puspanjali das

Inspirational

4  

puspanjali das

Inspirational

ଦୁହିତା

ଦୁହିତା

4 mins
478



   'ସୁନୀ ଅପା','ସୁନୀଅପା' ଡାକି ଡାକି ଘର ଭିତରକୁ ପସି ଆସିଥିଲା ମିତାଲୀ।ସମ୍ପର୍କରେ ମାମୁଝିଅ ଭଉଣୀ ହେଲେ ବି,ବୟସ ରେ ବହୁତ ସାନ ହୋଇଥିବାରୁ ଭାରି ଗେହ୍ଲା ହୁଏ ସୁନୀତା ପାଖରେ।ସବୁବେଳେ ହସ ହସ ମୁହଁରେ ବାଲ୍ୟ ଚପଳାମି ତା'ର ଲାଗିରହିଥାଏ।ହେଲେ,ସେଦିନ ଯେମିତି ସେ ବାଲ୍ୟ ଚପଳାମି ସବୁ ଛାଡ଼ିଦେଇ,ଖୁବ୍ ଗମ୍ଭୀର ଦେଖାଯାଉଥିବା ମୁହଁ ଟି ତାର ନେଇକି ଆସିଥିଲା!ତନ୍ମୟ ଙ୍କ ଚାଲିଯିବା ଖବର ଶୁଣିବା ପରେ,ଅବଶ୍ୟ ତା'ର ପ୍ରଥମ କରି ଆସିବା ସୁନୀତା ପାଖକୁ ଥିଲା!ସୁନୀତା ଓରଫ ସୁନୀ ପାଖରେ ଲଥ୍ କରି ବସିପଡି କହିପକାଇଲା-ଆଛା ସୁନୀଅପା, ତୁ ମତେ ଆଗ କହିଲୁ,ଆମ ନୀତୁ ର କ'ଣ ହୋଇଛି?ଏତେ ଶୀଘ୍ର ଏତେ ବୟସ୍କ ଙ୍କ ପରି କାହିଁକି ବ୍ୟବହାର କରୁଛି?ତା'ବାହାଘର ବର୍ଷଟିଏ ହୋଇନି ପରା ।

      ଏଥର ସୁନୀତା ନିଜକୁ ସହଜ କରିନେଇ ପଚାରିଦେଲା-ତୁ କଣ ତା'ଘର କୁ ଯାଇଥିଲୁ କି?କେମିତି ଅଛି ନୀତୁ?ମିତାଲୀ ର ଆସିବା ଆଉ ତା'ବିଷୟ ରେ କିଛି ନ ପଚାରିବାକୁ ସେତେବେଳେ ସୁନୀ ଏକ୍ ବାର ଭୁଲିଯାଇଥିଲା!ମନରେ ଉତ୍କଣ୍ଠା ଭରି ଯାଇଥିଲା ତା'କଥା ଶୁଣି।ମା'ଟିଏ ହୋଇ ମଧ୍ୟ ନିଜ ଦୁଃଖ ରେ ଗତ କିଛି ଦିନ ହେବ ଏତେ ମଜ୍ଜି ଯାଇଥିଲା ଯେ,ନୀତୁ ର ପରିବର୍ତ୍ତନ କିଛି ବି ଲକ୍ଷ କରିପାରିନଥିଲା!ମିତାଲୀ ର କଥାରେ,ହଠାତ୍ ଯେମିତି ସ୍ତ୍ରୀ ର ଖୋଳପା ଭିତରୁ ବାହାରିପଡି ମା'ମନ ତାର 'ମା' ର ରଙ୍ଗ ତା'ଶରୀର ଓ ଆତ୍ମା ରେ ବୋଳି ଦେଇଥିଲା।ତନ୍ମୟ ଙ୍କ ଆକସ୍ମିକ ବିୟୋଗ ର ଶୋକ ଯେମିତି ଫିକା ପଡିଯାଇଥିଲା!ନୀତୁ ବିଷୟରେ ଶୁଣିବାକୁ ବାରମ୍ବାର ମିତାଲୀ କୁ ପ୍ରଶ୍ନ ପଚାରି ଚାଲିଥିଲା।

