ନିର୍ଯ୍ୟାତନା
ନିର୍ଯ୍ୟାତନା


ଦେବେନ୍ଦ୍ର ନାଥ ତ୍ରିପାଠୀ ଚନ୍ଦନପୁରର ଜମିଦାର। ଦଶ ପନ୍ଦର ଖଣ୍ଡ ଗାଁ ରେ ତାଙ୍କରି ଖ୍ୟାତି ଅଛି। ଗର୍ଭିଣୀ ଗାଈ ବି ବାଟ ଛାଡିଦିଏ ତାଙ୍କ ନାଁ ଶୁଣିଲେ। ସବୁ କ୍ଷେତ୍ରରେ ପାରଗମ୍ୟ ଥିଲେ ନାରୀଙ୍କ ଠାରେ ଲୋଭ। ଝିଅ ବୋହୂଙ୍କୁ କୁ-ଦୃଷ୍ଟିରେ ଦେଖନ୍ତି। ଲକ୍ଷ୍ମୀ ପରିକା ସ୍ତ୍ରୀ ଥିଲେ ହେଁ ପର ନାରୀଙ୍କୁ ରମଣ କରନ୍ତି। ସ୍ତ୍ରୀ ବାରଣ କଲେ ଛେଲା ବଳଦଙ୍କୁ ବାଡେଇଲା ପରି ବାଡାନ୍ତି। ପରକ୍ରିୟା ପ୍ରୀତି ପାଇଁ ପ୍ରଥମ ସ୍ତ୍ରୀ କୁ ନିଜ ହାତରେ ଜିଅନ୍ତା ପେଟ୍ରୋଲ ଢାଳି ଜାଳିଦେଲେ।
ସେହି ଗାଁର କମାର ସାହିରେ କରୁଣାର ଝିଅ ରାଧା। କାଗଜ ପରି ସଫା ଦେହ,ଗୋଲାକାର ମୁହଁ,ଷୋଳସୀ ବୟସୀ, ନବ ଯୌବନ ତାର ଦେହରେ ଲହରୀ ଖେଳଉଛି। ନଦୀ କୂଳରେ ଗାଧୋଇବା ବେଳେ ଜମିଦାରଙ୍କ ନଜର ରାଧାର ଅର୍ଦ୍ଧ ନଗ୍ନ ଭିଜା ଭିଜା ଦେହ ଉପରେ ପଡ଼ିଲା। ରାଧାକୁ ପାଇବାର ଆଶା ଜମିଦାରଙ୍କ ମନକୁ ବ୍ୟାକୁଳିତ କଲା। ଜମିଦାର ଖବର ବୁଝାବୁଝି କରି କରୁଣାର ଘରେ ପହଁଚିଲେ। କରୁଣାକୁ ଧମକେଇ ରାଧାକୁ ବାହା ହେବା ପାଇଁ କହିଲେ। ରାଧାର ବୟସ ୧୬ ବେଳେ ଜମିଦାରଙ୍କ ବୟସ ୬୫ବର୍ଷ। କେମିତି ବା ଛୋଟ ଝିଅ ଟାକୁ ଗୋଟେ ବୁଢା ସହ ବାହା ଦେବେ। ବାପା ମନ କି ବୁଝିବ କେମିତି। ତଥାପି କଣ କରିପାରିବେ ଜମିଦାରଙ୍କ ନିର୍ଦ୍ଦେଶକୁ ପ୍ରତ୍ୟଖ୍ୟାନ କରିବେ କେମିତି। ବଡ଼ ଲୋକଙ୍କୁ ତ ଜବାବ ନାହିଁ। ନିଜ ହାତରେ ନିଜ ଝିଅକୁ ଜାଣି ଜାଣି ନର୍କକୁ ଠେଲି ଦେଲେ।
ରୀତି ନୀତି ଅନୁସାରେ ବାହାଘର ହେଲା। ଜମିଦାରଙ୍କ ଖୁସି କହିଲେ ନସରେ। ସେ ଅପେକ୍ଷା କରିଥିଲେ କି କେବେ ସେ ସୁନ୍ଦର ମୁହୂର୍ତ୍ତରେ ରାଧାର ସ୍ପର୍ଶ ପାଇବେ। ହେଲେ ବିଚାରୀ ରାଧା ନା ଜାଣିଥିଲା ସ୍ତ୍ରୀ ର ଧର୍ମ ନା ଜାଣିଥିଲା ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ବିଷୟରେ। ତଥାପି କନିଆଁ ସାଜିଛି ବାପ ବୟସର ବର ର। ଘର କୋଣରେ ବସି ଗୁମୁରି ଗୁମୁରି କାନ୍ଦୁଛି। ଜମିଦାରଙ୍କ ଅପେକ୍ଷାର ଅନ୍ତ ଘଟିବ କେଇ ମୁହୂର୍ତ୍ତ ପରେ, ବାରଣ୍ଡାରେ ବସି ଜମିଦାର କାନ୍ଥ ଘଡିକୁ ବାରମ୍ବାର ଚାହୁଁଥାନ୍ତି। ଠିକ ସେହି ସମୟରେ ପ୍ରବଳ ବର୍ଷା, ଘଡଘଡି,ବିଜୁଳିର ଭୟଙ୍କର ରୂପ।
ଦ୍ୱିତୀୟ ସ୍ତ୍ରୀ (ସୋମା)ଜମିଦାରଙ୍କ ପାଦ ଧରି ବହୁତ ନେହୁରା ହେଲା କି ସେ ତା ଜୀବନକୁ ଅନ୍ଧକାରମୟ କରନ୍ତୁନି। ହେଲେ ଭୋକିଲା ବାଘ କି ଶିକାର ଛାଡେ। ରାଗରେ ଗରଗର ହୋଇ ସୋମାକୁ ନିସ୍ତୁକ ପିଟିବା ସହ ବାସର ଘର ସଜେଇବାକୁ ଆଦେଶ ଦେଲେ। ବିଚାରି କାନ୍ଦି କାନ୍ଦି ବାସର ଘର ସଜେଇବାକୁ ଗଲା। ରାଧାର ଲୁହ ପୋଛିଦେଇ ତାକୁ ବୁଝେଇଲା ହେଲେ ସେ ବା କଣ ବୁଝିବ ଏସବୁ ତାକୁ ଏଲିଏନଙ୍କ କଥା ପରି ଲାଗିଥିଲା। କିଛି ବି ସେ ବୁଝିପାରୁନଥିଲା। ସେ କଣ ଜାଣିଥିଲା କିଛି କ୍ଷଣ ପରେ ଏମିତି ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ।
କେଇ ମୁହୂର୍ତ୍ତ ପରେ ଜମିଦାର ବାବୁ ବାସର କକ୍ଷକୁ ଆସି ଭିତର ପାଖରୁ କବାଟ ବନ୍ଦ କରିଦେଲେ। ବିଜୁଳିର ଆଲୋକରେ ରାଧାର ଗୋରା ଦେହଟି ହୀରା ପରି ଝଟକୁ ଥିଲା। ଜମିଦାର ବାବୁ ନିୟନ୍ତ୍ରଣର ସମସ୍ତ ସୀମାପାର କରିସାରିଥିଲେ। ହଠାତ ସେ ରାଧାକୁ ନିଜ ବାହୁ ବନ୍ଧନ ମଧ୍ୟକୁ ନେଇଆସିଲେ। ରାଧା ଭୟରେ କମ୍ପୁଥିଲା। ଜମିଦାରଙ୍କ ଗୋଡ଼ ହାତ ଧରି ଛାଡି ଦେବାକୁ କହିଲା,ନିଜର ବଳ ଅନୁସାରେ ପ୍ରତିରୋଧ ବି କରୁଥିଲା। ହେଲେ ଜମିଦାର ବାବୁଙ୍କୁ କଣ ଶୁଣୁଥିଲା ସେ କରୁଣ ଚିତ୍କାର।
