ଦିବ୍ୟଜୀବନ ପଥେ
ଦିବ୍ୟଜୀବନ ପଥେ
ତାହା ଥିଲା ଏକ ବିସ୍ମୟ, ରୋମାଞ୍ଚକର ଅନୁଭୂତି । ସମୟ ଅପରାହ୍ନ । ପଣ୍ଡିଚେରୀ ଅ।ଶ୍ରମ ସ୍ଥିତ ଶ୍ରୀମା, ଶ୍ରୀଅରବିନ୍ଦଙ୍କ ପବିତ୍ର ସମାଧି ସ୍ଥଳର ପରିବେଶ ନିରବ, ନିଃଶ୍ଚଳ । ସମାଧିକୁ ଲାଗି ରହିଥିବା ବୃକ୍ଷରୁ ଚୁନାଚୁନା ପତ୍ର ଦେଇ ଝରି ଅ।ସୁଥାଏ ଭିନ୍ନ ସୁଗନ୍ଧିତ ଶୀତଳତାର ସ୍ପର୍ଶ । ସମେସ୍ତ ଥାନ୍ତି ଧ୍ୟାନମଗ୍ନ । ମୁଁ ବି ଅ।ଖି ବନ୍ଦ କରି ନିରବରେ ବସି ଥାଏ । ଅର୍ଦ୍ଧ ଜାଗ୍ରତ ଅର୍ଦ୍ଧଚେତନ ପ୍ରାୟ ଅବସ୍ଥା । ଏଭଳି ମୁଦ୍ରାରେ ତଲ୍ଲୀନ ହେବାର ଭାବାବେଗ ପୂର୍ବରୁ କେବେ ଅନୁଭବ କରି ନ ଥିଲି ।
ହଠାତ୍ ନିରବତା ଭିତରୁ ଭାସି ଅ।ସିଲା ଏକ ମୃଦୁ ଗୁଞ୍ଜରଣ । କେହି ଜଣେ ସମାଧି ନିକଟ ବୃକ୍ଷ ଡାଳରେ ଏକ ଲକ୍ଷ୍ମୀ ପେଚା (ରଂଗ ଧଳା) ବସି ଥିବାର ଦେଖି ପାଖ ଲୋକଙ୍କୁ ଠାରି ଦେଖାଇ ଦେଲେ । ବାସ୍ କିଛି ସମୟ ଭିତରେ ଅନ୍ୟମାନେ ମଧ୍ୟ ସେହି ଦୃଶ୍ୟ ଦେଖି ବିସ୍ମିତ ହୋଇଥିଲେ । ଧଳାପେଚା ଲକ୍ଷ୍ମୀଙ୍କ ବାହନ ବୋଲି ବିଶ୍ୱାସ କରାଯାଏ । ନିଶାକାଳରେ ସେମାନେ ବିଚରଣ କରିଥାନ୍ତି । କିନ୍ତୁ ଦିନରେ ସମାଧି ପୀଠ ବୃକ୍ଷରେ ଏହାର ଦର୍ଶନକୁ ଅନ୍ୟ ସମସ୍ତେ ଅ।ଧ୍ୟାତ୍ମିକ ଚମତ୍କାରିତା ବୋଲି ସହଜରେ ଭାବି ନେଇଥିଲେ ।
ସେଠାରେ ମୋ ପାଖାପାଖି ବସିଥାନ୍ତି ମୋର ସହଧର୍ମିଣୀ, କନ୍ୟା, ଜ୍ୱାଇଁ ଓ ପୁଅ । ସହଧର୍ମିଣୀ ପ୍ରଭାତୀ ମୋତେ ଅ।ଙ୍ଗୁଳି ଠାରି ଲକ୍ଷ୍ମୀପେଚା ଦେଖାଇ ଦେଲେ ।
ପ୍ରଥମେ ଏହା ଏକ ସାଧାରଣ ଦୃଶ୍ୟ ବୋଲି ମୁଁ ଭାବି ନେଇଥିଲି । ପରକ୍ଷଣରେ ଏକ ଭିନ୍ନ ଶିହରଣ ମୋତେ ଅ।ଧ୍ୟାତ୍ମିକ ଭାବନାରେ ଜଡ଼ସଡ଼ କରିଦେଲା । ମୁଁ ପୁଣି ଅ।ଖି ବୁଜି ସେହି ଅନୁଭବକୁ ପ୍ରତ୍ୟକ୍ଷ କରିବାକୁ ଚେଷ୍ଟା କଲି । କିନ୍ତୁ ସେମିତି କିଛି ଅ।ଉ ଅନୁଭବ କଲିନି । ପରେ ଅ।ଶ୍ରମ ପରିସର ବୁଲି ସନ୍ଧ୍ୟା ବେଳେ ନିକଟସ୍ଥ ସମୁଦ୍ର କୂଳ ବୁଲିବାକୁ ଯାଇଥିବା ସମୟରେ ସେହି କ୍ଷଣିକ ଦିବ୍ୟ ଚେତନାର ଶୀତଳତା ଯେମିତି ମୋତେ ପୁନଃ ପୁନଃ ସ୍ପର୍ଶ କରି ଉଭେଇ ଯାଉଥିଲା, ସେଭଳି ଅନୁଭବ କଲି ।
ସମୁଦ୍ର କୂଳ ବୁଲିବା ବେଳେ ପରାଧୀନ ଭାରତରେ ଫରାସୀମାନେ ସେଠି ଛାଡିଯାଇଥିବା ସଂସ୍କୃତିର ଝଲକ ଦେଖି ଅଭିଭୂତ ହୋଇଥିଲି । ସି ବିଚକୁ ଲାଗି ପ୍ରଶସ୍ତ କଂକ୍ରିଟ ରାସ୍ତାକୁ ବିଜୁଳି ଅ।ଲୁଅ ଝଲମଲ କରୁଥାଏ । ସମୁଦ୍ରର ଗର୍ଜନ ଓ ଫେନିଳ ଲହରିମାଳାକୁ ଅଟକାଇ ରଖୁଥାଏ ବଡବଡ ପଥର, ବୋଲଡରର ସୁଦୃଢ ଛାଉଣୀ । ଦେହ ସାଉଁଳାଇ ଦେଉଥାଏ ଶୀତଳ ପବନ । ସି ବିଚ ରାସ୍ତା ଜନାକୀର୍ଣ୍ଣ ଥିଲେ ବି ସମୁଦ୍ରର ବିସ୍ତାରିତ ଜଳରାଶି ଉପରେ ମୋ ଅ।ଖି ଲାଖି ରହିଥାଏ । ଅନତି ଦୂରେର କେତେକ ପୋତ ବି ଦୃଷ୍ଟିରେ ପଡିଲା ।
ଖଣ୍ଡେ ବଡ଼ ପଥର ଉପରେ ବସିଥିଲା ବେଳେ ଶ୍ରୀଅରବିନ୍ଦଙ୍କ ଅ।ଶ୍ରମ ପ୍ରତି ମୋ ମନରେ ଥିବା ଅ।କର୍ଷଣ ଝଲସି ଉଠିଲା । ଅନେକ ବର୍ଷ ଧରି କଳ୍ପନା କରୁଥିଲି, କେବେ ପଣ୍ଡିଚେରି ଯାଇ ବୁଲି ଅ।ସନ୍ତି କି !! ସାଥୀରେ ଥିବେ ମୋର ପରିବାର । ସେହି ଅ।ଶା ସତରେ ଯେ କେବେ ପୂରଣ ହେବ ଭାବି ନ ଥିଲି । କର୍ମମୟ ଜୀବନର ବନ୍ଧନ ମୋତେ ସବୁବେଳେ ଅଟକାଇ ରଖୁଥିଲା ।
ଶ୍ରୀମା, ଶ୍ରୀଅରବିନ୍ଦଙ୍କ ଅ।ଧ୍ୟାତ୍ମିକ ଦର୍ଶନ, ଦିବ୍ୟ ଜୀବନର ବାର୍ତ୍ତା ମୋତେ ପିଲାଦିନୁ ପ୍ରଭାବିତ କରିଥିଲା । ମୁଁ ଅଷ୍ଟମ ଶ୍ରେଣୀରେ ପଢୁଥାଏ । ଅବିଭକ୍ତ ବାଲେଶ୍ୱର ଜିଲା ସୀମାନ୍ତ କେନ୍ଦୁଝର ଜିଲାର ପଡିଅ।ରୀପଲ୍ଲୀ ଅଂଚଳର ଜଣେ ବନ୍ଧୁଙ୍କ ଘରକୁ ମାଗୁଣି ଦାଦାଙ୍କ ସହ ବୁଲି ଯାଇଥାଏ । ସେଦିନ ସନ୍ଧ୍ୟାରେ ଅ।ମ ବନ୍ଧୁ ତାଙ୍କର ଜଣେ ପଡୋଶୀଙ୍କ ଘରକୁ ବୁଲାଇ ନେଇ ଯାଇଥିଲେ । ସେଠି ପହଞ୍ଚିବା ବେଳେ ଜଣେ କିଶୋରୀ ଓ ତାଙ୍କ ବାପା ପୂଜା ଘରେ ଧ୍ୟାନସ୍ଥ ମୁଦ୍ରାରେ ବସିଥାନ୍ତି । ଅ।ମେ ତାଙ୍କୁ ଅପେକ୍ଷା କରି ଚୁପଚାପ ଏକ ବେଂଚ ଉପରେ ବସି ରହିଲୁ । ସେହି ବାପଝିଅ ପୂଜା ଘରୁ ଅ।ସିବା ପରେ ଅ।ମ ସହ କଥା ହେଲେ । ଶ୍ରୀମା, ଶ୍ରୀଅରବିନ୍ଦଙ୍କ ଦର୍ଶନ, ତତ୍ତ୍ବ ଓ ଧ୍ୟାନର ମହତ୍ତ୍ୱ ସେହି ବାପଝିଅଙ୍କଠାରୁ ମୁଁ ପ୍ରଥମ କରି ଶୁଣିଲି । ସେମାନେ ନିୟମିତ ପାଠଚକ୍ର କରୁଥିବା କଥା କହିଲେ । ଅ।ମେ ଅ।ସିବା ବେଳେ ପଣ୍ଡିଚେରୀ ଅ।ଶ୍ରମରୁ ପ୍ରକାଶ ପାଉଥିବା ନବଜ୍ୟୋତି ପତ୍ରିକା ଅ।ମ ହାତକୁ ବଢାଇ ଦେଇ ଏହାକୁ ପଢ, ସବୁ ଜାଣି ପାରିବ ବୋଲି କହିଥିଲେ ।
ଛାତ୍ର ଜୀବନରେ ଏଇ ଅନୁଭୂତି ଓ ଶ୍ରୀଅରବିନ୍ଦଙ୍କ ଦିବ୍ୟଜୀବନର ବାର୍ତ୍ତା ମୋତେ ବହୁତ ପ୍ରଭାବିତ କରିଥିଲା । ପରେ ମୁଁ ପାଠ ପଢୁଥିବା ହାଇସ୍କୁଲରେ ଜଣେ ଶିକ୍ଷକଙ୍କ ମାର୍ଗଦର୍ଶନରେ କେତେକ ସହପାଠୀଙ୍କ ସହ ମିଶି ପ୍ରତି ରବିବାର ପାଠଚକ୍ର କରିଥିଲୁ । ନବଜ୍ୟୋତି ପତ୍ରିକାରେ ଅ।ମ ପାଠଚକ୍ର ଓ କର୍ମକର୍ତ୍ତାଙ୍କ ନାମ ପ୍ରକାଶ ପାଇଥିଲା । ପରେ ଭଦ୍ରକ କଲେଜରେ ପଢୁଥିବା ବେଳେ 'ପ୍ରତୀଚୀ' ନାମକ ଏକ ୱାଲ ମାଗାଜିନର ପ୍ରଥମ ସଂପାଦକ ଭାବେ ଏଡିଟିଂ କରୁଥିବା ବେଳେ ନବଜ୍ୟୋତି ପତ୍ରିକାରେ ପ୍ରକାଶିତ କବିତାର ଉଦ୍ଧୃତି ସେଥିରେ ପ୍ରକାଶ କରୁଥିଲି ।
ଜୀବନର ଗତିପଥ କେବେ ସରଳ ରେଖା ନୁହେଁ । ବାଣୀବିହାରରେ ସ୍ନାତ୍ତକୋତ୍ତର ପଢିବା ବେଳେ ମାଗାଜିନ ଏଡିଟର ପୋଷ୍ଟ ପାଇଁ ଛାତ୍ର ସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲି । ସେତେବେଳେ ମୋର 'ଅନ୍ଧ ଚଢେଇର ଗୀତ' ଶୀର୍ଷକ ଏକ ଅ।