STORYMIRROR

Sunanda Mohanty

Inspirational Thriller Children

3  

Sunanda Mohanty

Inspirational Thriller Children

ଧୋବଲି,,,,,,,,,,,,,,,,,,,

ଧୋବଲି,,,,,,,,,,,,,,,,,,,

3 mins
111


    ମିଟୁ ବେହେରା ଘରର ସାନ ପୁଅ ଜେଜେମାଙ୍କ ଭାରି ଗେଲ୍ହା l ଜେଜେମା ତାଙ୍କର ଯଶୋଦା କହିଲେ ଅତ୍ୟୁକ୍ତି ହେବନାହିଁ ଜେଜେମାଙ୍କୁ ପୁନର୍ଜନ୍ମ ଦେଇଛନ୍ତି ମିଟୁ ବେହେରା କଥାଟି ଥିଲା ଏମିତି ଯେ ଜେଜେମା ହଠାତ ଅସୁସ୍ଥ ହୋଇପଡିଲେ ବଡ଼ ନାତି ବାହାଘର ପରେ ପରେ ଅବସ୍ଥା ଏମିତି ହେଲା, ଜେଜେମା କଟକ ବଡ ଡାକ୍ତରଖାନାରେ ରହିଲେ. ପାଖରେ ମିଟୁ ବେହେରା ଜେଜେମାଙ୍କ ନାକ,କାନ, ହାତ ରେ ଲାଗିଥାଏ, ନାଜାଲ ଡ୍ରପ, ସାଲାଇନ ଓ ଭେଣ୍ଟିଲେଟର ଇତ୍ୟାଦି l ମିଟୁ ବେହେରା ନିଜ ଜୀବନକୁ ପାଣି ଛଡେଇ ସେବା ସୁଶ୍ରୁଷା କରୁଥାନ୍ତି ଜେଜେମାର ଡାକୁଥାଆନ୍ତି ଠାକୁରଙ୍କୁ, ପ୍ରଭୁ ଆଗକୁ ଚାକିରୀ କରିବାକୁ ଅଛି ତା ପରେ ପରେ ହେବ ବାହାଘର ଯାହା ସବୁ ଦେଖିବାକୁ ଶୁଣିବାକୁ ଜେଜେମାର ସ୍ବପ୍ନ ଜେଜେମାକୁ ଦେଖିବାକୁ ଦିଅ ପ୍ରଭୁ l

   ସେପଟେ ଗାଁ ରେ ଜେଜେମାଙ୍କ ହେପାଜତରେ ପାଳିତ ଧୋବଲି ଗାଇ ଛୁଉଁନି ଖାଦ୍ୟ, ପାଟିକି ନେଉନି ଚୁନି, ଚୋକଡ, କୁଣ୍ଡା କି ତୋରାଣୀ ଜେଜେମା ପାଖକୁ ଯିବା ଆସିବା କରିବାରେ ବ୍ୟସ୍ତ ରହି ଘରଲୋକମାନେ, ଗୋଟେ ବଡ଼ ଘରେ ଧୋବଲି କୁ ରଖି ସବୁପ୍ରକାର ଖାଦ୍ୟ ରଖିଥିଲେ ମଧ୍ୟ, ଜେଜେମାର ଡାକ, ସ୍ନେହ, ଶ୍ରଦ୍ଧା ଓ ହାତର ସ୍ପର୍ଶ ପାଇବାକୁ ବ୍ୟାକୁଳ ହୋଇ ଅସୁସ୍ଥ ହେଲା ଧୋବଲି l ଡାକୁଥିଲା ଖାଲି ମାଆଆ ମାଆଆ ଯେମିତି ଡାକେ ଜେଜେମାଙ୍କୁ ଦେଖିଲେ ଆଗେ ଝୁରୁଛି ଧୋବଲି ଜେଜେମାଙ୍କ ଅନୁପସ୍ଥିତି ରେ ଖୋଜୁଛି ତାଙ୍କ ସ୍ପର୍ଶ, ଅନୁଭବ କରୁଛି ଅନୁପସ୍ଥିତି, ହେଉଛି ବେଳକୁ ବେଳ ଅସୁସ୍ଥ. ଶେଷକୁ ପଶୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଚାଲିଗଲା ଧୋବଲି l ଦୁଃଖରେ ଭାଙ୍ଗି ପଡ଼ୁ ପଡ଼ୁ, ଜେଜେମାଙ୍କ ସୁସ୍ଥତା ଧୋବଲିର ଜେଜେମାଆଙ୍କ ପ୍ରତି ଆନୁଗତ୍ୟ ତଥା, ଜେଜେମାଙ୍କୁ ବଞ୍ଚେଇ ନିଜ ଜୀବନ ଦେବା ଘଟଣା ସମସ୍ତଙ୍କୁ କରିଥିଲା ସ୍ତମ୍ବିଭୂତ l

  ମିଟୁ ବେହେରା ସରକାରୀ ଚାକିରୀ ପାଇଲେ. ବିବାହ ମଧ୍ୟ କଲେ ଜେଜେମାଆଙ୍କୁ ସାଙ୍ଗରେ ଘେନିଗଲେ କୋରାପୁଟ ପରବ ବୁଲେଇବାକୁ ପରବ ମେଳା ରେ ଅନେକ ରକମ ପସରା, ବିକା କିଣା, ବୁଲାବୁଲି ଭିତରେ, ପରବ ମେଳାରେ ଧୂଆଁ ବିସ୍କୁଟ ର ମଜ୍ଜା ନେଉ ନେଉ ଜେଜେମା ପାକୁଆ ପାଟିରେ ଧୂଆଁ ଛାଡି ହସୁଥିଲା ବେଳେ ମିଟୁ ବେହେରା ସସ୍ତ୍ରୀକ ଫୋଟୋ ଓ ଭିଡିଓ କରି ଚାଲିଥିଲେ l ହେଲେ ଜେଜେମା, ଠିଆ ହୋଇ ପାଖରେ ଥିବା ଗାଈଟିକୁ ଆଉଁସିବା ଦୃଶ୍ୟରେ ମିଟୁ ବେହେରା ଅନ୍ୟମନସ୍କ ହୋଇଯାଇଥିଲେ.ସମସ୍ତେ ଫେରି ଆସିବା ବେଳେ ଗାଇଟି ପଛରୁ ଡାକୁଥିଲା ମାଆଆ ମାଆଆ ।


    ମିଟୁ ବେହେରା ଘରର ସାନ ପୁଅ ଜେଜେମାଙ୍କ ଭାରି ଗେଲ୍ହା ଜେଜେମା ତାଙ୍କର ଯଶୋଦା କହିଲେ ଅତ୍ୟୁକ୍ତି ହେବନାହିଁ ଜେଜେମାଙ୍କୁ ପୁନର୍ଜନ୍ମ ଦେଇଛନ୍ତି ମିଟୁ ବେହେରା l କଥାଟି ଥିଲା ଏମିତି ଯେ ଜେଜେମା ହଠାତ ଅସୁସ୍ଥ ହୋଇପଡିଲେ ବଡ଼ ନାତି ବାହାଘର ପରେ ପରେ ଅବସ୍ଥା ଏମିତି ହେଲା, ଜେଜେମା କଟକ ବଡ ଡାକ୍ତରଖାନାରେ ରହିଲେ l ପାଖରେ ମିଟୁ ବେହେରା ଜେଜେମାଙ୍କ ନାକ,କାନ, ହାତ ରେ ଲାଗିଥାଏ, ନାଜାଲ ଡ୍ରପ, ସାଲାଇନ ଓ ଭେଣ୍ଟିଲେଟର ଇତ୍ୟାଦି ମିଟୁ ବେହେରା ନିଜ ଜୀବନକୁ ପାଣି ଛଡେଇ ସେବା ସୁଶ୍ରୁଷା କରୁଥାନ୍ତି ଜେଜେମାର l ଡାକୁଥାଆନ୍ତି ଠାକୁରଙ୍କୁ, ପ୍ରଭୁ ଆଗକୁ ଚାକିରୀ କରିବାକୁ ଅଛି ତା ପରେ ପରେ ହେବ ବାହାଘର ଯାହା ସବୁ ଦେଖିବାକୁ ଶୁଣିବାକୁ ଜେଜେମାର ସ୍ବପ୍ନ ଜେଜେମାକୁ ଦେଖିବାକୁ ଦିଅ ପ୍ରଭୁ l

   ସେପଟେ ଗାଁ ରେ ଜେଜେମାଙ୍କ ହେପାଜତରେ ପାଳିତ ଧୋବଲି ଗାଇ ଛୁଉଁନି ଖାଦ୍ୟ, ପାଟିକି ନେଉନି ଚୁନି, ଚୋକଡ, କୁଣ୍ଡା କି ତୋରାଣୀ ଜେଜେମା ପାଖକୁ ଯିବା ଆସିବା କରିବାରେ ବ୍ୟସ୍ତ ରହି ଘରଲୋକମାନେ, ଗୋଟେ ବଡ଼ ଘରେ ଧୋବଲି କୁ ରଖି ସବୁପ୍ରକାର ଖାଦ୍ୟ ରଖିଥିଲେ ମଧ୍ୟ, ଜେଜେମାର ଡାକ, ସ୍ନେହ, ଶ୍ରଦ୍ଧା ଓ ହାତର ସ୍ପର୍ଶ ପାଇବାକୁ ବ୍ୟାକୁଳ ହୋଇ ଅସୁସ୍ଥ ହେଲା ଧୋବଲି. ଡାକୁଥିଲା ଖାଲି ମାଆଆ ମାଆଆ ଯେମିତି ଡାକେ ଜେଜେମାଙ୍କୁ ଦେଖିଲେ ଆଗେ ଝୁରୁଛି ଧୋବଲି ଜେଜେମାଙ୍କ ଅନୁପସ୍ଥିତି ରେ ଖୋଜୁଛି ତାଙ୍କ ସ୍ପର୍ଶ, ଅନୁଭବ କରୁଛି ଅନୁପସ୍ଥିତି, ହେଉଛି ବେଳକୁ ବେଳ ଅସୁସ୍ଥ. ଶେଷକୁ ପଶୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଚାଲିଗଲା ଧୋବଲି ଦୁଃଖରେ ଭାଙ୍ଗି ପଡ଼ୁ ପଡ଼ୁ, ଜେଜେମାଙ୍କ ସୁସ୍ଥତା ଧୋବଲିର ଜେଜେମାଆଙ୍କ ପ୍ରତି ଆନୁଗତ୍ୟ ତଥା, ଜେଜେମାଙ୍କୁ ବଞ୍ଚେଇ ନିଜ ଜୀବନ ଦେବା ଘଟଣା ସମସ୍ତଙ୍କୁ କରିଥିଲା ସ୍ତମ୍ବିଭୂତ l

  ଦୁଇହଜାର ବାଇଶି ଡିସେମ୍ବରରେ ମିଟୁ ବେହେରା ସରକାରୀ ଚାକିରୀ ପାଇଲେ ଓ ବିବାହ ମଧ୍ୟ କଲେ ଜେଜେମାଆଙ୍କୁ ସାଙ୍ଗରେ ଘେନିଗଲେ କୋରାପୁଟ ପରବ ବୁଲେଇବାକୁ ପରବ ମେଳା ରେ ଅନେକ ରକମ ପସରା, ବିକା କିଣା, ବୁଲାବୁଲି ଭିତରେ, ପରବ ମେଳାରେ ଧୂଆଁ ବିସ୍କୁଟ ର ମଜ୍ଜା ନେଉ ନେଉ ଜେଜେମା ପାକୁଆ ପାଟିରେ ଧୂଆଁ ଛାଡି ହସୁଥିଲା ବେଳେ ମିଟୁ ବେହେରା ସସ୍ତ୍ରୀକ ଫୋଟୋ ଓ ଭିଡିଓ କରି ଚାଲିଥିଲେ ହେଲେ ଜେଜେମା, ଠିଆ ହୋଇ ପାଖରେ ଥିବା ଗାଈଟିକୁ ଆଉଁସିବା ଦୃଶ୍ୟରେ ମିଟୁ ବେହେରା ଅନ୍ୟମନସ୍କ ହୋଇଯାଇଥିଲେ ସମସ୍ତେ ଫେରି ଆସିବା ବେଳେ ଗାଇଟି ପଛରୁ ଡାକୁଥିଲା ମାଆଆ ମାଆଆ ।



Rate this content
Log in

Similar oriya story from Inspirational