Sarojini Behera tiki

Inspirational

2  

Sarojini Behera tiki

Inspirational

ପୁସ୍ତକ ପ୍ରେମ

ପୁସ୍ତକ ପ୍ରେମ

2 mins
416


ଚାରିପାଖ କାଚର କାନ୍ଥ ଦ୍ୱାରା ଆଚ୍ଛାଦିତ ହୋଇଥିଲା ହୋଟେଲଟି । ନାମୀ ଦାମୀ ଲୋକଙ୍କ ଭିଡ଼ ଏଠାରେ । ବହୁତ ସୁନ୍ଦର ପରିବେଶ,ସୁନ୍ଦର ଖାଦ୍ୟ ସମସ୍ତଙ୍କୁ ଆକର୍ଷିତ କରେ ହୋଟେଲ ଆଡକୁ । ହୋଟେଲ ର ଫାଟକ ସାମ୍ନାରେ ପ୍ରତ୍ୟେକ ଦିନ ବସି ଏୟାଡେ ସିଆଡେ ଚାହିଁଥାଏ ବିକଳ ହୋଇ ଏକ ଶିଶୁ । ଯିଏକି କିଛି ଜାଣିନି,ସମାଜକୁ ବି ଚିନ୍ହିନି । ବାପା ମା’ଙ୍କ କଳହ ଯୋଗୁଁ ଦୁହେଁ ଅଲଗା ହୋଇଗଲେ ହେଲେ ଏ ଶିଶୁ କଥା କେବେ ନଜରକୁ ଆଣିନାହାଁନ୍ତି । ଏକା ବେସାହାରା ହୋଇ ବୁଲୁଥିଲା କେତେବେଳେ କାହା ଅଇଁଠା ତ କେତେବେଳେ କାହା ମାଡ଼ ଖାଇ ଖାଇ ଜୀଉଁ ଥିଲା । ଭିକ୍ଷା ବୃତ୍ତିକୁ ଆବୋରି ନେଇଥିଲା ଏ ଦେଶର ଆଗାମୀ ଭବିଷ୍ୟତ ଟିଏ ।

ଯେତେବେଳେ ସମ ବୟସର ପିଲାମାନେ ସ୍କୁଲ ଯିବା, ଖେଳିବା, ବୁଲିବା,ବାପା ମା’ଙ୍କ ପାଖେ ଗେଲ ହେବା ଦେଖେ ବହୁତ ମନ ଦୁଃଖ କରେ । ପଢିବା ପାଇଁ ତାର ବହୁତ ଇଛା ହେଲେ ସେ କି ପଢିପାରିବ ନା ସ୍କୁଲକୁ ଯାଇପାରିବ । ହେଲେ ସେ ଭାଙ୍ଗିଲାନି ଭିକ୍ଷା ମାଗିଲା ଆଉ ସେଇ ପଇସାରେ ଖଣ୍ଡିଏ ବହି କିଣି ଫାଟକ ପାଖ ଗଛ ମୂଳେ ଛପା ସବୁ ଦେଖିଲା କିନ୍ତୁ କିଛି ପଢି ପାରେନି । ଯାହାକୁ ପଚାରେ ସେମାନେ ତାକୁ ଉପହାସ କରନ୍ତି,ଦୂର ଦୂର ହୁଅନ୍ତି କାହିଁକିନା ସେ ରାସ୍ତା କଡର ପିଲାଟା ନା । ଆମ ସଭ୍ୟ ସମାଜ କ’ଣ ପାଇଁ ତାକୁ ଗ୍ରହଣ କରିବ । ତା ମନ ରେ ଅଶାଥିଲା ସେ ପଢିବ ଆଉ ଆଗକୁ ବି ବହୁତ କିଛି କରିବ । ଯେଉଁମାନେ ତାକୁ ଏମିତି ଦୁରେଇ ଦେଉଛନ୍ତି ସେମାନେ ତାକୁ ଆପଣେଇବେ ।

ଏମିତି କିଛି ଦିନ ଚାଲିଗଲା,ହଠାତ ତାର ଜଣେ ଭଦ୍ର ବ୍ୟକ୍ତିଙ୍କ ସହ ଦେଖାହେଲା ଯିଏକି ତା ପ୍ରଶ୍ନ ର ଉତ୍ତର ଦେଇଥିଲେ ବା ବହି ର ଅକ୍ଷର ଚିହ୍ନାଇ ଦେଇଥିଲେ । ପିଲା ବ୍ୟକ୍ତିଙ୍କର ପାଦ ଛୁଇଁ ବହୁତ କାନ୍ଦିଲା । ବ୍ୟକ୍ତି ଜଣ ଙ୍କ କାରଣ ପଚାରିବାରୁ କହିଲା କି ମୋର ପଢ଼ିବାର ବହୁତ ଇଛା ହେଲେ ମତେ କେହି ପଢ଼ାଉନାହାନ୍ତି । ବ୍ୟକ୍ତି ଜଣଙ୍କ ତା ପରିବାର ବିଷୟ ରେ ପଚାରିଲେ,ପିଲାଟି କହିଲା-"ମୋର ଏ ବହିଟି ଛଡା ଆଉ କେହି ସାଥି ନାହାଁନ୍ତି, ଏ ହିଁ ମୋର ସବୁ କିଛି" । ପିଲାଟିର କଥା ଶୁଣି ବ୍ୟକ୍ତିଙ୍କ ଆଖିରୁ ଲୁହ ଝରି ଆସିଲା । ସେଦିନ ରୁ ସେହି ବ୍ୟକ୍ତି କିଛି ସମୟ ବାହାର କରି ପିଲାଟିକୁ ପଢ଼ାଇଲେ,ସ୍କୁଲ ରେ ମଧ୍ୟ ନାଁ ଲେଖେଇ ଦେଲେ । ପିଲାଟି ଆସ୍ତେ ଆସ୍ତେ ପଢ଼ା ସହ ଅନ୍ୟ କିଛି କାମ ମଧ୍ୟ କରୁଥିଲା । ବ୍ୟକ୍ତି ଜଣଙ୍କ ପିଲାଟିର ନାଁ ରେକର୍ଡ ରେ ଜିଜ୍ଞାସୁ ବୋଲି ରଖିଲେ ।

ଜିଜ୍ଞାସୁ ପାଠ ପଢା ସହ କିଛି କିଛି କାମ କରି ପଇସା ବି ରୋଜଗାର କରୁଥିଲା । ସେ ପଇସା ରେ କିଛି ନିଜ ଖର୍ଚ୍ଚ ପାଇଁ ରଖି ଆଉ କିଛି ପଇସା ରେ ବହି କିଣି ବିକ୍ରି କରୁଥିଲା । ସମୟ କ୍ରମେ ଜିଜ୍ଞାସୁ ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହେଲା । ସେତେବେଳକୁ ତାର ଗୋଟିଏ ବହି ଦୋକାନ ହୋଇଯାଇଥିଲା । ବହୁତ ପଇସା କମେଇପାରୁଥିଲା । ହେଲେ ତାର ସେ ବହିଟିକୁ କେବେ ପାଖରୁ ଦୂର କରୁନଥିଲା । ପ୍ରଥମେ ସେ ବ୍ୟକ୍ତି ଙ୍କୁ ପ୍ରଣାମ କରେ ତାପରେ ବହିଟିକୁ ସାଙ୍ଗରେ ନେଇ ନିଜ କାମ କରେ ।

ଜିଜ୍ଞାସୁ କଲେଜ ରେ ପଢିଲା ବେଳେ ବହୁତ ବହି ନିଜେ ମଧ୍ୟ ଲେଖିଲା । ସବୁ ଦିଗରେ ଅନେକ ସମ୍ମାନର ଅଧିକାରୀ ବି ହୋଇଲା । ଏକ ବଡ଼ ପୁସ୍ତକାଳୟ ଖୋଲି ନିଜକୁ ସେ ବହି ମାନଙ୍କ ମଧ୍ୟରେ ହଜେଇ ଦେଲେ ।

କଠିନ ପରିଶ୍ରମ,ଆତ୍ମ ବିଶ୍ୱାସ, ଇଚ୍ଛାଶକ୍ତି ହେତୁ ଜିଜ୍ଞାସୁ କାହିଁ କେତେ ଉର୍ଦ୍ଧ୍ଵରେ ।

"ପୁସ୍ତକକୁ ଆମେ କରିଲେ ମିତ୍ର

କେବେ ହୁଡ଼ିବାନି ଜୀବନର ପଥ ।  ।

ପୁସ୍ତକ ଅଟଇ ଯେ ଆମରି ବନ୍ଧୁ

ସେଏଥିଲେ ଡେଇଁବା ଜ୍ଞାନର ସିନ୍ଧୁ ।  । "


Rate this content
Log in

Similar oriya story from Inspirational