STORYMIRROR

Sachidananda Kar

Romance Tragedy

3  

Sachidananda Kar

Romance Tragedy

ଏକ ଅସଫଳ ପ୍ରେମ କାହାଣୀ

ଏକ ଅସଫଳ ପ୍ରେମ କାହାଣୀ

2 mins
274


ସେ କିଛି ମାଗି ନଥିଲା ସେଦିନ।

କେହି ଜଣେ କିଛି ମାଗିଲେ ଯାଇ ଦେବା ନ ଦେବାର ପ୍ରଶ୍ନ ଉଠେ।ଶକ୍ତି, ସାମର୍ଥ୍ୟର ବିଚାର ହୁଏ।

ହେଲେ ସେଦିନ ସେଭଳି କିଛି କଥା ମନରେ ନଥିଲା।କାରଣ ସେ କିଛି ମାଗୁ - ଏପରି ଇଚ୍ଛା ଆଦୌ କରି ନଥିଲି ।

ଗୋଟିଏ ମୁହୂର୍ତ୍ତରେ ମନେହେଲା ତା'ର କିଛି ଆଶା ନାହିଁ ।କାରଣ ଆଶା ଥିଲେ ନିରାଶ ବି ଥାଏ।ତା'ଛଡା ବେଳେବେଳେ ଆଶା ନଥାଇ ମଧ୍ୟ ବହୁତ କିଛି ମିଳିଯାଏ।ଖୁସି ଦୁଇଗୁଣ ହୋଇଯାଏ।

ପର ମୁହୂର୍ତ୍ତରେ ମନେହେଲା ବୋଧହୁଏ ସେ ଜାଣେ ଜଣେ ପୁରୁଷ ନାରୀ ଠାରୁ କ'ଣ କ'ଣ ସବୁ ଚାହେଁ। ସାନିଧ୍ୟ, ପ୍ରେମ, ଦେହ - ଏଇ ସବୁ କଥା ତ।ତା'ର ଚାହିଁବା ନ ଚାହିଁବା ପ୍ରାୟ ସମାନ।କାରଣ ସେ ଜାଣେ ତା'ର ଇଚ୍ଛା ଅନିଚ୍ଛା ସବୁକୁ କୌଣସି ପୁରୁଷ କେବେ ପଚାରି ବୁଝେନାହିଁ।ସମ୍ମାନ ଦିଏନାହିଁ।


ଇଏ ଥିଲା ପ୍ରଥମ ସାକ୍ଷାତ।


ଏଇ ପ୍ରଥମ ସାକ୍ଷାତଟି ପାଇଁ କେତେ ବାଟ ଯେ ଚାଲିବାକୁ ପଡିଥିଲା, କେତେ ଫନ୍ଦିଫିକର କରିବାକୁ ପଡିଥିଲା ତାହା ନ କହିବା ଭଲ।

ସେ ଥିଲା ମୋ ପାଖରେ।ଆମେ ଦୁହେଁ ଖୁବ୍ ଲଗାଲଗି ହୋଇ ବସିଥିଲୁ।


ସମୟ ଗଡୁଥିଲା।


ଦେବାକୁ ଇଚ୍ଛା ମୋ ଭିତରେ ବଢୁଥିଲା।ଦେଇ ଦେଲି ମୋର ସେଇ ପ୍ରଥମ ପ୍ରେମ ଚୁମ୍ବନ।ଦେଖିଲି ସେ ଟିକେ ଲାଜରେ ଝାଉଁଳି ଗଲା।ଲାଜ ନାରୀର ଭୂଷଣ।ମୋତେ ଭଲ ଲାଗିଲା ଏବଂ ତାହା ମୋ ଭିତରେ ଉତ୍ତେଜନା ବଢାଇ ଦେଲା।ମୁଁ ତାକୁ କୋଳେଇ ନେଲି।ଭାବିଲି ବୋଧହୁଏ ପ୍ରତିବାଦ କରିବ।ହେଲେ ସେମିତି କିଛି ନ ଥିଲା।ବରଂ ମୁର୍କି ମୁର୍କି ହସିଲା ସେ।

ସତରେ କ'ଣ ମୋ ଠାରୁ ଏସବୁ ଆଶା କରୁଥିଲା ସେ ?

ନିଜକୁ ପଚାରିଲି ଏ ପ୍ରଶ୍ନ। ଦେଖିଲି ମୁର୍କି ମୁର୍କି ହସୁଥିଲା ସେ।ସେଇ ହସ ଭିତରେ ଯଥାର୍ଥ ଉତ୍ତରଟି ଲୁଚିକରି ରହିଥିବା ମୋର ମନେହେଲା। କ'ଣ ଆଶା କର ତୁମେ ? କ'ଣ ଚାହଁ ? ସତରେ ଏପରି ପ୍ରଶ୍ନ ସବୁ କୋଉ ନାରୀକି କୋଉ ପୁରୁଷ ପଚାରେ ଯେ ! କିଛି ଆଶା ନ କରି , କିଛି ନ ଚାହିଁ ସେ କ'ଣ ନ ପାଏ କି ! ହଁ,ଇଏ ବି ଗୋଟିଏ କଥା ।

ଏହାପରେ ଆଉ ତା'ର ମାଗିବା ନ ମାଗିବାକୁ ମୋର ଅପେକ୍ଷା ନ ଥିଲା।ତା' ପାଇଁ ମୋ ପାଖରେ ଯେତେ ଯାହା ସ୍ନେହ, ଶ୍ରଦ୍ଧା, ପ୍ରେମ ଥିଲା - ସବୁ ଯାଚି ଦେଉଥିଲି ତାକୁ। ସେ ସବୁ ଖୁସିରେ ନେଉଥିଲା ମୋ ଠାରୁ । ଖୁସି ଥିଲା।


ହସ,ଖୁସି, ସ୍ନେହ, ଶ୍ରଦ୍ଧା, ସଂପର୍କ,ଦିଆନିଆ - ସବୁତ ଏଠି ଅଳିକ।ଗୋଟିଏ ସମୟରେ ସବୁକିଛି ଥାଏ।ଆଉ ଗୋଟିଏ ସମୟକୁ କିଛି ବି ନ ଥାଏ।କିଛି ବର୍ଷ ପରେ ଏହା ଯେମିତି ପ୍ରମାଣିତ ହୋଇଗଲା ଆମରି ଜୀବନରେ।ମୋ ହୃଦୟର କଥା ବୁଝି ପାରିଲାନି ସେ।ତା' ହୃଦୟର କଥା ଅନୁଭବ କରି ପାରିଲିନି ମୁଁ।ଗୋଟିଏ ସୁନ୍ଦର ସଂପର୍କ ନାରଖାର ହୋଇଗଲା ।


ମୋ ବାଟରେ ମୁଁ ଚାଲିଗଲି।

ତା' ବାଟରେ ସେ ଚାଲିଗଲା।


ବହୁ ବର୍ଷ ପରେ ---------


ଦିନେ ଏକ ନିର୍ଜନ ସମୁଦ୍ର ବେଳାଭୂମିରେ ତାକୁ ଦେଖିଲି।ଦୂର ଆକାଶକୁ ଚାହିଁ ରହିଥିଲା ସେ।ତା'ର ପ୍ରତୀକ୍ଷମାଣ ଆଖି ଦେଖି ପାରୁଥିଲି ମୁଁ। ପରେ ମୋତେ ଦେଖି ପାରିଥିଲା ସେ,ହେଲେ ଚିହ୍ନି ପାରି ନ ଥିଲା।

ସେଦିନ ଅନୁଭବ କରି ପାରି ନ ଥିଲି ତା' ହୃଦୟର କଥା।ଆଜି କିନ୍ତୁ ବେଶ୍ ଅନୁଭବ କରି ହେଉଥିଲା ତା' ହୃଦୟର ବ୍ୟଥା। କଥା ଅପେକ୍ଷା ବ୍ୟଥାକୁ ଅଧିକ ଅନୁଭବ କରି ହୁଏନି କି !



Rate this content
Log in

Similar oriya story from Romance