STORYMIRROR

Barsha Mallik

Children

3  

Barsha Mallik

Children

ଦୁଇ ଭଉଣୀ ଓ ଅହଂକାର

ଦୁଇ ଭଉଣୀ ଓ ଅହଂକାର

3 mins
189

ଋତୁ ଓ ନିତୁ ଦୁଇ ଭଉଣୀ। ଅତୁଟ ପ୍ରେମ ଭଲପାଇବା ସେମାନଙ୍କ ମଧ୍ୟରେ ଥିଲା। ଦୁହେଁ ଦୁହିଁଙ୍କୁ ଘଡ଼ିଏ ନ ଦେଖିଲେ ରହିପାରୁନଥିଲେ। ଜଣଙ୍କୁ ଆଘାତ ହେଲେ ଆଉ ଜଣଙ୍କ ଛାତିରୁ ରକ୍ତ ବୋହି ଯାଉଥିଲା। ସେମାନଙ୍କ ଏପରି ପ୍ରେମ ଦେଖି ଲୋକମାନେ ଦୁଇ ଭଉଣୀକୁ ପ୍ରଶଂସା କରୁଥିଲେ।

   ସମୟ ଅତିବାହିତ ହେବାକୁ ଲାଗିଲା ।ଦୁଇ ଭଉଣୀ କ୍ରମଶଃ ବଡ଼ ହେବାକୁ ଲାଗିଲେ।ବାପା ମାଆ ସେମାନଙ୍କୁ ଉପଯୁକ୍ତ ପାତ୍ର ଦେଖି ବିବାହ କରିଦେଲେ।ବିବାହ ପରେ ମଧ୍ୟ ସେମାନଙ୍କ ମଧ୍ୟରେ ସେମିତି ପୂର୍ବ ପରି ସ୍ନେହ ଓ ଭଲପାଇବା ଥିଲା।ଯେତେବେଳେ ଦୁଇ ଭଉଣୀ ଭେଟ ହୋଇଯାଇଥିଲେ ସେତେବେଳେ ସେ ଦୁହେଁ ଦୁହିଁଙ୍କ ପାଇଁ ସବୁକିଛି କରୁଥିଲେ ଯାହା ଅନ୍ୟ ଜଣଙ୍କର ପସନ୍ଦ ହୋଇଥିବ।

ଚାହୁଁ ଚାହୁଁ ସେ ଦୁହେଁ ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ ହେଲେ।ସେମାନଙ୍କର ପୁଅ ଝିଅ ମଧ୍ୟ ବଡ ହୋଇଗଲେ।ଯେହେତୁ ଋତୁ ଓ ନୀତୁ ବାପା ମାଆଙ୍କର ଦୁଇ ଝିଅ ଥିଲେ ସେଥିପାଇଁ ସେ ଦୁହେଁ ବାପା ମାଆଙ୍କର ସବୁ ସମ୍ପତ୍ତିର ଉତ୍ତରାଧିକାରୀ ଥିଲେ। ବାପା ମାଆଙ୍କର ମୃତ୍ୟୁ ପରେ ଋତୁ ଓ ତାର ସ୍ୱାମୀ ତା ବାପଘରେ ଆସି ରହିଲେ। ନୀତୁ ତା ଭଉଣୀଙ୍କୁ ଦେଖିବା ପାଇଁ ଦୁଇ ତିନି ମାସ ଥରେ ଆସେ ଓ କିଛି ଦିନ ସେଠାରେ ରହି ପୁଣି ତାର ଶାଶୁ ଘରକୁ ଚାଲି ଆସେ। ନୀତୁ ଯେବେ ଋତୁ ଘରକୁ ଯାଏ ସେତେବେଳେ ଋତୁର ଖୁସି କହିଲେ ନ ସରେ। ନୀତୁର ମନ ମୁତାବକ ସବୁ ଜିନିଷ ଆଣି ଦିଏ ଋତୁ।

ଏହିପରି ଭାବେ ବହୁତ ସମୟ ବିତିଗଲା।ଋତୁର ପୁଅ କୌଣସି ଏକ କାରଣ ପାଇଁ ଅସୁସ୍ଥ ହୋଇଗଲା।ସେତେବେଳେ ତାର ଆର୍ଥିକ ସ୍ଥିତି ମଧ୍ୟ ଭଲ ନଥିଲା ।ତାକୁ ଟଙ୍କାର ବହୁତ ଆବଶ୍ୟକତା ଥିଲା ମାତ୍ର ତା ପାଖରେ କିଛି ପୁଞ୍ଜି ମଧ୍ଯ ନଥିଲା।ତେଣୁ ଋତୁ ଭାବିଲା ଯେ ବାପାମାଆଙ୍କର ସମ୍ପତି କିଛି ବିକି ନିଜ ପୁଅର ଚିକିତ୍ସା କରିବ।କିନ୍ତୁ ନୀତୁ ବିନା ଋତୁ ବାପାମାଆଙ୍କର କୌଣସି ସମ୍ପତି ବିକ୍ରି କରି ପାରି ନ ଥାଆନ୍ତା। ଏହିସବୁ ବିଷୟରେ ନୀତୁ ଅବଗତ ହେଲା ପରେ କିଛି ନ ଭାବି ନିଜ ଭଉଣୀର ମଙ୍ଗଳ ପାଇଁ ସେ ସେହି ଜମିବାଡ଼ି କାଗଜ ତା ଭଉଣୀ ଋତୁ ନାଆଁରେ ଦସ୍ତଗତ କରିଦେଲା।

