shibananda barik

Inspirational

3  

shibananda barik

Inspirational

ଏକ୍ସଟ୍ରା କ୍ଲାସ

ଏକ୍ସଟ୍ରା କ୍ଲାସ

5 mins
178



ରବିବାର ସକାଳ ପ୍ରାୟ ଆଠଟା ବେଳକୁ ମୁଁ ଡ୍ରଇ ରୁମ୍ ରେ ବସି କାହା ସହ ଗୋଟେ ଗପୁଥାଏ । ହଠାତ୍ କେହି ଜଣେ ଘଣ୍ଟି ବଜେଇବାରୁ ମୁଁ ଉଠି ଆସି ଦୁଆର ଆଗରେ ଛିଡ଼ା ହେଲି। ପଚିଶି ବର୍ଷ ବୟସ ଟୋକା ଟିଏ । ହଳଦିଆ ରଙ୍ଗର ଖଣ୍ଡେ ଅତି ସାଧାରଣ ଟି - ସର୍ଟ୍ ଆଉ ସାଧା ଜିନ୍ସ ପ୍ୟାଣ୍ଟ୍ , ଅତି ସାଧାରଣ ପୋଷକରୁ ଖୁବ୍ ଭଦ୍ର ତ ଲାଗୁଥିଲା । ମୁଁ ତାଙ୍କୁ ଝରକା ଫାଙ୍କରୁ ଦେଖି ସାରିଲିଣି। ଆଗରୁ କେବେ ଦେଖିନି ତ ! ବାପା ଙ୍କ ଅଫିସ ଲୋକ ହେଇଥିଲେ ତ ମୁଁ ନିହାତି ଦେଖିବା କଥା ! ନା, ଏତ ଅଫିସ ଲୋକ ନୁହନ୍ତି। କିଛି ଭାବିବା ଆଗରୁ ଯାଇ ଲୁହା କବାଟ ଟି ଖୋଲୁ ଖୋଲୁ ସେ ତରବରିଆ ଭାବେ ହାତ ଯୋଡ଼ି ନମସ୍କାର କରିଦେଲେ।

ମୁଁ ଟିକିଏ ହସି ଦେବାରୁ ସେ ତାଙ୍କ ଅନ୍ୟମନସ୍କ ହେବା ଉପରେ ଟିକିଏ ଲଜ୍ଜ୍ୟା ବୋଧ କରି କ୍ଷମା ବି ମାଗି ସାରିଥିଲେ ।


  କିଏ ଆପଣ ? ମୁଁ ଜାଣି ପାରିଲିନି ।।


  * ମୁଁ ରଜତ । ଘର ବାଲେଶ୍ବର । ଏଇଠି ମୋର ୟୁନିଭରସିଟି ରେ ପାଠ ପଢା ଚାଲିଛି । କଥା କଣ କି ମୋତେ ଘରଖଣ୍ଡେ ଭଡ଼ା ଦରକାର ଥିଲା । ମୋର ଜଣେ ସାଙ୍ଗ କହିଲା ମିଶ୍ର ବାବୁଙ୍କ ଘର ଫାଙ୍କା ଅଛି।। ତେଣୁ,,,,,


   ଦେଖନ୍ତୁ ,ଘରେ କେହି ନାହାନ୍ତି ଆପଣ ପରେ ଆସିବେ ।


 *"ଠିକ୍ ଅଛି , ଆଚ୍ଛା ଆପଣଙ୍କ ଯୋଗାଯୋଗ ??,, 


   ଓହୋ ,ଟେଲିଫୋନ ତ ? ଗେଟ ପାଖ ବୋର୍ଡ ରେ ଲେଖା ଅଛି । ନେଇ ଯାଆନ୍ତୁ।


  * ଧନ୍ୟବାଦ୍।


ସନ୍ଧ୍ୟାବେଳେ ମା ଙ୍କୁ କହିଲା ରୁ ସେ ପ୍ରଥମେ ରାଜି ହେଲେନି - " ଆଜି କାଲି ଯୁଗ ଭଲ ନୁହଁ । "ପିଲାଗୁଡ଼ାକ ଏକା ରହିବା ନାଆଁ ରେ ଦୁନିଆ ଧନ୍ଦା କରିବେ , ପଇସା ତ ଠିକ୍ ସମୟରେ ଦେବେନି! ଓଲଟି ଘର ବି ଛାଡିବେନି।" କିନ୍ତୁ ଆଜି କାଲି ଭଲ ଟିଉସନ ଟିଚର ଖଣ୍ଡେ ମିଳିବା ବି ମୁସ୍କିଲ । ପିଲାଟା ପଢୁଛି ତେଣୁ ସନ୍ଧ୍ୟା ରେ ସେ ସେମିତି ରେ ଆସି ପଢେଇଦେଇ ଯିବ ବୋଲି ବାପାଙ୍କର ପରାମର୍ଶ ପରେ ମା ରାଜି ହେଲେ । ପିଲାଟି ମାସିକ ୨୦୦୦ ଟଙ୍କା ଦେବା ସହ ମୋତେ ପଢେଇବା ପାଇଁ ରାଜି ବି ହୋଇଗଲା । ଉପରକୁ ଦୁଇ ମାସ ର advance ବି ଧରେଇ ଦେଇଗଲା । ଅଳ୍ପ ସମୟ ର କଥାବାର୍ତ୍ତ ଭିତରେ ମା ବି ବେଶ ଖୁସ୍ ।


    ସେ ରୀତିମତ ଆସି ମୋତେ ସକାଳେ ସନ୍ଧ୍ୟାରେ ପଢେଇ ଦେଇ ଯାଆନ୍ତି।ଥରେ ଅଧେ ମା ତାଙ୍କୁ ଘରେ ଖାଇବା ପାଇଁ ଡାକି ଦିଅନ୍ତି । ଛ' ମାସ ଭିତରେ ସେ ଆମ ଘର ସହ ପୁରା ପୁରି ମିଶି ଯାଇଥିଲା । ଖୁବ୍ ଶାନ୍ତ ସ୍ୱଭାବର ପିଲାଟେ ,ବେଳେ ବେଳେ ବଜାର ବୋଲ ବାକ କରିଦିଏ ବୋଲି  ମା ବି ପସନ୍ଦ କରନ୍ତି ।

ମୁଁ ଭଲ ଚିତ୍ର କରେ । ସ୍କୁଲ୍ କଲେଜ ରୁ ବି କେଇଖଣ୍ଡ ସାର୍ଟିଫିକେଟ ମିଳିଛି। ମୁଁ ବେଳେବେଳେ ଖୁସିରେ ତାଙ୍କୁ ମୋ ଚିତ୍ର ଆଊ ମିଳିଥିବା ମେଡାଲ ଟ୍ରଫି ସବୁ ଦେଖେଇଦିଏ । ସେ କିନ୍ତୁ ବିଶେଷ ଖୁସି ହୁଅନ୍ତିନି। ସବୁବେଳେ ମୋ ଚିତ୍ର ଭିତରେ କଣ ନାଇ କଣ ଖଇଚା ବାହାର କରନ୍ତି ।


 " ଚେହେରା ଟି ସୁନ୍ଦର ଯେ , ନାକ ଟା ଖଣ୍ଡିଆ ଲାଗୁଛି ,,,,," ପାହାଡ଼ର ରଙ୍ଗ ଠିକ୍ ଅଛି ଯେ ଆକାଶ ରେ ମେଘ ଗୁଡାକ ର ଆକାର ବଡ଼ ହେଇଗଲା ",,,,, ଲୋକଟାର ପୋଷାକର ରଙ୍ଗ ଆଊ ଟିକେ ଭଲ ହୁଅନ୍ତା ,,, ତାଜ ମହଲ ର ମୁଖ୍ୟ ଗମ୍ବୁଜ ଟା ମୋଟା କରିଦେଲ ,,,।   ଇତ୍ୟାଦି ଇତ୍ୟାଦି,,,,।


     ବେଳେବେଳେ ମୋତେ ଖରାପ ଲାଗେ । ସତେ ଯେମିତି ସେ ଜଣେ ବିଶିଷ୍ଟ କଳାକାର ଆଊ ସବୁବେଳେ ମୋ ଚିତ୍ରକୁ ଖୁଣି ବସନ୍ତି।ଏଣୁ ମୁଁ ତାଙ୍କୁ ମୋ ଚିତ୍ର ଗୁଡାକ ଆଊ ଏଣିକି ଦେଖେଇବାକୁ ପସନ୍ଦ କଲିନି। ତାଙ୍କ ପ୍ରଶଂସା ଠୁ ଅଧିକା ପରାମର୍ଶ ମୋତେ ଆଦୋୖ ଭଲ ଲାଗୁନଥଲା।

       

    ସେଇଥର ମୋତେ ଭୀଷଣ ଜ୍ଵର। ଏଣେ ଇଣ୍ଟର କଲେଜ ପ୍ରଦର୍ଶନୀ ପାଇଁ ମୁଁ କଲେଜ ରୁ ବଛା ହେଇଥିଲି।ହାତରେ ବେଶି ସମୟ ବି ନଥିଲା । ତଥାପି ମୁଁ ଉଠି ବସି କେତେଟା ଚିତ୍ର ଆଙ୍କି ରଙ୍ଗ କରୁଥାଏ , ଯଦିଓ ସେ ସବୁ ଆଗ ଭଳି ନିଜର ଚମକ ଦେଖେଇ ପାରୁନଥିଲେ ।ଏଇ ଅବସ୍ଥାରେ ବି ଟିକିଏ ସହାନୁଭୂତି ଦେଖେଇବା ବଦଳରେ ସେ ଆସି ପୁଣି ପରାମର୍ଶ ଦେଇ ଯାଆନ୍ତି। ,,ଦେହ ଭୀଷଣ ଖରାପ ଯୋଗୁ ଭାବିଲି ଆଊ ଏଇଥର ଭାଗ ନେଇପାରିବିନି ,,,ତଥାପି ଚେଷ୍ଟା କରୁଥାଏ।


।।।। ମୁଁ ତ ଚାଲିବା ଅବସ୍ଥାରେ ନଥିଲି ତେଣୁ ଇଉନିଭେର୍ସିଟି ଯିବା ରାସ୍ତାରେ ,ମୋ ଚିତ୍ରଗୁଡ଼ାକ ନେଇ କଲେଜ ରେ ଟିକିଏ ଦେଇ ଆସିବା ପାଇଁ ମା ତାଙ୍କୁ କହିଲେ ଆଊ ସେ ମନା ବି କଲେନାହିଁ ।


 ଦୁଇଦିନ ପରେ ଦିନେ ସନ୍ଧ୍ୟାରେ ହଠାତ୍ କଲେଜ ରୁ ଫୋନ୍ ଆସିଲା ," ,,,,,ଆପଣଙ୍କ ଚିତ୍ର ଗୁଡାକ ଖୁବ୍ ସୁନ୍ଦର ,,ଖୁବ୍ ଉଚ୍ଚକୋଟର ।, ସର୍ବ କଲେଜ ସ୍ତରରେ ଆପଣଙ୍କ ଚିତ୍ରଗୁଡାକ ଉଚ୍ଚ ପ୍ରଶଂସିତ ହୋଇଛି ।" ଏଇ ନ୍ୟାସନାଲ ଇଉନିଟି ଡେ ଆପଣଙ୍କୁ "ଯୁବ ଜ୍ୟୋତି ସମ୍ମାନ "ରେ ସମ୍ମାନିତ କରାଯିବ !


