ ଟିଏ ଅନୁଭବ କରିପାରେ ।

        ପବନର ଗତିରେ ବୃକ୍ଷ ଦେହେ ଦୋଳି ଖେଳୁଥିବା ସୌନ୍ଦର୍ଯ୍ୟର ରାଣୀ ଗୋଲାପ ଘାସ ଫୁଲର ଏତାଦୃଶ ଅବସ୍ଥା ଦେଖି ପଚାରି ବସିଲା ଉଦାସ ରହିବାର କାରଣ। ବିଚାରି ଘାସ ଫୁଲ ହୁଏତ ମନେ ଖୋଜି ହେଉଥିଲା କାହାର ଦରଦ ଭରା କେଇ ପଦ ଆଶ୍ଵାସନା ର କିଛି ଶବ୍ଦ ଏମିତି ବି ହୁଏନା ଉଦାସ ଥିଲା ସମୟରେ କେହି ଆହା ପଦେ କହିଦେଲେ ସେ ଖୁବ୍ ନିଜର ଲାଗେ ଦିନ ଦିନ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହୁଥିବା ନିରୀମାଖି ଘାସ ଫୁଲଟି ଆଜି ଗୋଲାପ ଠାରୁ ସାନ୍ତ୍ଵନା ର ବାର୍ତ୍ତା ପାଇ ତା ଆଗେ ଖୋଲି ଦେଲା ନିଜ ଅନ୍ତରର ଦୁଃଖ ସବୁକୁ ଯାହାକୁ ସେ କେବେ କହି ନଥିଲା କାହା ଆଗେ ।

         ନିଜର ବୋଲି କହିଲେ ତ କେବଳ କାକର ଟୋପା ହିଁ ଏ ଦୁନିଆରେ ଏକା ତାର ନିଜର। ସେଇ ଶରତ ର ଶିଶିର ହିଁ ତ ନିଜର କରିନିଏ ଘାସଫୁଲ କୁ।ତା ଦେହେ ପ୍ରେମ ରଙ୍ଗ ଲଗାଇ ଦେଇ ତା ରୂପର ସୌନ୍ଦର୍ଯ୍ୟ ବଢାଇ ଦିଏ ତ ଏଇ କାକର। ଶିଶିର ବିନ୍ଦୁ ର ସ୍ପର୍ଶରେ ଚିକ୍ ମିକ୍ କରୁଥିବା ଘାସ ଫୁଲ ଯେ ଖିଲି ଖିଲି ହସି ଉଠେ ଶରତ ଆସିଲେ ହେଲେ ଏଇ ସମୟ ବି ତା ଖୁସି କୁ ବେଶୀ ଦିନ ସଂଭାଳି ପାରେନା।ନେଇଯାଏ ଦୂରକୁ ଅନେକ ଦୂରକୁ ତା ପ୍ରିୟ ସାଥି ଶିଶିର ବିନ୍ଦୁ କୁ। ଘାସ ଫୁଲ କଥା ଶୁଣି ହସିଦେଲା ଗୋଲାପ। ହଁ ଯିଏ ବଞ୍ଚେ ସେ ହିଁ ଜାଣେ ନିଜ ଦୁଃଖ ଆଉ ବା କାହିଁକି କିଏ ବୁଝିବ କେବେ।