  ନୀତୁ ଜମିବାଡ଼ି କାଗଜରେ ଦସ୍ତଗତ କରିବା କିଛି ଦିନ ପରେ.. ନୀତୁକୁ ଏକ ଛୋଟ ଦୋକାନ କରିବା ପାଇଁ କିଛି ଟଙ୍କା ଦରକାର ପଡ଼ିଲା।ମାତ୍ର ଏକକାଳୀନ ଏତେ ଗୁଡା ଟଙ୍କା ସଂଗ୍ରହ କରିବା ତା ପକ୍ଷେ ସମ୍ଭବ ନଥିଲା।ତେଣୁ ସେ ତା ସ୍ୱାମୀ ଓ ଘର ଲୋକଙ୍କ କଥା ଶୁଣି ନିଜ ଭଉଣୀ ଋତୁଠାରୁ ବାପା ମାଆଙ୍କର ଜମିର କିଛି ଅଂଶ ମାଗିବାକୁ ଗଲା। ନୀତୁ ଯେତେବେଳେ ତା ଭଉଣୀ ଋତୁକୁ ସବୁ କଥା କହିଲା ତା ଭଉଣୀ ତାକୁ ରୋକ୍ ଠୋକ୍ ମନା କରିଦେଲା।ଋତୁ ଓ ନୀତୁର ବହୁତ୍ ଝଗଡ଼ା ଲାଗିଲା ସେ ଦୁହେଁ ଦୁହିଁଙ୍କ ମୁହଁ ନ ଚାହିଁବା ପାଇଁ ଶପଥ ନେଲେ।ସେହି ଦିନ ଠାରୁ ସେମାନଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଗଲା ।

   ଏମିତି ଦିନ ପରେ ଦିନ ଓ ବର୍ଷ ପରେ ବର୍ଷ ବିତିଗଲା। ଦଶହରାର ସମୟ ପାଖରେ ଥିଲା । ସବୁଆଡେ କୋଳାହଳର ମହୋଲ ଥିଲା। ସେଦିନ ରବିବାର ଥିଲା ବାହାରେ ରିମଝିମ୍ ବର୍ଷା ହେଉଥିଲା। ନିତୁ ଓ ଋତୁ ସେଇ ଦିନର ଝଗଡ଼ା ପାଇଁ ପରସ୍ପର ସହ କଥାବାର୍ତ୍ତା ନ ହେଉଥିଲେ ମଧ୍ୟ ସେମାନଙ୍କ ମନରେ କୋଉଠି ନା କୋଉଠି ଭଲ ପାଇବା ଲୁଚି ରହିଥିଲା।

ନୀତୁର ତା ଭଉଣୀ ଋତୁକୁ ନେଇ ଖରାପ ସ୍ୱପ୍ନ ଦେଖି ତାର ମନ ଭରି ଅସ୍ଥିର ଲାଗୁଥିଲା।

  ଅଚାନକ ନିତୁର ସାନ ପୁଅକୁ ଗୋଟିଏ ଅଜଣା ନମ୍ବରରେ ଫୋନ ଆସିଲା।ସେ କଥା ହେଲା ପରେ ତା ମୁହଁ ମଳିନ ପଡ଼ିଗଲା।ସେ ପର୍ଯ୍ୟନ୍ତ ନିତୁ କିଛି ଜାଣି ନ ଥାଏ। ନିତୁ ତା ପୁଅକୁ ମନ ଦୁଃଖର କାରଣ ଜାଣିବାକୁ ଯାଇ ଜାଣିଲା ଯେ ତା ଭଉଣୀ ଋତୁ ବଜାର ଯାଇ ଫେରୁଥିବା ସମୟରେ ଟ୍ରକ ଆକ୍ସିଡେଣ୍ଟରେ ମରି ଯାଇଛି। ନିତୁ ତା ଭଉଣୀ ବିଷୟରେ ଜାଣି ବହୁତ ମନ ଦୁଃଖ କଲା । ତାର ଗୋଟିଏ ଅହଙ୍କାର ପାଇଁ ସେ ତା ଭଉଣୀକୁ ବଞ୍ଚିଥିବା ଅବସ୍ଥାରେ ଦେଖିପାରିଲା ନାହିଁ। ଭଉଣୀର ମୃତ୍ୟୁ ପରେ ତା ପାଖକୁ ଗଲେ ମଧ୍ୟ ସେ ସବୁର କିଛି ବି ମୂଲ୍ୟ ନ ଥିଲା।

ଅହଙ୍କାର ସାତ ଶତୃ ଠାରୁ ମଧ୍ୟ ଭୟଙ୍କର ହୋଇଥାଏ। ଅହଙ୍କାର ସବୁ ନଷ୍ଟ କରିଦିଏ । ଜୀବନ ଦୁଇ ଦିନର ଅହଙ୍କାର, ରାଗ, ଋଷା ଅଭିମାନ ସବୁ ଭୁଲିଯାଇ ଖୁସିରେ ଜୀବନ ଅତିବାହିତ କଲେ ସବୁ କିଛି ଭଲ ହେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children