ଆପଣ କେତେବେଳେ ଆସି ଆପଣଙ୍କ ଚିତ୍ରସବୁ ନେଇଯିବେ ।"

      ,,,,,,,,ସତରେ କଣ ଏତେ ସୁନ୍ଦର ଥିଲା ମୋ ଚିତ୍ର।ମୋ ଖୁସି କହିଲେ ନା ସରେ ।।। କଲେଜ ରେ ପହଞ୍ଚି ଚିତ୍ରଗୁଡାକୁ ଦେଖିଲା ପରେ ମୋ ଆଶ୍ଚର୍ଯ୍ୟ ର ସୀମା ରହିଲା ନାହିଁ ।


 " ଆରେ!,,,,,, ଏସବୁ କାହାର ଚିତ୍ର ?! କାନଭାସ ଉପରେ ପାହାଡ଼ ,ଫୁଲ ,ସୁନ୍ଦରୀ ତରୁଣୀ ,ଅନ୍ଧାର ରାତିରେ ଜହ୍ନ ,,,ସବୁ ଜୀବନ୍ତ ହୋଇ ଭାସି ଆସୁଥିଲେ ନିଜ ନିଜ ରଙ୍ଗ ଜରିଆରେ ,,,,,,ଏସବୁ ତ ମୋର ନୁହେଁ !!କହିବା ପୂର୍ବରୁ ତଳେ ଲେଖାଥିବା ନା ଠିକଣା ଦେଖି ମୁଁ ଆଶ୍ଚର୍ଯ୍ୟ। କଲେଜ ରୁ ସିଧା ସିଧା ଘରକୁ ଯାଇ ମୁଁ ଚାଲିଲି ଉପର ଘରକୁ,ଏସବୁ ପ୍ରହେଳିକା ର ରହସ୍ୟ ଜାଣିବା ପାଇଁ। ,, ହଠାତ୍ ଘରେ ପଶୁ ପଶୁ ମୋର ଆଶ୍ଚର୍ଯ୍ୟ ଦୁଇଗୁଣ ହୋଇଗଲା । ଘର ତ ନୁହେଁ ରଙ୍ଗ କାରିଗର ର ପ୍ରୟୋଗାଶାଳା ,! ଧାଡ଼ି ଧାଡ଼ି କରି ନିର୍ବିକାର କାନଭାସ୍ ଉପରେ ବସ୍ତୁଗୁଡ଼ାକ ଯେମିତି ପ୍ରାଣ ପାଇ ଜୀବନ୍ତ ହୋଇଉଠି ଅଭାଷା ରେ ବହୁତ୍ କିଛି କହି ମନ କିଣି ନୋଉଥାନ୍ତି। ନିଜକୁ ବିଶ୍ଵାସ ହେଉ ନଥାଏ । ପରାମର୍ଶ ଆଊ ଏଇ ଚିତ୍ରର ରହସ୍ୟ ମୁଁ ସବୁ ବୁଝି ସାରିଥାଏ।କିଛି କହିବା ଆଗରୁ ମୁଁ ଚିତ୍ରଗୁଡ଼ାକୁ ଆଖିବୁଲେଇ ଭଲ ଭାବେ ଦେଖି ଚାଲିଲି । ସେ ମୋତେ ଚୁପ୍ ଚାପ୍ ଚାହିଁ ରହିଥିଲେ । ମେଡାଲ ଟ୍ରଫି ରେ ଘରଟା ସାରା ଭର୍ତ୍ତି। ॥"ଆରେ! ରାଜ୍ୟ ଲଳିତ କଳା ଏକାଡେମୀ ର ମେଡାଲ?? ମାନପତ୍ର ଆଡ଼କୁ ନଜର ଫେରେଇ ଦେଖିଲି।।।।" ହେ ପ୍ରଭୁ ! ଏଇ ସେ ବିଶିଷ୍ଟ ଯୁବ ଚିତ୍ରକର ଶ୍ରୀ ରଜତ କୁମାର ପଟ୍ଟନାୟକ, ଯାହାଙ୍କର ସ୍ପର୍ଶ ରେ ପଥର ଦେହରେ ବି ଜୀବନ ଫେରି ଆସେ । ବହୁ ପତ୍ରିକା ଖବର କାଗଜ ରେ ପଢିଥିଲି,ହେଲେ କେବେ ଦେଖିନଥିଲି। "ମୋ ମୁହଁରେ ଶବ୍ଦନଥିଲା।! ଏତେ ବଡ଼ ବ୍ୟକ୍ତିତ୍ଵ, କିନ୍ତୁ ନା ଅଛି ସେଥି ପାଇଁ ସୂକ୍ଷ୍ମ ଅଭିମାନ ନା ଅଛି ବହୁ ଆଡମ୍ବର ଜୀବନ ଶୈଳୀ। ଯାହା ଅତି ସାଧାରଣ ମଣିଷ ଟେ ପରି ପ୍ରତୀୟମାନ ହୁଏ ସେ ହିଁ ଅସାଧାରଣ।ଅଲକ୍ଷ ରେ ବୁଝି ନ ପାରି ନିଜକୁ ଅନ୍ୟଠୁ ଶ୍ରେଷ୍ଠ ମଣିବା ଆମ ସମସ୍ତଙ୍କର ଅଭ୍ୟାସ । କିନ୍ତୁ ଯିଏ ପ୍ରକୃତରେ ଏସବୁ ର ଅଧିକାରୀ ଅଭିମାନ କି ଅହଂସ୍ଫୀତ  ତାକୁ ଛୁଇଁପାରେନ