     ଗୋଲାପର ହସରେ ଦୁଃଖର ଭଉଁରୀ ଖେଳିଗଲା ଘାସ ଫୁଲ ଚେହେରାରେ। ନିଜ ହସ କୁ ରୋକି ଗୋଲାପ କହିଲା ଘାସ ଫୁଲ ଏ ଦୁନିଆରେ ଏମିତି ବି କେହି କେହି ଅଛି ଯିଏ ମତେ ଭଲପାଏନା। ମୋ ରୂପ ମୋ ସୌନ୍ଦର୍ଯ୍ୟ ମୋ ମହକ ସେମାନଙ୍କୁ ଆକୃଷ୍ଟ କରେନା। କେବେ କେବେ କେହି ରଜନୀଗନ୍ଧା କୁ ମୋ ଠାରୁ ବି ବେଶୀ ଭଲ ପାଏ ହେଲେ ବି ମୁଁ ଦୁଃଖ କରେନା।ହସିଦେଲା ଘାସ ଫୁଲ ଏକ ଉଦାସୀନ ମନୋଭାବରେ। କହିଲା ସେଇ ତ ଫରକ୍ ତୁମ ଓ ମୋ ଭିତରେ। ତୁମକୁ ଭଲ ପାଇବାକୁ ଅନେକ ଅଛନ୍ତି ହେଲେ ମତେ ତ କେବଳ ସେଇ କାକର ବିନ୍ଦୁ ହିଁ ଭଲ ପାଏ। ଭାଗ୍ୟର ବିଡମ୍ବନା ସେ ବି କିଛି ନିର୍ଦ୍ଧିଷ୍ଟ ସମୟ ପାଇଁ ମୋ ପାଖକୁ ଆସେ ସମୟ ସରିଗଲେ ଚାଲିଯାଏ ମତେ ପୁଣି ଏକା କରି ପୁଣି ଥରେ ସେଇ ଅବହେଳିତ ଜୀବନ ବଞ୍ଚିବାକୁ ପୁଣି ଥରେ ପ୍ରତି ମୁହୂର୍ତ୍ତ ଭଲ ପାଇବାର ଅନୁଭବ କୁ ଝୁରି ହେବାକୁ ପୁଣି ତାର ଆସିବାର ବାଟକୁ ଅପେକ୍ଷା କରିବାକୁ ଏକ ପ୍ରତିକ୍ଷୀତ ନାୟିକା ସାଜି ଯାହା ଜୀବନରେ ଭଲ ପାଇବାକୁ ସ୍ନେହଶ୍ରଦ୍ଧା ଦେବାକୁ ଆପଣାର କରିବାକୁ ଅନେକ ଥାଆନ୍ତି ସେ କେବେ ଜଣକ ର ଚାଲିଯିବାରେ ଜଣକ ର ଭଲ ନ ପାଇବାରେ ଦୁଃଖ କରେନା କି ତାକୁ କିଛି ଫରକ୍ ପଡେନା ଫରକ୍ ତ ତାକୁ ହିଁ ପଡେ ଯାହାକୁ ଭଲ ପାଇବାକୁ ନିଜର କରିବାକୁ ଜଣେ ହିଁ ଥାଏ ଆଉ ସେଇ ଜଣଙ୍କ ହିଁ ଦୂରରେ ରୁହେ ମନ ଚାହିଁଲେ ବି ତା ସାଥେ ସମୟ ବିତାଇ ପାରେନା ଆଖି ଝୁରି ହେଲେ ବି ତା ଚେହେରା ଦେଖି ହୁଏନା। ଆଉ ମତେ ଭଲ ପାଇବାକୁ ତ କେବଳ ସେଇ ଜଣେ ହିଁ ଅଛି। ତା ବିନା ଆଜି ଯାଏଁ ନା ମତେ କେହି ନିଜର କରିଛି ନା କେହି ଭଲ ପାଇଛି ନା କେହି ମୋ ମନ କୁ ବୁଝି ପାରିଛି ।ସେ ହିଁ ତ ମୋର ସବୁକିଛି । ତା ଆଗମନର ଖୁସି ନା କେବେ ମୁଁ ଶବ୍ଦ ରେ ବର୍ଣ୍ଣନା କରି ପାରିବି ନା ତା ବିରହରେ ସେ ବେଦନା ମୁଁ କାହାକୁ ଦେଖାଇ ପାରିବି ।କେବଳ ନୀରବ ରହି ତା ଆସିବାର ବାଟକୁ ଅପେକ୍ଷା କରିବି ନିଜ ହୃଦୟରେ ଅସରନ୍ତି ପ୍ରେମକୁ ସାଇତି ରଖି  ନୀରବି ଗଲା ଗୋଲାପ ଘାସ ଫୁଲର କଥା ଶୁଣି ତା ଭଲ ପାଇବାର ଗଭୀରତା କୁ ଅନୁଭବ କରି ଆଉ ନିରୀମାଖି ଘାସ ଫୁଲଟି କେଜାଣି କାହିଁକି ହସୁଥିଲା ଆକାଶକୁ ଚାହିଁ।।ହୁଏତ ନିଜ ମନରେ ରଖି ଥିବା ଅକୁହା ଅବସାଦ କୁ ପ୍ରକାଶ କରିଦେଇ କି କାକର ଟୋପା ପୁନଃ ପ୍ରତ୍ୟାବର୍ତ୍ତନ ର ଭାବନାରେ ବିଭୋର ହୋଇ ।


Rate this content
Log in

Similar oriya story from Fantasy