Dharitri Das

Inspirational

4.0  

Dharitri Das

Inspirational

ଦୃଢ଼ଇଛା

ଦୃଢ଼ଇଛା

2 mins
113


ଏକଦା ଏକ ଗ୍ରାମର କିଛି ବୃଦ୍ଧ ବୃଦ୍ଧା କୁହୁଡି ଭରା ଶୀତ ସକାଳରେ ଗାଆଁ ଦାଣ୍ଡରେ ବସି ନିଆଁ ପୂଇଁ ହେଉଥିଲେ। ଏହି ସମୟରେ ସେହି ଗ୍ରାମର ପିଲା ମଧୁ ତାର ସାଙ୍ଗମାନଙ୍କ ସହିତ ଯାଇ ସେହି ନିଆଁ ପାଖରେ ବସି ନିଆଁ ପୁଇ ହୋଇଥିଲେ। ଏହି ସମୟରେ ମାଳତୀ ମାଉସୀ କହିଲେ ଆରେ ପିଲେ ଆଜି ସ୍କୁଲ ଯାଇନ କି ? ଏକଥା ଶୁଣି ସଭିଏଁ ଏକସ୍ୱରରେ କହିଲେ " ମାଉସୀ ଆଜି ପରା ରବିବାର।" ମାଉସୀ କହିଲେ" ସତେ ତ ମୁଁ ଭୁଲି ଯାଇଥିଲି। ଆଛା ଠିକ୍ ଅଛି। ଏବେ କହିଲ ପିଲେ ତୁମେ ସବୁ ପାଠ ପଢ଼ି କଣ କରିବ।" ଏକଥା ଶୁଣି କିଏ କହିଲା ମୁଁ ଡାକ୍ତର ହେବି,କିଏ କହିଲା ମୁଁ ଶିକ୍ଷକ ହେବି,କିଏ କହିଲା ମୁଁ ଇଞ୍ଜନିୟର ହେବି ମାତ୍ର ମଧୁ ଏକମାତ୍ର ପିଲାଥିଲା ଯିଏକି କହିଲା " ଆମ ଗ୍ରାମର କୃଷକମାନଙ୍କୁ ଦେଖ ଶୀତ କାକରରେ କେତେ କଷ୍ଟ କରୁଛନ୍ତି ମାତ୍ର ପରିଶ୍ରମ ଅନୁଯାୟୀ ଚାଷରୁ ଲାଭ ନ ପାଇବାରୁ ଅର୍ଥାଭାବରେ ସଢ଼ୁଛନ୍ତି। ତେଣୁ ମୁଁ ଜଣେ କୃଷି ବିଶେଷଜ୍ଞ ହେବି। କିପରି ଅଳ୍ପ ଜମିରୁ ଅଳ୍ପ ସମୟରେ ଅଳ୍ପ ପାଣି ବ୍ୟବହାର କରି ଅଧିକ ଅମଳ କରାଯାଇପାରିବ ସେ ବିଷୟରେ ଗବେଷଣା କରି ଆମ ଗାଆଁ ର ଉନ୍ନତି କରିବି।ଏତେ ଛୋଟ ଦିନରୁ ମଧୁ ମନରେ ଥିବା ନିଃସ୍ଵାର୍ଥପର ଦେଶପ୍ରେମ ଦେଖି ସଭିଏଁ ଖୁସି ହୋଇଯାଇଥିଲା। ମାଳତୀ ମାଉସୀ ସହିତ ଅନ୍ୟମାନେ ତାକୁ ଆଶୀର୍ବାଦ ଦେଇ କହିଲେ" ହଁ ରେ ମଧୁଆ ତୋର ଚଲାପଥ କୁସୁମିତ ହେଉ। ତୋର ଅଭିଳାଷ ପୁରଣ ହେଉ"।

