ନିର୍ଯ୍ୟାତନା
ନିର୍ଯ୍ୟାତନା
ଗୋରା ଦେହଟି ହୀରା ପରି ଝଟକୁ ଥିଲା।ଜମିଦାର ବାବୁ ନିୟନ୍ତ୍ରଣର ସମସ୍ତ ସୀମାପାର କରିସାରିଥିଲେ।ହଠାତ ସେ ରାଧାକୁ ନିଜ ବାହୁ ବନ୍ଧନ ମଧ୍ୟକୁ ନେଇଆସିଲେ।ରାଧା ଭୟରେ କମ୍ପୁଥିଲା।ଜମିଦାରଙ୍କ ଗୋଡ଼ ହାତ ଧରି ଛାଡି ଦେବାକୁ କହିଲା,ନିଜର ବଳ ଅନୁସାରେ ପ୍ରତିରୋଧ ବି କରୁଥିଲା।ହେଲେ ଜମିଦାର ବାବୁଙ୍କୁ କଣ ଶୁଣୁଥିଲା ସେ କରୁଣ ଚିତ୍କାର।
ରାଧାକୁ ନିବସ୍ତ୍ର କରି ଚଟାଣ ଉପରେ ଗୋରା ତକ ତକ କୋମଳ ଶରୀରକୁ ମନ ଭରି ଉପଭୋଗ କଲେ। ରାଧା ନା କିଛି କହିପାରୁଥିଲା ନା କରିପାରିଥିଲା। ସେ ଏବେ ବେସାହାରା, ବନ୍ଦ ପଞ୍ଜୁରୀର ବନ୍ଦୀ ଚଢେଇ ଟେ। ଦୁନିଆର ନୀତି ନିୟମ ବୁଝିବା ଆଗରୁ ନିଜକୁ ଜାଳି ଦେଇଛି କାହା ନାଁର ସିନ୍ଦୂରରେ।
ଏମିତି ବିତିଗଲା କିଛି ଦିନ ଶୋଷଣରେ । ରାଧାର ଗର୍ଭ ସଞ୍ଚାର ହେଲା। ଏଥିରେ ନା ରାଧା ନା ଜମିଦାର କେହି ବି ଖୁସି ନଥିଲେ । ଜମିଦାର ବାବୁଙ୍କ ଉଦ୍ଦେଶ୍ୟ ଉପଭୋଗ ଆଉ ରାଧା ସେ ବି ଚାହୁଁ ନଥିଲା କି ପାପୀର ପାପକୁ ଦୁନିଆକୁ ଆଣିବାକୁ ।
ଜମିଦାର ବାବୁ ରାଧାକୁ ଦୋଷୀଟିଏ କରି ଛିଡା କରିଦେଲେ ସଭିଁଙ୍କ ଆଗରେ କି ଏ ଗର୍ଭସ୍ଥ
ପିଲା ତାଙ୍କ ଔରସରୁ ନୁହେଁ। ଏ କଥାରେ ରାଧାକୁ ବହୁତ ବାଡେଇଲେ। ତାଙ୍କର ମୂଳ କଥା ଥିଲାକି କେମିତି ଗର୍ଭପାତ କରିବେ ସେଥିପାଇଁ ଅନେକ ମିଥ୍ୟାର ସହଯୋଗ ନେଲେ।
ଗୋଟେଦିନ ଜମିଦାର ବାବୁ ଗାଁ ବୈଠକରେ ଯାଇଥିଲେ।ଫେରିବା ବିଳମ୍ବ ହେବ। ସୋମା ବି ରୋଷଶାଳାରେ ନିଜ କାମରେ ବ୍ୟସ୍ତ।ଏପଟେ ରାଧା ଏକା।ସମସ୍ତ କଥାକୁ ଭାବି ଭାବି ପାଗଳୀ ହୋଇଯାଇଥିଲ,ଭାଙ୍ଗିପଡିଥିଲା।
ଶେଷରେ ସେ ନିଷ୍ପତ୍ତି ନେଲା ସେ ଆତ୍ମହତ୍ୟା କରିବ।ସେୟା ବି କଲା ନିଜ ଶାଢୀରେ ରସି ଦେଇ ଆତ୍ମହତ୍ୟା କଲା।ମିଶିଗଲା ତାର ଅସ୍ତିତ୍ୱ ସବୁଦିନ ପାଇଁ ଏ ଦୁନିଆରୁ । ନିରୀହ ଝିଅଟି ଜଳି ପାଉଁଶ ହୋଇଗଲା ପୁରୁଷର କାମନା ବହ୍ନିରେ କାରଣ ସେ ଥିଲା ଦୁର୍ବଳ।
ଅନିଚ୍ଛା ସ୍ଵତ୍ତ୍ୱେ ଏମିତି କେତେ ଝିଅ ଆଜି ନିର୍ଯାତିତା, ନିଃସ୍ୱ, ପୀଡିତା। ସବଳର ଅତ୍ୟାଚାର ତ ଯୁଗେ ଯୁଗେ ଦୁର୍ବଳ ସହିବାକୁ ହେବ। ତଥାପି ରାଧାର ଆତ୍ମା ଅତୃପ୍ତ। ଜଳି ଜଳି କେତେ କଷ୍ଟ ପାଇ ସେ ହାରିଛି।ଚାହିଁଛି ଏମିତି ଦିନ ଆସିବ ଅନ୍ତ ହେବ ଏମିତି ରାକ୍ଷସମାନଙ୍କର।ଅଧର୍ମ ଠାରୁ ବିଜୟ ହେବ ଧର୍ମ। ଲୋପ ପାଇବ ଏ ପାପୀ ମାନଙ୍କ ପାପ।ଆଜିବି ଅପେକ୍ଷାରେ............।।