ଦିବ୍ୟ ପ୍ରେମ
ଦିବ୍ୟ ପ୍ରେମ
ମୁନା ଜମା ବୁଝିପାରୁନଥିଲା ଆଲୋକର ଗତି କିପରି ଗୋଟିଏ ସରଳ ରେଖାରେ ଗତି କରେ!ତା ମୁଣ୍ଡରେ ପଶୁ ନଥିଲା କିଛି. ସାର ଲାଇବ୍ରେରୀରେ ସବୁ କବାଟ ଝରକା ଵନ୍ଦ କରି ଦେଇ ଫାଙ୍କ ବାଟେ ଆସୁଥିବା ସୂର୍ଯ୍ୟ କିରଣ କିପରି ସରଳ ରେଖା ରୂପେ ରୁମରେ ପଡୁଛି ଦେଖାଇ ବୁଝାଇ ଦେଲାପରେ ସବୁ ପିଲା ବୁଝିଯାଇ ଖୁସିରେ ନାଚୁଥିଲା ବେଳେ ମୁନା ଜମା ବୁଝିପାରୁନଥିଲା. ସେ ତାର ସବୁ ସାଙ୍ଗ ମାନଙ୍କ ଭିତରେ କୁନୁମୁନୁକୁ ଖୁବ ଭଲ ପାଉଥିଲା ତ ତାକୁ ପଚାରିଲା ଦେଖିଲୁ ସାଙ୍ଗ ଆକାଶରେ ସୂର୍ଯ୍ୟ କିପରି ସମାନ ଭାବେ ସବୁଆଡେ ଆଲୋକ ଢାଳୁଛନ୍ତି. ତେବେ ସରଳ ରେଖାରେ ଆଲୋକ ଆସିଲେ କଣ ସବୁଆଡେ ପଡି ପାରନ୍ତା? କୁନୁମୁନୁ କହିଲା ମୁଁ ମଧ୍ୟ ସେଇକଥା ଭାବୁଥିଲି. ସାରଙ୍କୁ ସିନା କହିଦେଲି ହେଲେ ମୁଁ ମଧ୍ୟ ବୁଝିନି.
ସେଦିନ ଯେବେ ପ୍ରଥମ କରି ସ୍କୁଲକୁ ଆସିଥିଲା ମୁନା ପ୍ରଥମେ କୁନୁମୁନୁ ସହ ସାଙ୍ଗ ହୋଇଥିଲା. ସ୍କୁଲରେ ସେମାନଙ୍କୁ ମିଠା, ଚକୋଲେଟ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା. ସାର ବା ଗୁରୁମା ଗୁରୁଜୀ ମାନଙ୍କ ଆଗରେ କିଛିଟା ସତ୍ୟ ପାଠ କରିବାକୁ ପଡିଥିଲା. ଆହେ ଦୟାମୟ ବିଶ୍ୱବିହାରି ଜଣାଣର ସତ କହିବାକୁ କିଆଁ ଡରିବି.. ସତ କହି ପଛେ ମଲେ ମରିବି ପଦଟିରୁ ଶିକ୍ଷା ଦିଆଯାଇଥିଲା ଯେ ସ୍କୁଲରେ ସର୍ବଦା ସତ ହିଁ କହିବ. ଆଜି ଆଲୋକ ଏକ ସରଳରେଖାରେ ଗତି କରେ କଥାଟି ବୁଝିନପାରି ମଧ୍ୟ ବୁଝିଗଲୁ ବୋଲି ମିଛ କହିଥିବାରୁ ମୁନା ସାଙ୍ଗ କୁନୁମୁନୁକୁ କହୁଥିଲା ମିଛ କହିଲେ ମହାପାପ.. ରାତିରେ ଦେଖିବା ନାଗସାପ. ସାପ କଥା ଶୁଣି କୁନୁମୁନୁ ଆହୁରି ଡରିଗଲା.ମୁନା କହିଲା ଆଜି ଆମ ଘରକୁ ରଥ ଦେଖି ଯିବା ପାଇଁ ମୋ ମାମୁଁ ଆସୁଛନ୍ତି. ସେ ଜଣେ ବିଜ୍ଞାନ ଶିକ୍ଷକ. ତାଙ୍କୁ ପଚାରିବା ଯେ ସେ ଆମକୁ ବୁଝେଇଦେବେ.