      ମିତାଲୀ କିଛି ସମୟ ଚୁପ ରହିଯାଇ, ଅବଶ୍ୟ ଯଥାସାଧ୍ୟ ସବୁପ୍ରଶ୍ନ ର ଉତ୍ତର ଦେଇ ବୁଝାଇ ଦେଇଥିଲା,ହେଲେ ସୁନୀ ମନ ଭିତରେ ନୀତୁ ର ପୂର୍ବକଥା କେତୋଟି ବାରମ୍ବାର ଅନେକ ପ୍ରଶ୍ନ ଉଠାଇ ଦେଇଥିଲା!ତନ୍ମୟ ଙ୍କ ଚାଲିଯିବା ପରେ,ନୀତୁ ପ୍ରାୟ ସବୁଦିନ ତାକୁ ଫୋନ କରୁଥିଲା,ହେଲେ ପୂର୍ବପରି କିଛି ବି ଅଭିଯୋଗ ତା'ମୁହଁ ରୁ ଆଉ ଶୁଣିପାରୁନଥିଲା।ଶାଶୁଘର ର ସବୁ ଭଲ କହି,ସବୁ କଥା କୁ ଯେମିତି ଆଡେଇ ଯାଉଥିଲା।ନୀତୁ ଯେ ତା'ଠାରୁ କିଛି ଲୁଚାଉଛି,ଏକଥା ସୁନୀ ମନରେ ଥରୁଟିଏ ବି ଅସୁନଥିଲା।ନୀତୁ ର ଶାଶୁଘର ଲୋକେ ସମସ୍ତେ ବହୁତ ଭଲ,କେବଳ ଯାହା ସାମାନ୍ୟ ରୂଢ଼ିବାଦୀ ବୋଲି ଅନୁମାନ କରୁଥିଲା!ଯଦିଓ ନିଜକୁ ନିଜେ ବହୁତ ବୁଝାଉଥିଲା ,ତଥାପି ତନ୍ମୟ ଙ୍କ ଶୁଦ୍ଧି ଘର କୁ ନୀତୁ ଘରୁ କେହି ନଆସିବା ଟା ତାକୁ ବହୁତ କଷ୍ଟ ଦେଇଥିଲା!ନୀତୁ ଯେତେବେଳେ ବାପ ଚାଲି ଯିବା ଖବର ପାଇ ଦିନଟିଏ ପାଇଁ ଆସି ଫେରିଯାଇଥିଲା,ଆଖିରେ ଆଖିଏ ଲୁହ ନେଇ,ସେତକ ଯେତେ ଚେଷ୍ଟା କରିଲେ ମଧ୍ୟ ଭୁଲିପାରୁ ନଥିଲା,କେମିତି କେଜାଣି ଅଜଣା ଆଶଙ୍କା ତା'ମନ ଭିତରେ ଘର କରି ରହିଯାଇଥିଲା!ଅବଶ୍ୟ ନିଜ ବନ୍ଧୁବାନ୍ଧବ ଙ୍କ ଆଗରେ ପୁରା ସଫେଇ ଦେଇ ଚାଲିଥିଲା ଯେ-ନୀତୁ ର ଜେଜେ ଶଶୁର ଙ୍କ ରୁଢ଼ିବାଦୀ ପ୍ରକୃତି କୁ ସମ୍ମାନ ଦେଖାଇ ନୀତୁ ଆସିପାରିନଥିଲା,ତା'ଛଡା ଜ୍ୱାଇଁ ଅସିତ ଙ୍କ ବିଦେଶ ଗସ୍ତ ଅସୁବିଧା ମଧ୍ୟ ତା'ସଫେଇ କୁ ଦୃଢ଼ କରିଦେଇଥିଲା।ସେମାନଙ୍କ ଘରେ ଥିବା ପ୍ରଥା ଅନୁଯାଇ,ବାହାଘର ପରେ,ପ୍ରଥମେ ଶୁଭ କାର୍ଯ୍ୟ ରେ ଜ୍ୱାଇଁ ନିମନ୍ତ୍ରଣ ନ ହୋଇଥିଲେ,ଅଶୁଭ କାର୍ଯ୍ୟ ରେ ଯୋଗ ଦେଇ ହୁଏ ନାହିଁ।ହେଲେ,ଯାହାକୁ ଯେତେ କହି ବୁଝାଇଲେ ମଧ୍ୟ ସୁନୀ ନିଜ ମନ କୁ ଜମା ବୁଝାଇ ପାରୁନଥିଲା!ନୀତୁ ର ଲୁହ ଢଳ ଢଳ ଆଖି ଦୁଇଟି ଜମା ଭୁଲିପାରୁନଥିଲା!ପଦେ ହେଲେ ଟାଣ କଥା ସହି ନ ପାରୁଥିବା,ଆଉ ଛୋଟିଆ ଛୋଟିଆ କଥା ରେ କାନ୍ଦି ପକାଉଥିବା ନୀତୁ ଯେ କେମିତି ନିଜକୁ ସମ୍ଭାଳିଥିବ ଭାବି,ତା'ମନ ଛଟପଟ ହୋଇଯାଉଥିଲା!ବୋଉ କଥା ତାର ମନେପଡିଯାଉଥିଲା-'ନାକ କାନ୍ଦୁରୀ ଟା'।ଛୁଆଟି ପାଖରୁ ସମସ୍ତେ ତାକୁ ସେଇ ନାକକାନ୍ଦୁରୀ ବୋଲି ଚିଡାଉ ଥିବା ନୀତୁ ସତରେ କେମିତି ସବୁ ତୁଲାଉଥିବ! ଯଦିଓ ନିଜ ଦୁଃଖ ରେ ବୁଡିଯାଇ ସୁନୀ ଏତେକଥା ସେତେବେଳେ ଭାବି ପାରୁନଥିଲା, ହେଲେ,ମିତାଲୀ ର କଥା କେଇପଦ ରେ ନୀତୁ ର ଅନେକ କଥା ଯେମିତି ତା'ମନ ଭିତରେ ଚେଇଁ ଉଠିଥିଲେ!

