STORYMIRROR

Barsha Mallik

Tragedy Crime Children

4  

Barsha Mallik

Tragedy Crime Children

ମାନସିକ ଚାପ

ମାନସିକ ଚାପ

2 mins
328

ଆଜିକାଲିର ଏହି ବ୍ୟସ୍ତ ଦୁନିଆରେ ସମସ୍ତେ ବ୍ୟସ୍ତ ଓ ବିବ୍ରତ।ସେମାନେ ଏହି କଥା ଭୁଲି ଯାଇଛନ୍ତି ଯେ ଜୀବନ ଏକ ରାସ୍ତା । କୌଣସି ପ୍ରତିଯୋଗିତା ନୁହେଁ,ଯାହାକୁ କି ଜିଣି ହେବ।କାହାକୁ ହରାଇବା ପ୍ରକୃତ ଜୟ ନୁହେଁ , ବରଂ ନିଜେ ହାରି ଜଣକୁ ଜିତାଇବା ପ୍ରକୃତ ଜୟ।ସେ ଜୀବନରେ ସବୁ କିଛି ପାଇବା ଆଶାରେ ନିଜ ପାଖରେ ଥିବା ଅମୂଲ୍ୟ ଜିନିଷକୁ ବି ହରେଇ ବସେ ତାହା ତାକୁ ଜ୍ଞାତ ହୁଏନାହିଁ।ଯେତେବେଳେ ତାକୁ ତାହା ଜ୍ଞାତ ହୋଇଥାଏ।


ସେ ବହୁତ ଚେଷ୍ଟା କରି ମଧ୍ୟ ବିଫଳ ହୋଇଯାଏ ପୁନଃ ସେ ସ୍ଥିତି ଫେରିପାଇବା ପାଇଁ ।ଏମିତି ଏକ କାହାଣୀ ଥିଲା ଅରୁଣିତାର । ଅରୁଣିତା ଥିଲା ଖୁବ୍ ସୁନ୍ଦର ଓ ଆକର୍ଷଣୀୟ।ତାର ରୂପ ଲାବଣ୍ୟ ଦେଖି ଯେ କେହି ବି ମୋହିତ ହୋଇ ଯାଉଥିଲା।ବାପା ମାଆଙ୍କର ସେ ଏକମାତ୍ର କନ୍ୟା ହୋଇଥିବାରୁ ବାପା ମାଆ ଦୁହଁଙ୍କର ଭଲ ପାଇବା ତା'ର ଉପରେ ଅଜାଡ଼ି ହୋଇପଡ଼ିଥିଲା।କୌଣସି ଜିନିଷରେ ତାର ଅଭାବ ନଥିଲା।ତାର ମନ ଜାଣି ସବୁକିଛି ତାର ବାପା ମାଆ ଯୋଗାଇ ଦେଉଥିଲେ ।ବାପା ମାଆଙ୍କର ଏକମାତ୍ର କନ୍ୟା ହୋଇଥିବାରୁ ସେମାନେ ଅରୁଣିତାକୁ କେବେ ମଧ୍ୟ ଆକଟ କରୁନଥିଲେ।ସେ କଲେଜ ଯାଇଛି ତ ଯାଇଛି ।


 ଅନେକ ରାତିରେ ଫେରୁଛି ତ ଫେରୁଛି,ଏସବୁ ତାକୁ ପଚାରେ ବା କିଏ ? ସେ କିପରି ପାଠ ପଢେ ? କଲେଜ ଯାଏ କି ନାହିଁ ?କେହି ଜଣେ ହେଲେ ବି ତାର ଖବର ରଖନ୍ତି ନାହିଁ। ସତରେ କଣ ଏ ଭଲପାଇବା ? ପ୍ରକୃତରେ କଣ ଏ ଶାସନ? ଏହି କଣ ସେହି ସ୍ନେହ ଆଦର ଭରା ଆକଟ?ଆକଟ କାହିଁ? ଭଲପାଇବା କାହିଁ? ଶାସନ କାହିଁ?