ମୁନା ଓ କୁନୁମୁନୁ ସୁଯୋଗ ଦେଖି ମାମୁଁଙ୍କୁ ସବୁ କହିଲେ ଯେ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଆଲୋକ ତ ପୃଥିବୀ ସାରା ସମସ୍ତ ସଜୀଵ ଓ ନିର୍ଜୀଵ ବସ୍ତୁ ଓ ପଦାର୍ଥ ଉପରେ ବିଛାଡି ହୋଇ ପଡି ଆଲୋକିତ କରନ୍ତି ତେବେ ଆଲୋକ ଏକ ସରଳରେଖାରେ କିପରି ଗତି କରେ ଆମେ ବୁଝିପାରିନୁ.କ୍ଲାସରେ କିନ୍ତୁ ମିଛ କହିଛୁ କି ଆମେ ବୁଝିଗଲୁ. ଓଃ ଏଇ କଥା କହି ମାମୁଁ ଆମ ଦୁହିଁଙ୍କୁ ଗାଧୁଆ ଘରକୁ ନେଇ ସାଓ୍ୱାର ଖୋଲି ତା ତଳେ ବସିଗଲେ କହିଲେ ଦେଖିଲ ପିଲେ ସାଓ୍ୱାରଟିକୁ. କେମିତି ପାଣି ଆସୁଛି? ପିଲାଏ କହିଲେ ସରଳ ରେଖାରେ. ତେବେ ମୋ ଦେହ ସାରା କେମିତି ପଡୁଛି କହିଲ. ଏଥର ତାଳି ମାରି ମୁନା କହୁଥିଲା ବୁଝିଗଲି ମାମୁଁ କୁନୁମୁନୁ କହୁଥିଲା ହଁ ସୂର୍ଯ୍ୟ ହୁଅନ୍ତୁ ବା ଇଲେକ୍ଟ୍ରି ବଲ ହେଉ ଆଲୋକ ସବୁବେଳେ ସରଳ ରେଖାରେ ବିଭିର୍ନ୍ନ ଦିଗକୁ ଗତି କରି ତା ଚତୁଃପାଶ୍ବରେ ଥିବା ବସ୍ତୁ ଓ ପଦାର୍ଥକୁ ଆଲୋକିତ କରନ୍ତି . ସୂର୍ଯ୍ୟଙ୍କ ପ୍ରଖର ରଶ୍ମି ଖାଲି ଆଖିରେ ଦେଖାଯାଏନା ତେଣୁ ସେ ଯେତେ ବଡ଼ ସେତିକି ସରଳ ରେଖାର ଆଲୋକ ରଶ୍ମି ବିଛୁରିତ ହୋଇ ଚାରିଆଡେ ପଡି ଆଲୋକିତ କରିଥାଏ. ମାମୁଁ କହିଲେ ସାୱାରଟି ଛୋଟ ବୋଲି ତୁମକୁ ଦେଖାଗଲା କିନ୍ତୁ ସୂର୍ଯ୍ୟଙ୍କୁ ତୁମେ ଦେଖିପାରୁନଥିବାରୁ ବୁଝିନଥିଲ.ହଉ ହଉ ଚାଲ ଯିବା ପୁରୀ. ରଥ ଦେଖିବା, ଆଡପ ଦର୍ଶନ କରି ଆଡପ ମଣ୍ଡପ ଅଭଡ଼ା ଖାଇ ଫେରିବା. ତା ପରଦିନ ସ୍କୁଲରେ ସାର ଯେବେ ପଚାରିଲେ ଆଲୋକ ଏକ ସରଳ ରେଖାରେ ଗତି କରେ ବୋଲି କିଏ ବୁଝାଇ ଦେବ କୁହ? ମୁନା ଓ କୁନୁମୁନୁ ଦୁହେଁ କହିବେ ବୋଲି ହାତ ଟେକି ଥିଲେ ତ ସାର ଭାରି ଖୁସି ହୋଇଯାଇଥିଲେ ଓ ଦୁହିଁଙ୍କୁ ଚକୋଲେଟ ଦେଇ କହିଥିଲେ ତୁମେ ଦୁହେଁ ଭବିଷ୍ୟତରେ ବୈଜ୍ଞାନିକ ହେବ.ମୁନା ଓ କୁନୁମୁନୁ ସେହିଦିନ ପ୍ରେରଣା ପାଇଥିଲେ କି ସେମାନେ ନିଶ୍ଚୟ ବୈଜ୍ଞାନିକ ହୋଇ ବିଶେଷ ଜ୍ଞାନ ଅର୍ଜ୍ଜନ କରି ଦୁନିଆଁକୁ ଚମକେଇ ଦେବେ. ସତକୁ ସତ କୁନା ବଡ଼ହେଲାପରେ ପଶୁ ଡାକ୍ତର ହୋଇ ପଶୁ ବିଶେଷଜ୍ଞ ଭାବେ କ୍ଷାତି ଅର୍ଜ୍ଜନ କରିଥିଲା ତ କୁନୁମୁନୁ ଏଲିଅନ ମାନଙ୍କ ଅବସ୍ଥିତି ବିଷୟରେ ଗବେଷଣା ଜାରି କରିଥିଲା.
ସେଦିନ ମାମୁଙ୍କ ସଙ୍ଗେ ଚିଲିକାକୁ ବୁଲି ଯାଇଥିଲା ମୁନା. ଡଲଫିନ ଦେଖି ଖୁସି ହୋଇ ସେମାନଙ୍କ ବିଷୟରେ ବହୁତ କଥା ଭାବୁଥିଲା.ଡଲଫିନ ଏକ ପ୍ରଜାତିର ମାଛ ବୋଲି ସେ ଜାଣିଥିଲା ତ ସେହିଦିନୁ ମୁନା ମାଛ ଖାଇବା ଛାଡି ଦେଇଥିଲା.ସେମାନେ ଯାଇଥିବା ଡ଼ଙ୍ଗାରେ ସବୁ ଭଲ ଭଲ ଆମିଷ ଖାଦ୍ୟ ପରିବେଷଣ କରାଯାଇଥିଲା କିନ୍ତୁ ମୁନା ଯେବେ ଘୋଷଣା କଲା ସେ ଏଣିକି ଆଉ ମାଛ ଖାଇବ ନାହିଁ ମାଆ ସ୍ମିତା ଓ ବାପା ରୁଦ୍ରଙ୍କ ମନ ଖୁବ ଦୁଃଖ ହୋଇଯାଇଥିଲା କାରଣ ସେଦିନ ସେମାନଙ୍କର ବିବାହ ବାର୍ଷିକୀ ପାଇଁ ସେମାନେ ସମସ୍ତେ ମିଶି ଚିଲିକାର ସୌନ୍ଦର୍ଯ୍ୟ ପରିଦର୍ଶନ କରିବାକୁ ଆସିଥିଲେ. ମାଆ ସେତେବେଳେ ମୋବାଇଲରେ ବ୍ୟସ୍ତ ଥିଲେ. ତାଙ୍କର ଚିହ୍ନା ଜଣା ସମସ୍ତେ ତାଙ୍କୁ ବିବାହ ବାର୍ଷିକୀ ପାଇଁ ଅଭିନନ୍ଦନ ଜଣାଉଥିଲେ ତ ଅଚିହ୍ନା କେହି ଅପରିଚିତ ପୁରୁଷ ବା ମହିଳାଙ୍କ ମେସେଜ ଦେଖି ସେ ସେମାନଙ୍କୁ ନୂତନ ଭାବେ ବନ୍ଧୁ କରୁଥିବା ବେଳେ ପୁଅ ଆଜି ଭଳି ଦିନରେ ଆମିଷ ଖାଇବ ନାହିଁ ଶୁଣି ଚମକି ପଡିଲେ ତ ପୁଅ କହିଲା ତୁମେ ଜାଣ ମାଆ, ସବୁ କାର୍ଯ୍ୟ ପାଇଁ ସମସ୍ତଙ୍କର କିଛି ପ୍ରତିକ୍ରିୟା ଅଛି. ଯେମିତି ତୁମେ ଆଜି ଚିହ୍ନା ଜଣା ସାଙ୍ଗ ସାଥିଙ୍କ ମେସେଜ ଦେଖି ଆନନ୍ଦ ଅନୁଭବ କରୁଛ ତାହା ତୁମକୁ ଖୁସି ଦେବା ସଙ୍ଗେ ସୁସ୍ଥ ରଖୁଛି. ସେହିଭଳି ମାଛ ଧରାହେବା ପରେ ଦୁଃଖୀ ହୋଇଯାଏ. କଟା ହେଲାବେଳେ ତା ଶରୀରରେ ତା ଭାବନାରେ କ୍ରିୟାର ପ୍ରକ୍ରିୟା ଆରମ୍ଭ ହୋଇ ବିଷ ଚରିଯାଏ ତା ଶରୀରରେ. ଆମେ ତାହା ଖାଇଲେ ଆମ ଦେହରେ ସେହି ବିଷର ପାର୍ଶ୍ୱ ପ୍ରତିକ୍ରିୟା ଫଳରେ ଅନେକ ରୋଗ ହୁଏ. ବାପା ଓ ମାମୁଁ ମୁନା କଥା ଶୁଣି ଠିକ କହିଛୁ କହୁଥିଲେ ମଧ୍ୟ ମାଆ ସ୍ମିତା ପୁଅ ପାଇଁ ବ୍ୟସ୍ତ ହୋଇପଡୁଥିଲେ କି ପିଲାଟା ଆଗରୁ ମାଂସ ଓ ଚିକେନ ଖାଉନଥିଲା ଏବେ ମାଛ ଖାଇବନି କହୁଛି. ସବୁ ମାଆ ମାନଙ୍କ ହୃଦୟରେ ତାଙ୍କ ସନ୍ତାନ ପାଇଁ ସ୍ୱତନ୍ତ୍ର ପ୍ରେମ ଥାଏ ତେଣୁ ସ୍ମିତାଙ୍କ ମନଦୁଃଖ ହେବା ସ୍ୱାଭାବିକ କହି ମାମୁଁ କଥାଟାକୁ ହାଲକା କଲାବେଳେ ବାପା ଦିବ୍ୟ କହୁଥିଲେ ଆଜି ଗୋଟେ ଦିନ ସମସ୍ତେ ମିଶି ଏ ଖାଦ୍ୟ ସବୁ ଖାଇନେବା କିନ୍ତୁ ଏହା ପରେ ଆଉ ଆମିଷ ଖାଦ୍ୟ ନଖାଇ ସବୁଜ ପନିପରିବା ଓ ଶାଗ ଖାଇ ସୁସ୍ଥ ରହିବା. ମୁନା ବୁଝିପାରିଲା ଆଜି ଭଳି ଦିନରେ ତାର ଅମାନିଆ ହେବା ଉଚିତ ନୁହେଁ ଅନ୍ତତଃ ମାଆ ସ୍ମିତାଙ୍କ ପାଇଁ.ମାମୁଁ ମୁନାର କାନେ କାନେ କହୁଥିଲେ ତୁ ଖୁବ ବଡ଼ ହୋଇ ଗଲୁଣି ଦେଖୁଛି. ତ ତା ସାଙ୍ଗ କୁନୁମୁନୁ ହସୁଥିଲା.ବାହାରେ ବର୍ଷା ପଡୁଥିଲା ଖୁବ ତ ସମସ୍ତେ ତରବର ହେଉଥିଲେ ପୁରୀ ଫେରିବା ପାଇଁ. ଖୁବ ଡେରି ହୋଇଯାଇଥିଲେ ମଧ୍ୟ ମାଆ ସ୍ମିତାଙ୍କର ଖୁବ ଇଛାଥିଲା ଆଡପ ଦର୍ଶନ ନହେଉ କି ଅଭଡ଼ା ଖିଆ ନହେଉ ପଛେ ରଥ ଦର୍ଶନ ହେଇଯାଉ ଅନ୍ତତଃ ବିବାହ ବାର୍ଷିକୀରେ ତାଙ୍କର.
ସମସ୍ତେ ପୁରୀ ବଡଦାଣ୍ଡରେ ରଥ ଦର୍ଶନ କରିବାକୁ ରଥ ଉପରେ ଚଢ଼ିଥିଲେ. ମେଘ ଅସରାଏ ହୋଇ ଯାଇଥିବାରୁ ଦର୍ଶନାର୍ଥୀଙ୍କ ଭିଡ଼ ନଥିଲା ତ ହଠାତ ସ୍ମିତା ଝୁଣ୍ଟି ପଡିଲେ. ତୁମକୁ କେହି ମନେପକାଉଛି କହି କୁନୁମୁନୁର ମାଆ ଉଠାଇ ଦେଇଥିଲେ ତାଙ୍କୁ କିନ୍ତୁ କୁନୁମୁନୁ କହିଥିଲା ସ୍ମିତା ମାଉସୀ ଝୁଣ୍ଟିବା କାରଣ ଏଲିଅନମାନେ ଏବେ ରଥରେ ଥିଲେ. ସେମାନଙ୍କୁ ଦେଖି ନପାରି ସ୍ମିତା ମାଉସୀ ଝୁଣ୍ଟି ପଡ଼ିଥିଲେ. ରଥଯାତ୍ରା ଦେଖିବାକୁ ସ୍ବର୍ଗରୁ ଦେବତା ଦେବୀ ଆସନ୍ତି ବୋଲି ସମସ୍ତେ ଜାଣିଥିଲେ କିନ୍ତୁ ଠାକୁରଙ୍କ ବିନା ରଥ ଦେଖିବାକୁ ଆକାଶରୁ ଯକ୍ଷ ପକ୍ଷ ମେଲାଇ ଆସନ୍ତି କହି ନନା କହୁଥିଲେ ରଥ ନିଯେ ସ୍ୱୟଂ ଭଗବାନଙ୍କ ପଥ. ଛୋଟ ପିଲା ହେଲେ ମଧ୍ୟ ମୁନାର ଆମିଷ ଖାଇବାକୁ ବାରଣ କେତେ ଶ୍ରେୟସ୍କର ପ୍ରସ୍ତାବ ଥିଲା ବୋଲି ଏବେ ବାପା ରୁଦ୍ର ହୃଦୟଙ୍ଗମ କରିବା ସହ ଏଲିଅନଙ୍କ ଅବସ୍ଥିତିକୁ ମଧ୍ୟ ସ୍ୱୀକାର କରୁଥିଲେ. ନନା କହୁଥିବା ଯକ୍ଷ ପକ୍ଷ ଲଗାଇ ଆସିବା କଥା ଯାହା ତାହା ନିଶ୍ଚୟ ଏଲିଅନ ହିଁ ହୋଇଥିବେ ବୋଲି ସମସ୍ତେ ଭାବିଲେ ମଧ୍ୟ ପାଟି ଖୋଲି କିଛି କହୁନଥିଲେ. ସେଦିନ ସେତିକିରୁ ସମସ୍ତେ ଫେରିଆସିଲେ ସତ ହେଲେ ନବମୀ ଦର୍ଶନକୁ ଆସିବା ଯୋଜନା ପ୍ରସ୍ତୁତ କରି ସମସ୍ତେ କହୁଥିଲେ ଏଣିକି ଆଉ ରଥଯାତ୍ରା ନବଦିନ ଆମିଷ କଣ ଆଉ କେବେ ବି ଆମିଷ ଖାଇବା ନାହିଁ. ଧାର୍ମିକ ଭାବନା ସହିତ ବିଜ୍ଞାନ ସମ୍ମତ କାରଣ ଅଙ୍ଗାଙ୍ଗି ଭାବେ ନିଶ୍ଚୟ ଜଡିତ.
