Sarojini Behera tiki

Drama Romance

2  

Sarojini Behera tiki

Drama Romance

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

10 mins
616


ଡାଟା ଅନ କରୁ କରୁ ଗୋଟେ ମେସେଜ ଆସିଥିଲା ନୂଆ ନମ୍ବର ଟିରୁ। ନୂଆ ନମ୍ବର ଦେଖି ଟିକେ ହଡ଼ବଡ଼ ହୋଇଗଲା ରୋଜି।ତଥାପି ସେ ମେସେଜକୁ ପଢିଲା।ମେସେଜରେ ଲେଖା ଥିଲା hii ମାଡାମ କଣ କରୁଛନ୍ତି,ଶୁଭ ସନ୍ଧ୍ୟା।ରୋଜି ଆଶ୍ଚର୍ଯ୍ୟ ହୋଇଗଲା ଆରେ ଏ ନମ୍ବର କାହାର? ଭାବି ଭାବି ରୋଜି କିଛି ବି ପ୍ରତିତ୍ତୁର ନଦେଇ ନିରବ ରହିଲା।ପୁଣି ରାତିକୁ ସେହି ନମ୍ବରରୁ ଶୁଭ ରାତ୍ରୀର ବାର୍ତ୍ତା।ରୋଜି ମନେ ମନେ ଭାବୁଥାଏ କିଏ ଏ ବାରମ୍ବାର ମତେ ଶୁଭେଛା କଣ ପାଇଁ ଦେଉଛନ୍ତି। ତଥାପି ସେ ନିରବ।ପରଦିନ ସକାଳୁ ସକାଳୁ ଶୁଭ ସକାଳର ବାର୍ତ୍ତା।ବାଧ୍ୟ ହୋଇ ରୋଜି ପଚାରିଲା କିଏ ଆପଣ? ଆପଣଙ୍କ ଘର କେଉଁଠି? ମତେ କେମିତି ଜାଣିଲେ? ଏମିତି ବହୁତ କିଛି ପ୍ରଶ୍ନ ପଚାରି ଚାଲିଲା।ପ୍ରତିତ୍ତୁରରେ ସେ ବାବୁ ଜଣଙ୍କ ତାଙ୍କ ନାଁ ଆଦି ବୋଲି କହିଲେ।ଦୁଇ ଜଣ ଗୋଟିଏ ଜିଲ୍ଲାର ଅଧିବାସୀ ବୋଲି ମଧ୍ୟ ଜଣାଇଲେ।ରୋଜି ଗୀତ ଗାଏ ଆଦି ମଧ୍ୟ ଗୀତ ଗାଏ।ଗୋଟିଏ ପ୍ରୋଗ୍ରାମରେ ଆଦି ରୋଜିର ସ୍ୱର ଶୁଣିଥିଲା ହେଲେ ତାକୁ ଦେଖିପାରିନଥିଲା କାରଣ ସେ ବି ସେ ପ୍ରୋଗ୍ରାମକୁ ଗୀତ ଗାଇବାକୁ ଯାଇଥିଲା।ବହୁତ ପଚରା ଉଚରା ପରେ ରୋଜିର ନମ୍ବର ସେ ତାଙ୍କ ଗୁରୁଙ୍କ ପାଖରୁ ପାଇଲା।ତା ପରେ ରୋଜିଙ୍କ ହ୍ଵାଟ୍ସଆପ ପ୍ରୋଫାଇଲିରେ ଫୋଟୋ ଦେଖିଲା। ଫୋଟୋ ଦେଖିବା ପରେ ଆଦିର ମନ ତଳେ କିଛି ହେବାକୁ ଲାଗିଲା।ବାସ ସେବେଠୁ ରୋଜି ପାଖକୁ ମେସେଜ କରେ ହେଲେ କିଛି ଉତ୍ତର ନପାଇ ରୁହେ।


     ଆଦି ଗୀତ ଗାଏ ଏବଂ ତାଙ୍କ ଗ୍ରୁପ ପିଲା ଜାଣିବା ପରେ ରୋଜି ଆଦି ସହ କଥା ବାର୍ତ୍ତା କଲା।ଟିକେ ଟିକେ କଥାରୁ ସୃଷ୍ଟି ହେଲା ସେମାନଙ୍କ ମଧ୍ୟରେ ଦୃଢ଼ ବନ୍ଧୁତା।ଦୁହେଁ ଦୁହିଁଙ୍କ ଜୀବନର ଅତୀତ ଘଟଣା ସବୁ କୁହା କୁହି ହେଲେ।ଏସବୁ ଶୁଣିବା ପରେ ଦୁଇ ଜଣଙ୍କ ଭିତରେ ଆହୁରି ସମ୍ପର୍କ ଦୃଢ଼ ହୋଇଗଲା।ଆଦି ରୋଜି ସହ କଥା ନହେଲେ ଗୋଟେ ଦିନ ବି ରହିପାରେନି।ଏମିତି କିଛି ଦିନ ବିତିଗଲା।ହଠାତ ଦିନେ ଆଦି ସ୍ୱପ୍ନ ଦେଖିଲା ରୋଜିର ବାହାଘର ହେଇଯାଉଛି।ଆଦିର ନିଦ ଭାଙ୍ଗିଗଲା ସେ ରାତି ଅଧରେ ରୋଜି ପାଖକୁ ଫୋନ କଲା।ରୋଜି ଫୋନ ଉଠାଇ ପଚାରିଲା :"କଣ ହେଲା ଆଦି ଏତେ ରାତିରେ କଣ ପାଇଁ ଫୋନ କରିଛ?ସବୁ ଭଲ ତ!"


