STORYMIRROR

Pramila Sahoo

Tragedy Others Drama

2  

Pramila Sahoo

Tragedy Others Drama

ଏଇତ ଜୀବନ

ଏଇତ ଜୀବନ

2 mins
14.2K


ଏଇତ ଜୀବନ

....////.....

ଖୁସିର ମୁହୂର୍ତ୍ତରେ ଆସିଗଲା ଦାରୁଣ ଦୁଃଖ... ଛୋଟ କାହାଣୀଟିଏ....ସେ ଦିନ ଅଗଷ୍ଟ ମାସ 14 ତାରିଖ ରାତି ପ୍ରାୟ ୧୦ ହୋଇ ଥାଏ...ମନରେ ଆନନ୍ଦ ର ସୀମା କହିଲେ ନସରେ.... ଟ୍ରେନରେ ବସି ଭାବୁଛି ସେ ପିଲା ଦିନେ ସାଙ୍ଗ ସାଥି ମିଶି ଜାତୀୟ ପତାକା ଉତ୍ତୋଳନ କରୁ...ମୁଁ ପ୍ରତି ବର୍ଷ ଛୁଟି ରେ ଆସେ ମୋ ଗାଁ କୁ.ସେହି ସମୟରେ ମୋ ପାଖରେରେ ଆସି ଜଣେ ଲୋକ ବସିଲା....ଆମେ ଦୁଇ ଜଣ ଗପୁ ଗପୁ ରାତି 3ଟା ବାଜିଲା.... ସେ ତାଙ୍କର ଗାଁରେ ରହୁଥିବା ଅନ୍ଧୁଣି ମା ଆଉ ସ୍ତ୍ରୀ,ପିଲା ଛୁଆ କଥାକହୁଥିଲେ....ଯେ ଏଥର ଗଲେ ମୋ ମା ର ଆଖି ଦେଖି ବାକୁ ଡାକ୍ତର ପାଖକୁ ନେଇ କି ଯିବି....ମୋ ପୁଅ କେବେ ଠାରୁ ମତେ କହିଛି...... ମୋ ପାଇଁ ବାପା ଜୋତା ଆଉ ଜାତୀୟ ପତାକା ଆଣିବ...ଏତିକି କଥା ମଧ୍ୟ ରେ ଆସିଲା ତାଙ୍କର ଫୋନ କଲ..ତାଙ୍କର ସ୍ତ୍ରୀ କହିଛନ୍ତି କେତେ ବେଳେଆସିକି ପହଞ୍ଚିବ ଅଉ ଅଳ୍ପ ସମୟ ରେ ହଉ ...ପୁଅ ପାଇଁ ଆଣିଛ ତ ହ ଆଣିଛି.....ଦେଖିଲ ଟି ଆମ ଘରେ ସବୁ ବହୁତ ଖୁସି ମୁଁ ଯାଉଛି ବୋଲି... ମୁଁ ବହୁତ ଖୁସି ହୋଇ ଗଲି ଯାହା ହେଉ ତୁମ ପରି ବନ୍ଧୁ ପାଇକି.....ଆଉ 30ମିନିଟ ରେ ଟ୍ରେନ ଲାଗିବ....ପୁଣି ଆଉ କେବେ ଦେଖାହବ ସବୁ ଇଶ୍ୱରଙ୍କ ଇଚ୍ଛା.....ଆଉ 5ମିନିଟ ରହିଲା ମୋ ଆଉ ଖୁସି ରେ ପାଦ ଲାଗୁ ନାହିଁ ମତେ ବାରମ୍ବାର କହୁଥାନ୍ତିସେ....ସତେ ଯେମିତି ତାଙ୍କୁ ସବୁ ଖୁସି ମିଳିଯିବ....ହେଲେ କିଛି ସମୟ ମଧ୍ୟରେ....ଟ୍ରେନ ଯାଇ ଖସି ପଡ଼ିଲା ନନ୍ଦୀ ମଧ୍ୟ ରେ ...ଆଉ ମୋ ଭାଗ୍ୟ ଭଲ ମୋର କିଛି ହୋଇ ନଥିଲା ମୁଁ ଯେତେବେଳେ ଆଖି ଖୋଲି ....ଦେଖିଲି ସେ ବନ୍ଧୁ ଜଣ ଙ୍କ ଶାନ୍ତି ଶୋଇ ଯାଇଛନ୍ତି ସବୁ ଦିନ ପାଇଁ.......ସେହି ସମୟରେ ତାଙ୍କ ଫୋନ କୁ କଲ ଆସିଲା.....ମୁଁ ବୁଝି ପାରୁନଥିଲି ଫୋନ ଉଠେଇ ବି ନା ନାହିଁ......ବାରମ୍ବାର କଲ ଆସୁଥାଏ ....ମୁଁ ଉଠିଲି ଆଉ ବାପା ତୁମେ କୋଉଠି ....ଆସ ମୁଁ ସ୍କୁଲକୁ ଯିବି ମୋର ଜୋତା ନାହିଁ ପା.....ତାପରେ ତାଙ୍କ ସ୍ତ୍ରୀ କହିଛନ୍ତି ଜାଣିଲ ଆଜି ମୁଁ ସିନ୍ଦୂର ଲଗେଇଲା ବେଳେ ମୋ ହାତରୁ ଖସିପଡିଲା ମତେ କିଛି ଭଲ ଲାଗୁନି.......ତୁମେ ଆସ .... ମା ବି ତୁମ ପାଇଁ ମନ୍ଦିର ଗଲାଣି....ଆଉ ମୋ ଶୁଣିବାକୁ ଧୈର୍ଯ୍ୟ ନଥିଲା.....ସେ ବିକଳ ବାପା ଡାକ ......ଚାହିଁ ରହିଛି ବାପା ଆଣିବେ ଜୋତା ପିନ୍ଧିକି ହାତରେ ଜାତୀୟ ପତାକା ଧରି ଯିବ.....ଏହା ଭାବି ଭାବି କାନ ପାଖରେ ସେହି କଥା ବାରମ୍ବାର ଶୁଣାଗଲା.........

ପ୍ରମିଳା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy