STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ଧର୍ମଘଟ

ଧର୍ମଘଟ

1 min
14.6K


ଆଜି ଧର୍ମଘଟ,ନିଶ୍ଚୟ ପଢନ୍ତୁ...

ଆମର ବାବୁଲା,ସକାଳୁ ସକାଳୁ ନିତ୍ୟକର୍ମ ସାରି ଦଳୀୟ ପତକା ଧରି ବାହାରି ପଡ଼ିଲା ବିରଦର୍ପରେ, ଓଡିଶା ବନ୍ଦ କରିବାକୁ |

ଘରେ ଅସୁସ୍ଥ ବାପାଙ୍କର ଚିନ୍ତା ନଥାଏ,,ମାଆ ଙ୍କର ବାରଣ ସତ୍ତ୍ୱେ ଚାଲିଗଲା,,ଗୋଟିଏ ଦିନ ମିଳିଛି ରାଜପଥରେ ଦାଦାଗରୀ କରିବାକୁ,,

ତାଛଡା ମଦ ମାଂସ ରେ ଦିନଟି କଟିବ | ଏମିତି ଗୋଟେ ଖୁସିର ଦିନକୁ କେମିତି ହାତଛଡା କରିବ,ତାପରେ ଦଳ କଥା, ସ୍ୱାର୍ଥପାଇଁ ସିନା ଦଳମୁକ୍ଷ ଦଳ ବଦଳେଇ ଦେଉଛନ୍ତି,,,କିନ୍ତୁ କର୍ମୀ ମାନେ ନିଜକୁ ଦଳର ହିରୋ ଭାବୁଛନ୍ତି | ଦିନସାରା ହୋ ହାଲ୍ଲା କରି ନିସ୍ତେଜ ଭଳି ବାବୁଲା ଫେରିଲା ଘରକୁ |

ଦେଖିଲା,ସମସ୍ତେ ନିରବ କା ପାଟିରୁ କଥା ବାହାରୁନି ବାବୁଲା କିଛି ବୁଝିପାରିଲାନି | ଏକ ନିଶ୍ୱାସରେ ଘରକୁ ଗଲା ଦେଖିଲା ବାପା ଶୋଇଛନ୍ତି ଧଳା କପଡା୍ଟେ ଢାଙ୍କି ଦେଇଛନ୍ତି,କିଛି ବୁଝିବା ପୂର୍ବରୁ ଭଉଣୀ ମୁନି କାନ୍ଦି କୁଣ୍ଢେଇ ପକେଇ କହିଲା, "ଭାଇ ବାପା ଆଉନାହାନ୍ତି | ତୁ ଗଲାପରେ ପରେ ବାପା ଅସୁସ୍ଥ ହେଇଗଲେ | ଟେମ୍ପୁରେ ମେଡିକଲ ନେଲୁ କିନ୍ତୁ,,ବାଟରେ ଧର୍ମଘଟ ବୋଲି ଛାଡ଼ିଲେନି କେତେ କାକୁତି ମିନତୀ ହେଲୁ ହେଲେ ତାଙ୍କର ଏକ ଜିଦ ନା ତୋ ନା କହିବାରୁ ସେମାନେ ଛାଡିଦେଲେ ମେଡିକେଲକୁ ନୁହଁ ଘରକୁ ଫେରିବାକୁ ଆଉ ସେତେ ବେଳକୁ ବାପାଙ୍କର ବହୁତ କଷ୍ଟ ହେଉଥିଲା

ବାଧ୍ୟ ହୋଇ ଘରକୁ ଆଣିଲୁ କିନ୍ତୁ ବାଟରେ ବାପା ଚାଲିଗଲେ ତୋତେ କେତେ ଫୋନ କଲୁ କିନ୍ତୁ ତୁ ଉଠେଇଲୁନି |"

ବାବୁଲା ଭୋ ଭୋ କାନ୍ଦି ଉଠିଲା ଓ ଫୋନ କାଡି ଦେଖିଲ 100 କଲ ଅଛି ଯାହା କି ହୋ ହାଲ୍ଲା ଭିତରେ ସୁଭିନଥିଲା | ମାଆ କାନ୍ଦି କାନ୍ଦି କହିଲେ, ଆସିଲୁ ଭଲ କଲୁ ଏଥର ତୋ ବାପାଙ୍କୁ ମଶାଣିକୁ ନେଵାକୁ କିଏ ଅଟକେଇ ପାରିବନି କାରଣ ତମଦଳ ଧର୍ମଘଟ କରିଛି |

ବାବୁଲା ଏକ ଝଡ଼ବସ୍ତୁ ଭଳି ଛିଡା ହୋଇଥାଏ ଓ ଭାବୁଥାଏ ଧର୍ମ ଘଟରେ କାର ଭଲ ହେଉକି ନହେଉ ଆଜିଠୁ ସେ ବାପଛେଉଣ୍ଡ ହେଇଗଲା,ଆଉ ଅନାଥ ମାନେ କଣ ବୁଝିଗଲା |

ଧନ୍ୟ ଧନ୍ୟ ରେ ତୁମର ଧର୍ମଘଟ |

ନିରଞ୍ଜନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational