STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଦେବୀ ରକ୍ତ ଦନ୍ତିକା

ଦେବୀ ରକ୍ତ ଦନ୍ତିକା

3 mins
8

             ଦେବୀ ରକ୍ତ ଦନ୍ତିକା
            ============
ପ୍ରାଚୀନ କାଳର କଥା l କଶ୍ୟପ ଋଷିଙ୍କ ଅନ୍ୟତମା ପତ୍ନୀ ଦନୁଙ୍କ ଗର୍ଭରୁ ଏକ ପୁତ୍ର ଜନ୍ମ ହେଲା l ତାର ନାମ ଥିଲା ବିପ୍ରଚିତ୍ତି l ତାର ଆଉଏକ ଭାଇ ଥିଲା, ପୁଲୋମନ l ପୁଲୋମନ ବଡ଼ଥିବାରୁ ସେ ରାକ୍ଷସମାନଙ୍କ ରାଜା ହେଲା l ଥରେ ସେ ରାକ୍ଷସ ମାନଙ୍କ ଚିରଶତ୍ରୁ ଦେବତା ମାନଙ୍କ ସହିତ ଯୁଦ୍ଧ କରୁ କରୁ ଇନ୍ଦ୍ରଙ୍କ ହସ୍ତରେ ନିହତ ହେଲା l ପୁଲୋମନ ପରେ ଦୈତ୍ୟଙ୍କ ରାଜା ହେଲେ, ବିପ୍ରଚିତ୍ତି l ଦୈତ୍ୟରାଜ୍ ହିରଣ୍ୟକଶିପୁର ଝିଅ ସିଂହିକାକୁ ସେ ଵିଵାହକରି ଥିଲା l ସେ ବ୍ରହ୍ମା ବରରେ କ୍ରମେ ଖୁବ୍ ପରାକ୍ରମୀ ଓ ବଳଶାଳୀ ହୋଇ ଉଠିଲା l ତା'ର ଆତଙ୍କରେ ତ୍ରିପୁର ଥରହର ହେଲା l ତାର ଦୁଇଜଣ ପରାକ୍ରମ ଶାଳୀ ପୁତ୍ରଥିଲେ ସ୍ୱର୍ଭାନୁ ଓ ରାହୁ l ସେ ଶ୍ଵଶୁରଙ୍କ ପରାମର୍ଶରେ ଓ ପୁତ୍ର ମାନଙ୍କ ସାହଯ୍ୟରେ ଭାଇର ମୃତ୍ୟୁର ପ୍ରତିଶୋଧ ନେବାକୁ ସ୍ବର୍ଗରାଜ୍ୟ ଆକ୍ରମଣ କଲା l ରାକ୍ଷସ ଭୟରେ ଦେବତାମାନେ ସ୍ବର୍ଗପୁର ଛାଡ଼ି ଇଆଡ଼େ ସିଆଡ଼େ ପଳାଇ ଗଲେ l ଦେବତା ମାନେ ଯାଇ ବ୍ରହ୍ମାଙ୍କୁ କହିଲେ, ଆପଣ ରାକ୍ଷସଙ୍କୁ ଏପରି ବରସବୁ ଦେଇ ଆମ ଉପରେ ବିପଦ ଡାକି ଆଣୁଛନ୍ତି l ବର୍ତ୍ତମାନ ଆମକୁ ତ୍ରିପୁରରେ କେଉଁଠି ମୁଣ୍ଡ ଗୁଞ୍ଜିବାକୁ ଯାଗାନାହିଁ l ତାଙ୍କ ଉପଦେଶରେ ଦେବତା ମାନେ ଯାଇ, ବିଷ୍ଣୁଙ୍କ ନିକଟରେ ପହଞ୍ଚି ଗୁହାରୀ କଲେ l ବିଷ୍ଣୁ କହିଲେ ସେହି ବଳଶାଳୀ ରାକ୍ଷସକୁ ମାରିବା ମୋ ଦ୍ଵାରା ସମ୍ଭବନୁହଁ l ତୁମେ ଯାଇ ମାଆ ମହାମାୟାଙ୍କ ଶରଣ ପଶ l ବିଷ୍ଣୁଙ୍କ ନିର୍ଦ୍ଧେଶମାନି ଦେବତା ମାନେ ଯାଇ ମା' ମହାମାୟାଙ୍କୁ ସ୍ତୁତି କଲେ l ତାଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ମାଆ ତାଙ୍କୁ ଆଶ୍ବସ୍ତ କରି କହିଲେ, ତୁମେମାନେ ଯାଅ ମୁଁ ଯଥାକାଳେ ସେହି ରାକ୍ଷସକୁ ବଧ କରି ତୁମ ମାନଙ୍କ ଦୁର୍ଗତି ହରଣ କରିବି l ମାଆଙ୍କ ଆଶ୍ୱସ୍ତି ବାଣୀ ଶୁଣି, ଦେବତା ମାନେ ଖୁବ୍ ଆନନ୍ଦ ହୋଇ ଫେରି ଆସିଲେ l 
ଦେବତାଙ୍କୁ ଦେଇ ଥିବା ବାକ୍ୟ ଅନୁସାରେ ଦିନେ ମାଆ ଖଡ୍ଗ ଖେଟକ ଧାରଣ କରି ଓ ନାନା ଦିବ୍ୟ ଅସ୍ତ୍ର ଶସ୍ତ୍ରରେ ଭୂଷିତା ହୋଇ ରାକ୍ଷସ ବିପ୍ରଚିତ୍ତିକୁ ସଂହାର କରିବା ପାଇଁ ବାହାରି ପଡ଼ିଲେ l ରାକ୍ଷସ ଏବଂ ମାଆଙ୍କ ମଧ୍ୟରେ ଘମାଘୋଟ ଲଢ଼ାଇ ଲାଗି ଗଲା l ସର୍ବ ଶେଷରେ ମାଆ ବିପ୍ରଚିତ୍ତିର ବିରାଟ ରାକ୍ଷସ ବାହିନୀକୁ ଗୋଟି ଗୋଟି ସଂହାର କଲେ l ଶେଷକୁ ସେ ବିପ୍ରଚିତ୍ତି ଓ ତାର ଦୁଇ ପୁଅଙ୍କୁ ବଧକରି ତାଙ୍କ ରୁଧିର ପାନ କଲେ l ରାକ୍ଷସ ନିଧନ ହେବାରୁ ଦେବଗଣ ମାଆଙ୍କ ଜୟ ଜୟକାର କରି ସ୍ଵର୍ଗରୁ ପୁଷ୍ପ ବୃଷ୍ଟି କରିବାକୁ ଲାଗିଲେ l ରାକ୍ଷସ ସହିତ ଯୁଦ୍ଧ କରୁ ଥିବା ସମୟରେ ମାଆ ମହାମାୟା ଅତି କ୍ରୋଧିତ ହୋଇ ରକ୍ତବର୍ଣ୍ଣ ଧାରଣ କରିଥିଲେ l ତାଙ୍କ ଦନ୍ତପନ୍ତି ଦୈତ୍ୟର ରକ୍ତ ପାନ କରି ରକ୍ତାକ୍ତ ହୋଇ ଯାଇଥିଲା l ଏଣୁ ତାଙ୍କ ନାମ ହେଲା ଦେବୀ ରକ୍ତଦନ୍ତିକା l
ଶ୍ରୀଦୁର୍ଗା ସପ୍ତସତୀ ଅନ୍ତର୍ଗତ ମୂର୍ତ୍ତିରହସ୍ୟରେ ମାଆ ରକ୍ତଦନ୍ତିକାଙ୍କ ସ୍ୱରୂପର ବିସ୍ତୃତ ବର୍ଣ୍ଣନା ରହିଛି l ସେଥିରେ କୁହା ଯାଇଛି ମାଆଙ୍କ ସ୍ୱରୂପ ରକ୍ତବର୍ଣ୍ଣୀ l ମାଆ ଚତୁର୍ଭୁଜା l ଦୁର୍ଗା ସପ୍ତସତୀରେ ମହାମାୟା ପୁଣି କହୁଛନ୍ତି, ବୈବସ୍ଵତ ମନ୍ଵନ୍ତରର ଅଷ୍ଟାବିଂଶ ଯୁଗରେ ଦୁଇ ଜଣ ମହା ପରାକ୍ରମଶାଳୀ ରାକ୍ଷସ ଶୁମ୍ଭ ଓ ନିଶୁମ୍ଭ ଉତ୍ପନ୍ନହେବେ l ମୁଁ ସେତେବେଳେ ନନ୍ଦ ଯଶୋଦାଙ୍କ କନ୍ୟା ଭାବେ ଜନ୍ମ ହୋଇ ଦୁଇ ଅସୁରଙ୍କୁ ନିପାତ କରିବି l ଏହା ପରେ ମୁଁ ପୃଥିବୀ ପୃଷ୍ଟରେ ଅବତାର ଗ୍ରହଣ କରି ବିପ୍ରଚିତି ନାମରେ ଏକ ରାକ୍ଷସ ଏବଂ ତାର ଦୁଇ ପୁତ୍ରଙ୍କୁ ସଂହାର କରିବି l ସେହି ମହା ଦୈତ୍ୟଙ୍କୁ ଭକ୍ଷଣକରି ମୋ ଦନ୍ତ ଲାଲ ହେବା କାରଣରୁ ମୋତେ ମନୁଷ୍ୟ ଓ ଦେବତାମାନେ ଦେବୀ ରକ୍ତଦନ୍ତିକା କହି ସ୍ତୁତି କରିବେ l ଉତ୍ତର ପ୍ରଦେଶ ବୁନ୍ଦି ଜିଲ୍ଲାର ସଥୁର ଗ୍ରାମ ଠାରେ ମାଆ ରକ୍ତଦନ୍ତିକାଙ୍କର ଏକ ପ୍ରାଚୀନ ମନ୍ଦିର ରହିଛି l ଚନ୍ଦ୍ରଭାଗା ନଦୀ କୂଳରେ ମାଆଙ୍କ ମନ୍ଦିର ଅବସ୍ଥିତ l ଏହା ଭାରତର ଅନ୍ୟତମ ଶକ୍ତିପୀଠ l କୁହାଯାଏ ରାଜା ସୁରଥ ଏଠାରେ ସୁରଥ ପୁରୀ ନାମକ ଏକ ନଗର ସ୍ଥାପନ କରି ମାଆଙ୍କୁ ସ୍ଥାପନା କରି ଥିଲେ l କାଳକ୍ରମେ ତାହା ଅପଭ୍ରଂଶ ହୋଇ, ସଥୁର ନାମ ହୋଇଛି l ପ୍ରତ୍ନତାତ୍ୱିକ ଖନନରୁ ଏଠାରେ ଅନେକ ପ୍ରାଚୀନ ଭଗ୍ନାବଶେଷ ପ୍ରାପ୍ତ ହୋଇଛି l ଏଠାରେ ଥିବା, ଦେବୀ ରକ୍ତ ଦନ୍ତିକାଙ୍କ ମନ୍ଦିର ଏକ ଜାଗ୍ରତ ଶକ୍ତିପୀଠ ରୂପେ ଲୋକ ମୁଖରେ ପ୍ରସିଦ୍ଧ l ଚୈତ୍ର ଓ ଶାରଦୀୟ ନବରାତ୍ର ସମୟରେ ଏଠାରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ l
               🙏🙏🙏
                   ଅର୍ଜୁନୀ
                --------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational