ଏଇ ଆମ ସାଗରିକା
ଏଇ ଆମ ସାଗରିକା
ଅନେକ ଚରିତ୍ର ମଣିଷ ମନରେ ସବୁବେଳେ ଉଜ୍ଜୀବିତ ହୋଇ ରହିଥାଏ।ଯେମିତି ଏହି ଲିଲିପୁଟ ଓ ମହିଷ୍ମିତା।ଏସବୁ ଚରିତ୍ର ଭିତରେ ବେଳେ ବେଳେ ନିଜକୁ ବି ଆବିର୍ଭାବ କରିବାର ପ୍ରବଳ ଇଚ୍ଛା ଆଗ୍ରହ ଥାଏ। ସମାଜର କିଛି ଭଲ କରିବା ,ସାମାଜିକ ସଚେତନତା ବାର୍ତ୍ତା ମାଧ୍ୟମରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବା ଆବଶ୍ୟକ।ନାରୀ ସଶକ୍ତିକରଣ ,ନାରୀ ଶକ୍ତିର ବିକାଶ,ଅବହେଳିତ ,ଦୁସ୍ଥ ମାନଙ୍କର ଉପଯୁକ୍ତ ସସମ୍ମାନ କରିବା ନିହାତି ଆବଶ୍ୟକ।ଲିଲିପୁଟ ଭଳି ସାଗରିକା।ଆମ ଅଞ୍ଚଳର ଝିଅ।ଆମରି ମାଟିର ଦାୟାଦ।ସମାଜରେ ନିଜକୁ, ନିଜ ଅଧିକାର, ନିଜ ସ୍ଵତନ୍ତ୍ର ସ୍ଥାନ ପାଇଁ ସର୍ବଦା ପ୍ରଶଂସନୀୟ।ଏଇ ନରି ମଉସା ମାଆ କଥା।ରାସ୍ତାରେ ପଡି ଛଟପଟ ହେଉଥାଏ।ସଭିଏଁ ଯାଉଥାନ୍ତି, ହେଲେ ଆଡ ନଜରରେ କେହି ଅନାଉ ନ ଥାନ୍ତି।ସାଇକେଲରେ ଯାଉଥିଲା ସାଗରିକା।ଆଖି ଆଗରେ ଦେଖିଲା, ରାସ୍ତା ଆରପଟେ ରକ୍ତ ଜୁଡୁବୁଡୁ ହୋଇ ପଡିଛି ନରି ମଉସା ମାଆ।ଓଃ,କି ଦୃଶ୍ୟ, ଧାଇଁ ଗଲା ସାଗରିକା।ଦେଖିଲା କ୍ଷତାକ୍ତ ହାତଗୋଡ।ନିଜ ବ୍ୟାଗରୁ ପାଣି ବୋତଲ ବାହାର କରି ପିଇବାକୁ ଦେଇ ଆମ୍ବୁଲାନ୍ସ କୁ ଫୋନ କଲା।ଆମ୍ବୁଲାନ୍ସ ଆସିଲା ଭିତରେ ସାଗରିକା ଦେଖିଲା ଯେ ନରି ମଉସା ମାଆ ହାତରେ ଗୋଟିଏ କଣ ଧରିଛନ୍ତି।କଣ ବୋଲି ପଚାରିବାରୁ କିଛି ଟଙ୍କା ବୋଲି ସେ ଉତ୍ତର ଦେଲେ।ଯାହା ହେଉ, ଆମ୍ବୁଲାନ୍ସ ଆସିଲା, ସେଥିରେ ତାଙ୍କୁ ବସେଇ ଦେଇ ସାଗରିକା ତା ସାଇକେଲରେ ଡାକ୍ତରଖାନା ଗଲା।ସେଠାରେ ଯେ ନରି ମଉସାଙ୍କର ଅପରେସନ ହେବ ବୋଲି ଟଙ୍କା ଯୋଗାଡ କରୁଥିଲେ ସାଗରିକା ଜାଣିବାକୁ ପାଇଲା।ଯାହା ହେଉ କିଛି ବଡ଼ ଡାକ୍ତର ତଥା ମୁଖ୍ୟ ଲୋକଙ୍କ ସହ ପରାମର୍ଶ କରି ଉଭୟଙ୍କ ସ୍ଵାସ୍ଥ୍ୟ ଆରୋଗ୍ୟ କଲା।
ସମସ୍ତଙ୍କ ମୁହଁରେ ଗୋଟିଏ କଥା ସାଗରିକା କେଉଁ ଗୁଣରେ କମ୍ ନୁହେଁ।