ଆଦି:ନାଇଁ ରୋଜି ଭୁଲରେ ଲାଗିଯାଇଛି ବୋଧେ।ପାଖରେ ଫୋନଟା ଥିଲା କେମିତି ଲାଗି ଯାଇଛି।"


  ଆଦି ଭାବିଲା କେମିତି ମୋ ମନ କଥା କହିବି ରୋଜି କୁ।ରୋଜି ଯଦି ଆଉ କାହାର ହେଇଯିବ ମୁଁ ଦେଖିପାରିବିନି।ରୋଜିକୁ ମୁଁ ସବୁ ବେଳେ ପାଖରେ ପାଇବାକୁ ଚାହେଁ।ତା ବିନା ତ ମୁଁ ବଞ୍ଚି ପାରିବିନି।ସେ ଯାହା ହେଉ ରାତି ପାହିଲେ ମୋ ମନ କଥା ରୋଜିକୁ କହିବି। ହେଲେ ରୋଜି ଯଦି ରାଗିବେ,ମୋ ସହ କଥା ନହେବେ ତେବେ ମୁଁ ସହିପାରିବିନି।ରୋଜିଙ୍କ ମନରେ ଯଦି ଆଉ କେହି ଥିବେ ତେବେ......।ଏମିତି ବହୁତ କଥା ଭାବି ଭାବି ଆଦି ମନକୁ ଦୃଢ଼ କଲା ସେ ଯାହା ହେଉ ରୋଜିକୁ ମୋ ମନ କଥା କହିଦେବି।


 ଭାବି ଭାବି ରାତି ପାହିଗଲା ପୂର୍ବ ପରି ଆଦି ରୋଜିକୁ ସକାଳର ଶୁଭକାମନା ଜଣାଇବା ସହ କହିଲା ରୋଜି ତୁମ ସହ ମୋର କିଛି କଥା ଅଛି ଫ୍ରି ହେଇ ଫୋନ କରିବ।ରୋଜି ବି ଚିନ୍ତାରେ ଥିଲା ଯେ ଆଦି ଏମିତି କଣ କହିବେ,କାଲି ରାତିରେ ବି ଫୋନ କରିଥିଲେ ହେଲେ କିଛି କହିଲେନି,ତାଙ୍କ ସ୍ୱର ବି ଉଦାସ ଲାଗୁଥିଲା କିଛି ଅସୁବିଧା ହେଇଛି ବୋଧେ।ଶୀଘ୍ର ଶୀଘ୍ର କାମ ସାରି ଦେଇ ରୋଜି ଆଦିକୁ ଫୋନ କଲା।ଆଦି କଣ କହିବ କହୁଥିଲ କଣ ହେଇଛି କୁହ।ଆଦି କିଛି ସମୟ ନିରବ ରହିଲା କଣ କରିବ ସେ ନକହିଲେ ବି ଭୁଲ କହିଲେ ବି ଭୁଲ।ବହୁତ ସାହସ କରି କହିଲା:"ରୋଜି ତୁମେ ମୋ ଠୁ ଦୁରେଇ ଯାଅ ସେଇଟା ମୁଁ ଚାହେଁନି,ତୁମକୁ ହରେଇବାର ସାହସ ବି ମୋର ନାହିଁ,ତୁମ ସହ କଥା ନହେଲେ ମୁଁ ରହିପାରୁନି,ତୁମକୁ ଆଉ କାହା ସହ ଦେଖିପାରିବିନି।"

  

  ରୋଜି ଏସବୁ କଥା ଶୁଣି ଏତେ ଟା ବି ଆଶ୍ଚର୍ଯ୍ୟ ହୋଇନଥିଲା,ସେ ଭାବିଥିଲା ଆଦି ବୋଧେ ବନ୍ଧୁତା ଦୃଷ୍ଟିରୁ ଏସବୁ କହୁଛନ୍ତି।ଆଦି ମୁଁ ବି ତୁମ ପରି ବନ୍ଧୁକୁ ହରେଇବାକୁ ଚାହୁଁନାହିଁ। ବନ୍ଧୁ ଶବ୍ଦଟି ଶୁଣି ଆଦି ଆଖିରୁ ଲୁହ ଝରି ପଡିଲା।ରୋଜି ମୁଁ ତୁମକୁ ଜୀବନ ସାଥି କରିବାକୁ ଚାହେଁ କଣ କହୁଛ ତୁମେ ମୋ ସାଥେ ଜୀବନର ପଥ ଚାଲିବ ନା?ରୋଜି କଣ କହିବ କିଛି ବି ବୁଝି ପାରୁନଥାଏ।ମନା କଲେ ଯଦି ଆଦି ଖରାପ ଭାବିବେ। ରୋଜି ନିରବ ରହିଲା କିଛି ସମୟ ମଧ୍ୟ ନେଲା।ପରେ ଭାବି କହିଲା:"ଦେଖ ଆଦି ପ୍ରେମର ଭାବନା ମୋ ମନରେ କିଛି ବି ନାହିଁ,ଯଦି କେବେ ତୁମ ପ୍ରତି ସେ ଭାବନା ଆସେ ମୁଁ ଜଣେଇବି।"


   ଆଦି ଅପେକ୍ଷା କରିଥାଏ କେବେ ସେ ଦିନ ଆସିବ ଆଉ ରୋଜି ତା ଓଠ ଖୋଲି ଭଲ ପାଏ ବୋଲି କହିବ।ଯେତେବେଳେ ରୋଜି ଫୋନ କରେ ଆଦି ର ଆଶା ଥାଏ ରୋଜି ମତେ ଭଲ ପାଆନ୍ତି ବୋଲି କହିବେ କି।ହେଲେ ସେମିତି କିଛି ବି ହୁଏନି।ପୁଣି ସେମିତି କଥା ବାର୍ତ୍ତା ଚାଲେ।ଏମିତି କେଇଦିନ ଗଲା ପରେ ରୋଜି ପାଖେ ପରିବର୍ତ୍ତନ ପରିଲକ୍ଷିତ ହେଉଛି।


   ଆସ୍ତେ ଆସ୍ତେ ରୋଜିର ଆଦି ପ୍ରତି ଭଲପାଇବା ଆସିଯାଇଛି।ହେଲେ ରୋଜି ଦ୍ୱନ୍ଦ ଭିତରେ ରହୁଛି ସେଇଟା ପ୍ରେମ ନା ତାର ଏମିତି ଭାବନା।ସେ ସବୁ ଭିତରେ ଆଦିର ଦେହ ଥରେ ବହୁତ ଖରାପ ହେଲା।୨୦-୨୫ଦିନ ପାଖାପାଖି ଦେହ ଅସୁସ୍ଥ ରହିଲା ରୋଜି ଭାଙ୍ଗି ପଡ଼ିଲା। ଚିନ୍ତାରେ ରହି ରହି ରୋଜିର ବି ଦେହ ଖରାପ ହୋଇଗଲା।ରୋଜି ଫୋନ କରି ଆଦିର ଭଲ ମନ୍ଦ ବୁଝେ। ରୋଜିର ଏ ସ୍ଵଭାଵ ଦେଖି ଆଦିର ଭଲପାଇବା ଆହୁରି ବଢ଼ିଗଲା।ସେ ବି ଅନୁଭବ କରିବାକୁ ଲାଗିଲା କି ରୋଜି ତାକୁ ଭଲ ପାଉଛି।


   ରୋଜି ବି ଅନୁଭବ କଲା ସେ ଆଦିକୁ ଭଲ ପାଉଛି ବୋଲି ହେଲେ ସେ କହିବାକୁ ସାହସ କଲାନି।କାରଣ ରୋଜି ଆଗପଛ ଭାବୁଥିଲା ଯେ ତାର ପରିବାର ଯଦି ଏ ସମ୍ପର୍କକୁ ସ୍ୱୀକୃତି ନଦେବେ।ତେବେ କଳଙ୍କ ରୂପୀ ସମ୍ପର୍କକୁ ନେଇ ଆଗକୁ ବଢିବାକୁ ହେବ।ଏସବୁ ଚିନ୍ତା ଭିତରେ ସେ ଆଦିକୁ ଜଣେଇବ ନାହିଁ ବୋଲି ନିଷ୍ପତି ନେଲା।ହେଲେ କଣ ହେବ ନକହି ମନରେ ପ୍ରେମକୁ ମାରି କେତେ ଦିନ ରହିବ।ତଥାପି ରୋଜି ଆଦିକୁ ଜଣେଇଲା ନାହିଁ।ବେଳେବେଳେ ରୋଜି ବହୁତ କାନ୍ଦେ ନିରୋଳାରେ ବସି ଲୁଚି ଲୁଚି।କାହାକୁ ବା ଏ କଥା ସେ କହିବ।

   

ରୋଜି ବା କେତେ ସହିବ।ଭାବିଲା ଯାହା ହେଉ ଆଦିକୁ ମନ କଥା କହିଦେବି।କଥା ଛଳ ରେ ସେ ଆଦିକୁ ମନ କଥା କହିଦେଲା ହେଲେ ଆଦି ବି ଅପେକ୍ଷାର ସବୁ ସୀମା ପାର କରିସାରିଥିଲା।ରୋଜିର କଥାକୁ ମଜ୍ଜାକ ବୋଲି ଭାବି ହସରେ ଉଡେଇ ଦେଲା।ରୋଜି ସ୍ଥାଣୁ ପାଲଟିଗଲା ଭାବିଲା ଏ ଆଦି ଦିନେ କେତେ ପ୍ରତିଶ୍ରୁତି ଦେଇଥିଲେ ମତେ,କେତେ ସ୍ୱପ୍ନ ଦେଖେଇଥିଲେ ହେଲେ କଣ ହେଲା ସେ ବି ଅବୁଝା ହୋଇ ରହିଲେ। ମୋ ମନ କଥା ବୁଝି ପାରିଲେନି।


  ରୋଜି ଭାବୁଥାଏ ଆଦି କଣ ମତେ ଭଲ ପାଆନ୍ତି ବୋଲି ମିଛରେ କହୁଥିଲେ।ଯଦି ମତେ ଭଲ ପାଉଥିଲେ ତେବେ କଣ ମୋ ମନର ଭାଷାକୁ ପଢିପାରିଲେନି।ପ୍ରେମରେ ପରା ଜଣଙ୍କ ଦେହରେ କଣ୍ଟା ବାଜିଲେ ଅନ୍ୟକୁ ଆଘାତ ହୁଏ,ତେବେ ମୋ କଥାକୁ ଆଦି କଣ ପାଇଁ ମଜ୍ଜାକ ବୋଲି ଭାବିଲେ।ମୋର ସବୁ ଭୁଲ,ମୋ ନୀରବତା ପାଇଁ ଆଦି ଆଜି ମୋ ଭାବନା ମୋ ପ୍ରେମକୁ ଆଡେଇ ଦେଲେ।

 

      ଏହି ଭିତରେ ଆଦି ରୋଜି ଭିତରେ ଦୂରତା ବଢି ଯାଇଛି।ଆଦି ଗାଁ ଛାଡି ସହର ଯାଇଛି ଏକ ବେସରକାରୀ କମ୍ପାନୀରେ କାମ କରିବା ପାଇଁ।ସହରେରେ ସୁନ୍ଦରୀଙ୍କ ଭିଡ଼ ଭିତରେ ଆଦିର ମନ ଯେ କାହା ପାଖେ ଲାଗିଯିବ ଏକଥା ବାରମ୍ବାର ଆସୁଛି ରୋଜିର ମନକୁ।ଆଦି ମୋ ମନକୁ ବୁଝିଲେନି।ପୁରୁଷ ଜାତିଟା ବି ଅତୃପି ଅସନ୍ତୁଷ୍ଟ ରଙ୍ଗ ବଦଳେଇବା ଜାତି।କେତେବେଳେ କେଉଁ ନାରୀ ପାଇଁ ପାଗଳ ହୋଇଯିବ କିଏ କହିବ।ଆଦି ଆଉ ମତେ ଭୁଲି ଆଉ କାହାକୁ ନିଜର କରିନେବେନି ତ। ଧାର ଧାର ହୋଇ ଗଡି ପଡୁଥାଏ ଲୁହ।


 ରୋଜି ଆଦିକୁ ଫୋନ କଲା।ଆଦି ରୋଜିର ଫୋନ ପାଇ ବିରକ୍ତି ହେଉଥାଏ।ତା ମନରେ ରୋଜି ପ୍ରତି ଭଲପାଇବା କମି ଯାଇଛି।ଭରି ଯାଇଛି ଅନେକ ପ୍ରଶ୍ନବାଚୀ ଆଶଙ୍କା ଦ୍ୱନ୍ଦ ଭିତରେ।ତଥାପି ସେ ଫୋନକୁ ରିସିଭ କଲା।


ଆଦି:-"ହଁ ରୋଜି!କଣ କହୁଛ କୁହ,କିଛି କାମ ଅଛି କି ମୋ ପାଖେ।ମୋର ଏବେ ସମୟ ନାହିଁ କଥା ହେବାକୁ।"

ରୋଜି:-"କିଛି କାମ ନାହିଁ ଆଦି।ନିଜ ଦେହର ଯତ୍ନ ନେବ।ଠିକ ସମୟରେ ଖାଇବ।ବାହାର ଜାଗା ଟିକେ ସବୁ ଆଡେ ଧ୍ୟାନ ଦେଇ କାମ କରିବ।"

ଏସବୁ କଥା ଶୁଣି ଆଦିର ଦେହ ଜଳି ଯାଉଥିଲା।ସେ ଭାବୁଥିଲା ରୋଜି କେତେ ଭଲ ଅଭିନୟ କରୁଛନ୍ତି। ତାପରେ ଆଦି ଫୋନ କାଟିଦେଲା।


  ରୋଜିର ଏ ସବୁ କାର୍ଯ୍ୟ କଳାପରେ ଆଦିର ରୋଜି ପ୍ରତି ପ୍ରେମ ବଢିଥିଲା ହେଲେ ଆଜି ଏସବୁ ତାକୁ ବିରକ୍ତ ଲାଗୁଛି।ଯେତେବେଳେ କାହା ପ୍ରତି ଆମର ଭଲ ଭାବନା ଥାଏ ତାର ଖରାପ କାମରେ ବି ଆମେ ଭଲ କି ଦେଖୁ,ତର୍ଜମା କରୁ ହେଲେ ଯେତେବେଳେ ଆମର କାହା ପ୍ରତି ଖରାପ ଭାବ ଆସେ ସେତେବେଳେ ତାର ଲକ୍ଷେ ଭଲ କାମରେ ବି ଆମେ ଖରାପକୁ ବାଛୁ,ଏଇଟା ତ ଆଦି ପକ୍ଷେ ସ୍ଵାଭାବିକ କଥା।।

 

 ହଠାତ ଦିନେ କମ୍ପାନୀ ଯିବା ରାସ୍ତାରେ ଆଦି ଗୋଟେ ଝିଅକୁ ରାସ୍ତା କଡ଼ରେ ଦେଖିଲା।ସେ ଝିଅ ଆଦିକୁ ହାତ ଠାରି ରହିବାକୁ ଇସାରା ଦେଉଥିଲା।ଆଦି ସେ ଝିଅର ସୁନ୍ଦରତାରେ ହଜି ଯାଇଥିଲା।

ଝିଅ ଟି:-"ଆଜ୍ଞା ମତେ ଟିକେ ଆଗ ଛକ ରେ ଛାଡି ଦେବେ,ମୋର ଅଫିସ ପାଇଁ ବିଳମ୍ବ ହୋଇଗଲାଣି।"

ଆଦି:-"ଆଜ୍ଞା ନିହାତି,ଆସନ୍ତୁ।"  କିଛିବାଟ ଗଲା ପରେ ଆଦି ପଚାରିଲା:-"ଆଜ୍ଞା ମାଡାମ ଆପଣ ଙ୍କ ନାଁ କଣ?"

ସେ ଝିଅ ଟି:-ମୌସୁମୀ ଦାସ(ମାମା)।ଆପଣ ?

ଆଦି:-ମୁଁ ଆଦିତ୍ୟ ସ୍ୱାଇଁ(ଆଦି)।


ଆଦି ଆଉ କିଛି କଥା ହେବ ବୋଲି ଭାବୁଥାଏ ହେଲେ କହିପାରୁ ନ ଥାଏ।ବାସ ବାସ ଏଇଠି ରୁହନ୍ତୁ ବୋଲି ମାମା କହିଲା।ଆଦି ଅଟକି ମାମାକୁ ଚାହୁଁଥିଲା।ଆଦିର ଇଛା ନଥାଏ ମାମା ତାକୁ ଛାଡି ଯାଉ।ମାମା ଧନ୍ୟବାଦ ଜଣାଇ ଚାଲିଗଲା।


  ପରଦିନ ଠିକ ସେହି ରାସ୍ତାରେ ସେଇ ସମୟରେ ମାମା ସହ ଦେଖା ହେଲା।କିଛି କିଛି କଥା ହେଇ ଦୁଇ ଜଣ ଯିବା ଆସିବା ସାଙ୍ଗରେ କଲେ,ସେମାନଙ୍କ ଭିତରେ ସମ୍ପର୍କ ଦୃଢ଼ ହୋଇ ଆସିଲା।ରୋଜିକୁ ଆଦି ସମ୍ପୂର୍ଣ୍ଣ ରୂପେ ଭୁଲି ଗଲା।ରୋଜିର ଫୋନକୁ ନା ଆଦି ରିସିଭ କଲା ନା କିଛି ମେସେଜ ବି କଲା। ସକାଳ,ଅପରାହ୍ନ,ରାତିର ଶୁଭେଛା ତ ଦୂରେ ଥାଉ ୧୫ଦିନରେ ବି ଥରେ ଫିନ କି ମେସେଜ କରେନି। ରୋଜି କଲେ ରାଗିକି କଥା ହୁଏ।

 

ରୋଜି ଏମିତି ପରିବର୍ତ୍ତନ ସହି ପାରୁନଥାଏ।ତା ମନରେ ବି ଆଶଙ୍କା ଆସୁଥାଏ ଆଦି କଣ ଆଉ କାହାକୁ.........ନା ନା ଆଦି କେବଳ ମତେ ଭଲ ପାଆନ୍ତି।ସେ ଆଉ କାହାକୁ ଭଲ ପାଇ ପାରିବେନି।ସେ ମୋ ଉପରେ ଅଭିମାନ କରିଛନ୍ତି ଏତେ ଦିନ ହେଲା ମୁଁ ତାଙ୍କୁ କିଛି ଉତ୍ତର ଦେଇ ନଥିଲି ବୋଲି।ବିଚାରୀ ରୋଜି ବା କେମିତି ଜାଣିବ କି ଆଦି ଏବେ ଆଉ କାହାକୁ ନେଇ ସ୍ୱପ୍ନ ଦେଖୁଛି।ରୋଜି ବିଶ୍ୱାସର ସହ ଅନେଇ ବସିଛି ଆଦିର ଫେରିବା ବାଟକୁ।ସେ ଅଭିମାନ ଭୁଲି ରୋଜିକୁ ଆପଣେଇବେ,ଟୋପାଏ ସିନ୍ଦୂର ଦେଇ ସାରା ଜୀବନ ନିଜର କରିନେବେ।


 ଏପଟେ ଆଦି ମାମା ସହ ଘର ବସେଇବ ବୋଲି ପ୍ରସ୍ତୁତ ହୋଇସାରିଥିଲା।ମାମାକୁ ବି ଏସବୁ କଥା ଜଣେଇ ସାରିଥିଲା।ମାମା ବି ଆଦିର ପ୍ରସ୍ତାବରେ ରାଜି।ଦୁହେଁ ଏକ ଶୁଭ ତାରିଖ ଠିକ କରି ବାହା ହେବାକୁ ନିଷ୍ପତି ନେଲେ।ଆଦି ତାର ଘରକୁ ଫୋନ କରି କହିଲା ସେ ବାହା ହେଉଛି।ଏସବୁ କୁ ଆଦିର ବାପା ମା ଗ୍ରହଣ କଲେନି। ଘରକୁ ନ ଆସିବା ପାଇଁ ବି କହିଲେ।


    ଆଦି ରୋଜିକୁ ମଧ୍ୟ ଫୋନ କରି ଜଣେଇଲା।ରୋଜିର ପାଦ ତଳୁ ମାଟି ଖସି ଗଲା।ବହୁତ ମନ ଦୁଃଖ କଲା,କାନ୍ଦିଲା, ଭାଗ୍ୟକୁ ନିନ୍ଦିଲା,ନିଜକୁ ଦୋଷୀ ବୋଲି ମଣିଲା, ହେଲେ ଆଉ କଣ ହେବ ଆଦି ତ ବାହା ହେବାକୁ ପ୍ରସ୍ତୁତ ନା। ରୋଜି ସହର ଯିବ ବୋଲି ବାହାରିଲା ହେଲେ ରୋଜିର ବାପା ମା ରୋଜିକୁ ବାରଣ କଲେ।ରୋଜି ନିଜକୁ ରୋକି ପାରୁନଥିଲା।ହେଲେ କଣ କରିବ,ରୋଜିର ବା ସହରରେ କିଏ ଅଛି।କାହାକୁ କହିପାରେନି ମନ କଥା।ଜଣେ ବାନ୍ଧବୀକୁ ରୋଜି ତା ବିଷୟରେ ସବୁ କିଛି କୁହେ,ବାନ୍ଧବୀ ଜଣଙ୍କ ରୋଜିକୁ ବୁଝାଏ।ସେ ବା କଣ କରି ପାରିବ।