     ଉଠିଯାଇ, ସଙ୍ଗେ ସଙ୍ଗେ ଫୋନ ଲଗାଇଦେଇଥିଲା ନୀତୁ ପାଖକୁ,ଆଉ ସତେ ଯେମିତି କିଛି କଥା ହୋଇ ଆସ୍ଵସ୍ଥ ହୋଇଯାଇଥିଲା!ନିକଟରେ ଆସୁଥିବା ଦୁର୍ଗାପୂଜା ଓ ପ୍ରଥମ କୁମାର ପୂର୍ଣ୍ଣିମା ପାଇଁ ଯେ ପୁଅ ଶାଶ୍ୱତ ,ନୀତୁ ପାଖକୁ ଟଙ୍କା ପଠାଇ ଦେଇଛି ଓ ତା'ସାଙ୍ଗରେ ଭିଡିଓ କଲ ରେ କଥା ହୋଇ ତା'କର୍ତ୍ତବ୍ୟ ରେ ହେଳା କରିନାହିଁ,ଏତକ ତା' ମନ ରେ ଆତ୍ମସନ୍ତୋଷ ଦେଇଥିଲା।ତଥାପି ,କାହିଁକି କେଜାଣି ସେଦିନ ଇଛା ହୋଇଥିଲା,ଶାଶ୍ୱତ ସାଙ୍ଗରେ ସେ ବିଷ ୟ ରେ କଥା ହୋଇ ନିଶ୍ଚିତ ହେବାକୁ।ପ୍ରଥମେ ତ ଶାଶ୍ୱତ ର ବିଚଳିତ ଚେହେରା ତା'କୁ ଆଶ୍ଚର୍ଯ୍ୟ କରିଦେଇଥିଲା,ଯୋଉଥିପାଇଁ ପ୍ରଶ୍ନ ପରେ ପ୍ରଶ୍ନ ର ଉତ୍ତର ରେ ଯେତେବେଳେ ଜାଣିବାକୁ ପାଇଥିଲା ଯେ ଶାଶ୍ୱତ କିଛି ବି ପଠାଇନାହିଁ କି ନୀତୁ ସାଙ୍ଗରେ କଥା ହୋଇନାହିଁ,ସେତେବେଳେ ତା'ପାଦତଳୁ ଯେମିତି ଭୂଇଁ ଖସି ଯାଇଥିଲା!ଏତେବଡ଼ ମିଛ ନୀତୁ କେମିତି ତାକୁ କହିଲା,ଓ କାହିଁକି କହିଲା ,ଭାବି ଭାବି ବିଚଳିତ ହୋଇ ପଡ଼ିଲା!ଯଦିଓ ସେ ଜାଣିଥିଲା ଯେ ଶାଶ୍ୱତ ,ନୀତୁ ଓ ତା'ପରିବାର ଉପରେ ଭୀଷଣ ରାଗିଥିଲା,ତା'ବାପାଙ୍କ ଶୁଦ୍ଧିକ୍ରିୟା କୁ ନ ଆସିଥିବାରୁ,ହେଲେ ଗହ୍ମା ପୂର୍ଣ୍ଣମୀ ରେ ଯେ ସେ ସବୁ ରାଗ ଭୁଲି,ନୀତୁ ପାଖକୁ ଭିଡିଓ କଲ କରି ତା'ରାକ୍ଷୀ ପାଇବାର ଖୁସି ଜାହିର କରିଥିବାର ଖବର ନୀତୁ ଠାରୁ ପାଇଥିଲା।ଶାଢ଼ୀ ନ ପଠାଇ,ଟଙ୍କା ଟ୍ରାନ୍ସଫର କରିଦେବା କଥା ମଧ୍ୟ ଶୁଣିଥିଲା!ସବୁ ଯେମିତି ସନ୍ଦେହ ଘେର ଭିତରେ ରହି ଯାଉଥିଲା,ଆଉ ଶାଶ୍ୱତ ଠାରୁ ତା'ସନ୍ଦେହ ଯେ ଭିତ୍ତିହୀନ ନୁହେଁ ଜାଣି,ମୁଣ୍ଡ କୁ ଦୁଇ ହାତରେ ଧରି ବସିପଡିଥିଲା ।

     ବୋଉ କଥା ତାର ସେତେବେଳେ ଭାରି ମନେ ପଡୁଥିଲା।ନୀତୁ କୁ ଆକଟ କଲାବେଳେ କହୁଥିବା କଥା କେଇପଦ ତା'ର ଆଜିବି ଯେମିତି ତା'କାନରେ ବାଜି ଯାଉଥିଲା-'ବେକରେ ପଡିଲେ,ବଜେଇ ଶିଖିବ ଲୋ'।ସବୁ କ'ଣ ଛୁଆଟି ପାଖରୁ ସମସ୍ତେ ଶିଖିଥାନ୍ତି ? ଦେଖିବୁ,ତମେ ସମସ୍ତେ କହୁଥିବା ଏଇ ନୀତୁ 'ଦହଡ଼ ତୁଣ୍ଡି ', କେମିତି ଶାଶୁଘରେ କେତେକଥା ପେଟରେ ପୁରାଇ ରଖିବ।'ଏବେ ସିନା କିଛି ପେଟରେ ରଖି ପାରୁନି,ପେଟରେ ଲୁଣ ଟିକିଏ ମିଳେଇବନି ବୋଲି କହୁଛ!ଶାଶୁଘରେ କେମିତି ଚଳିବ ବୋଲି ସମସ୍ତେ ବ୍ୟସ୍ତ ହଉଛ,ହେଲେ,ସେତେବେଳେ ମତେ ମନେପକାଉଥିବ!ଶାଶ୍ୱତ ର କଥା ମଧ୍ୟ ତାର ମନେପଡିଯାଉଥିଲା-ହଉ ଲୋ ଆଈ, ଫୁଲାଉଥା!ପିଠିରେ ପଡ଼ିବୁ ତା'ର 'ଶାଶୁଘର କୁ ଗଲେ ସିଏ!ସତରେ କ'ଣ ତା'ନୀତୁ ,ଏତେ ଶୀଘ୍ର ଏତେ ବୁଝିବା ଶୁଝିବା ର ହୋଇଗଲା!ସବୁ ଛୋଟ ଛୋଟ କଥା ତା'ପାଖରେ ଗପି ପକାଇବା ନୀତୁ ,ସତରେ କେମିତି ଏତେ ବଡ଼ ବଡ଼ କଥା ପେଟରେ ରଖିପାରିଲା?ତାକୁ ଜାଣିବାକୁ ଟିକିଏ ବି ସୁଯୋଗ ଦେଲାନି ! ତା'ସାଙ୍ଗରେ ପୁଣି କଥାକୁ ଏଡ଼େ ସୁନ୍ଦର ଭାବରେ ତୁଲେଇ ଦେଲା!ଶାଶୁଘରେ ନିଜ ଭାଇ ର ସମ୍ମାନ ରଖିବାକୁ ଯାଇ ହୁଏତ ମିଛ ଟିଏ କହିଲା ବେଳେ ଡର ଲାଗିଥିବ,ହେଲେ ସୁନୀ ର ମନ ଭିତରୁ ଅନେକ ଅସନ୍ତୋଷ ଓ ଦୁଃଖ କୁ ଦୁରେଇ ଦେବା କଥା ଭାବି ସେତକ ବି କରିଥିବ ।

    ସୁନୀ ର ଭାବନା ର ଖିଅ ଟା ଲମ୍ବି ଚାଲିଥିଲାସତରେ,ଜୀବନର ଗୋଟିଏ ପାହାଚ ରୁ ଆଉ ଗୋଟିଏ ପାହାଚ କୁ ଝିଅଟିଏ ଯେତେବେଳେ ପାଦଦିଏ,ନ ଶିଖିବା,ନ କରିଥିବା କଥା ମଧ୍ୟ କରିପକାଏ।ସେତକ ହୁଏତ ସୃଷ୍ଟି କର୍ତ୍ତା ଙ୍କ ର ଆଶୀର୍ବାଦ!ନାରୀ ଟିକୁ ଗଢିଲା ବେଳେ ଏମିତି କେତୋଟି ମୌଳିକ ଗୁଣ ତା'ହୃଦୟରେ ଖଞ୍ଜି ଦେଇଥାନ୍ତି!ବୟସ ଯାହା ବି ହେଉ,ବୋହୁ ଟିର ଭୂମିକା ରେ ସହନଶୀଳତା କୁ ଯେମିତି ଗହଣା କରିଦିଏ!ବୋଉ ର କଥା ସେଦିନ ଭାରି ମନେ ପଡୁଥିଲା।ତା'ପୁରୁଣା କାଳିଆ ଢଙ୍ଗ ରେ କହୁଥିବା କଥା ଦୁହିତା,ଦୁଇ କୁଳ କୁ ହିତା 'ସତରେ ଯେମିତି ଆଧୁନିକ ପରିବେଶ ରେ ବଢିଥିବା ନୀତୁ ମଧ୍ୟ ସେକଥା ପ୍ରମାଣିତ କରିଦେଇଥିଲା ।



Rate this content
Log in

Similar oriya story from Inspirational