ଏତେବେଳକୁ ମୁନାକୁ ସମସ୍ତେ ଖୁବ ପ୍ରଶଂସା କରୁଥିଲେ.କେବଳ ମାଛ କାହିଁକି ସମସ୍ତ ଜୀବନ୍ତ ସଜୀଵ ପ୍ରାଣୀମାନଙ୍କର ମଧ୍ୟ ନିଜସ୍ୱ ମନସ୍ତତ୍ଵ ରହିଛି ଏବଂ ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ରହିଛି. ସେହିଭଳି ଆମେ ଭୂତ ବୋଲି କହୁଥିବା ଅନ୍ଧବିଶ୍ୱାସ ପରିବର୍ତ୍ତେ ଏ ବିଶ୍ୱରେ ମଣିଷ ଜାଣିବା ବ୍ୟତିରେକେ ଅନେକ ଜୀଵନ୍ତ ପ୍ରାଣୀ ମଧ୍ୟ ମହାଶୁନ୍ୟରେ ଅଛନ୍ତି. କେବେ କେମିତି ସେମାନଙ୍କ ସହ ଭେଟ ହେଲେ ସେହି ସାକ୍ଷାତକୁ ଆମେ ଅଶରୀର ବା ଭୂତ ପ୍ରେତ ଆଖ୍ୟା ଦେଇ ଭୁଲ କରୁ. ପ୍ରକୃତରେ ଏ ବିଶ୍ବନିୟନ୍ତାଙ୍କ ସୃଷ୍ଟିରେ କେତେ କେତେ ଯେ ଚମତ୍କାରୀତା ରହିଛି ତାହାର କଳନା କରିବା ସମ୍ଭବ ନୁହେଁ.ମହାପ୍ରଭୁ ନଚାହିଁଲେ ଅକ୍ଷୀତୃତୀୟା ଠାରୁ ଏ ରଥ ତିଆରି ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ଯାଏଁ ଆସିପାରିବା ସମ୍ଭବ ନୁହେଁ ତେଣୁ ବ୍ରାହ୍ମାଣ୍ଡ ଠାକୁରଙ୍କ ରଥରେ ଆଉ କେବେ ଚଢିବାର ଦୁଃଶାହସ କରିବା ନାହିଁ. ପ୍ରଭୁଙ୍କ ନିତି କାନ୍ତି କରୁଥିବା ସେବକ, ପଢିହାରୀ, ପୂଜକ, ଭାବଗ୍ରାହୀ, ବାଡଗ୍ରାହୀ ଇତ୍ୟାଦିଙ୍କୁ ଯାହାଙ୍କୁ ଯେଉଁ ସେବା ମିଳିଛି ସେମାନେ ଯେମିତି କରୁଛନ୍ତି ଆମେ ମଧ୍ୟ ନିଜ ମନ ଓ ବିବେକକୁ ନିୟନ୍ତ୍ରଣ କରି ଚାଲିବା ଉଚିତ କହି ଯିଏ ଯାହା ଘରକୁ ଗଲେ. ମାମୁଁ ମୁନା ଓ କୁନୁମୁନ କାନେ କାନେ କହୁଥିଲେ କି ମନ୍ତ୍ର ଫୁଙ୍କିଲ ସମସ୍ତଙ୍କ ମନରେ ଦିବ୍ୟ ପ୍ରେମର ଚିନ୍ତା,ଚେତନା ଓ ଚୈତନ୍ୟ. ପିଲା ଦୁହେଁ କିଛି ନବୁଝି ମାମୁଁଙ୍କୁ ଚାହିଁ ହସୁଥିଲେ ।