    ଜୁଲାଇ ୨୪ ରେ ମାମା ଆଉ ଆଦିର ବାହାଘର ସରକାରୀ ନିୟମାନୁସାରେ ହେଲା।

ଆଦି ମାମାକୁ ପାଇ ବହୁତ ଖୁସି।ମାମା ବି ଖୁସି ଥିଲା।ବାହାଘର ପରେ ମାମା ଆଦି ଠାରୁ ଦୂରେଇ ରହିଲା,ଯାହାକି ଆଦି ଜମା ବି ସହି ପାରୁନଥିଲା। ବାସର ଦିନ ମଧ୍ୟ ମାମା ଅଲଗା ରୁମରେ ଶୋଇଲା।ଆଦି ମାମାର ଏମିତି ବ୍ୟବହାରରେ ଆଶ୍ଚର୍ଯ୍ୟ ହୋଇଥିଲା।ମାମା ରାତି ଅଧ ଯାଏ ଫୋନରେ ବ୍ୟସ୍ତ ରୁହେ।ଅଫିସରୁ କାମ ସାରି ଆସି ଆଦି କଥା ବୁଝିବାକୁ ସମୟ ନଥାଏ।ଖାଇବାକୁ ମଧ୍ୟ କେବେ ଡାକେନାହିଁ।


  ହେଲେ ରୋଜି ସବୁଦିନ ଆଦି ପାଖକୁ ଫୋନ କରି ଭଲ ମନ୍ଦ ପଚାରେ।ଆଦିର ଆଦୌ ପସନ୍ଦ ନଥିଲା କି ରୋଜି ତା ପାଖକୁ ଫୋନ କରୁ। ଦିନେ ମାମା ଅଫିସ ବାହାରି ସାରି ଆଦିକୁ ଡାକ ଦେଲା କି ତାକୁ ଅଫିସରେ ଛାଡି ଆସିବା ପାଇଁ।ସେତେବେଳେ ଆଦିକୁ ବହୁତ ଜୋରରେ ଜ୍ୱର ଆସିଛି।ମାମା ଆଦି ପାଖକୁ ଗଲା ଦେଖିଦେଇ ନିଜ କାମରେ ବାହାରି ଗଲା।ପଦୁଟିଏ ମଧ୍ୟ ପଚାରୁ ନଥାଏ କେମିତି ଅଛ ବୋଲି ସେବା କରିବା ତ ଦୂର କଥା।


   ଏସବୁ ଭିତରେ ରୋଜିର ଫୋନ ଆସିଛି ଆଦି ରିସିଭ କଲା।ଆଦି:-ହଁ ରୋଜି କୁହ।"

ରୋଜି:"ଆଦି କଣ ହେଇଛି ତୁମର,ଦେହ ଭଲ ଅଛି ତ,ତୁମ ସ୍ୱର ଏମିତି ଶୁଭୁଛି ଯେ,ଖାଇଛ ତ,ମାମା ସହ କଣ ଝଗଡା ହେଇଛି କି?"


ଆଦିର ଆଖିରୁ ଲୁହ ଝରି ପଡିଲା।ଆଦି ପୁରୁଣା ଦିନକୁ ଫେରିଗଲା।ମନେ ପଡ଼ିଲା ସେଦିନ କଥା ଯେଉଁଦିନ ରୋଜି ତାକୁ ଭଲପାଇବାର ବାଖ୍ୟା କରୁଥିଲା ହେଲେ ଏସବୁ ଥଟ୍ଟା ଅଭିନୟ ଭାବି ସେ ରୋଜି ଠୁ ଦୂରେଇ ଆସିଥିଲା।ବହୁତ ମନ ଦୁଃଖ କଲା।ରୋଜିକୁ କିଛି ପଚାରିବା ପାଇଁ ସାହସ ହେଲାନି।ଗୁମୁରି ଗୁମୁରି କାନ୍ଦିବାର ସ୍ଵର ରୋଜି ଶୁଣି ପାରୁଥାଏ।ବିଚଳିତ ହୋଇ ରୋଜି କେତେ କଣ ପ୍ରଶ୍ନ କରୁଥାଏ।ଆଦି କିଛି ନକହି ଫୋନ କାଟିଦେଲା।ଆଦି ଭାବୁଥାଏ ରୋଜି ସହ ପ୍ରତାରଣା କଲା ପରେ ମଧ୍ୟ ସେ ମୋର କେତେ ଯତ୍ନ ନେଉଛି ହେଲେ ମାମା ମୋ ସ୍ତ୍ରୀ ହୋଇ ମତେ କେବେ ସ୍ୱାମୀର ଅଧିକାର ଦେଇଛି ନା ସେ ସ୍ତ୍ରୀ ର କର୍ତ୍ତବ୍ୟ ପାଳନ କରିଛି।


   ରୋଜି ଆଦିକୁ ବାରମ୍ବାର ଫୋନ କରୁଥାଏ ହେଲେ ଆଦି କିଛି ଉତ୍ତର ଦିଏନି।ରୋଜି ଚିନ୍ତା ଭିତରେ ସହର ଯିବ ବୋଲି ନିଷ୍ପତି ନେଲା।ଏଥର ସେ କାହାକୁ କିଛି ନକହି ଯିବ।ଭୋର ବସ ରେ ରୋଜି ଲୁଚିକି ସହର ଗଲା।ବସରେ ରୋଜିର କେତେଜଣ ପ୍ରିୟ ଶ୍ରୋତା ମଧ୍ୟ ଥିଲେ।ସେମାନେ ରୋଜିକୁ କେତେ କଣ ପ୍ରଶ୍ନ କରୁଥିଲେ ଗୀତ ଗାଇବାକୁ ମଧ୍ୟ ଅନୁରୋଧ କରୁଥିଲେ ହେଲେ କଣ ହେବ ରୋଜି ନିରବ।ତଥାପି ସେମାନଙ୍କ କଥା ରଖି ରୋଜି ଏକ ବିରହ ଗୀତ ଗାଇବାକୁ ଲାଗିଲା:-

  ବୁଝି ପାରିଲିନି   ପ୍ରେମକୁ ତୁମର

 ସଜା ଦେଇଗଲ ଆଜି ପ୍ରିୟ ମୋର

 କାଲି ଥିଲି ଆପଣାର ଏବେ ସାତପର

 ତୋଳି ଦେଲ ମୋ ବିନା ତୁମେ ନୂଆ ଘର

 ବଞ୍ଚି ମୁଁ ପାରୁନି କି ରହି ଯେ ପାରୁନି 

 ତୁମ ପ୍ରେମ ମାରୁଅଛି ମତେ ପ୍ରତି ଥର।

  ଏମିତି ଗୀତ ଗାଉଥାଏ କାନ୍ଦୁଥାଏ।ସମସ୍ତେ ସିନା ତାଳି ମାରି ବାଃ ବାଃ ଦେଉଥାନ୍ତି ହେଲେ ରୋଜି ର ମନ ଯେ ପୋଡିଯାଉଛି ସେ କଥା କାହାକୁ ଦେଖା ବି ଜଣା ଯାଉନଥାଏ।


   ରୋଜି ତା ବାନ୍ଧବୀକୁ ଫୋନ କଲା।ସେ ତାକୁ ଆସି ଆଦି ବସ ଷ୍ଟାଣ୍ଡରୁ ନେଇଯାଇ ଆଦି ର ଘର ସାମ୍ନାରେ ଛାଡି ଦେଇ ପଳେଇ ଆସିଲା,କହିଗଲା କଥା ସରିଲେ ଫୋନ କରିବୁ।ରୋଜି କବାଟ ବାଡେଇଲା ଆଦି କବାଟ ଖୋଲି ରୋଜିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା।


ଭିତରକୁ ଡାକିଲା ଏବଂ କେମିତି ଏତେ ବାଟ ଆସିଲା ବୋଲି ପଚାରିଲା।ସେତେବେଳେ ଆଦି ଦେହ ରେ ପ୍ରବଳ ଜ୍ୱର।ଦୁଇ ଜଣ ବି ଆଗରୁ କେବେ ସାମ୍ନା ସାମ୍ନି ଭେଟି ନଥିଲେ।ରୋଜି ଆଦିର ମୁହଁ ଦେଖି ଜାଣିଦେଲା କି ତା ଦେହ ଖରାପ ଅଛି।ଆଦି ଦେହରେ ହାତ ମାରି ଦେଖିଲା ପ୍ରବଳ ଜ୍ୱର।ସଙ୍ଗେ ସଙ୍ଗେ ପାଣି ପଟି ଦେଇ,ଗରମ ତେଲ ଲଗେଇ ଦେଲା ଗୋଡ଼ ହାତରେ।ଖାଇବା ବି ତିଆରି କରି ଖୁଆଇଲା। ସେତେବେଳେ ଆଦି ଅନୁତପ୍ତ ନିଆଁ ରେ ଜଳି ପାଉଁଶ ହୋଇ ଯାଇଥିଲା।ରୋଜିକୁ ଆଲିଙ୍ଗନ କରି ନେଇ ବହୁତ କାନ୍ଦିଲା ଓ ଭୁଲ ମାଗିଲା।ଠିକ ସମୟରେ ମାମା ଆସି ପହଁଚିଯାଇଛି। ଦେଖି ସାରିଛି,ଶୁଣି ବି ସାରିଛି ଆଦିର ଏସବୁ କଥା। ତାଳି ମାରି କହୁଛି ବାଃ ବାଃ ରେ କି ପ୍ରେମ ତୁମର। ମାନିଗଲି ତୁମ ପ୍ରେମିକ ପଣିଆକୁ।

ଆବାକ ହୋଇଗଲେ ଆଦି ଓ ରୋଜି। ଆଦିର ମୁହଁରୁ ଗୋଟିଏ ଶବ୍ଦ ମାମା!ଆଉ ରୋଜିର ମୁହଁରୁ ପୂଜା।

ଆଦି ଓ ରୋଜି ପରସ୍ପରକୁ ଆଶ୍ଚର୍ଯ୍ୟ ଭଙ୍ଗୀରେ ଚାହିଁଲେ।

ଆଦି-"ରୋଜି ତୁମେ ମାମା କୁ କେମିତି ଜାଣିଲ?"