ରାଧାକୁ ନିବସ୍ତ୍ର କରି ଚଟାଣ ଉପରେ ଗୋରା ତକ ତକ କୋମଳ ଶରୀରକୁ ମନ ଭରି ଉପଭୋଗ କଲେ। ରାଧା ନା କିଛି କହିପାରୁଥିଲା ନା କରିପାରିଥିଲା। ସେ ଏବେ ବେସାହାରା, ବନ୍ଦ ପଞ୍ଜୁରୀର ବନ୍ଦୀ ଚଢେଇ ଟେ। ଦୁନିଆର ନୀତି ନିୟମ ବୁଝିବା ଆଗରୁ ନିଜକୁ ଜାଳି ଦେଇଛି କାହା ନାଁ ର ସିନ୍ଦୁରରେ।
ଏମିତି ବିତିଗଲା କିଛି ଦିନ ଶୋଷଣରେ। ରାଧାର ଗର୍ଭ ସଞ୍ଚାର ହେଲା। ଏଥିରେ ନା ରାଧା ନା ଜନିଦାର କେହି ବି ଖୁସି ନଥିଲେ। ଜମିଦାର ବାବୁଙ୍କ ଉଦ୍ଦେଶ୍ୟ ଉପଭୋଗ ଆଉ ରାଧା ସେ ବି ଚାହୁଁ ନଥିଲା କି ପାପୀ ର ପାପକୁ ଦୁନିଆକୁ ଆଣିବାକୁ ।
ଜମିଦାର ବାବୁ ରାଧାକୁ ଦୋଷୀଟିଏ କରି ଛିଡା କରିଦେଲେ ସଭିଁଙ୍କ ଆଗରେ କି ଏ ଗର୍ଭସ୍ଥ ପିଲା ତାଙ୍କ ଔରସରୁ ନୁହେଁ। ଏ କଥାରେ ରାଧାକୁ ବହୁତ ବାଡେଇଲେ। ତାଙ୍କର ମୂଳ କଥା ଥିଲାକି କେମିତି ଗର୍ଭପାତ କରିବେ ସେଥିପାଇଁ ଅନେକ ମିଥ୍ୟାର ସହଯୋଗ ନେଲେ।
ଗୋଟେଦିନ ଜମିଦାର ବାବୁ ଗାଁ ବୈଠକରେ ଯାଇଥିଲେ । ଫେରିବା ବିଳମ୍ବ ହେବ । ସୋମା ବି ରୋଷଶାଳାରେ ନିଜ କାମରେ ବ୍ୟସ୍ତ । ଏପଟେ ରାଧା ଏକା। ସମସ୍ତ କଥାକୁ ଭାବି ଭାବି ପାଗଳୀ ହୋଇଯାଇଥିଲା,ଭାଙ୍ଗିପଡିଥିଲା।
ଶେଷରେ ସେ ନିଷ୍ପତ୍ତି ନେଲା ସେ ଆତ୍ମହତ୍ୟା କରିବ । ସେୟା ବି କଲା ନିଜ ଶାଢୀରେ ରସି ଦେଇ ଆତ୍ମହତ୍ୟା କଲା। ମିଶିଗଲା ତାର ଅସ୍ତିତ୍ବ ସବୁଦିନ ପାଇଁ ଏ ଦୁନିଆରୁ। ନିରୀହ ଝିଅଟି ଜଳି ପାଉଁଶ ହୋଇଗଲା ପୁରୁଷର କାମନା ବହ୍ନିରେ କାରଣ ସେ ଥିଲା ଦୁର୍ବଳ ।
ଅନିଚ୍ଛା ସ୍ଵତ୍ତ୍ୱେ ଏମିତି କେତେ ଝିଅ ଆଜି ନିର୍ଯାତିତା,ନିସ୍ୱ,ପୀଡିତା। ସବଳର ଅତ୍ୟାଚାର ତ ଯୁଗେ ଯୁଗେ ଦୁର୍ବଳ ସହିବାକୁ ହେବ। ତଥାପି ରାଧାର ଆତ୍ମା ଅତୃପ୍ତ। ଜଳି ଜଳି କେତେ କଷ୍ଟ ପାଇ ସେ ହାରିଛି। ଚାହିଁଛି ଏମିତି ଦିନ ଆସିବ ଅନ୍ତ ହେବ ଏମିତି ରାକ୍ଷସ ମାନଙ୍କର। ଅଧର୍ମ ଠାରୁ ବିଜୟ ହେବ ଧର୍ମ। ଲୋପ ପାଇବ ଏ ପାପୀ ମାନଙ୍କ ପାପ। ଆଜିବି ଅପେକ୍ଷା ରେ............।।