ଧୁନିକ କବିତା ଲୋକପ୍ରିୟ ଦୈନିକ ଧରିତ୍ରୀରେ ପ୍ରକାଶ ପାଇଥିଲା । ଶ୍ରୀମା, ଶ୍ରୀଅରବିନ୍ଦଙ୍କ ଅ।ଦର୍ଶକୁ ନେଇ ଧରିତ୍ରୀ ପ୍ରକାଶିତ ହେଉଥିବା ଜାଣିବାରୁ ଏହା ପ୍ରତି ମୋର ଅ।କର୍ଷଣ ବଢି ଯାଇଥିଲା । ପ୍ରଥମ ଶ୍ରେଣୀରେ ପିଜି ପାସ୍ ପରେ ଅଧ୍ୟାପନା କରିବାକୁ ସ୍ଥିର କରିଥିଲି । ଘଟଣାକ୍ରମେ ଧରିତ୍ରୀ ପରିବାର ଓ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ସଂସ୍ପର୍ଶରେ ଅ।ସି ଧରିତ୍ରୀର ସମ୍ପାଦନା ବିଭାଗକୁ କର୍ମକ୍ଷେତ୍ର ଭାବେ ବାଛିନେଲି ।
ଏହା ମଧ୍ୟରେ ଦୀର୍ଘ ୩୫ ବର୍ଷ ଅତିକ୍ରାନ୍ତ ହୋଇଛି, ଯାହା ମୋ ପାଇଁ ଏକ ଅଭୁଲା ସ୍ମୃତି । ମହାଯୋଗୀ ଶ୍ରୀଅରବିନ୍ଦଙ୍କ ପବିତ୍ର ସିଦ୍ଧି ଦିବସରେ ଧରିତ୍ରୀ ପ୍ରଥମେ ଅ।ତ୍ମପ୍ରକାଶ କରିଥିବାରୁ ଏହାକୁ ପ୍ରତିବର୍ଷ ଜନ୍ମଦିନ ଭାବେ ପାଳନ କରିଥାଏ । ଏହି ଉତ୍ସବରେ ମୁଁ ଅଧିକାଂଶ ବର୍ଷ ସଂଯୋଜନା କାର୍ଯ୍ୟ କରି ଅ।ସୁଥିବାରୁ ପଣ୍ଡିଚେରୀ ଅ।ଶ୍ରମ ବୁଲିବାର ଦୁର୍ବାର ଅ।କାଙକ୍ଷାକୁ କିଭଳି ଭୁଲି ପାରିଥାନ୍ତି !! ଏହାଛଡା ମୋର ଝିଅପୁଅଙ୍କୁ ବି ଭୁବନେଶ୍ୱର ଶ୍ରୀଅରବିନ୍ଦ ପୂର୍ଣ୍ଣାଗ ଶିକ୍ଷାକେନ୍ଦ୍ରରେ ପାଠ ପଢାଇ ସେମାନଙ୍କୁ ଅ।ଧ୍ୟାତ୍ମିକତା ଜଗତ ଅ।ଡକୁ ଅ।କୃଷ୍ଟ କରିବାକୁ ଚେଷ୍ଟା କରିଥିଲି ।
୨୦୧୮ ଅଗଷ୍ଟ ୧୫ ତାରିଖ । ଶ୍ରୀଅରବିନ୍ଦଙ୍କ ଜନ୍ମଦିନ । ସେଦିନ ମୁଁ ସପରିବାର ପଣ୍ଡିଚେରୀ ଅଭିମୁଖେ ଯାତ୍ରା କଲା ବେଳେ କିଭଳି ଅ।ନନ୍ଦ ଅନୁଭବ କରିଥିଲି ତାହାକୁ ଭାଷାରେ ବ୍ୟକ୍ତ କରି ପାରିବିନି ।
ଏ ଧରିତ୍ରୀକୁ କେବେ ଅ।ସିବ ଅତିମାନସ ଚେତନାର ସେହି ଦିବ୍ୟ
ଜୀବନ ? ଶ୍ରୀଅରବିନ୍ଦଙ୍କ ସାଧନା, ତପସ୍ୟା ଓ ଭବିଷ୍ୟତ ବାଣୀ ସତ୍ୟରେ ରୂପାନ୍ତରିତ ହେବ ?
ମୋର ମନେ ହେଲା ସମୁଦ୍ର କୂଳର ଗାର୍ଡ ୱାଲ ସବୁ ସତେ ଯେମିତି ପାଷାଣୀ ଅହଲ୍ୟା ଭଳି ଅନାଗତକୁ ଚାହିଁ ରହିଛନ୍ତି । ଅଜାଣତରେ ମୁଁ ବି ସେମାନଙ୍କ ଗହଣରେ ପାଷାଣ ପାଲଟି ଯାଇଛି !! ପିଲାମାନେ ବେଳାଭୁମିରେ ଫେରିବାଲାଠାରୁ ବିଭିନ୍ନ ଜିନିଷ କିଣାକିଣି କରୁଥିଲେ। ଇଲାକଟ୍ରୋନିକ ଲାଇଟ୍ କିଣି ମଥାରେ ପିନ୍ଧୁଥିଲେ । ମୁଁ କିନ୍ତୁ ଏକୁଟିଅ। ପଥରଖଣ୍ଡ ଉପରେ ବସି ଫେନିଳ ସମୁଦ୍ର, ନୀଳ ଅ।କାଶର ଶେ।ଭା ଦେଖୁଦେଖୁ ଅ।ଧ୍ୟାତ୍ମିକ ଭାନାରେ ମଜ୍ଜି ଯାଇଥାଏ । ମନେ ହେଉଥିଲା ସମୁଦ୍ର ଅ।ଡୁ ବହି ଅ।ସୁଥିବା ଘୋଘୋ ପବନ ଯେମିତି କିଛି କହୁଛି ସମୟକୁ । ଅ।ଶ୍ରମ ଅ।ଡୁ ସତେ ଯେମିତି ଏକ ଦିବ୍ୟ ଜ୍ୟୋତି ଫେନିଳ ଜଳରାଶି ଉପରେ ପଡି ଚିକଚିକ କରୁଛି। ଅଥଚ ଏସବୁ କିଛି ମୋ ପାଇଁ ଥିଲା ଅବୋଧ୍ୟ, ଅଗମ୍ୟ - ନୀଳ ଅ।କାଶରେ ଅ।ଖିମିଟିକା ମାରୁଥିବା ତାରା ଭଳି - ଏକ ଦୂରନ୍ତ ଅ।କର୍ଷଣ !! ଏକ ଭିନ୍ନ ଭାବାବେଗ !!
କାହାର ଶୀତଳ ହାତ ଛୂଅ।ଁରେ ମୋ ତନ୍ଦ୍ରାୟିତ ଚେତନସ୍ତର ସଚେତ ହୋଇ ଉଠିଲା । "ଅ।ସ ଯିବା । ପିଲାମାନେ ଅପେକ୍ଷା କରିଛନ୍ତି । ଅ।ସନ୍ତା କାଲି ପରା ଧ୍ୟାନ ମନ୍ଦିର ବୁଲିଯିବା ।"
"ଅ।ରେ ହଁ ତ" କହି ମୁଁ ଉଠିପଡିଲି ।
ପଣ୍ଡିଚେରୀରୁ ଫେରି ଠାକୁର ଘରେ ପ୍ରତିଦିନ ପ୍ରାର୍ଥନା କଲାବେଳେ ଧ୍ୟାନସ୍ଥ ହେବାକୁ ଅନେକବାର ଚେଷ୍ଟା କରିଛି । ଏକାଗ୍ରତାର ଅଭାବ ସବୁବେଳେ ମୋତେ ନିରାଶ କରିଛି । କିନ୍ତୁ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ସାଧନା ଭୂମିର ସେହି ନିଅ।ରା ଶାନ୍ତ ପବିତ୍ର ଅନୁଭବ ମୋତେ ଅ।ଜି ବି ମୋତେ ଅ।ନମନା କରୁଛି ।
*****
