Padmalaya Mishra

Comedy

2  

Padmalaya Mishra

Comedy

ଗାମୁଛା

ଗାମୁଛା

1 min
104



  ଧୋତି ଆଉ ଲୁଙ୍ଗି ଆମ ଘରେ କେବେ ଠାରୁ ଅଳଗୁଣିର ଗୋଟେ କଣରେ ପଡି ପଡି କୋଚଟ ମଇଳା ହେଇ ସାରିଲେଣି । ଗାଁ ଟପି ବାହାରକୁ କିଛି କାମରେ ଗଲେ ବାପା ଆଉ ଭାଈ ଫୁଲ୍ ପେଣ୍ଟ ସାର୍ଟ ପିନ୍ଧି ଯାଆନ୍ତି... ନହେଲେ ସବୁବେଳେ ଖୋର୍ଦ୍ଧା ସିଲିକ୍ ଗାମୁଛା ଖଣ୍ଡେ ଖଣ୍ଡେ ପିନ୍ଧିଥାନ୍ତି । ସେଥିପାଇଁ ଆମ ଘରେ ମାଳ ମାଳ ଛୋଟରୁ ବଡ଼ ବିଭିନ୍ନ କଲରର କିନ୍ତୁ ଗୋଟିଏ ପାର୍ଟନ୍ ଚେକ୍ ଗାମୁଛା ।ବୋଉ ଓ ଜେଜେମା ଲାର୍ଟିନ୍ ଗଲେ ଖଣ୍ଡେ ଗାମୁଛା ପାଲଟି ଯାଆନ୍ତି । ଜେଜେବାପାଙ୍କ କାନ୍ଧରେ ଖଣ୍ଡେ ଗାମୁଛା ପଡି ଥାଏ... ଯୋଉଠି ବସନ୍ତି ସେଇ ଗାମୁଛାରେ ସେ ଜାଗାକୁ ଝାଡି ପକାନ୍ତି । 

   ଖାଲି ଆମ ଘର କାହିଁକି... ଗାଁ ର ପ୍ରତ୍ୟେକ ପୁରୁଷ ଖଣ୍ଡେ ଖଣ୍ଡେ ଗାମୁଛା ପିନ୍ଧି ଗାଁ ଦାଣ୍ଡରେ ବୁଲୁଥାନ୍ତି । ଦାଣ୍ଡ କଳରୁ ପାଣି ବୋହିଲା ବେଳେ ହେଉ କି କାହା ସାଙ୍ଗେ କଳି କରିବା ହେଉ, ଗାମୁଛାକୁ କଛା ମାରି ବାହାରି ପଡନ୍ତି । ଆର ସାହିର ନେତ ନାନୀ ତା ଗାଈ ମାନଙ୍କ ପାଇଁ ସମସ୍ତଙ୍କ ଘରୁ ତୋରାଣି ଆଣେ । ସେ ସମୟରେ ଗାଁ ଦାଣ୍ଡରେ ସେ ବି ଗାମୁଛାକୁ ବେକରେ ଛନ୍ଦଣି କରି ବାନ୍ଧି ବୁଲୁଥାଏ ।

   ମୋ ବାହାଘର ହେଲା । ସହରକୁ ଆସିଲି । ଲୋକଙ୍କ ଖାଇବା ସମୟ, କର୍ମ, ଉଠିବା-ଶୋଇବା ସମୟ ସବୁ ଆମ ଗାଁ ଠାରୁ ଭିନ୍ନ । ହେଲେ ଗୋଟିଏ ସମାନତା... ଗାମୁଛା ପିନ୍ଧା । ମୋ ଶଶୁର, ବର ଓ ଦିଅର ଘରେ ଗାମୁଛା ପିନ୍ଧନ୍ତି । ଆମେ ରହୁଥିବା କଲୋନୀରେ ଯେତକ ପୁରୁଷଙ୍କୁ ମୁଁ ବାହାରେ ଦେଖେ ସମସ୍ତେ ଗାମୁଛା ପିନ୍ଧିଥାନ୍ତି । ପିଆଜି-ପକୋଡି ଦୋକାନ ହେଉ କି କଲୋନୀ ମନ୍ଦିରରେ ଖଟି... ସବୁଠି ଗାମୁଛା ପିନ୍ଧିଥାନ୍ତି ।

   ବାପଘରେ ବାପା ଭାଈଙ୍କୁ କହୁଥିଲି... ଶାଶୁଘରେ ବର ଦିଅରଙ୍କୁ । କିନ୍ତୁ ମୋ କଥା କାହା କାନରେ ବାଜେ ନାହିଁ । ମୁଁ ଜାଣିଗଲି ଓଡ଼ିଆର ନାସନାଲ୍ ଡ୍ରେସ୍ ହେଉଛି ଗାମୁଛା ।।


Rate this content
Log in

Similar oriya story from Comedy