 ଏମିତି ବହୁତ ଦିନ ଚାଲିଥିଲା ଅରୁଣିତାର ଜୀବନରେ ସେ ନିଜ ମଧ୍ୟ ତାର ଏପରି କର୍ମରୁ ଅଜଣା ଥିଲା । ସେ ଯାହା କରୁଥିଲା ତାକୁ ତାହା ସବୁ କିଛି ଠିକ୍ ପ୍ରତୀତ ହେଉଥିଲା।ଏହି ପରି ଭାବରେ ଦିନେ ସେ ଘରକୁ ଫେରିବା ବାଟରେ ଅରୁଣିତାର ସାକ୍ଷାତ ହୋଇଥିଲା ରାସ୍ତା ଅତିକ୍ରମ କରୁଥିବା ବୃଦ୍ଧ ଲୋକ ସାଥିରେ । ଅରୁଣିତା ନିଜର ଧନ ଓ ପ୍ରତିପତ୍ତି ଲୋଭରେ ଅନ୍ଧ ହୋଇ ସେ ବୃଦ୍ଧ ଜଣଙ୍କୁ ତା କାରରେ ଧକ୍କା ମାରିବା ପରେ ସେଠାରୁ ଚାଲି ଆସିଥିଲା।ଅରୁଣିତା ପାଇଁ ସେ ଦିନ ରାତି ଥିଲା ତାର ସବୁ ଖରାପ କର୍ମର ପଶ୍ଚ୍ୟାତାପର ରାତି।


      ଅରୁଣିତା ନ ଚାହିଁ ମଧ୍ୟ ସେ ଦିନ ରାତିର ଅଲିଭା କଥା ତାର ମନରୁ ଲିଭୁ ନଥିଲା।ନିଜକୁ ନାନା ବ୍ୟସନ ଭିତରେ ରଖିବାକୁ ଚାହିଁଲେ ମଧ୍ୟ ସେ ବୃଦ୍ଧଟିର ସ୍ମୃତି ତାକୁ ବିବ୍ରତ କରି ପକାଉଥିଲା। ଅରୁଣିତାର ମନ ଭିତରେ ବହୁତ ପ୍ରଶ୍ନ ଉଙ୍କି ମାରି ଉଠୁଥିଲା। ହଠାତ୍ ସତେ ଯେପରି ତାର ମନିଷପଣିଆ ଜଗି ଉଠିଥିଲା।ସେ ନିଜକୁ ଆଉ ସମ୍ଭାଳି ନ ପାରି କାହାକୁ କିଛି ନ ଜଣାଇ ଅଧରାତ୍ରିରେ ଚାଲି ଯାଇଥିଲା ସେଇ ଦୁର୍ଘଟଣା ଘଟିଥିବା ସ୍ଥାନ ପାଖକୁ । ଅରୁଣିତା ଯେବେ ସେଠାରେ ପହଞ୍ଚେ ସେତେବେଳକୁ ସେ ବୃଦ୍ଧ ଲୋକଟିର ଶବଟିକୁ ପୋଲିସ ଅଧିକାରୀ ମାନେ ଜବତ କରିନେଇଥିଲେ।ବୃଦ୍ଧ ଲୋକଟିର ପତ୍ନୀଟି ଅତି ବିକଳ ହୋଇ ଆର୍ତ୍ତ ଚିତ୍କାର କରି କାନ୍ଦି ଉଠୁଥିଲା।


   ଏହିସବୁ ଦେଖି ଅରୁଣିତାର ଦେହ ଝାଳରେ ଓଦା ଯାଇଥିଲା।ଜୀବନରେ ପ୍ରଥମ ଥର ଅରୁଣିତା କୌଣସି କାରଣରୁ ଏତେ ମାତ୍ରାରେ ବ୍ୟଥିତ ଥିଲା।ସେଇ ଦିନଠାରୁ ଅରୁଣିତା ନିଜକୁ ଏକ ଘରେ ବନ୍ଦ କରି ରଖିଦେଇ ଥିଲା।ମାନସିକ ଚାପରେ ଆସି ସେ ବହୁତ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା ମଧ୍ୟ କରିଥିଲା।


ଝିଅର ଏପରି ଅବସ୍ଥା ଦେଖି ବାପା ମାଆଙ୍କର ଦୁଃଖର ସୀମା ନଥିଲା।ସେମାନେ ମଧ୍ୟ ମାନସିକ ଚାପରେ ଗତି କରୁଥିଲେ।ଧନ ନିଶାରେ ସେମାନେ ଅନ୍ଧ ପାଲଟି ଯାଇ ଏକ ନିରୀହ ଲୋକର ଜୀବନ ଓ ନିଜ ଝିଅର ଭଲ ଲାଳନ ପାଳନରେ ଅବହେଳା କରିଦେଲେ।ଯାହା ଫଳରେ ଏକ ହସିବା ଖେଳିବା ଜୀବନ ନଷ୍ଟ ହୋଇ ଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy