Barsha Mallik

Drama Romance

3  

Barsha Mallik

Drama Romance

ଜୀବନ ସାଥି

ଜୀବନ ସାଥି

3 mins
161


ବିନ୍ଦୁର ଘରେ ଆଜି ବହୁତ ଚଳ ଚଞ୍ଚଳ ଥିଲା।ସମସ୍ତେ ନିଜ ନିଜ କାମରେ ବହୁତ ବ୍ୟସ୍ତ ଥିଲେ । ବିନ୍ଦୁର ବାପା ମାଆଙ୍କର ଖୁସିରେ ପାଦ ତଳେ ଲାଗୁ ନ ଥାଏ,କିନ୍ତୁ ବିନ୍ଦୁ ହୃଦୟରେ ଟିକିଏ ବି ଖୁସି ନଥାଏ। ବିନ୍ଦୁ ଥିଲା ୨୦ ବର୍ଷ ର ସିଦା ସାଧା ଝିଅଟିଏ। ଭାରି ଖୁସ୍ ମିଜାଜ ର ଝିଅଟିଏ।ତାର ପାଠ ପଢା ପ୍ରତି ଭାରି ମନ।ସବୁବେଳେ ଶ୍ରେଣୀରେ ପ୍ରଥମ ହୁଏ।ତାର ଇଚ୍ଛା କି ସେ ବହୁତ ପାଠ ପଢ଼ିବ ଓ ନିଜ ଗୋଡ଼ରେ ନିଜେ ଠିଆ ହେବ।ମାତ୍ର ତାର ସ୍ବପ୍ନ ସତ ହୋଇ ପାରିଲାନାହିଁ।ତାର ବାପା ତାର ବିବାହ କରିବାକୁ ଯାଉଥିଲେ ଓ ଆଜି ତାର ମଙ୍ଗନ ଥିଲା।ସେଥିପାଇଁ ତାର ମନର ଆକାଶରେ କଳା ବାଦଲ ଘୋଟି ଯାଇଥିଲା।ବାପା ସବୁବେଳେ ନିଜ ଝିଅକୁ ପାଠ ପଢ଼ାଇବା ପାଇଁ ଉତ୍ସାହିତ କରୁଥିଲେ ମଧ୍ୟ ବାପାମାଆ ଦୁହେଁ ବିନ୍ଦୁ ପାଇଁ ଗୋଟିଏ ଭଲ ପୁଅର ପ୍ରସ୍ତାବ ଆସିବାରୁ ମନା ନ କରି ତାର ବାହାଘର ଶୀଘ୍ର କରିଦେଉଥିଲେ। ବିନ୍ଦୁ ତା ପଢା ସାରିବା ପର୍ଯ୍ୟନ୍ତ ପୁଅ ଘର ଲୋକ ଅପେକ୍ଷା କରିବା ପାଇଁ ସେ ତାର ବାପାଙ୍କୁ କହିଥିଲା ହେଲେ ବିନ୍ଦୁର ବାପା ଏ କଥା ପୁଅ ଘର କୁ କହିବାକୁ ରାଜି ହେଲେନାହିଁ।

 ବିନ୍ଦୁ ଚାହିଁ ବି କିଛି କରି ପାରୁନ ଥିଲା।ସେ ତା ବାପାଙ୍କ ଖୁସି ପାଇଁ ନିଜ ସ୍ବପ୍ନକୁ ଜଳା ଞ୍ଜଳି ଦେବାକୁ ଯାଉଥିଲା।ସେ ବିବାହ କରିବାକୁ ଯାଉଥିବା ଲୋକଟିକୁ ମଧ୍ୟ ଦେଖିନଥିଲା। ଏମିତି ମଙ୍ଗନ୍ ଦିନ ବିତିଯାଇ ବିବାହ ଦିନ ଆସିଗଲା।ବିବାହ ଦିନ ସମସ୍ତେ ଜୁଆଁଇକୁ ଦେଖି ବହୁତ ଖୁସି ହେଉ ଥିଲେ।ମାତ୍ର ବିନ୍ଦୁ ସହ ବିବାହ ହେଉଥିବା ସେ ପୁଅଟିକୁ ଦେଖିବାକୁ ମଧ୍ୟ ଉତ୍ସାହିତ ନ ଥିଲା। ଏହିପରି ଭାବରେ ବିବାହ ଭଲରେ ସମ୍ପନ୍ନ ହେଲା। ବିନ୍ଦୁ କୁ ବାପା ମାଆ ସମେତ ସମସ୍ତ ବନ୍ଧୁ ବାନ୍ଧବ ବିଦାୟ ଦେଲେ। ବିନ୍ଦୁ ବିବାହ ବସ୍ତ୍ରରେ ଅତି ସୁନ୍ଦର୍ ଲାଗୁଥିଲା। ଗୋଟିଏ କାର୍ ରେ ଦୁଇଜଣ ବସି ଘରକୁ ଯାଉଥିଲେ ମଧ୍ୟ ବିନ୍ଦୁ ମାନବ ଆଡ଼କୁ ଚାହୁଁ ନ ଥିଲା। ବିନ୍ଦୁ କୁ ତାର ସ୍ବାମୀ ମାନବ ସେମିତି ଚାହିଁ ରହିଥିଲା।କିଛି ସମୟ ପରେ ବିନ୍ଦୁ ଯେତେବେଳେ ବାମ ପାଖକୁ ଚାହିଁଲା ତ ମାନବ ଓ ବିନ୍ଦୁ ଦୁହିଁଙ୍କ ଆଖିର ପ୍ରଥମ ମିଳନ ହେଲା।ବିନ୍ଦୁ ମାନବ ମୁହଁ କୁ ଦେଖି ତାର ସବୁ ଦୁଃଖ ସତେ କୁଆଡେ ଉଭେଇ ଗଲା ପରି ଲାଗିଲା।ପର ମୁହୂର୍ତରେ ନିଜର ଆଖିକୁ ମାନବ ଆଖି ପାଖରୁ ଫେରାଇ ଆଣିଲା।

ମାନବ ବିନ୍ଦୁ ସହ କଥାବାର୍ତ୍ତା ଆରମ୍ଭ କରିବାକୁ ଲାଗିଲା ଓ ବିନ୍ଦୁ ମଧ୍ୟ ମାନବ ସହ କଥାବାର୍ତ୍ତା ହେଉ ଥାଏ। ନିଜ ନିଜ ସମ୍ପର୍କରେ କହିବା ସମୟରେ କେତେବେଳେ ଯେ କାର ଆସି ତାଙ୍କ ଘରେ ପହଞ୍ଚିଲା ସେମାନେ ଜାଣି ପାରିଲେ ନାହିଁ।ଏମିତି କିଛି ଦିନ ବିତିଗଲା ବିନ୍ଦୁ ର ଶାଶୁଘର କହିଲେ ତିନିଜଣ ମାନବ , ତା ଶାଶୁ ଓ ସେ।ବିନ୍ଦୁ ର ଶାଶୁ ବହୁତ ଭଲ ଥିଲେ। ସେ ବିନ୍ଦୁ କୁ ବହୁତ ଭଲ ପାଉଥିଲେ।ମାନବ ଓ ବିନ୍ଦୁ ଙ୍କ ମଧ୍ୟରେ ଏକ ପ୍ରେମର ସମ୍ପର୍କ ସ୍ଥାପନା ହୋଇ ଯାଇଥିଲେ ମଧ୍ୟ ବିନ୍ଦୁ କେବେ ନିଜ ମନ କଥା ମାନବ କୁ କହି ନ ଥିଲା।ମାତ୍ର ମାନବ ତା ହୃଦୟ କଥା ଜାଣି ସେ ତା ମାଆ ପାଖରୁ ଅନୁମତି ନେଇ ବିନ୍ଦୁକୁ ଗୋଟେ ଉପହାର ଦେବାପାଇଁ ମନସ୍ଥ କଲା।

ଦୁହେଁ ଦହିଁଙ୍କୁ ବହୁତ ଭଲ ପାଉଥିଲେ ।ବିନ୍ଦୁକୁ ସାଥିରେ ବୁଲିବାକୁ ନେବା ବାହାନାରେ ତାର ପଢ଼ିବା ପାଇଁ ଏକ ଭଲ କଲେଜରେ ଆଡ଼ମିଶନ କରିଦେଲା।ପର ମୁହୂର୍ତରେ ବିନ୍ଦୁ ମାନବ ନିକଟରେ ନିଜ ମନର ଭାବନା ପ୍ରକାଶ କଲା।

ବିନ୍ଦୁ ଏପରି ଶାଶୁ ଓ ମାନବ ପରି ସ୍ବାମୀ ପାଇଥିବାରୁ ନିଜକୁ ଧନ୍ୟ ମନେ କଲା।ପରେ ସେଇ ବିନ୍ଦୁ ପାଠ ପଢି ଜଣେ ଓକିଲ ହେଲା। ମାନବ ଓ ବିନ୍ଦୁ ନିଜ ନିଜ ମଧ୍ୟରେ ଏହିପରି ଭାବରେ ଭଲ ପାଇବା , ବିଶ୍ୱାସ,ଭରସା କୁ ନେଇ ଜୀବନ ଅତିବାହିତ କଲେ। 

ସମ୍ପର୍କର ମୂଳଦୁଆ ଭଲ ପାଇବା । ସେଇ ଭଲପାଇବା ବିଶ୍ୱାସର ବନ୍ଧନରେ ବାନ୍ଧି ହୋଇଥାଏ।ଗୋଟିଏ ନାରୀ ଯିଏ କି ନିଜ ପ୍ରିୟ ପରିଜନଙ୍କୁ ଛାଡି ସବୁ କିଛି ତ୍ୟାଗ କରି ବିବାହ କରି ଗୋଟେ ଅଜଣା ଘରେ ଆସି ତାକୁ ନିଜ ଘର ମନେ କରେ, ତ ସେ ନାରୀର ହୃଦୟରେ କଣ ଅଛି ଥରେ ଜାଣିବାକୁ ଚେଷ୍ଟା କରିବା ଉଚିତ।ସବୁ ନାରୀ କେବଳ ଧନ,ସମ୍ପତି ଚାହାନ୍ତିନି।କେବେ କେବେ ସେ ସ୍ନେହ ପ୍ରେମ ମଧ୍ୟ ଚାହାଁନ୍ତି।ଜୀବନ ସାଥି କେବଳ ଯେ ଜଣକୁ ବିବାହ କରି କାମର ଜ୍ଵାଳା କୁ ଶାନ୍ତ କରିବା ତାହା ନୁହେଁ , ତାର ମାନେ ଜୀବନ ଯୁଦ୍ଧରେ ସମସ୍ତ ପରିସ୍ଥିତିକୁ ଦୁଇଜଣ ମିଶି ସାମ୍ନା କରିବା।


Rate this content
Log in

Similar oriya story from Drama