     "ସାର୍! ଆପଣ ତାହେଲେ ସେଇ ରଜତ ପଟ୍ଟନାୟକ?? ନିଜ ଉପରେ ଲଜ୍ଜ୍ୟା ଲଜ୍ଜ୍ୟା ବୋଧ ହୋଉଥାଏ। ହଠାତ୍ ତଳେ ପଡି ପାଦ ଛୁଁ ଛୁଁଁ ସେ ମୋତେ ଉଠେଇ ନେଇ ଅଳ୍ପ ହସିଦେଇ କହିଲେ -


    " ତୁମ ବୟସ ରେ ବୋଧ ହୁଏ ମୁଁ ଏସବୁ କରି ପରୁ ନଥିଲି।।ଯାହା ତମେ କରିପାରୁଛ।।।


   ମୋ ଆଖି ଜକେଇ ଆସୁଥିଲା । କିଛି କହିବା ପାଇଁ ଭାଷା ପାଉ ନଥାଏ । ତଥାପି ସାହସ କରି କହିଲି - 


  ସାର୍,,,ଆପଣ ଯଦି ମୋତେ ଟିକେ extra class କରନ୍ତେ ଭଲ ହୁଅନ୍ତା।। ହଁ।। ଏବେ ଆପଣଙ୍କୁ ଆଊ ତଳକୁ ଯାଇ ମୋ ଚିତ୍ର ସବୁକୁ ଖୁଣିବା ପାଇଁ ପଡ଼ିବନି । ମୁଁ ନିଜେ ଆସିବି ," ପାହାଡ଼ର ରଙ୍ଗ ସଜାଡ଼ିବା ପାଇଁ, ମେଘର ଆକାର ଛୋଟ କରିବା ପାଇଁ, ତାଜମହଲ ର ଗମ୍ବୁଜ ଟି ଛୋଟ କରିବା ପାଇଁ ,',,,,,,


 କଥା ପଦିକ ଶୁଣି ସେ ଖୁବ୍ ଜୋରରେ ହସିବାକୁ ଲାଗିଲେ ।


   


Rate this content
Log in

Similar oriya story from Inspirational