STORYMIRROR

Amrita Dash

Children Stories

3  

Amrita Dash

Children Stories

ଖୁସି ର ଖୁସି

ଖୁସି ର ଖୁସି

3 mins
193

ଚୁଲବୁଲି ଝିଅ ଖୁସି ମନରେ ଅନେକ ଖୁସି ପରୀ ରାଇଜ ବୁଲିବାକୁ ଯାଇ।। ସେଠି ଥିବା ରଙ୍ଗ ବେରଙ୍ଗ ଫୁଲ,ନାନା ଜାତି ର ଭଳିକି ଭଳି ଗଛ,ସୁନ୍ଦର୍ ସୁନ୍ଦର୍ ଚଢ଼େଇ ସବୁ ପୁଣି କୁନି କୁନି ସୁନ୍ଦର୍ ପ୍ରଜାପତି ସବୁ ଭାରି ଭଲ ଲାଗୁଥିଲା ଖୁସିକୁ।।ମନ ରେ ତାର ଅଫୁରନ୍ତ ଖୁସି ସେ ସବୁ କୁ ଦେଖି।।ଚଢ଼େଇ ମାନଙ୍କ କଳରବରେ ତା ଓଠ ରେ ଆପେ ଆପେ ହସ ଆସି ଯାଉଥାଏ।।ହଠାତ୍ ଦେଖିଲା ଗୋଲାପି ରଙ୍ଗ ର ସେଇ ପ୍ରଜାପତି ଟି ଫୁଲରୁ ଫୁଲ ଉଡ଼ି ଯାଉଛି।।ଖୁସି ଧାଇଁଲା ସେଇ ପ୍ରଜାପତି କୁ ଧରିବାକୁ ହେଲେ ପ୍ରଜାପତି କୁ କେମିତି ବି ଧରିବ ସେ...!?।ଅନେକ ଚେଷ୍ଟା କଲା ହେଲେ ପାରିଲାନି ଶେଷରେ ଥକି ଯାଇ ପାଖରେ ଥିବା ଗଛ ମୂଳରେ ବସିଗଲା।।

  ସେ ସମୟ ରେ ହାଲ୍କା ହାଲ୍କା ପବନରେ ଗଛରେ ଥିବା ଗୋଲାପି ଫୁଲ ଗୁଡ଼ିକ ଖୁସି ଉପରେ ଝଡ଼ିବାକୁ ଲାଗିଲା।। ବାଃ ସେ ଫୁଲ ର ବାସ୍ନା ଓ ସୁନ୍ଦରତା ଖୁସି କୁ ବେଶ୍ ଆନନ୍ଦ ଦେଉଥାଏ।।ଏତିକି ବେଳେ କୋଉଠି ଥିଲା ସେ ଗୋଲାପି ପ୍ରଜାପତି ଟି ଉଡ଼ି ଆସି ଖୁସି ହାତ ରେ ବସିଗଲା।।ଖୁସି ର ଖୁସି ଆଉ ଦେଖେ ବା କିଏ।।ମନ ଖୁସି ରେ ଖୁବ୍ ନାଚିଗଲା ଗଛ ଚାରି କଡ଼ ରେ।।

  ଏମିତି ଖେଳି ଖେଳି ପ୍ରଜାପତି ମାନଙ୍କ ପଛରେ ଧାଇଁ ଧାଇଁ ଖୁସି ହାଲିଆ ହେଇ ଯାଇଥାଏ।।ତାକୁ ଭୋକ ବି ଲାଗୁଥାଏ।।ଠିକ୍ ସେତିକି ବେଳେ ସୁନ୍ଦର୍ ଗୋଲାପି ରଙ୍ଗ ର ପୋଷାକ ଟିଏ ପିନ୍ଧି ପରୀ ଟିଏ ଆସିଲା ଓ ଖୁସି କୁ ଗେଲ କରି ଖାଇବାକୁ ବ ଦେଲା।।ବାଃ ଖୁସି ଖୁବ୍ ଜୋରେ ତାଳି ମାରିବାକୁ ଲାଗିଲା ଖୁସି ହୋଇ।।ହଠାତ୍ ମାଆ ଆସି କହିଲେ ଏ ଖୁସି ଉଠ।କଣ ଶୋଇକି ଏମିତି ତଳି ମାରି ଚାଲିଛୁ....??ମା ଙ୍କ ଡାକରେ ଖୁସି ଉଠି ବସିଲା ଆଉ ତା ପରୀ ରାଇଜ ବୁଲିବା ସ୍ବପ୍ନ ସେତିକି ରେ ଭାଙ୍ଗିଗଲା।ମନ ଟା ଖୁବ୍ ଦୁଃଖ ହେଇଗଲା ତାର।।

  ଆଖି ଆଗରେ ଖାଲି ନାଚି ଯାଉଥାଏ ପରୀ ରାଇଜ ର ସେଇ ରଙ୍ଗ ବେରଙ୍ଗ ଗଛ, ଫୁଲ, ଫଳ, ପ୍ରଜାପତି ସବୁ କିଛି।।ମୁହଁ ଶୁଖେଇ ଆସି ଏକୁଟିଆ ବସିଲା ଛାତ ଉପରେ ଓ ଭାବି ଚାଲିଲା ସ୍ଵପ୍ନ ରେ ଦେଖିଥିବା ସେଇ ପରୀ ରାଇଜ ର ଦୃଶ୍ୟ ସବୁ।।ଆଖି ଆଗରେ ନାଚି ଯାଉଥାଏ ପରୀ ରାଇଜର ସେଇ ଗୋଲାପି ଗୋଲାପି ପରିବେଶ, କାନ ରେ ବାରମ୍ବାର ଶୁଣା ଯାଉଥାଏ ପକ୍ଷୀ ମାନଙ୍କ କିଚିରି ମିଚିରି ଶବ୍ଦ।।

   ନିଜ ଘର ପାଖରେ ସେ ସବୁ କିଛି ପାଇ ନଥାଏ ଖୁସି।।ବହୁତ୍ କଷ୍ଟ ହେଉଥିଲା ତାକୁ।।ଧୀରେ ଧୀରେ ଖୁସି ଓଠ ର ହସ କୁଆଡେ ହଜିଗଲା।।ଘରେ ମା କହିଲେ କଣ ହୋଇଛି ତୋର ଖୁସି ତୁ ଏତେ ଦୁଃଖୀ କାହିଁକି ଅଛୁ..? ଖୁସି ଆଉ ସମ୍ଭାଳି ନ ପାରି ମା ଙ୍କୁ ଧରି ଅନେକ କାନ୍ଦିଲା ଓ ସ୍ବପ୍ନ ରେ ଦେଖିଥିବା ସବୁ କଥା କହିଲା।।ମା କହିଲେ ଖୁସି ସହରରେ ତ ଆମେ ଏ ସବୁ ପାଇବାନି ହେଲେ ହଁ ଆମେ କିଛି ଟା ଚେଷ୍ଟା ନିଶ୍ଚୟ କରିବା।।

   ତା ପର ଦିନ ଖୁସି ର ମା ବଜାର କୁ ଯାଇ କିଛି ଫୁଲ ଗଛ ଫୁଲ କୁଣ୍ଡ ସବୁ ସାଙ୍ଗ ରେ ନେଇ ଆସିଲେ।।ସେ ସବୁ ଦେଖି ଖୁସି ଆଶ୍ଚର୍ଯ୍ୟ।।ମା ଙ୍କୁ କହିଲା ସହରରେ ଏ ସବୁ ଆମେ କୋଉଠି ରଖିବା...? ମାଆ ତାକୁ ନେଇଗଲେ ଛାତ ଉପରକୁ।। ଛାତ ଉପରେ ଫୁଲ କୁଣ୍ଡରେ ଫୁଲ ଗଛ ଲଗାଇ ଦେଲେ।।ଖୁସି ବି ମା ଙ୍କୁ ସାହାଯ୍ୟ କରୁ ଥାଏ।।ଏଥର ପ୍ରତିଦିନ ଖୁସି ସକାଳେ ସନ୍ଧ୍ୟା ରେ ଗଛ ଗୁଡିକରେ ପାଣି ଦିଏ।।ଖୁସି ଖାଲି ବ୍ୟସ୍ତ ହୋଇ ଯାଉଥାଏ କେବେ ଗଛରେ ଫୁଲ ହେବ..?? ଧୀରେ ଧୀରେ ଗଛ ଗୁଡ଼ିକ ବଡ଼ ହୋଇ ଫୁଲ ଫୁଟିଲା।।ଛାତ ଉପର ଜାଗା ଟି ଗୋଟେ ଛୋଟ ବଗିଚାର ରୂପ ନେଇ ସାରିଥିଲା।।ନାନା ରଙ୍ଗ ର ଫୁଲରେ ଛାତ ଟି ହସି ଉଠିଲା।।କୁନି କୁନି ପ୍ରଜାପତି ବି ବେଳେ ବେଳେ ଉଡ଼ି ଆସନ୍ତି ଫୁଲର ଆକର୍ଷଣରେ।।ପକ୍ଷୀ ମାନଙ୍କ ପାଇଁ ମଧ୍ୟ ଖୁସି କିଛି ଖାଦ୍ୟ ଓ ପାଣି ରଖିଦିଏ ଛାତ ର ଗୋଟିଏ କୋଣ ରେ ଆଉ ପକ୍ଷୀ ମାନେ ବି ବେଳେ ବେଳେ ଆସି ଯାଆନ୍ତି କେବେ ପାଣି ପିଇବା ପାଇଁ ତ କେବେ ଖାଦ୍ୟ ପାଇବା ପାଇଁ।।

  ବଗିଚା ରେ ନାନା ରଙ୍ଗର ଜାତି ଜାତି ଫୁଲ ଶୋଭା ପାଉଥିବା ଦେଖି ଖୁସି ରେ ସେଇ ହଜି ଯାଇଥିବା ଖୁସି ପୁଣି ଫେରି ଆସିଲା।।।

   


Rate this content
Log in