ରୋଜି-"ଆରେ ଏ ମାମା ନୁହେଁ ଏ ମୋ ବାନ୍ଧବୀ ପୂଜା।"

ଆଦି-"(ଆଦି ବିଶ୍ୱାସ କରିପାରୁନି ନିଜକୁ) ଆରେ ରୋଜି ଏ ହିଁ ମୋ ସ୍ତ୍ରୀ ମାମା ପୂଜା ନୁହେଁ।ତୁମେ ବୋଧେ ଭୁଲ ବୁଝିଛ।"

ରୋଜି -"ଆରେ ବାବା ନାଇଁ ନାଇଁ ଏ ହିଁ ପୂଜା।"


ମାମା/ପୂଜା- ହଁ ହଁ ମୁଁ ହିଁ ମାମା ଆଉ ମୁଁ ହିଁ ପୂଜା।ମୁଁ ହିଁ ତୁମ ଦୁହିଁଙ୍କ ପ୍ରେମର ଏକମାତ୍ର ସାକ୍ଷୀ।ଦେଖ ଆଦି ଦେଖ।ରୋଜିର ପ୍ରେମକୁ ଦେଖ।କେତେ ଭଲପାଇବା ତା ମନରେ ତୁମ ପ୍ରତି କେତେ ବିଶ୍ୱାସ ତୁମ ପ୍ରତି ଅଛି।ହେଲେ ତୁମେ କଣ କଲ।ତା ପ୍ରେମକୁ ନବୁଝି ତା ଠୁ ଦୁରେଇ ଗଲ।ମୋ ସୌନ୍ଦର୍ଯ୍ୟ ତୁମକୁ ଆକର୍ଷଣ କଲାନା।କେବେ ବୁଝିଛ ମୋ ଅଭିନୟ ପଛରେ ତୁମ ପାଇଁ ପ୍ରେମ ଅଛି କି ନାଇଁ ବୁଝିଛ କେବେ ମୁଁ କହୁଥିବା କଥା କେତେ ସତ।ଏକାଠି ସମୟ ବିତେଇଲି ବୋଲି ଅନ୍ଧ ପରି ମତେ ବିଶ୍ୱାସ କରିଗଲ ନା।ହେଲେ ଏଇ ରୋଜି ଯିଏ ତୁମକୁ ଭଲ ପାଏ ବୋଲି କହି ପାରିନଥିଲା।ଜଳି ଜଳି ଲୁହ ଢାଳି ଦିନ ରାତି କଟେଇ ଦେଉଥିଲା।ବୁଝିଛ କେବେ ବୁଝିବ ତା ମନ ତଳର ଭାଷାକୁ।ଆରେ ତୁମେ କେମିତି ବା ବୁଝିବ ତୁମର ଦେଖାଣିଆ ପ୍ରେମ ହିଁ ପ୍ରମାଣ ନା। ଅନୁଭବ କରିବାର କ୍ଷମତା ନାହିଁ ତୁମ ପାଖେ।ଏଇ କଣ ପ୍ରେମ ଏଇ ତୁମ ଭଲ ପାଇବା।ଧିକ ଧିକ ଆଦି।ଧନ୍ୟ ତୁମେ ଆଉ ତୁମ ପ୍ରେମ।"


ଆଦି-(ଲୁହ ଧାର ଧାର ଗଡି ପଡୁଥାଏ)-"ମତେ କ୍ଷମା କରିଦିଅ ମାମା।ମୋର ଭୁଲ ହୋଇଯାଇଛି।ମୁଁ ରୋଜି କୁ ଭୁଲ ବୁଝିଥିଲି।କେବେ ବୁଝିବାକୁ ଚେଷ୍ଟା କରିନି ବରଂ ଦୋଷ ଦେଇଛି।"


ରୋଜି-"ନାଇଁ ନାଇଁ ପୂଜା ତୁ ଏମିତି କହନି,ଯାହା ଭାଗ୍ୟରେ ଯିଏ ଥାଏ ସିଏ ତାର ହିଁ ହୁଏ।ମୁଁ ଆଦି ଙ୍କ ଭାଗ୍ୟ ରେ ନାହିଁ।ତାଙ୍କ ନାଁ ର ସିନ୍ଦୂର ତୋ ମଥାରେ ଅଛି,ସେ ତୋ ସ୍ୱାମୀ ଏମିତି କହିବା ତୋର ଠିକ ନୁହେଁ ଲୋ।"


ପୂଜା/ମାମା-ରଖ ତୋ ପ୍ରବଚନ ତୋ ପାଖରେ।କିଏ କହିଲା ଆଦି ମୋ ସ୍ୱାମୀ ବୋଲି।ତାଙ୍କ ନାଁ ର ସିନ୍ଦୂରକୁ ଦେଖ ମୁଁ ପୋଛି ଦେଲି।ଶୁଣୁ ମୁଁ ଆଦିଙ୍କୁ ବାହା ହେଇନି।ଏ ବାହାଘର ମିଛ।ଆଉ ରହିଲା କୋର୍ଟ କାଗଜ ନେଲୁ ପଢ଼ ଏଇଟା କଣ ବାହାଘର କାଗଜପତ୍ର।(ଟିକ ଟିକ କରି ଚିରିଦେଲା ପୂଜା ସେସବୁ କାଗଜକୁ)

ଏବେ ତ ଦୁହେଁ ମାନି ଯାଅ।ଗଢିଦିଅ ନିଜ ଖୁସିର ସଂସାରକୁ।


 ଆଦି ଓ ରୋଜିର ଖୁସି କହିଲେ ନସରେ।ସେ କ୍ଷଣେ ଦୁହେଁ ଗାଁ କୁ ଆସିଲେ।ରୋଜି ନିଜ ବାପା ମା କୁ ରାଜି କରେଇ ଦେଲା।ଦୁହେଁ ବାହା ହେଲେ।କିଛି ଦିନ ପରେ ମଧ୍ୟ ଆଦିର ଘର ଲୋକ ରୋଜିକୁ ଗ୍ରହଣ କରିନେଲେ।


(ପ୍ରକୃତ ପ୍ରେମ କେବେ ହାର ମାନେନାହିଁ, ଯେତେ ବଡ଼ ସମସ୍ୟା ଆସିଲେ ମଧ୍ୟ ବିଜୟ ହୁଏ।)



Rate this content
Log in

Similar oriya story from Drama