STORYMIRROR

Sunanda Mohanty

Classics Inspirational Others

4  

Sunanda Mohanty

Classics Inspirational Others

ଧର୍ମପଦ ସତ ନା ମିଛ ଚରିତ୍ର

ଧର୍ମପଦ ସତ ନା ମିଛ ଚରିତ୍ର

1 min
167

    ଶାମ୍ବ ଦଶମୀ ଦିନ ଚାରିବନ୍ଧୁ ବାହାରି ପଡ଼ିଲୁ ସୂର୍ଯ୍ୟ ମନ୍ଦିର କୋଣାର୍କ ପରିଦର୍ଶନରେ, ପୁଣି ଫେରିବା ବେଳକୁ ଥାଏ କବିତା ଆସର, ବାଲିଦୋକାନରେ, ହେଲେ ସୂର୍ଯ୍ୟ ମନ୍ଦିର ରକାରୁକାର୍ଯ୍ୟ ଭିତରେ ବୁଡ଼ିଯାଇ ବୁଲା ବୁଲି କଲା ବେଳକୁ ଘନ ଘନ ଫୋନ । ପରିବାର ସହ ଯେତେ ଥର ଆସିଥିଲେ ବି କବି କବୟିତ୍ରୀ ବନ୍ଧୁ ଆସର ଭିତରେ କୋଣାର୍କ ପରିଦର୍ଶନ ମଜ୍ଜା ନିଆରା ଥିଲା l

   ଫୋଟୋ ସବୁ ଉଠେଇ ସାରିବା ପରେ ବି ମନ ଛାଡ଼ୁନଥିଲା, ହେଲେ କବିତା ଆସର ସମୟ ଗଡି ଯାଉଛି, ତ ପହଁଚିଲା ବେଳକୁ ଚାଲିଛି କୋଣାର୍କ ସ୍ଥପତି ଓ ସ୍ଥାପତ୍ୟ ବିଷୟରେ ସମୀକ୍ଷା, ଆଲୋଚନା, ସମାଲୋଚନା ତଥା ପ୍ରସ୍ତାବନା, ତା ଭିତରେ ମୁଖ୍ୟ ପ୍ରସଙ୍ଗ ପ୍ରକୃତରେ ଧରମା ଥିଲା କି ନାହିଁ, ଯଦି ସବୁ ସତ ତେବେ ତାର ମୃତ୍ୟୁ ସ୍ୱାଭାବିକ ନା ଅସ୍ୱାଭାବିକ, ଏମିତି ସବୁ ପର୍ଯ୍ୟାଲୋଚନା ଭିତରେ ଜଣେ ମଂଚାସୀନ ଅତିଥି କହୁଥିଲେ ସାହିତ୍ୟର ଚରିତ୍ର କାଳ୍ପନିକ, କଥା ସତ, ଇତିହାସର ଚରିତ୍ର ସତ କଥା ବା ବିଷୟ ବସ୍ତୁ କାଳ୍ପନିକ, ତ ମାନୁନଥିଲା ମନ l

ମୋ ପାଳି ପଡିଲା ତ ମୁଁ କହିଲି ରାମାୟଣ ମହାଭାରତର ଚରିତ୍ର ଯଦି ସତ ଏସବୁ କାହିଁକି ସତ୍ୟ ନୁହେଁ, ଗୀତା ବାଇବେଲ କୋରାନକୁ ଯଦି ଆମେ ବିଶ୍ୱାସ କରୁଛୁ, ଇତିହାସର ଧରମାକୁ କାହିଁକି ନୁହେଁ । ଧରମା ନିଶ୍ଚୟ ଗୀତା ପରି ସତ, କହିଦେଇ ବସିପଡ଼ିଲି ମୋ ସ୍ଥାନରେ, କିଏ କଣ ଭାବୁଥିଲା କେଜାଣି, ମୁଁ ମୋ ମତ ସେମିତି ହିଁ ରଖିଥିଲି l

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics