ଏମିତି ବି ଜଣେ ମା ଅଛି
ଏମିତି ବି ଜଣେ ମା ଅଛି
ମାଆ ଦେହ ବହୁତ ଅସୁସ୍ଥ , ସେଥି ପାଇଁ ମତେ ତା ପାଖକୁ ଡ଼ାକିଛି , ମୁଁ ତା ପାଖକୁ ଆସିଛି , ତାକୁ ଦେଖିବା ପାଇଁ , ମୁଁ ବାହାରେ ରହେ ମୋ ସ୍ଵାମୀ ପିଲା ଶାଶୁ ଶଶୁର ସହିତ।
ବାପା ଚାଲି ଗଲା ପରେ , ଭାଇ' ଭାଉଜ କଥାରେ ପଡ଼ି ମାଆର ବିଶେଷ କିଛି ଧ୍ୟାନ ଦେଲା ନାହିଁ , ଆଉ ମାଆକୁ ଟିକେ ଟିକେ କଥାରେ ଗାଳି ଗୁଲଜ କରୁ ଥିଲା , ବାପା ଗଲା ପରେ ଭାଇ ଭାଉଜ ନିଜକୁ ଘରର ମୁରବି ଭାବିଲେ। ମାଆର କଥା ର କୌଣସି ମୂଲ୍ୟ ହିଁ ନ ଥିଲା ସେ ଘରେ । ଏ ସବୁ ବିଷୟରେ ମାଆ କେବେ ମତେ କହୁ ନ ଥିଲା , ଫୋନ୍ ରେ କଥା ହେଲେ କେବେ ମଧ୍ୟ ପୁଅ ବୋହୂ ବିଷୟରେ ଖରାପ୍ କହୁ ନଥିଲା । ପୁଅ ବୋହୁ ମୋର ବହୁତ ଭଲ ବୋଲି କହୁ ଥିଲା ।
ମୁଁ ମଧ୍ୟ ଏତେ ମାଆ ଘରକୁ ଯାଉ ନଥିଲି , କାହିଁକି ମୋ ଘରେ ମୋ ବୃଦ୍ଧ ଶାଶୁ ଶଶୁର ଅଛନ୍ତି , ତାଙ୍କ ଯତ୍ନ ନେବା ପାଇଁ କେହି ନାହାଁନ୍ତି , ମତେ ସବୁ କରିବାକୁ ପଡୁ ଥିଲା । ଆଉ ମାଆ ମଧ୍ୟ ମତେ ସବୁ ବେଳେ କହୁ ଥିଲା , ଶାଶୁ ଶଶୁର ଙ୍କ ସେବାରେ କେବେ ଅବହେଳା କରିବୁ ନାହିଁ , ସେ ଦୁହେଁ ଖୁସି ହେଲେ ତୋ ଉପରେ ଭଗଵାନ ମଧ୍ୟ ଖୁସି ହେବେ , ଆଉ ମାଆର ସେହି କଥାକୁ ମୁଁ କାନିରେ ଗଣ୍ଠି ବାନ୍ଧି ଦେଇଛି । ସେଥି ପାଇଁ ମାଆ ଘରକୁ ଏତେ ଯାଇ ପାରେନି ।
କିନ୍ତୁ କିଛି ଦିନ ହେଲା ମୁଁ ମାଆ ଘରକୁ ଆସିଛି , ମାଆ ର ଦେହ ବହୁତ୍ ଅସୁସ୍ଥ ବୋଲି , ମାଆ ଶଯ୍ୟାଶାୟୀ ହୋଇ ଯାଇଛି । ମୁଁ ଆସି ଯାହା ଲକ୍ଷ୍ୟ କଲି ଭାଉଜ ମାଆର ଯତ୍ନ ନେଉ ନାହାଁନ୍ତି , ମାଆ ମଇଳା ଲୁଗା ଏମିତି ପିନ୍ଧିକି ରହିଛି , ମାଆ ଚାରି ପାଖ ସଫା ସୁତର ନାହିଁ ମଳ ପରିଶ୍ରାର ଗନ୍ଧ ଆସୁ ଥାଏ , ଏହା ଦେଖି ବହୁତ କଷ୍ଟ ଲାଗିଲା ମତେ ।
ସାଙ୍ଗେ ସାଙ୍ଗେ ମାଆ କୁ ବସେଇ ଗାଧେଇ ଦେଲି ପୋଛା ପୋଛି କରି ସଫା ଲୁଗା ପିନ୍ଧେଇ ଦେଲି , ତା ବେଡସିଟ ବଦଳେଇ ଦେଲି , ତାକୁ ଶୁଆଇ ଦେଇ , ତାର ଆଖ ପାଖ ସବୁ ଆଡେ ଫିନାଇଲ ପାଣି ପକେଇ ସଫା କରି ଦେଲି । ସବୁ ତାର ଅସନା ଲୁଗା ସଫା କରି ଛାତ ରେ ଶୁଖେଇ ଦେଲି , ତଥାପି ମାଆ କହୁ ଥାଏ , ତୁ ଚାଲି ଆସିଲୁ , ତୋ ଶାଶୁ ଶଶୁର ର ଯତ୍ନ କିଏ ନେଉଛି , ସେମାନେ କେମିତି ରହୁ ଥିବେ , ମୁଁ କହିଲି ମାଆ ତୁ ଚିନ୍ତା କରେନା , ମୁଁ ତାଙ୍କ ପାଇଁ ସବୁ ବ୍ୟବସ୍ଥା କରି ଦେଇକି ଆସିଚୁ , ଗୋଟେ ଘୋରଇ ନର୍ସ କୁ ରଖା ଯାଇଛି । ମାଆ ଆଉ କିଛି କହିଲା ନାହିଁ , ମୁଁ ପଚାରିଲି ମାଆ ତୁ ମତେ ଏତେ କଥା ଲୁଚେଇଲୁ କାହିଁକି ।