      ସେଦିନର ସେହି ଆଶୀର୍ବାଦ ମନର ନ ଥିଲା। ଥିଲା ହୃଦୟର।ତେଣୁ ସେହି ଆଶୀର୍ବାଦ ଫଳବତୀ ହୋଇଥିଲା। ସେହି ପିଲା ଦିନେ ବଡ଼ ହୋଇ କୃଷି ବିଶେଷଜ୍ଞ ହୋଇଥିଲା ଏବଂ ଗାଆଁକୁ ଆସି ସବୁ ଚାଷୀ ଭାଇଙ୍କୁ ଏକାଠି କରି ଉନ୍ନତ କୃଷି ପ୍ରଣାଳୀ ଓ ଆଧୁନିକ କୃଷି ଯନ୍ତ୍ରପାତି ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲା।

      ତାର କଥା ଅନୁସାରେ ସବୁ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ।ମଧୁ ବି ସବୁ ଛୁଟିଦିନ ମାନଙ୍କରେ ନିଜେ ଯାଇ ସଭିଙ୍କର କ୍ଷେତକୁ ବୁଲି ବୁଲି ଦେଖୁଥିଲା ଏବଂ ବିଭିନ୍ନ ପ୍ରକାର ଉପଦେଶ ମଧ୍ୟ ଦେଉଥିଲା।

      କିଛିଦିନ ପରେ ଦେଖାଗଲା ତାଙ୍କ ଗାଆଁ ର କ୍ଷେତ ଗୁଡ଼ିକ ବର୍ଷସାରା ଫଳବତୀ ହୋଇ ଗାଆଁ ର ସୋନ୍ଦର୍ଯ୍ୟ ବର୍ଦ୍ଧନ କରି ପାରିଥିଲା। ଏହା ଦେଖି ଆଖପାଖ ଗାଆଁର ଲୋକେ ଆଶ୍ଚର୍ଯ୍ୟ ହୋଇ ସେହି ଗାଆଁକୁ ଦେଖିବାକୁ ଆସିଥାନ୍ତି,ସତେ ଯେମିତି ଏକ ପର୍ଯ୍ୟଟନ ସ୍ଥଳି। ଧିରେ ଧିରେ ଏକଥା ସାରା ରାଜ୍ୟରେ ପ୍ରଚାରିତ ହୋଇଯିବା ପରେ ରାଜ୍ୟପାଳ ନିଜେ ଆସି ଏସବୁ ଦେଖିବା ପରେ ସେ ଗ୍ରାମକୁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଗ୍ରାମ ଭାବେ ଘୋଷଣା କରିଥିଲେ।

     ଏବେ କିନ୍ତୁ ମାଳତୀ ମାଉସୀ ଆଉ ନାହିଁ। ମାତ୍ର ତାର କେଇପଦ କଥା ମଧୁ କାନରେ ବାରବାର ଶୁଭି ଯାଉଛି। ତାର ଆଶୀର୍ବାଦ କାମରେ ଲାଗିଛି। ଗାଁ'ର ଶୋଭା ଦେଖି ବିଭୋର ହେଉଛି। ଏସବୁ ଦେଖି ତାର ମାଳତୀ ମାଉସୀ କଥା ମନେ ପଡ଼ିଯାଉଥିଲା। ମାଉସୀ ଉଦ୍ଦେଶ୍ୟରେ ତାର ମଥା ଆପେ ଆପେ ନଇଁ ଯାଉଥିଲା।

      ତେଣୁ ମଧୁ ସବୁବେଳେ ଗ୍ରାମର ପିଲାମାନଙ୍କୁ ବୁଝାଉଥିଲେ ଯେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଆଗେଇ ଚାଲିଲେ ଦିନ ଆସିବ ତୁମେ ଲକ୍ଷ୍ୟ ଭେଦ କରି ଆଗକୁ ଆଗକୁ ମାଡି ଯିବାକୁ ସୁଯୋଗ ମିଳିବ। ମାତ୍ର ତୁମର ଲକ୍ଷ୍ୟ ସେତିକି ଦୃଢ଼ ହେବା ଆବଶ୍ୟକ। ସେଥିପାଇଁ ମହାପୁରୁଷମାନେ କହୁଥଲେ ଇଚ୍ଛା ଥିଲେ ସୁଯୋଗ ଆପେ ଆପେ ଆସେ। ମାତ୍ର ଇଚ୍ଛା ସେତିକି ଦୃଢ଼ ହୋଇଥିବା ଦରକାର।



Rate this content
Log in

Similar oriya story from Inspirational