STORYMIRROR

Trupti Paikaray

Inspirational Others

3  

Trupti Paikaray

Inspirational Others

ଗଛ ମାର୍କେଟ

ଗଛ ମାର୍କେଟ

4 mins
14.9K


               "ଗଛ ମାର୍କେଟ "

 

ସେଦିନ, ମୁଁ ଆମ ଅଫିସ କାମରେ ସାଇଟ ଭିଜିଟରେ ଯାଇଥାଏ  I କିଛି ଗାଁ ବୁଲିବାର ଥିଲା ଆଉ ତାପରେ କିଛି ଅଫିସିଆଲ ମିଟିଙ୍ଗସ ଥିଲା I କାରଣ ଆମ ଅଫିସ ସୋଲାର ପ୍ରୋଜେକ୍ଟ ରେ କାମ କରୁଛି, ନୂଆ ପ୍ରୋଜେକ୍ଟ କିଛି ଆରମ୍ଭ ହେବ ବିଜୁଳି ନଥିବା ଗାଁ ରେ I ଆମକୁ ପାଞ୍ଚଟା ଅତି ଅନୁନ୍ନତ ଗାଁ ଠିକ କରିବାର ଥାଏ ଯେଉଁଠି ଲୋକ ସୋଲାର ପ୍ରୋଜେକ୍ଟ ନେଇ ସୁବିଧା ପାଇବେ I ଭୁବନେଶ୍ୱରରୁ ବାହାରିଲି, ହଟାତ ଅଫିସରୁ ନିର୍ଦେଶ ଆସିଲା ଯେ ସେଇଦିନ ସନ୍ଧ୍ୟାରେ ମତେ ଟ୍ରେନ ଧରିବାର ଅଛି ଯେମିତି ତାପର ଦିନ ସକାଳେ ଯାଇ ସାଇଟ ରେ ପହଞ୍ଚି ଯାଇଥିବି I ସରକାରୀ କାମ, ଯାହାହେଲେ ଯିବାକୁ ହେବ, ସେଦିନ  ସାଙ୍ଗେସାଙ୍ଗେ ବାହାରିପଡ଼ିଲି I ହେଲେ ସମୟ ଅଭାବ ଦୃଷ୍ଟିରୁ ନିଜ ନିତ୍ୟ ଆବଶ୍ୟକୀୟ କିଛି ଜିନିଷ ନେବାକୁ ଭୁଲିଗଲି I ଭାବିଲି ଯାହା ଦରକାର ସେଠୁ ତା ମିଳିଯିବ କିଣିଦେଵି I ସପ୍ତାହେ ରହିବାର ପ୍ରୋଗ୍ରାମ ଥାଏ I ଅଫିସ ତରଫରୁ ଗୋଟେ ଗେଷ୍ଟହାଉସ ରେ ରହିବାର ବ୍ୟବସ୍ଥା ହେଇଥାଏ, ସେଠାରୁ ପ୍ରୋଜେକ୍ଟ ସାଇଟ ଆହୁରି ୧୫ କିଲୋମିଟର ହେବ ବୋଧେ, କାରଣ ଏମିତି ନିଘଞ୍ଚ ଜଙ୍ଗଲ ଭିତରେ ଗାଁଟି ଯେ ସେଠି ହୋଟେଲ କେଉଁଠୁ ବା ଆସିବ I  ଏମିତି ରାତି ୧୦ ଯାଏ ଗାଁ ଲୋକ ଆଉ ସରପଞ୍ଚଙ୍କ ସହ ମିଟିଂ ଥାଏ, ତେଣୁ ରାତିରେ ଗାଁ ରୁ ପୁଣି ହୋଟେଲ ଫେରି, ପୁଣି ତାପର ଦିନ ୮ ତା ଭିତରେ ପହଞ୍ଚିବା ଏତେ ସହଜ କଥା ନୁହେଁ I ସେଥିପାଇଁ ଅଫିସ ସେ ଗାଁ ରେ ରହିବାର ବ୍ୟବସ୍ଥା କରିବାକୁ ବି ମଂଜୁର କରିଥିଲା I ସେଠି ଗୋଟେ କମ୍ୟୁନିଟି ସେଣ୍ଟର ଥାଏ, ସେଠି ଗାଁ ଲୋକ ମୋ ପାଇଁ ଖୁସିରେ ରହିବ ବ୍ୟବସ୍ଥା କରିଦେଲେ I ବାହାରୁ କିଏ ଗଲେ ଲୋକଙ୍କର ବି ମଜା, ଭୋଜିଭାତ ହୁଏ I ସବୁ ଗାଁ ମୁରବି ମିଶିକରି ଖାଆନ୍ତି I

 

ତାପରେ ମୋ କାମ ବି ଚାଲିଥାଏ, ତା ଭିତରେ ୩/୪ ଦିନ ହେଇଗଲାଣି, ମତେ ଟିକେ ଶେଭିଂ ହେବାର ଥାଏ, ଆଉ କିଛି ସାମାନ ଆଣିବାର ଥାଏ I ଭାଲୁଆ ବୋଲି ଗୋଟେ ପିଲାଟା ମୋ ପାଖେ ପାଖେ ଥାଏ, ତାକୁ ମୁଁ ପଚାରିଲି "ଭାଲୁଆ ପାଖରେ କୋଉଠି ସାଲୋନ ଅଛି କି? ଟିକେ ଶେଭିଂ ହେବି, ସେ କହିଲା "ଆଂଜ୍ଞା ବାବୁ ଆପଣଙ୍କ ସହର ପରି ଆମର ଏଠି ବଡ ଦୋକାନ କିଛି ନାହିଁ, ଆପଣ ସେଠି ଏ.ସି ଲଗା ଦୋକାନ ବୁଲୁଥିବେ, ସାଲୋନ ଯାଉଥିବେ, ହେଲେ ଏଠି ଆମର ସେସବୁ କିଛି ନାହିଁ I ହେଲେ ବାବୁ, ଆପଣଙ୍କ ଯେମିତି ଏ.ସି ମାର୍କେଟ ସେଠି, ଆମର ଏଠି ବଡ ଗଛ ମାର୍କେଟ ସେମିତି, ସେଠିକି ଆପଣଙ୍କୁ ନେଇଯିବି I

 

ମୁଁ କହିଲି, ହଉ ଚାଲେ ଯିବା I ଚାଲିଚାଲି ୩ କିଲୋମିଟର ଗଲାପରେ ଆସିଲା ଗଛ ମାର୍କେଟ, କହିଲା ଏ ଦେଖନ୍ତୁ ବାବୁ ଆମ ଗଛ ମାର୍କେଟ I ତାପରେ ସେ ମତେ ନେଇକି ଗଲା ଗୋଟେ ବଡ ଗଛ ପାଖକୁ I ସେଠି ମତେ କହିଲା "ବାବୁ ଇଏ ଆମ ଗଛ ସାଲୋନ", ମୁଁ ଟିକେ ଆଶର୍ଯ୍ୟ ହେଇଗଲି, କିଛି ବୁଝି ପାରିଲିନି, କାରଣ ସେଠି ତ କିଛି ସାଲୋନ ନାହିଁ, ଦେଖୁ ଦେଖୁ ସବୁ ବୁଝିଗଲି I ଗୋଟେ ବିରାଟ ବଡ ଗଛ, ଲୋକଟିଏ ତା ଉପରେ ମୂଳରୁ ଠିକ ହାତେ ଡିହାତେ ଉପରେ ଗୋଟେ ବଡ ଚକଚକ କରୁଥିବା ଆଇନା ଲଗେଇଥାଏ, ପାଖରେ ଶେଭିଂ ହବା ସବୁ ଜିନିଷ ରଖିଥାଏ, ଗଛ ତଳ ପୁରା ଚିକ୍କଣ କରି ମାଟିରେ ଲେପି ଦେଇଥାଏ, ଗୋଟେ ଭଲ ପ୍ଲାଷ୍ଟିକ ଚେୟାର ପକେଇ ଥାଏ, ଲୋକ ବି ଲାଇନ ଲଗେଇଥାନ୍ତି, ସେଠି ଚୁଟି କଟା, ଖିଅର ହବା ସାଙ୍ଗକୁ ଭଲ ମସାଜ କରେ ସେ, ସେଠି ପାଇଁ ଲୋକ ଭିଡ ଲଗାନ୍ତି I ମୁଁ ଯେହେତୁ ତାଙ୍କ ଗାଁ ର କୁଣିଆ, ମତେ ଆଗ ସେ ବସେଇଲା I ସୁଲୁଶୂଲିଆ ଥଣ୍ଡା ପବନ ସାଙ୍ଗକୁ, ଜଙ୍ଗଲୀ ଫୁଲର ମିଠା ମିଠା ବାସ୍ନା I ସେଥିରେ ଶେଭିଂ ସାଙ୍ଗକୁ ମସାଜ, ଓଃ କି ଶାନ୍ତି, ମୋ ଜୀବନରେ ମୁଁ ପ୍ରଥମ ଥର ବୁଝିଲି ଗାଁର ଏହି ଗଛ ସାଲୋନ ସହରର ସେ ଏ.ସି ସାଲୋନ ଅପେକ୍ଷା କେତେ ଯେ ଆଗରେ I ମୋ ମୁଣ୍ଡ ଟିକେ ଆଗରୁ  ବିନ୍ଧୁଥିଲା କାମରେ ବିଜି ରହି, ହେଲେ ସେଠି ଅଧଘଣ୍ଟା ବସି ଥଣ୍ଡା ପବନରେ ମୋ ମୁଣ୍ଡବିନ୍ଧ କୁଆଡେ ଗାୟବ I ସତେ ଯେମିତି କିଛି ମ୍ୟାଜିକ ହେଲା I ସେଦିନ ମୁଁ ବୁଝିଲି ଈଶ୍ୱରଙ୍କ ଦତ୍ତ ଏଇ ପ୍ରକୃତି ସତେ କେତେ ଚମତ୍କାର I ସେଠାରୁ ମତେ ଆସିବାକୁ ଟିକେ ବି ଇଚ୍ଛା ହେଉ ନଥାଏ I ଭାଲୁଆ କହିଲା "ବାବୁ ଚାଲନ୍ତୁ ଯିବା, ତାପରେ ଆଉ କିଛି ସାମାନ କିଣିବାକୁ ଭାଲୁଆ ମତେ ନେକ୍ସଟ ଗଛ ଦୋକାନ ନେଇକି ଗଲା I ସେଠି ଗୋଟେ ସ୍ତ୍ରୀଲୋକ ସେମିତି ଗଛ ସାମ୍ନାରେ ସଫାକରି ନିଜର ଗୋଟେ ଛୋଟ ଦୋକାନ କରିଛି, ଗୋଟେ ଝୁଡି ରେ ସବୁ ଜିନିଷ ସେ ରଖିଥାଏ, ଗୋଟେ ଶଉପ ଉପରେ ସବୁ ଧାଡି କରି ରଖିଥାଏ, ସାବୁନ, ତେଲ, ବିସ୍କୁଟ ସବୁ କିଛି I  ସେମିତି ଆଉ ଆଉ ଟିକେ ଆଗକୁ ଗଲେ ଆଉ ଗୋଟେଗଛ ମୂଳେ ସ୍ତ୍ରୀଲୋକଟିଏ ବସି ଚା' ଜଳଖିଆ ଦୋକାନ କରିଛି I ଆହୁରି ଭଳିକି ଭଳି ଗଛ ଦୋକାନ ସବୁ I  ଭାଲୁଆ କିଛି କହିବା ପୂର୍ବରୁ ମୁଁ କହିଲି "କଣ ଭାଲୁଆ ଇଏ ତମ ଗଛ ବଜ଼ାର ନା', ସେ ହସିଦେଲା କହିଲା ବାବୁ, ମୁଁ ଆପଣଙ୍କୁ କହିଥିଲି ପରା ଆମର ଏଠି ବଡ ଗଛ ମାର୍କେଟ ଅଛି I ମୁଁ କହିଲି "ଭାଲୁଆ ତମ ଗଛ ମାର୍କେଟ ଆଗରେ ସହରର ସେ ଏ.ସି ମାର୍କେଟ କିଛି ନୁହେଁ I ଏଠି ଯେଉଁ ଶାନ୍ତି, ସେଠି କୋଉଠି ମିଳିବ I ସେଦିନ ମୁଁ ଜାଣିଲି ପ୍ରକୃତି ଆଗରେ ସବୁ କୁତ୍ରିମ ଜିନିଷ ଫିକା, ସେଥିରେ ହିଲିଙ୍ଗ ମ୍ୟାଜିକ ଥାଏ I ହେଲେ ଏ ମଣିଷ କେତେ ସ୍ୱାର୍ଥପର ଗଛ କାଟିକାଟି ସବୁ ଲଣ୍ଡା କରିଦେଉଛି I  ହେଲେ, ବୁଝୁନି ଗଛ ଆମର କେତେ ଉପକାରୀ I

 

 

ତୃପ୍ତି...........

 

 


Rate this content
Log in

Similar oriya story from Inspirational