ଯେ ତୋ ସହିତ ଭାଇ ଭାଉଜ ଭଲ ବ୍ୟବହାର କରୁ ନାହାଁନ୍ତି ବୋଲି , ତୋ ସେବା ଯତ୍ନ କରୁ ନାହାଁନ୍ତି ବୋଲି , ତୁ ତୋ ବହୁତ୍ ଭଲ ଥିଲୁ ଏ କିଛି ମାସ ଭିତରେ ତୋ ଦେହ ଏତେ ଖରାପ୍ କେମିତି ହେଲା । ମାଆ କହିଲା , କେମିତି କହିବି ମୋ ପୁଅ ବୋହୁ ବିରୋଧ ରେ ମୁଁ ପରା ମାଆ , ଯଦି ମୁଁ କହି ଥାଆନ୍ତି , ସମସ୍ତେ ମୋ ପୁଅ ବୋହୁ କୁ ଛି ଛାକର କରି ଥାଆନ୍ତେ , ବାର ଲୋକ ବାର କଥା କହି ଥାଆନ୍ତେ , ମୁଁ ମାଆ ହେଇ କେମିତି ସହ୍ୟ କରି ପାରି ଥାଆନ୍ତି । ମୋ ପୁଅର ସମ୍ମାନ ଚାଲି ଯାଇ ଥାଆନ୍ତା , ତାର କେତେ ବଡ ବଡ ଲୋକ ଙ୍କ ସହିତ ଉଠା ବସା ହେଉଚି । ମୁଁ ଲୋକ ଙ୍କୁ କହିବି ସେମାନେ ଏ କଥାକୁ ସବୁ ଆଡେ ବୁଲି ବୁଲି କହିବେ , ମାଆ ତୁ ମତେ କାହିଁକି କହିଲୁନି ? ମୁଁ କଣ ପର ।
ମାଆ କହିଲା ଦେଖ ଝିଅ ତତେ କହି ଥିଲେ , ତୁ ଆସି ଭାଇ ଭାଉଜ ଙ୍କ ସହିତ ଝଗଡା କରିଥାଆନ୍ତୁ , ଲୋକ ଜାଣି ଥାଆନ୍ତେ । ଘର କଥା ବାହାରକୁ ଯାଇ ଥାଆନ୍ତା , ଲୋକେ ଖରାପ୍ କଥା କହି ଥାଆନ୍ତେ , ଆଉ ତୋର ଭାଇ ଭାଉଜ ସହିତ ଭଲ ପଡି ନଥାଆନ୍ତା , ତମ ମାନଙ୍କ ସଂପର୍କ ଖରାପ୍ ହୋଇ ଥାଆନ୍ତା । ମୁଁ ଶୁଣି ଚୁପ୍ ରହି ଗଲି , କବାଟ ପାଖରେ ଭାଉଜ ମଧ୍ୟ ଏ କଥା ଶୁଣୁ ଥିଲେ , ମୁଁ ତାଙ୍କୁ ଦେଖି କହିଲି , ଦେଖ ଭାଉଜ ତୁମେ ଯାହାକୁ ରୋଗ ଶଯ୍ୟାରେ ଛାଡି ଦେଇଛ ସେ କେମିତି ତୁମ ମାନଙ୍କ ବିଷୟରେ ଭାବୁଛି । ଆଉ ତୁମେ ଦୁହେଁ , ତାର ଯତ୍ନ ନ ନେଇ ମରିବାକୁ ଛାଡି ଦେଇଛ ।
ଭାଉଜ ନିରବ ରହି ଥିଲେ , ଆଉ ମୁଣ୍ଡ ପୋତି ଶୁଣୁ ଥିଲେ । ଆଉ ତାଙ୍କର ଭୁଲ୍ କୁ ବୁଝି ପାରିଲେ , ସେହି ଦିନୁ ଭାଉଜ ମାଆ ର ଯତ୍ନ ନେଉଛନ୍ତି। ମତେ ବହୁତ୍ ଖୁସି ଲାଗିଲା , ମାଆ ଏବେ ଆଗ ଅପେକ୍ଷା ଟିକେ ଭଲରେ ଅଛି ।
ଏମିତି ବି କିଛି ମାଆ ଅଛନ୍ତି ଯିଏ ସନ୍ତାନ ଯେତେ କଷ୍ଟ ଦେଲେ ବି ମାଆ ସବୁ ସହି ଯାଆନ୍ତି , ଆଉ ସନ୍ତାନର ଉପରକୁ କୌଣସି ପ୍ରକାରେ ଆଞ୍ଚ ଆସିବାକୁ ଦିଅନ୍ତି ନାହିଁ । ସବୁ ବେଳେ ସଂପର୍କକୁ ଭଲ ରଖି ବାକୁ ଚେଷ୍ଟା କରନ୍ତି ।
